Sunanda Mohanty

Tragedy Action Thriller

4  

Sunanda Mohanty

Tragedy Action Thriller

ଗୋଲାପୀ ଡ଼ାଳରେ କଣ୍ଟା

ଗୋଲାପୀ ଡ଼ାଳରେ କଣ୍ଟା

3 mins
9


ଦୁଇ ଜଣ ଯମଦୂତ ବୋହୁଟିକୁ ନେବାକୁ ଆସି ଫେରିଗଲେ କାରଣ ସେ ସହରଟି ଯେମିତି ଗୋଲାପୀ ଗୋଲାପୀ ଲାଗୁଥିଲା ବୋହୁଟିର ଘର ଓ ପରିବେଶ ମଧ୍ୟ ସେମିତି ଗୋଲାପୀ ଲାଗୁଥିଲା. ସତେ ଯେମିତି ଗୋଲାପୀ ସହରଟି ସେହି ବୋହୁଟି ଘରେ ପ୍ରତିଫଳିତ ହେଉଥିଲା. ଘରେ ପଶିଗଲା ବେଳକୁ ଗୋଲାପ ଫୁଲ କୁଣ୍ଡ ଗୁଡିକରେ ଗୋଲାପୀ ଗୋଲାପୀ ଗୋଲାପ ଫୁଲର ସୌନ୍ଦର୍ଯ୍ୟ. ପୁଣି କବାଟ ଓ ଝରକା ପର୍ଦା ରଙ୍ଗ ସବୁ ଗୋଲାପୀ. ଭିତରୁ ବାଜୁଥିଲା ଗୋଲାପୀ ଗୋଲାପୀ ଗୀତର ଧୂନ. ଖାଲି ଏତିକି ଦେଖି ତୁମେ ଦୁହେଁ ଫେରିଆସିଲ ପଚାରିଲେ ଯମଦେବ ତ ଦୁଇ ଯମଦୂତ କହିଲେ ନାହିଁ ଆଜ୍ଞା ବୋହୁ ବାସନ୍ତୀର ମନ ଓ ହୃଦୟ ମଧ୍ୟ ଗୋଲାପୀ. ତୁମେ କେମିତି ଜାଣିଲ? ଆଜ୍ଞା ଶୁଣିଲୁ. କଣ ଶୁଣିଲ?ଆଜ୍ଞା ମର୍ତ୍ତ୍ୟରେ ଏବେ ଶାଶୁ ବୋହୁମାନଙ୍କ ଭିତରେ ଜମା ଭଲ ସମ୍ପର୍କ ନାହିଁ. ତାଙ୍କ ଗାଁରେ ସବୁ ଘର ଘର ବୋହୁମାନେ ମିଶି କିଛି ଦିନ ଶାନ୍ତିରେ ରହିବେ ବୋଲି ତାଙ୍କ ଶାଶୁମାନଙ୍କୁ ତୀର୍ଥ କରିବାକୁ ବସ ଯୋଗେ ଛାଡ଼ିଦେବା ପରେ ଆଜ୍ଞା ବସଟି ବାଟରେ ଅତ୍ୟଧିକ ତୀର୍ଥ କରିବାକୁ ଯାଉଥିବା ମହିଳା ଅର୍ଥାତ ବୃଦ୍ଧା ଶାଶୁମାନଙ୍କର ଆଧିକ୍ୟ ଉପସ୍ଥାପନ ଯୋଗୁଁ ଭାରସାମ୍ୟ ହରାଇ ଗଙ୍ଗା ନଦୀକୁ ଖସି ପଡିଲା ବସ ତ ସମସ୍ତଙ୍କର ସ୍ପଟରେ ମୃତ୍ୟୁ. ଭୋଟ ବେଳ ତ ସରକାର ମୁଣ୍ଡ ପିଛା ଏକଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଦେଲେ. ଏ ଖବର ଦେବା ପାଇଁ ଦୌଡିଲେ କର୍ମୀମାନେ ଗାଁକୁ ଗାଁ. ଦେଖାଗଲା ସବୁ ବୋହୁମାନେ କିଏ ସ୍ୱୟଂ ସହାୟକ ଗୋଷ୍ଠୀରେ ତ କିଏ ମହିଳା ସମିତିରେ. ଶାଶୁମାନେ ମରିଯିବା ଶୁଣି ସମସ୍ତେ ଭିତରେ ଭିତରେ ଖୁସି ଥିଲା ବେଳେ ଉପରକୁ ଜଣେ କାନ୍ଦୁଥିଲା ଖୁବ ତ ଶାଶୁ ମରିଯିବା ଦୁଃଖରେ କାନ୍ଦୁଛି ଭାବି ସମସ୍ତ ବୋହୁଟାକୁ ସାନ୍ତ୍ୱନା ଦେଉଥିଲେ ଏବେ କାନ୍ଦେନା. ଡେଡ ବଡି ଆସୁ ଦେଖିଲେ କାନ୍ଦିବା ଯେ ସମସ୍ତେ କହିବେ ବୋହୁଗୁଡା ବହୁତ ଭଲ. ଏଭଳି ବୋହୁ ପାଇଥିବା ଶାଶୁମାନଙ୍କର ଆଜି କି ଦଶା!ଏକଥା ଶୁଣି କାନ୍ଦୁଥିବା ବୋହୁଟି କହିଥିଲା ମୋ ଶାଶୁ ତୀର୍ଥ କରିବାକୁ କାହିଁକି ଗଲେନି ସେଇକଥା ଭାବି ମୁଁ କାନ୍ଦୁଥିଲି. ଆଜ୍ଞା ଏଇ ବାସନ୍ତୀ ନାମ୍ନୀ ବୋହୁଟି କିନ୍ତୁ ଶାଶୁ କହିଲେ ମଧ୍ୟ ତାଙ୍କୁ ଛାଡ଼ିନଥିଲା ଭିଡ଼ ଗହଳି ଭିତରେ ବସରେ ଯିବାକୁ.ସେଇଥିରୁ ଜାଣିଲୁ ବୋହୁଟିର ମନ ହୃଦୟ ଗୋଲାପ ରଙ୍ଗରେ ତିଆରି ତେଣୁ ଫେରିଆସିଲୁ ଆଜ୍ଞା.।

   ଯମରାଜ ଟିକେ ଚିନ୍ତାରେ ପଡିଗଲେ. ଯେମିତି ହେଲେ ତାଙ୍କୁ ଧର୍ମ ପାଳନ କରିବାକୁ ପଡିବ ତ ବ୍ରାହ୍ମଣ ଭିକ୍ଷୁକ ବେଶ ଧରି ବାସନ୍ତୀ ଦୁଆରେ ଡାକିଲେ ମାଆ ଭିଖ ମୁଠେ ମିଳୁ. ସଙ୍ଗେ ସଙ୍ଗେ ବାସନ୍ତୀ ଚାଉଳ ପରିବା ଓ ତା ସହ ଦକ୍ଷିଣା ଧରି ପହଁଚିଲେ. ଯମଦେବ ଭାବିଲେ ସତ କଥା ବୋହୁଟିର ମନ ହୃଦୟ ଗୋଲାପ ଫୁଲର ଗୋଲାପୀ ପାଖୁଡା ପରି ଭାରି ନରମ. ବ୍ରାହ୍ମଣ କହିଲେ ମାଆ ଖରାରେ ମୋ ତଣ୍ଟି ଶୁଖି ଯାଉଛି ଜଳ ମୁନ୍ଦେ ଦେବ ମାଆ ତଣ୍ଟି ଅଠା ଅଠା ହୋଇଗଲାଣି. ବୋହୁ ବାସନ୍ତୀ ସଙ୍ଗେ ସଙ୍ଗେ ଭିତରକୁ ଯାଇ ସର୍ବତ ଆଣିବା ଭିତରେ ଯମଦେବ ଦେଖିଲେ ଏ ବୋହୁଟି ତ ବହୁତ ଧାର୍ମିକ ଜଣାଅପଡୁଛି ତେଣୁ ବୋହୁଟିର ଆତ୍ମାକୁ ସେ କେମିତି ନେବେ! ସେତେବେଳକୁ ସର୍ବତ ପିଆଇ ଖୁସି କରିଦେଇଥିଲା ବୋହୁଟି ତ ଯମଦେବ କହିଲେ ମାଆ ମୁଁ ଯମଦେବ.ତୁମ ମନ ଓ ହୃଦୟ ଗୋଲାପ ପାଖୁଡା ପରି ସତ କିନ୍ତୁ ତୁମର ଆୟୁଷ ସରି ଯାଇଛି. ତୁମେ ମତେ ସନ୍ତୁଷ୍ଟ କରିଥିବାରୁ ତୁମର ବାକିଥିବା ଆଉ ପନ୍ଦର ମିନିଟରେ ତୁମେ ଏ ଖାତାରେ ଯାହା ଲେଖିବ ତାହା ପୁରଣ ହେବ କହି ଖାତା କଲମ ବଢ଼େଇ ଦେଲେ. ବୋହୁ ବାସନ୍ତୀ ଖାତା ଖୋଲି ଦେଖିଲେ ପ୍ରଥମ ପୃଷ୍ଠାରେ ଲେଖାଯାଇଛି ତୁମ ଡାହଣ ପଟ ପଡୋଶୀଙ୍କର ଦଶ ଲକ୍ଷ ଟଙ୍କା ଲଟେରୀ ଲାଗିବାକୁ ଯାଉଛି. ତ ବାସନ୍ତୀ ତା ତଳେ ଲେଖିଦେଲେ ନା ନା ସେ ଜମା ଭଲ ଲୋକ ନୁହଁନ୍ତି. ତା ପର ପୃଷ୍ଠାରେ ଲେଖା ଥିଲା ତୁମ ବାମ ପଟ ପଡୋଶୀଙ୍କ ପୁଅ ଏବେ କଲେକ୍ଟର ହେବାକୁ ଯାଉଛି. ଏହା ତଳେ ବସନ୍ତୀ ଲେଖିଲେ ସେ ଜମା ଭଲ ଛାତ୍ର ନଥିଲା ଏହା କିପରି ସମ୍ଭବ? ତୃତୀୟ ପୃଷ୍ଠାରେ ଲେଖାଥିଲା ତୁମ ଦକ୍ଷିଣ ପଟ ପଡୋଶୀଙ୍କର ସୁଖ ସମୃଦ୍ଧି ଓ ଧନ ଧାନ୍ୟ ବୃଦ୍ଧି ହେବାକୁ ଯାଉଛି ତ ତା ତଳେ ବାସନ୍ତୀ ଠିକ ସେମିତି ଲେଖିଥିଲେ ଯେ ଏସବୁର ହକଦାର ବା କାବିଲ ବା ଉପଯୁକ୍ତ ସେ ଜମା ନୁହଁନ୍ତି. ସେମିତି ପର ପୃଷ୍ଠାରେ ତୁମ ଉତ୍ତର ପଟ ପଡୋଶୀଙ୍କ ଝିଅ ଗୋଟେ କଲେକ୍ଟର ବର ପାଇବାକୁ ଯାଉଛି ଲେଖା ଥିବା ଦେଖି ସେ ଝିଅ ଜମା ଭଲ ନୁହେଁ ଲେଖି ପର ପୃଷ୍ଠା ଓଲଟାଇ ନିଜ ପାଇଁ କିଛି ଲେଖିବାକୁ ଗଲାବେଳକୁ ବ୍ରାହ୍ମଣବେଶୀ ଯମରାଜ କହିଲେ ତୁମ ସମୟ ସରି ଯାଇଛି. ତୁମେ ମନ ଓ ହୃଦୟରେ ସେଵା ଓ କର୍ତ୍ତବ୍ୟ ତଥା ପରିବାର ପ୍ରତି ଯତ୍ନଶୀଳ ରହିଥିବା ବେଳେ ପଡୋଶୀମାନଙ୍କ ପ୍ରତି ଅସୂୟା, ହିଂସା ଓ ଅହଂକାର ରଖିଥିବାରୁ ତୁମକୁ ଏବେ ମୋ ସହ ଯିବାକୁ ହେବ. ବୋହୁଟି ପଡିଯିବା ଦେଖି ଘରଲୋକ ଧାଇଁ ଆସିଥିଲେ. ଯମଦେବ ଉପରୁ ଦେଖୁଥିଲେ ବାସନ୍ତୀର ଘରଲୋକ କାନ୍ଦି କାନ୍ଦି ଗୋଲାପୀ କୋକେଇ ପ୍ରସ୍ତୁତ କରିଛନ୍ତି ତା ପାଇଁ.।


Rate this content
Log in

Similar oriya story from Tragedy