STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ଗଣେଶ ପୂଜା

ଗଣେଶ ପୂଜା

2 mins
199


ଗାଡି ଆଗକୁ ଗଡୁଥିଲା ତ ଝିଅ କହୁଥିଲା ଦେଖ ଦେଖ କି ସୁନ୍ଦର ଦୃଶ୍ୟ, କି ମନୋହର ଦେଖିଲୁ ମାଆ, ଲୋକ କେତେ ପଇସା ଟଙ୍କା ଖର୍ଚ୍ଚ କରି ଦାର୍ଜିଲିଂ, ସିମଲା, ଉଟ୍ଟି, ମନାଲି ଇତ୍ୟାଦି ଜାଗା ଯାଉଛନ୍ତି ଏମିତି ସବୁ ପ୍ରାକୃତିକ ଦୃଶ୍ୟ ଦେଖିବାକୁ ଆଉ ତୁ ଏଇ ଓଡ଼ିଶାରେ ଏତେ ପାଖରେ ଏ ସବୁ ଦୃଶ୍ୟ ଦେଖି ମଧ୍ୟ ଖାଲି ଯିବୁଯିବୁ ଲଗେଇଛୁ l


 ଦୂରରୁ ନଜର ପହଁରେଇ ଆଣିଲି ପ୍ରକୃତରେ ଘାଟି ଉପରେ ଗାଡି ଭିତରୁ କି ସୁନ୍ଦର ଦୃଶ୍ୟ, ସୂର୍ଯ୍ୟ ମାଆ କୋଳକୁ ଫେରୁଛନ୍ତି, ହସିଦେଲା ଝିଅ ମାଆ କୋଳକୁ ନା ଆଉ କିଛି, ଏତେ ପାଠ ଶାଠ ପଢି ତୁ ଯଦି ସୂର୍ଯ୍ୟ ମାଆ କୋଳକୁ ଯାଉଛନ୍ତି କହିବୁ, ଝିଅ କୁ ଘଡ଼ିଏ ଚାହିଁଲି, ପ୍ରକୃତରେ ଆକାଶ, ମାଟି, ପାଣି ପବନ ତଥା ଦିଗ ସବୁକୁ ମାଆ ବୋଲି ସମ୍ବୋଧନ କରିବା ବୟସ ତାର ହେଇନି ତ ମୁଁ ହସିଦେଲି, ମୁଁହ ମୋଡ଼ି ଝିଅ କହୁଥିଲା ଆମ ସହରରେ ଏତେ ସୁନ୍ଦର ପ୍ରାକୃତିକ ଦୃଶ୍ୟ ଅଛି ନା??, ହସିଦେଇ ଦେଖୁଥିଲି ପ୍ରକୃତରେ ଖୁବ ସୁନ୍ଦର ହେଲେ ଫେରିଲା ବେଳେ ଟ୍ରେନ ରୁ ଓଲ୍ହେଇ ଟାକ୍ସି ରେ ଭୁବନେଶ୍ୱର ରୁ ପୁରୀ ଫେରିବା ବାଟରେ ଝିଅ ତ ସାଙ୍ଗରେ ନଥିଲା, ହେଲେ ସେହି ସମୟ, ସୂର୍ଯ୍ୟଙ୍କର ମାଆ କୋଳକୁ, ପକ୍ଷୀ ସବୁ ଆକାଶକୁ, ଗାଈଗୋଠ ସବୁ ଧୂଳି ଉଡେଇ ଘରକୁ ଫେରିବା ବେଳେ ପଶ୍ଚିମ ଆକାଶକୁ ଦେଖେଇବାର ସୁଯୋଗ ମୋ ଝିଅ ପାଇଲା କେବେ ଯେ ଦେଖିବ ଏସବୁ ସୌନ୍ଦର୍ଯ୍ୟ !


   ପାଠ ପଢା, ତାପରେ ଚାକିରୀ ତ ସଙ୍ଗେ ସଙ୍ଗେ ବାହାଘର, ଭଲ ଘର ଭଲ ବର ପାଇ ପ୍ରସ୍ତାବ ଛାଡିବାର ହିଁ ନଥିଲା, ଆଉ ଏ ଦୃଶ୍ୟ କେମିତି କେତେବେଳେ ଉପଭୋଗ କରିପାରିଥାନ୍ତା ମୋ ଝିଅ !, ଚାହିଁଲି ଆକାଶ କୁ,କଳା ଧଳା ବାଦଲ ଭାସିଯିବା ଉପରେ ବୁଡ଼ିଯାଉଥିବା ସୂର୍ଯ୍ୟଙ୍କର ରକ୍ତିମ ଆଭା ଲାଲିମା ରଂଗ ସହ ଉଜ୍ଜ୍ୱଳ କିରଣ ର ଚମତ୍କାର ପ୍ରତିଫଳନ, ବଉଦ ର ବିଭିର୍ଣ୍ଣ ଆକୃତି ଚାରିପଟେ କି ସୁନ୍ଦର ବିଜୁଳି ସଦୃଶ ଆଲୋକ ମାଳା ।


ହଠାତ ତା ଭିତରୁ ଗଜାନନ ଙ୍କ ଅବୟବ ପରି ବାଦଲ ଓ ଚାରିପଟେ ସୂର୍ଯ୍ୟଙ୍କ ଆଲୋକରୁ ବିଛୁରିତ ବର୍ଣ୍ଣାଳି, ଭିଡ଼ିଓ କରି ଧରି ରଖିବାକୁ ଯେତେ ପ୍ରୟାସ କଲେ ବି ଗାଡି ଗଡିଯାଉଥିବାରୁ ଅବିକଳ ଗଣେଶ ଙ୍କ ଆକୃତି ଧରି ରଖି ନପାରିଲେ ବି କିଛି ଚମତ୍କାର ଦୃଶ୍ୟ ର ଭିଡ଼ିଓ ଝିଅ ପାଖକୁ ପଠେଇ ଥିଲି ଆଉ ତାର ଉତ୍ତର "ଆମର ଏଠି ଖୁବ ଅଛିରେ", ମନ ଭାଙ୍ଗି ନଯାଇ କୁଣ୍ଢେମୋଟ ହୋଇଗଲା ଯାହେଉ ମୋ ଝିଅ ତା ନିଜର ବୋଲି ଶାଶୁଘରକୁ ଭାବି ସାରିଲାଣି, ଆପଣେଇ ନେଲାଣି ଆଉଗୋଟିଏ ସହରକୁ ନିଜର କହି ତ ଆସନ୍ତା କାଲି ଗଣେଶପୂଜା ଶୁଣି ଝଟକା ଖାଇ ଅପ୍ରସ୍ତୁତ ନୁହେଁ ପରମ ଆନନ୍ଦ ରେ ମୁଁ ମୋ ସହର କୁ ଫେରୁଥିଲି କଥାରେ ନାହିଁ, ମାଆ ଝିଅ ମନ୍ଦିର କୁ ଗଲେ, ଯେଝା ସୁଖ ଯିଏ ମନାସିଲେ, କଥାଟା କିନ୍ତୁ ମୋ ଝିଅ ଜମା ବୁଝିପାରୁନଥିଲା ତ ମୁଁ କେବଳ କହିଥିଲି ବୟସ ହେଉ ଆପେ ବୁଝିଯିବୁ ସେ ଫୋନ କାଟିଦେଉଥିଲା,ମୁଁ କିନ୍ତୁ ଖୁସି ଥିଲି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational