Dr Jharana Satapathy

Inspirational

4.5  

Dr Jharana Satapathy

Inspirational

ଗଣୁର ଗଣେଶ ଭକ୍ତି

ଗଣୁର ଗଣେଶ ଭକ୍ତି

3 mins
173



ଆରେ ଗଣୁ ତୁ ଏଥର ବଡ ହୋଇ ସ୍କୁଲ ଗଲଣୁ ତୋର ପିଲାଳିଆମି ଆହୁରି ଯାଇନି ! ସିଏ ପରା ଭଗବାନ ତାକୁ କୋଳେଇ କାଖେଇ ଦିନରାତି କାହିଁକି ବୁଲୁଛୁ ? 


ନାଇ ମାମା ସେ ମୋ ଗଣେଶ ! 


ହଁ ମୁଁ ଜାଣେ ସିଏ ତୋ ଗଣେଶ ! ସେ ଠାକୁର ମୂର୍ତ୍ତିଟି ତୋର ଭାରି ପ୍ରିୟ ମୁଁ ଜାଣେ । ତତେ ଯେତେବେଳେ ସାତ ଆଠ ମାସ ହୋଇଥିଲା ସେ ଗଣେଶ ମୂର୍ତ୍ତିଟିକୁ ଖଟୁଳିରୁ ବାହାର କରି ହାମ୍ବୁଡି ହାମ୍ବୁଡି ଯାଇ ଖଟୁଳିରେ ନିଜେ ବସି ଯାଉଥିଲୁ । ଘର ଯାକ ତତେ ଖୋଜି ଖୋଜି ନୟାନ୍ତ ହେଲାପରେ ଠାକୁର ଘରେ ତତେ ପାଉଥିଲି । ସ୍କୁଲ ବେଗ୍ ଭିତରେ ରଖି ତୋ ସାଙ୍ଗ ଭାବି ଗଣେଶକୁ ସ୍କୁଲକୁ ନେଇ ଯାଉଛୁ । ତା ସହ ଖେଳୁଛୁ । ତାକୁ ପାଖରେ ଧରି ଶୋଉଛୁ । ସିଏ ପରା ଭଗବାନ ତାକୁ ପୂଜା କରିବା ଦରକାର । 


ଠାକୁର ଘରେ ରହିଲେ ସିଏ ସୁନ୍ଦର । ଦେଖେ ତୁ ତାକୁ ଦିନରାତି ଧରି ଧରି କେମିତି କଲୁଣୁ ଦେଖେ । ଶୁଣେ ଧନ ଏ ମୂର୍ତ୍ତିଟାକୁ ପାଣିରେ ବିସର୍ଜନ କରି ଦେବା ଆଉ ଗୋଟେ ନୂଆ ମୂର୍ତ୍ତି ଆଣି ଠାକୁର ଘରେ ରଖିବା । 


ମାମା ତୁମେ ଠାକୁର ପୂଜା କଲା ବେଳେ ବିରକ୍ତ ହୋଇ ବାବାକୁ କହ ଏତେ ଗୁଡାଏ ଠାକୁର ଘରେ ଆଣି ଗଦା କରୁଛ ତାକୁ ଫୁଲ ଚନ୍ଦନ ଦେଲା ବେଳେ ଭାରି କଷ୍ଟ ହେଉଛି । ଏବେ ପୁଣି କହୁଛ ଆଉ ଗୋଟେ ଗଣେଶ ମୂର୍ତ୍ତି ଆଣିବା ! ଭଲ ହୋଇଛି ମାମା ମୁଁ ତାକୁ ପାଖରେ ରଖିଛି । ତୁମକୁ ଆଉ ପୂଜା କରିବାକୁ ପଡୁନି । ଆଉ ଗୋଟେ ଠାକୁର ମୂର୍ତ୍ତିର ପୂଜା କମିଗଲା । ସବୁ ଠାକୁରଙ୍କର ପୁଣି ଦୁଇ ଦୁଇଟା ଫୋଟ । ତୁମେ ଯେବେ ଠାକୁର ପୂଜା ନକର ବାବା କେତେ ବିରକ୍ତ ହୁଅନ୍ତି ତୁମ ପ୍ରତି । ଠାକୁର ପୂଜା ପାଇଁ ସବୁ ବେଳେ ତୁମ ଦୁହିଁଙ୍କ ଭିତରେ ଝଗଡା । ତୁମେ କହୁଛ ମୁଁ ଠାକୁର ପୂଜା କରୁଛି, ଆଉ ବାବା କହନ୍ତି ମୁଁ । କାହିଁ ସାଙ୍ଗ ଭଳି ତାକୁ ରଖୁନ । ଦେଖ ମୋ ଗଣେଶକୁ ମୁଁ କେମିତି ରଖିଛି । 


