ଗଳ୍ପାୟନ ଗଳ୍ପ‐୬
ଗଳ୍ପାୟନ ଗଳ୍ପ‐୬
ମୋହନ ପଣ୍ତା ବୋଲି ବ୍ୟବସାୟୀଟି ହତାଶ ହୋଇ ବସିଥିଲା ଦାଣ୍ତ ଦୁଆରେ । ତା ପାଖରେ ଆଜି ବେପାର ପାଇଁ ଜିନିଷ ନାହିଁ, ତା ମୁହଁ ଶୁଖିଯାଇଛି । ସେ ଆଗ ଭଳି କିଏ ପରିବା ନେବ ଆସ ମାଆ ଭଉଣୀ ଏମିତି ଡାକରାରେ କିଛି କହୁନି ।
ତା ପାଖକୁ ଗଲି । ପଚାରିଲି ଏ ମୋହନ କଣ ହୋଇଛି । ତୋ ନୂଆ ବୋହୁ ମାନେ ଭଲ ପଚାରୁଛନ୍ତି ତ? ଭଲ ରୋଷେଇ କରୁଛନ୍ତି କି ରେ?
ବାସ! ଏତିକି ଶୁଣି ଭୋ ଭୋ ହୋଇ କାନ୍ଦି ଉଠିଲା ।
ଆରେ ବାବା କଣ ହୋଇଛି ତ କହ ?ତୁ କାନ୍ଦିଲେ ମୁଁ କଣ ବୁଝିପାରିବି । କହିଲୁ କଣ ହୋଇଛି?
ମୋହନ ନମ୍ର ସ୍ୱରରେ କହିଲା ମାଆ ତମେ ମୋତେ ଗୋଟିଏ ସାହାଯ୍ୟ କରିବ । ମୁଁ ତମକୁ ଧୋକା ଦେବିନି ।
ମୁଁ ପଚାରିଲି ଆରେ କଣ କହ ତ ଆଗ?
ସାହାସ ହେଉନଥାଏ ତାର ,ସବୁ କଥା କହିବାକୁ । ତଥାପି ମନ ଦୄୄୄଢ କଲା । ଛେପ ଢୋକି ଟିକେ ଷ୍ଟ୍ରଙ୍ଗ ଭଳି ବସିଲା ଆଉ କହିଲା ମାଆ ଆଜି ମୁଁ ଏକା । ତମେ ତ ଜାଣିଛ ମୋ ସ୍ତ୍ରୀ ଏ ଦୁନିଆ ଛାଡି ଚାଲିଯିବା ପରଠାରୁ ପିଲାମାନଙ୍କୁ କେମିତି ବଡ କରିଛି । ନିଜେ ମାଆ ଆଉ ବାପାର ଅଭିନୟ ଭିତରେ ଟଙ୍କା ଅର୍ଜି ପିଲାଙ୍କୁ ପୋଷିବା ନିଶାରେ ନିଜ କଥା ପାଶୋରିଦେଇଥିଲି । ହେଲେ ଆଜି ପିଲାମାନେ ମୋତେ ଜ୍ଞାନ ଦେଇଦେଲେ । ମୋତେ ଏକା କରିବା ପାଇଁ ଘରୁ ଧକ୍କା ଦେଇ ବାହାର କରିଦେଲେ ।
ତୁ ସତ ନା ମିଛ କହୁଛୂ? ଆଜି ପୁଣି ମିଛ ଗଳ୍ପ କହୁନୁ ତ!
ମୋହନ କହିଲା ନା ମାଆ । ଆଜି ମୁଁ କାହା ନାମରେ ନୁହଁ ମୋ ନାମରେ କହୁଛି । ମିଛ କାହିଁକି କହିବି?
ଆଚ୍ଛା ହେଉ ତୁ କହ ତ ଖାଇଛୁ କି ନାହିଁ ?
