STORYMIRROR

Gobinda Behara

Drama

3  

Gobinda Behara

Drama

ଘର

ଘର

3 mins
175

ଘରଟିଏ ଗଢିବାକୁ ଘର ସଂସାର କରିବାକୁ କାହାର ବା ଆଶା ନଥାଏ । ସେମିତି ପକ୍ଷୀ ଟିଏ କାଠି କୁଟା ଧରି ମନରେ ଉତ୍ସହ ଉତ୍କଣ୍ଠା ନେଇ ନୀଡ଼ ଟିଏ ରଚନା କରେ ତାକୁ ନେଇ ତା ଆଖିରେ ଅସୁ ମାରି ସ୍ଵପ୍ନ ଦେଖି ଥାଏ । ହେଲେ ସେ କଣ ଜାଣି ଥାଏ ଅଦିନିଆ ଝଡ଼ରେ ଆଶା ଭରସାର ସ୍ୱପ୍ନର ନୀଡ଼ ଟା ଏମିତି ତଳେ ଲୋଟି ଯିବ ବୋଲି ତଥା ବି ତା ମନରେ ତିଳେ ମାତ୍ର ଦୁଃଖ ନଥାଏ କାରଣ ଘର ସଂସାର କରିବାର ଉଦବେଗ ଉଚ୍ଛସ ତାକୁ ସତ ବଳ ଯୋଗାଇ ଥାଏ ସେ ଫୁଣି ଥରେ ନୀଡ଼ରଚନା କରେ ।


ସେମିତି ସୁନାକର ମନରେ ଘର ଗଢିବାର ଇଚ୍ଛା ମନରେ ମୁଟ ବାନ୍ଧି ଥିଲା । ଧର୍ମପତ୍ନୀ ମନ୍ଦାକିନି ମଧ୍ୟ ସ୍ୱାମୀଙ୍କର ସବୁ କଥାରେ ସାଥ ଦେଉଥିଲେ , ଦେବେନି କେମିତି! ଯେତେ ହେଲେ ହାତ ଧରି ବାହା ହୋଇଛନ୍ତି , ଯେତେ ବେଳେ ଦୁଃଖର ସୁଖର ସାଥି ହେବାକୁ ପଡିବ । ବାପ ଗୋଶାପ ଅମଳରୁରହି ଆସି ଥିବା ପୁରୁଣା ଖଞ୍ଜା ଘର କୁ ଭାଙ୍ଗି ନୂଆ ଘର ଖଣ୍ଡକ କରିବାକୁ ସୁନାକର ସ୍ତିର କଲା ହେଲେ ସତ ବଳୁନି ଘର ଭାଙ୍ଗି ବାକୁ । ବାପା ଗୋଶାପ ଅମଳର ଏହି ଖଞ୍ଜା ଘର କେତେ ଲୁହ ଲହୁ ଭଲ ମନ୍ଦ ସବୁ ଦେଖିଛି । ପୁରୁଷ ପୁରୁଷ ଅମଳର ମୂକ ସାକ୍ଷୀ ହୋଇରହି ଆସିଛି ବାପା ଜେଜେ ଙ୍କର କେତେ ପରିଶ୍ରମ ଝାଳ ନିଗିଡ଼ାଇ ସେମାନେ ଗଢି ଛନ୍ତି ସେ ଭାଙ୍ଗି ଦେବ । ଖଣ୍ଡ ମଣ୍ଡ ଳରେ ଆଉ ପୁରୁଣା ଖଞ୍ଜା ଘର କାହାର ଆଉ ନାହିଁ ସବୁ ଭାଙ୍ଗି ଦେଲେଣି କେବଳ ଆମରି ଯାହା ଅଛି ।