ସିଏ ପରା ମୋର ସାଙ୍ଗ ହେଇଯାଇଛି । ଏମିତି ତ ମୋର ଵିଭିନ୍ନ ସାଙ୍ଗ ଅଛନ୍ତି, କିନ୍ତୁ ଏ ଗଣେଶ ସାଙ୍ଗଟି ସବୁଠାରୁ ଅଲଗା । ସିଏ ମୋର ଭୁଲ ଦେଖିଲେ ମୋ ଉପରେ ରାଗେ ଆଉ ମୋ ଉପରେ ଅଭିମାନ କରେ ଆଉ ମତେ ପାଠ ନ ବୁଝିଲେ ସିଏ ପଢାଏ ମଧ୍ୟ । ସିଏ ମୋ ସହ କଥା ହୁଏ । ମୁଁ ତାକୁ ଛାଡି ରହିପାରିବି ନାହିଁ । ଗଣେଶକୁ ପ୍ରତ୍ୟକ ଦିନ ମୁଁ କହେ ସମସ୍ତଙ୍କୁ ବିଦ୍ୟାବୁଦ୍ଧି ପ୍ରଦାନ କର । ମତେ ବିଦ୍ୟା ବୁଦ୍ଧି ଦେବା ସହ ମୋ ସାଙ୍ଗମାନଙ୍କୁ ବୁଦ୍ଧି ଦିଅ ଵୋଲି । ମୋ ସାଙ୍ଗମାନେ ମୋ ସହ ମିଶି ପରୀକ୍ଷା ଦେଇଛନ୍ତି ଯିଏ ଭଲ ଲେଖିଛି ତାକୁ ସ୍କୁଲରେ ପ୍ରଥମ କର । ମୋର ପରୀକ୍ଷା ଭଲ କରିବା ସହ ମୋ ସାଙ୍ଗମାନଙ୍କର ମଧ୍ୟ ପରୀକ୍ଷା ଭଲ କର । କିଏ ପ୍ରଥମ ଦ୍ୱିତୀୟ ହେଲେ ମୋର ମନ ଦୁଃଖ କରି ବାର ନାହିଁ । ଯିଏ ଭଲ ଲେଖିଛି ତାକୁ ପ୍ରଥମ କର ଏଥିରେ ମୁଁ ମନ ଦୁଃଖ କରିବିନି ! ଏମିତି ସବୁ କଥା ଗଣେଶ ଆଗରେ ଜଣାଇଦିଏ । ତୁମେ କହୁଛ ମୋ ଗଣେଶକୁ ପାଣିରେ ବିସର୍ଜନ କରିଦେବା ତାହାହେଲେ ଏସବୁ କଥା କହିବି କାହାକୁ? 


ମାମା ତୁମେ କହୁଛ ଆଉ ଗୋଟେ ଗଣେଶ ମୂର୍ତ୍ତି ଆଣିବା ତାହା ହେଲେ ଆଣିବା । ମୋର ମନା କରିବାର କିଛି ନାହିଁ । ଇଏ ବି ସାଙ୍ଗ ସିଏ ବି ସାଙ୍ଗ । ଆଗକୁ ଗଣେଶ ପୂଜା ଅଛି । କିନ୍ତୁ ମୋ ପସନ୍ଦର ଆଣିବା । ପୂଜା କରିପାରିବ ତ ମାମା ? 


ଗଣୁର କଥାରେ ତା ବାପା ମାଆ ଦୁହେଁ ସମ୍ମତି ପ୍ରକାଶ କରି ବଜାର ବାହାରିପଡିଲେ । ଗଣୁର ଏକା ଜିଦ ତା ବାପା ଉଚ୍ଚତାର ଗଣେଶ ମୂର୍ତ୍ତିଟି ନେବ । । ତା କଥାରେ ସିଏ ଯିଦ ଏବଂ ଅଟଳ । ବାପା ମାଆ ଦୁହେଁ ବହୁ କଷ୍ଟରେ ଗଣୁର କଥାରେ ରାଜିହେଲେ । ଘରକୁ ପ୍ରଭୁ ବିରାଜ କଲେ । ଗଣୁର ଜିଦ୍ ଏକମାସ ଧରି ମୂର୍ତ୍ତିଟିକୁ ଘରେ ରଖିବା । କିନ୍ତୁ ତାର ବାପା ମାଆ ଦ୍ୱନ୍ଦ୍ୱରେ ପଡିଗଲେ ପୂଜା କରିବ କିଏ ? ଦିନେ ଦୁଇ ଦିନର କଥା ନୁହଁ । 


ମାସଟିର କଥା ! 


ଚୁଡାଘସା,ବୁନ୍ଦିଆ ଏଵଂ ଲଡୁ ଭୋଗ ଲାଗିବ ପ୍ରତେକ ଦିନ ଗଣେଶଙ୍କ ଠାରେ । ଏପଟେ ଠାକୁର ଘରେ ଏତେସବୁ ଫୋଟକୁ ଆହୁରି ସାତଫୁଟର ଗଣେଷଟିଏ ! ବହୁ କଷ୍ଟରେ ମାସେ ପୂର୍ବରୁ ପୂଜା କରି ନପାରି ବିସର୍ଜନ କରି ଦେଲେ । 


ଗଣୁ ଆସି ତା ମାଆକୁ କହିଲା ଦେଖ ମାମା ତୁମେ ମାସେ ରଖି ପୂଜା ପାରିଲ ନାହିଁ ନୂଆ ଗଣେଶକୁ । କିନ୍ତୁ ମୋ ଗଣେଶକୁ ସବୁବେଳେ ପାଖରେ ରଖିଛି । ତୁମେ ତାହା ସହ ସାଙ୍ଗ ଭଳି ବ୍ୟବହାର କରୁନ ସେଥିପାଇଁ ତୁମମାନଙ୍କ ଠାରୁ ଦୂରେଇ ଗଲା । ମୋ ଗଣେଶ ଏବେ ଵି ମୋ ପାଖରେ ଅଛି । ମାମା ତୁମେ ଏତେ ଫୁଲ ଦେଇ,ପୂଜାପାଠ କରି ଠାକୁର ଉପରେ ରାଗିବା ଦରକାର ନାହିଁ । ଯାହା ତୁମର ମନର କଥା ତାଙ୍କୁ ଜଣାଇଦିଅ । ସେ ସବୁ ଠିକ୍ କରି ଦେବ । ମୁଁ ତାକୁ ଫୁଲ ଦେଉଛି ନା ପୂଜା କରୁଛି । ମୁଁ ଭକ୍ତିରେ ମନର କଥା ଜଣାଇଦେଉଛି । ଜଣାଇବା କ୍ଷଣି ମୋ କଥା ସେ ସବୁ ଶୁଣିନିଏ । ମୋତେ ଆଶୀର୍ବାଦ ଦିଏ । ଯେତିକି ଶକ୍ତି ସେତିକି ଭକ୍ତି କର । 


ବାପା ମାଆ ପୁଅର କଥାରେ ଅବାକ ହୋଇ ରହିଗଲେ ! 



Rate this content
Log in

Similar oriya story from Inspirational