STORYMIRROR

Sunanda Mohanty

Tragedy Fantasy Thriller

4  

Sunanda Mohanty

Tragedy Fantasy Thriller

ଗଣ୍ଠିଲି

ଗଣ୍ଠିଲି

5 mins
13

ମୋହ ମାୟା ଭରା ଘର ପରିବାର ଧରି ରହିଲା ଭିତରେ କେତେ ଅଘଟଣ, ଦୁର୍ଘଟଣା, କଷ୍ଟ, ଦୁଃଖ ଓ ଯନ୍ତ୍ରଣା ଥାଏ.ବାତ୍ୟା ଆସୁଛି ବୋଲି ସତର୍କ ଘଣ୍ଟି ବାଜୁଛି ଟିଭି, ରେଡ଼ିଓରେ.ବାତ୍ୟା ଆଶ୍ରୟ ସ୍ଥଳୀ, ସ୍କୁଲ ଘରକୁ ଯିବାକୁ ସମସ୍ତେ ବ୍ୟସ୍ତ ବିବ୍ରତ. କଣ ନେବେ କଣ ଛାଡିକି ଯିବାର ଭାବନା ଭିତରେ ଗୁଡେଇ ତୁଡେଇ ହେଉ ହେଉ ନିଜ ପରିବାରର ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ନେଇ କେତେ ଲୋକ ଗଲେଣି, କେତେ ଲୋକ ପ୍ରସ୍ତୁତ ହେଉଛନ୍ତି ଯିବାକୁ. ବୁଲିପଡ଼ି କିଏ ଚାହୁଁଛି ପଛକୁ. ନଡ଼ିଆ, ଗୁଆ, ସଜନା ଗଛ ସବୁ ଫେରିବା ବେଳକୁ ଥିବ କି ନା. କିଏ ଗାଇ ଦୁଇଟାଙ୍କ ପଘା ଧରି ଚାଲୁଛି ତ କିଏ ଛେଳି ଧରି ଅଡ଼େଇ ଅଡ଼େଇ ଚାଲିଛି.
    ବୁଢ଼ୀର କେହି ନାହିଁ. ସେ କିନ୍ତୁ ବଡ଼ ଗଣ୍ଠିଲିଟିଏ କଲା. ସେଥିରେ ନୂଆ ବୋହୁ ହୋଇ ଆସିଥିବା ବେଳର ଓଢଣୀ, ଶାଢ଼ୀ ଓ ବାପା ବୋଉ ଦେଇଥିବା ପାଉଁଜି, ବାଜୁବନ୍ଧ, ମଥାମଣି ସବୁକୁ ରଖୁ ରଖୁ ବୁଢା ଦାଦନରୁ ଲେଖିଥିବା ଚିଠି ସବୁକୁ ବାନ୍ଧି ସାରି ଚାହିଁଲା. ଚାହିଁଲା ବାଡ଼ିପଟକୁ. ଅମୃତ ଭଣ୍ଡା ଭରା ଗଛଟାକୁ ଆଉ ସଜନା ଗଛରେ ଓହଳି ଥିବା ଛୁଇଁ କେତେଟାକୁ. କେତେ ଯତ୍ନ ଓ ଆଶା ଭରସା ସବୁକୁ ଡେଇଁ ବୁଢ଼ୀ ତା ନୂଆଁଣିଆ ଚାଳ ଘରେ ପଶିଲା. ଭଙ୍ଗା ଖଟର ଗୋଟେ ଗୋଡ଼ ହୋଇଥିବା, ଖଣ୍ଡିଆ ଇଟାଗୁଡିକୁ ଟିକେ ସଜାଡି ଦେଇ ଉପରକୁ ଚାହିଁଲା. ମାଟି କାନ୍ଥରେ ପିଲା ଦୁଇଟାଙ୍କ ଷଠିଘର. ଭଗବାନ  ଗୋଟେ ଝିଅ ଓ ଗୋଟିଏ ପୁଅ ଦେଇ ପୁଣି ଦୁରକୁ ଠେଲିଦେଲେ ସିନା ହେଲେ ବୁଢ଼ୀ ତ ସେ ତିନି ଜଣଙ୍କୁ ଏବେବି ରଖିଛି ପାଖେ ପାଖେ.ଗେଲ କରୁଛି, କଥା ହେଉଛି. ଆଶୀର୍ବାଦ ଦେଇ ଆର ଜନ୍ମରେ କୋଳକୁ ଆସି ଏମିତି ଦୁରକୁ ଚାଲିଯିବନି କି ଫେରିଯିବନି ଦୁନିଆଁରୁ ବୋଲି କହି କାନ୍ଦୁଛି.ସେହିମାନେ ତ ତା ସଂସାର. ତାଙ୍କ ଷଠିଘର ତ ବୁଢ଼ୀର ପୁରନ୍ତା ସଂସାର. ସେପଟେ ଗାଡିରେ ଡାକଯନ୍ତ୍ର ବଜେଇ ବଜେଇ ଘୋଷଣା ପରେ ଘୋଷଣା କରୁଛି ଶୀଘ୍ର ବାତ୍ୟାଆଶ୍ରୟସ୍ଥଳୀ ସ୍କୁଲକୁ ଚାଲିଯିବା ପାଇଁ.
    ବୁଢୀଟି ପୁଣି ଚାହିଁଲା. ତା ପିଲା ଦୁଇଜଣଙ୍କର ଷଷ୍ଠୀଘର ଅସ୍ତିତ୍ୱ ହୁଏତ ମାଟି କାନ୍ଥ ସହିତ ମାଟିରେ ମିଶି ଯାଇଥିବ. ନା ସେ ଯେମିତି ହେଲେ ସେମାନଙ୍କ ଷଠିଘର ତାଡି ଗଣ୍ଠିଲିରେ ପୁରାଇ ନେଇଯିବ ସାଙ୍ଗରେ. ସ୍ୱାମୀଙ୍କ ସନ୍ତକ ଓ ପିଲାମାନଙ୍କ ସ୍ମୃତି ସବୁକୁ ନନେଇ ସେ ଯିବ କିପରି? ସେପଟେ ଗ୍ରାମବାସୀ ମାନେ ଅରୁଆ ଡ଼ାଲମା ଖାଇଲା ବେଳେ କିଏ କେମିତି ବୁଢ଼ୀଟି କାହିଁ ଦେଖାଯାଉନି ବୋଲି ଭାବୁଥିଲେ ବି କିଛି କରିବାର ନଥିଲା. ବାତ୍ୟାରେ ବର୍ଷାପାଣି ସହ କୋହଲା ପବନ ସୁ ସୁ ହୋଇ ମାଡିଆସିଲା. ସବୁ ଠପ ହୋଇଗଲା. ଆଶ୍ରୟସ୍ଥଳ ଆଉ ଆଶ୍ରୟସ୍ଥଳୀ ହୋଇ ରହିନଥିଲା. ଗୁହାଳ ହୋଇସାରିଥିଲା. କାହା ପାଖେ ଚୂଡ଼ା ଦି ମୁଠା ଥିଲା ତ କାହା ପାଖେ ବିସ୍କୁଟ ପ୍ୟାକେଟ. ବାତ୍ୟାରେ ସ୍ୱେଚ୍ଛାସେଵୀ କିଏ କୁଆଡେ ଗଲେ ନିଜ ନିଜ ଜୀଵନ ନେଇ. ଭିଡ଼ ଭିତରେ ବି ବୁଢ଼ୀ ଦିଶୁନଥିଲା. ତା କଥା ଭାବିବାକୁ ବି କାହା ପାଖେ ସମୟ ନଥିଲା.
   ତିନି ଦିନ ତିନି ରାତି ପରେ ଲୋକ ଫେରିଲେ. ଉଜୁଡା ସଂସାରକୁ ସଜାଡି ବାୟା ବସାଘର ପୁଣି ଠିକ ଠାକ କଲେ. ଗ୍ରାମରେ ରନ୍ଧା ଖାଦ୍ୟ ଦିଆଯାଉଥାଏ. ଚୂଡ଼ା, ଗୁଡ଼,ବିସ୍କୁଟ, ପାଣି ବୋତଲ ମିଳିବା ଭିତରେ କେହି ଜଣେ ବୁଢ଼ୀକୁ ଖୋଜି ନ ପାଇବାରୁ ତା ଘରେ ଯାଇ ଦେଖେତ ବୁଢ଼ୀ ଗଣ୍ଠିଲିଟିଏ ସହ ମାଟି କାନ୍ଥ ତଳେ ଚାପି ହୋଇ ପାଣି କାଦୁଅରେ ମରି ପଡିଛି. ଥାନାବାବୁ ଓ ସରପଞ୍ଚ ତା ନାମ ଠିକଣା ପଚାରି ତା ଉତ୍ତରାଧିକାରୀ ଠିକଣା ପଚାରିବା ବେଳେ କେହି ଜଣେ କହିପାକାଇଥିଲା, ଏଇ ଗଣ୍ଠିଲି.ଏଇ ଗଣ୍ଠିଲି ହିଁ ତାର ପରିଚୟ. ଥାନାବାବୁ ବୁଲି ଚାହୁଁଥିଲେ ଗଣ୍ଠିଲି ଆଡ଼େ, ବୁଢ଼ୀର ମାୟା ମୋହ ଭରା ଗଣ୍ଠିଲି ଆଡ଼େ.
    ଭୁତ ହେଲାପରେ ବୁଢୀକୁ ଯମଦେବ କହିଲେ ତୁମ ପାପ ପୁଣ୍ୟ ପରଖିବା ପରେ ତୁମକୁ କିଛି ଭଲ ଖବର ଦେବାର ଅଛି.କୁହ ତୁମ ମନ କଥା.ବୁଢ଼ୀ ଅଳକା କହିଲେ ଥରେ ପୃଥିବୀ ପୃଷ୍ଠକୁ ଯାଇ ମୋ ପରିବାରର ସମସ୍ତ ସଦସ୍ୟଙ୍କୁ ଭେଟିବାକୁ ଚାହେଁ. ତଥାସ୍ତୁ କହି ଯମଦେବଙ୍କ ଆଜ୍ଞା ପାଇ ବୁଢ଼ୀ ଆସିଲେ ସିଧା ଝିଅ ଘରକୁ. ଝିଅକୁ ଖୁବ ଭଲ ପାଆନ୍ତି ସେ. ଦ୍ୱିତୀୟ ସନ୍ତାନ. ପୁଣି ଝିଅଟିଏ. ତେଣୁ କିଛି କିଛି ନିଜ ଦ୍ୱାରା, ପରିବାର ଦ୍ୱାରା, ସମାଜ ଦ୍ୱାରା ଝିଅ ତାଙ୍କର କାଳେ ଅବହେଳିତ ହୋଇଛି କି ଭାବନା ତାଙ୍କ ଚିନ୍ତା ବଢ଼େଇ ଦିଏ. ସହଜେ ନାତୁଣୀଟିକୁ ଜନ୍ମ ଦେଲାପରେ ଝିଅ ତାଙ୍କର ଛୋଟ ମୋଟ ରୋଗରେ ଘାଣ୍ଟି ହେଲାବେଳେ ସେ ହନୁମାନ ଚାଳିଶା ବୋଲୁଥାଆନ୍ତି ତା ପାଇଁ. ତାକୁ କୁହନ୍ତି ନିଜକୁ ପ୍ରଭୁଙ୍କ ପଦାରବିନ୍ଦରେ ସମର୍ପଣ କରି ଥରେ ଦେଖେ ଝିଅ ପ୍ରଭୁ ପାଖେ ପାଖେ ଥିବେ. ପୁଣି ନାତୁଣୀଟାକୁ ସବୁବେଳେ ଜର, ଥଣ୍ଡା କାଶ ଲାଗିରହୁଥିଲା ଯେ ଅଳକା କେତେ ମାନସିକ ରଖନ୍ତି ତା ପାଇଁ. ନାହାକ, ପଣ୍ଡିତ, ଜ୍ୟୋତିଷ ଦେଖାଇ କେତେ ବର୍ଷରେ କଣ କଣ ସବୁ କରିବାକୁ ହେବ ମନେପକାଅଇ ଦେଉଥାଆନ୍ତି. ଏମିତି ସବୁ ପ୍ରତିକାର ତା ବିବାହ ପର୍ଯ୍ୟନ୍ତ ତତେ କରିବାକୁ ହେବ ଝିଅ. ମାଆ ହେବା ସହଜ କଥା ନୁହେଁ କହିଲେ ଝିଅ ତାଙ୍କର କହେ ମୋ ଝିଅ ପାଇଁ ତୁ ସବୁ କରେ ମାଆ. ଅଳକା କୁହନ୍ତି ହଁ କରିବି ଯେ ହେଲେ ତୋ ଝିଅ ବାହାଘର ଯାଏଁ ତ ଆଉ ବଞ୍ଚିନଥିବି ମୁଁ!