STORYMIRROR

Sunanda Mohanty

Abstract Fantasy Children

4  

Sunanda Mohanty

Abstract Fantasy Children

ଗଙ୍ଗାମାଆ

ଗଙ୍ଗାମାଆ

1 min
292

ପିଲାଟିକୁ ଆଜି ମୁଣ୍ଡ ସଫା କରି ଗାଧେଇବା ପରେ ଅବୁଝା ହୋଇପଡ଼ିଲା, ଜମା ବୁଝୁନଥିଲା ବରଂ ରାହା ଧରି କାନ୍ଦୁଥିଲା। ଆମ୍ବଗଛରେ ବସିଥିବା କାଉ, ଉଡିଯାଉଥିବା ବଣି ଓ ଘରଚଟିଆ, ଆମ୍ବ ଗଛରେ ଫଳିଥିବା ଆମ୍ବକୁ ଦେଖାଇ ମଧ୍ୟ ନୁହେଁ। ଯେତେ କଣ୍ଢେଇ, ଗାଡ଼ି, ଟିଭି ଦୃଶ୍ୟରେ କାର୍ଟୁନ୍ ଶୋ, କୋଉଥିରେ ବି ବୁଝୁନଥିଲା କାନ୍ଦୁରା ପିଲା । ଶେଷକୁ ଜେଜେମା ଲୋରୀ ଗାଇଲେ, ତଥାପି ବୁଝୁନଥିଲା ତ ଆଲମିରା ଉପରେ ଜରିରେ ଥୁଆ ହୋଇଥିବା କଲରର୍ଫୁଲ ଗୋଡ଼ି ଗୁଡ଼ିକ କାଢ଼ି ଗଦେଇ ଦେବା ପରେ ବୁଝିଗଲା ପିଲାଟି।

ଡର ଥିଲା ଛୋଟ ପିଲାଟି ଗୋଡି ଗୁଡ଼ିକ ପାଟିକୁ ନେଉଥିଲା, କାଳେ ଢୋକିଦେବ ବୋଲି ଭୟ ମଧ୍ୟ ରହିଥିଲା । ଘରକୁ ଆସିଥିବା ଆଇ ଅଜା ଗଙ୍ଗାଦେବୀଙ୍କ କୂଳରୁ ସଂଗ୍ରହ କରି ଆଣିଥିବା ଅପେକ୍ଷାକୃତ ବଡ, ସାବଲୀଳ, ସୁନ୍ଦର ଆକୃତି ବିଶିଷ୍ଟ ଗୋଡି ବା ପଥର ଗୁଡ଼ିକ ଦେଲେ ପିଲାଟିକୁ ଖେଳିବାକୁ, ଆଉ କୌଶଳରେ ରଖିଦେଲେ । ପୂର୍ବରୁ ଦିଆଯାଇଥିବା କଲର ଫୁଲ ଛୋଟ ଛୋଟ ଗୁଡ଼ିଗୁଡ଼ିକ, ଯାହା ଆକ୍ୱାରିଅମ ପାଇଁ ଅଣାଯାଉଥିଲା। ପିଲାଟି ମଧ୍ୟ ବୁଝିଗଲା, ଆଉ ଗୋଟେ ଦିଟା ଧରି ଏଘରୁ ସେଘର ଦୌଡ଼ିଗଲା।

ଡ୍ରଇଂ ରୁମ୍ ରେ ଜେଜେଙ୍କ ସଙ୍ଗେ ବସି କଥା ହେଉଥିବା ଜୈନିକ ବ୍ୟକ୍ତି ପଥର ଟିଏ ଧରି କୋଉଠୁ ପାଇଲେ ? ଏଗୁଡ଼ିକ ମୂଲ୍ୟବାନ ରତ୍ନପଥର ବୋଲି କହି, ସେଗୁଡିକ ଯତ୍ନ ରେ ରଖିବାକୁ କହୁଥିଲାବେଳେ, ଆଇ କହୁଥିଲେ ଗଙ୍ଗା ମାଆଙ୍କ ଦାନ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract