ପ୍ରଭୁଙ୍କ ଦୟା
ପ୍ରଭୁଙ୍କ ଦୟା
ଗୋଟିଏ ଗାଁ ରେ ସ୍ୱାମୀ ସ୍ତ୍ରୀ ରହୁଥିଲେ। ସେମାନେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ। ହେଲେ ତାଙ୍କ ଜୀବନରରେ ଗୋଟେ ଦୁଃଖ। ତାଙ୍କ କୋଳରେ ପିଲା ନ ଥିଲା। ସିଏ ଦୁଇ ଜଣ ସବୁବେଳେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତି। ତାଙ୍କର ଗୋଟିଏ ପିଲା ହେଉ ବୋଲି। ଲୋକ ମାନେ ବହୁତ କିଛି ଦେଖେଇ ଦେଖେଇ କୁହନ୍ତି। ସ୍ତ୍ରୀ ଲୋକଟି ବହୁତ ମନ ଦୁଃଖ କରେ। ଥରେ ଯଣେ ସାଧୁ ଆସିଲେ ।ଦେଖିଲେ ସିଏ ସ୍ତ୍ରୀ ଲୋକଟି ମନ ଦୁଃଖରେ ବସିଛି। ପଚାରିଲେ କଣ ହେଇଛି ମା । ସେହି ସ୍ତ୍ରୀ ଲୋକଟି କହିଲା। ସବୁ କଥା। ସିଏ ତାଙ୍କ ଦିବ୍ୟ ଦୃଷ୍ଟିରେ ଦେଖିଲେ। ଆଉ କହିଲେ ମା ଵ୍ୟସ୍ତ ହୁଅନି।ତୁମ ମନ ବାଞ୍ଚା ପୁରଣ ହେବ। ଏମିିତି କିଛି ଦିନ ପରେ ପ୍ରଭୁ ତାଙ୍କ ଡାକ ଶୁଣିଲେ।ଆଉ ପ୍ରଭୁ ନିଜେ ଆସିଲେ, କହିିିଲେ ତୁମକୁୁ କଣ ଦରକାର। ସେହି ସ୍ତ୍ରୀ ଲୋକଟି କହିଲା ପ୍ରଭୁ ମତେ ପୁତ୍ର ସନ୍ତାନଟି ଏ ଦିଅ।ପ୍ରଭୁ ପଚାରିଲେ କେମିତିକା ପୁତ୍ର ଦରକାର ତୁୁମର । ତୁମେ ମତେ ଯେମିତି ଦେବ ମୁଁ ଗ୍ରହଣ କରିବି।ପ୍ରଭୁ କହିଲେ ତୁମକୁ ମୁଁ ଦୁଇଟି ବର ଦେବି, ଯେଉଁଟା ଇଛା ତୁ କହିବୁୁ।ପ୍ରଥମତଃ ଶହେଟିି ପୁତ୍ର ଦେବି ହେଲେ ସେମାନେ ସବୁ ଅମଣିଷ ହେବ। ଦ୍ଵିତୀୟରେ ପୁତ୍ର ହେଲେ ଅଳ୍ପ ଆୟୁଷ ବୁଦ୍ଧିମାନ ହେବ। ଦେଶର ନା ରଖିିବ।ଏଇ କଥା ଶୁଣି ସ୍ତ୍ରୀ ଲୋକଟି କହିଲା ମତେ ଦିତୀୟ ବର ଦିିଅନ୍ତୁୁୁ। ପ୍ରଭୁ ପଚାରିଲେ କଣ ପାଇଁ। ନା ଅଳ୍ପ ଆୟୁଷ ହେଉ ହେଲେ ସିଏ ମୋ ମାନ ରଖିବ।
ଏହା ଶୁଣି ପ୍ରଭୁ ତଥାସ୍ତୁ କହିଲେ। ଆଉ ଚାଲିଗଲେ ।