କାହିଁକି ବଞ୍ଚିନଥିବୁ ମାଆ. ମୋ ଶାଶୁ ଓ ଶଶୁର,ତୋ ଠାରୁ କେତେ ବରିଷ୍ଠ ବା ସିନିଅର ହେଲେ ମଧ୍ୟ ବଞ୍ଚିଥିବେ କହୁଛନ୍ତି. ତୁ କାହିଁକି ନୁହଁ? ଅଳକା ବୁଝେଇ ଦିଅନ୍ତି ଯେ ସେଇଟା ତାଙ୍କର ସକାରାତ୍ମକ ଭାବନା. ଭଲକଥା କିନ୍ତୁ ମତେ ଲାଗୁନି ମୁଁ ଏତେ ବର୍ଷ ବଞ୍ଚିବି ତେଣୁ ମୋ ଧନ, ମୋ ଝିଅ ମୋ ମାଆ, ମୋ ନାତୁଣୀର ସବୁ ରିଷ୍ଟ ଯେପରି କଟିଯାଏ ସେଥିପ୍ରତି ଯାହା ସବୁ କହିଛି ମନ ଦେଇ ମନେ ରଖି କରାଇବୁ ତୋ ନିଜ ପାଇଁ ଓ ତୋ ସ୍ୱାମୀ, ସନ୍ତାନ ଓ ପରିବାର ପାଇଁ.
    ଭୁତ ରୂପେ ବୁଢ଼ୀ ଅଳକା ଯାଇ ଦେଖିଲେ ଝିଅ ଓ ଜୋଇଁ ବସି ନାହାକ ଡକାଇ କିଛି ପରାମର୍ଶ ବିମର୍ଷ ଚାଲିଛି. ଖୁସିରେ ଗଦଗଦ ହୋଇଗଲେ ଅଳକା. ଭାବିଲେ ଯା ହେଉ ମୋ କଥା ରଖି ମୋ ଝିଅ ଜଉତିଷ ବିଚାରଧାରାକୁ ଆପଣେଇ ନିଜର ଓ ନିଜ ପରିବାରର ମଙ୍ଗଳ ନିମନ୍ତେ ରିଷ୍ଟ କାଟିବା ପାଇଁ କୋଷ୍ଠିଗଣନା କରି ଶୁଭାଶୁଭ ବିଚାର ସହିତ ଆଶୁ ପ୍ରତିକାର କରିବା ଚେଷ୍ଟା ଚରିତ ଜାରି କରିଛି. କଣ କହୁଛନ୍ତି ନାହାକ ପଣ୍ଡିତ ଶୁଣିବାକୁ କାନ ଡେରିଲେ ଅଳକା. ପଣ୍ଡିତ କିଛି କହିବା ପୂର୍ବରୁ ଝିଅ ତାଙ୍କର କହୁଥିଲା ମୋ ମାଆ ମରିବାର ମାସେ ପାଖାପାଖି ହେଲାଣି ବାତ୍ୟାରେ କିନ୍ତୁ ସବୁଦିନ ମୋ ସ୍ୱପ୍ନରେ ଆସୁଛି ପୁଣି ଝିଅ ମୋର ବେଳେ ବେଳେ ରାତିରେ ଉଠି ଆଈ ଆଈ ବୋଲି ଚିତ୍କାର କରୁଛି. ପୁଣି ଦିନେ ଦିନେ ଜିଦ କରୁଛି ଆଈ ପାଖକୁ ଯିବା ଚାଲ. ବଞ୍ଚିଥିବା ବେଳେ ମାଆ ମତେ ଆଉ ମୋ ଝିଅକୁ ଖୁବ ଭଲ ପାଉଥିଲା ସତ ହେଲେ ମରିଯିବା ପରେ ମୋ ଟିକି ଝିଅ ଏମିତି କାହିଁକି ଆଈ ଆଈ ହେଉଛି, କିଛି ପ୍ରତିକାର କୁହନ୍ତୁ ମହାଶୟ. ମୋ ସ୍ୱପ୍ନରେ ସବୁବେଳେ ଆସିବାଟା ମତେ ଜମା ଠିକ ଲାଗୁନି.ମୋ ଟିକି ଝିଅ ମୃତ୍ୟୁ ବିଷୟରେ କିଛି ନଜାଣି ମତେ ଆଈ ପାଖକୁ ନେଇ ଚାଲ କହିବାରେ ଭୀଷଣ ଡର ଭୟ ଆସୁଛି. କିଛି ଉପାୟ କରନ୍ତୁ ମହାଶୟ. ମୋ ମାଆ ଯେମିତି ଆଉ ମୋ ସ୍ୱପ୍ନରେ ନଆସୁ ଆଉ ମୋ ଝିଅ ଆଈକୁ ଭୁଲିଯାଉ. ଝିଅ କଥା ଶୁଣି ଖୁବ କାନ୍ଦୁଥିଲେ ବୁଢ଼ୀ. ନିଜ ଗାମୁଛା ବଢ଼େଇ ଆଖିରୁ ଲୁହ ପୋଛି ଫେରିଚାଲ ବୋଲି ଯମଦେବ କହିଲେ.