ମୋହନ କହିଲା ଖାଇବାକୁ ଢେର ସାରା ମିଳିଛି । ପେଟରେ ଆଉ ସ୍ଥାନ ନାହିଁ ପିମ୍ପୁଡିଟିଏ ବି ପଶିବାକୁ । ମୋ ଖାଇବା ଚିନ୍ତା କରନି ମାଆ । ଆଜି ଯେତିକି ଖାଇଛି ନା ସେତିକ ଏ ଜନ୍ମରେ ଆଉ ପେଟରୁ ମନରୁ ଖାଲି ହେବନି । ପୁଣି ଥରେ କହି କହି କାନ୍ଦି ପକାଇଲା ।
ମୁଁ ଜାଣିଦେଲି ଯେ ପିଲାମାନେ ଖୁବ କଷିଦେଇଛନ୍ତି । କାରଣ ପଚାରିବାରୁ କହିଲା ମୋ ବ୍ୟାଙ୍କ ଖାତା କି ଆଧାରକାର୍ଡ ଭୋଟର କାର୍ଡ ଗୂଡିକ ବି ଆଣିବାକୁ ଦେଲେନି ।
ମୁଁ ଗୋଟିଏ ପ୍ଲାନ କଲି । ଭୋଟର ଆଧାର ଦେଲେ ହିଁ ଖାଦ୍ୟ ଦେବି ବୋଲି ଆରମ୍ଭ କଲି । ସେତିକି ସମୟ ଭିତରେ ବ୍ୟାଙ୍କଖାତା ବ୍ଲକ କରିଦେଇ ଆସିଛି । ମୋହନ ଏବେ ରହିଛି ବିଦ୍ୟାଳୟ ପିଅନ ଭାବେ ସେଠିର ଏକ କୁଡିଆ ଘରେ ।
ପୁଅମାନେ ସମସ୍ତଙ୍କର ଆଧାର ଭୋଟର ଆଣିଲେ । ସମସ୍ତଙ୍କର ଫୋଟ କାଢିବାକୁ ବାଧ୍ୟ ହେଲି । କାରଣ ଜଣଙ୍କ ପାଇଁ ବୋଲି ଆଜି ବଡ ସାହାଯ୍ୟ ହେବ । ଗୋଟିଏ ଖାତାରେ ସବୁ ନମ୍ବର ବି ଟିପିଦେଲି । ନାମ ଓ ନମ୍ବର ଲେଖୁ ଲେଖୁ ସଞ୍ଜ ଗଡିଗଲା । ଅନ୍ୟ ସମସ୍ତେ କାଲିକି ଆସ କହିଦେଲି । ରାସ୍ତାରେ ପ୍ରିଣ୍ଟ କାଢି ମୋହନ ହାତରେ ଭୋଟର କାର୍ଡ ଆଉ ଆଧାର କାର୍ଡ ଧରାଇଦେଲି ।
ମାଆ ତମର କି ବିଚକ୍ଷଣ ବୁଦ୍ଧି କହି ଭୂୟସୀ ପ୍ରଶଂସା କରି ଲାଗିଲା । ତାପର ଦିନ କଣ୍ଟ୍ରୋଲରେ ଆଉ ମାଗିଲିନି କି ଲେଖିଲିନି । ଲୋକମାନେ ପଚାରିଲେ ବହୁତ ପ୍ରଶ୍ନ । ଦେଖାଯାଉ କିଏ କେତେ ଜଣ ଏବେ ସାଥ ଦେବେ ମୋହନର ।
ପିଅନ ଭାବେ ସ୍କୁଲରେ ରଖିଲ ମୋ କାର୍ଡଗୁଡିକ ଆଣିପାରିଲ ତା ଠାରୁ ଅଧିକ କଣ ଦରକାର ମାଆ । ଏମିତିରେ ମୋହନ ଏବେ ବୁଢା ହୋଇଗଲାଣି । ତଥାପି ମନରେ ସେ ଷ୍ଟ୍ରଙ୍ଗ ।
ମୋହନ ସେଦିନ ଠାରୁ କେବେ ହେଲେ କାନ୍ଦିନି କି ନିଜ ପିଲାଙ୍କ ବିଷୟରେ ମୋତେ କହିନି ।