ଆଜିର ସମୟ ସରିଛି. ଚାଲ ଏଥର.ଚାଲୁ ଚାଲୁ ଅଳକା କହୁଥିଲେ ମୋ ଝିଅ, ନାତୁଣୀ, ଜୋଇଁ ଓ ତା ପରିବାରକୁ ଘଣ୍ଟ ଘୋଡେଇ ରଖ ପ୍ରଭୁ.ଯାଉ ଯାଉ ବୁଲି ଚାହୁଁଥିଲେ ଗାଁ ଘରେ ପଡ଼ିଥିବା ସେଇ ଗଣ୍ଠିଲଟି ଆଡେ. ଯୋଉଟାକୁ ଫିଙ୍ଗି ତାଙ୍କ ବୋହୁ ବାତ୍ୟାରେ ମରିଥିବା ବୁଢ଼ୀ ପାଇଁ ସରକାରୀ ସାହାଯ୍ୟ ହାତେଇ ନେବାକୁ ଉଦ୍ୟମ ଜାରି ରଖିଥିଲା.ତଥାପି ପୁଅ ବୋହୁ ଓ ନାତିଙ୍କୁ ଦେଖିବାକୁ ମନ ବଳାଇ ପହଁଚିଲେ ନିଜ ଘରେ. ବାତ୍ୟାରେ ମରି ଅତୀତର ଜିଅନ୍ତା ମାଆ ଅଳକାଙ୍କ ଭୂତ ନଜରୁ ରକ୍ଷା ପାଇବା ପାଇଁ ବୋହୁ ଜଉତିଷ ଡକାଇ କେତେ କଣ ଉପଚାର କରି ଚାଲିଥିଲା ବେଳେ ନାତିଟା ଜେଜେମା ଜେଜେମା ହେଉଥିଲା. କହୁଥିଲା ଜେଜେ ମାଆ ପାଖକୁ ଯିବି. ମତେ ଜେଜେମାଆ ପାଖକୁ ନେଇଚାଲ ତ ବୋହୁ ନାତି ପିଠରେ ଦୁଇ ବିଧା କସି ଦେଇ କହୁଥିଲା ଜେଜେମା ପରା ଅତୀତରୁ ଭୂତ ହୋଇ ସାରିଲେଣି ତତେ ଭୂତ ଭୟ ନାହିଁନା କଣ!ତଥାପି ନାତି ବୁଝୁନଥିଲା କହୁଥିଲା ଏ ଗଣ୍ଠିଲରେ ଜେଜେମା ମୋ ପାଇଁ କେତେକଥା ରଖିଛନ୍ତି କହି ଗଣ୍ଠିଲି ଖୋଲିଲା ବେଳକୁ ନାତିକୁ ଅଟକେଇବାକୁ ଜେଜେମଙ୍କ ଭୂତ ସିନା ପାରୁନଥିଲା ହେଲେ ବୋହୁ ଗଣ୍ଠିଲଟାକୁ ଏମିତି ଫୋପାଡ଼ିଲା ଯେ ବାକି ଥିବା ମଲା ମାଆର ପଇସା ଧରି ଫେରୁଥିବା ପୁଅ ଦେହରେ ବାଜି ଗଣ୍ଠିଲଟି ଫିଟିପଡ଼ିଲା ବେଳକୁ ଅଳକାଙ୍କ ଭୂତ ହାଁ ହାଁ କରୁ କରୁ କିଛି କରିପାରୁନଥିଲେ. ଜମଦେବ କହୁଥିଲେ ଶୀଘ୍ର ଫେରିଚାଲ.ଭୂତ ଅଳକା ତଥାପି କହୁଥିଲେ ମୋ ପୁଅ ବୋହୁ ନାତଙ୍କୁ ଘଣ୍ଟ ଘୋଡେଇ ରଖ ପ୍ରଭୁ. ତାଙ୍କୁ ଆୟୁଷ, ଆଶିଷ ଦେଇ ନିରୋଗ ରଖିଥାଅ.
,,,,,,,,,,,,,,,,,,,,,



Rate this content
Log in

Similar oriya story from Tragedy