ଦାୟାଦ ଭାବରେ ମୁଁ ଭାଙ୍ଗି ପାରିବି ନାହିଁ ବରଙ୍ଗରୁଅ ବାଉଁଶ ଖଞ୍ଜି ଭାଙ୍ଗି ଯାଇଥିବା ଅଂଶକୁ ସଜାଡି ଦେବି ଯେଉଁଠି ଯେଉଁଠିରୁଅ ବାଉଁଶ ଦଣ୍ଡା କାଠ ଭାଙ୍ଗି ଯାଇଥିଲା ନୂଆ ଦେଇ ତାକୁ ମରା ମତି କରି ନେଲା । ଲୋଟି ପଡି ଥିବା ଘରଟା ଫୁଣି ମଜଭୁତ ହୋଇ ଗଲା । ବର୍ତ୍ତ ମାନ ସମୟରେ ଘର ଖଣ୍ଡକ କରିବା କେତେ ଜେ କଷ୍ଟ ଜିଏ କରିଛି ସେ ଏକା ଜାଣିଛି ।


କିଛି ଦିନ ପରେ ମନ୍ଦାକିନି କୋଳରେ ପୁତ୍ର ସନ୍ତାନ ଟିଏ ଜନ୍ମ ନେଲା । ମନ୍ଦାକିନି ସୁନାକରଙ୍କ ଖୁସି କହିଲେ ନସରେ ଖୁସିରେ ଆତ୍ମ ହରା ହେଇ ଯଉ ଥାନ୍ତି ଦୁହେଁ । ପୁର ନାରଖି ଥିଲେ ଜୀବନ ନିଜ ଜୀବନ ଠୂବି ଦୁହେଁ ଭଲ ପାଉଥିଲେ ସ୍ନେହ ମମତାର ପରଶରେ ଦିନକୁ ଦିନ ବଡି ବାକୁ ଲାଗିଲା ଜୀବନ ଜୀବନର ପାଞ୍ଚ ବର୍ଷ ପରେ କନ୍ୟାରତ୍ନ ଟିଏ ଜନ୍ମ ନେଇଥିଲା ତା ନା ରଖିଥିଲେ ଆଶା ସତେ ଯେମିତି ଅନ୍ଧାରି ମୁଲକରେ ଆଶାର କିରଣ ସଂଚାର କରିଥିଲା ।


ଆଶା ଜୀବନକୁ ନେଇ ସୁନାକର ଆଖିରେ ଆଖି ଏ ସପ୍ନ ଯେମିତି ଆକାଶ ଭଷା ବୌଦ ପରି ଭାସି ବୁଲୁ ଥିଲେ । ପୁଅ ବଡ଼ ହେବ ଭଲ ଚାକରି କରିବ ମଣିଷ ପରି ମଣିଷ ଟିଏ ହେବ ବାପା ମା, ଙ୍କର ନାରଖିବ ଭଲ ସୁନା ନାକି ବାହୁଟିଏ ଘରକୁ ଆଣିବେ । କାଠି କୁଟାର ତାର ଛୁଟିଆ ସଂସାର ହସ ଖୁସିରେ ଫାଟି ପଡିବ ଖୁସିରେ ଉଛୁଳି ଉଠିବ । ଆଶା କୁ ଭଲ ଘର ଭଲ ବର ଦେଖି ବାହା ଦେବ ଘର ଅଗଣାରେ ତାର ବେଦୀ ବନ୍ଧା ଯିବ ଘର ଏରୁଣ୍ଡିରୁ ତାର ସଵାରୀ ଉଠିବ ଆହୁରି କେତେ କଣ ତା ଭାବ ନାରେ ଯେମିତି ଅନ୍ତ ନଥିଲା ।


ସମୟର ଘୃନ ନରେ ସବୁ କିଛି ଓଲଟ ପାଲଟ ହୋଇ ଗଲା ସୁନାକର ଦେଖି ଥିବା ସ୍ୱପ୍ନ ସବୁ ଦିବା ସ୍ୱପ୍ନ ପରି ମନରେ ମେଳେଇ ଗଲା । ଯେତେ ବେଳେ ଜୀବନ ଗୋଟେ ଝିଅକୁ ପ୍ରେମ ବିଭାହ କରି ଘରକୁ ବହୁ କରି ନେଇ ଆସି ଥିଲା । ସପ୍ତ ଧକା ଲାଗି ଥିଲା ତା ବାପ ପଣିଆକୁ ଗାଁ ସାଇ ଭାଇଙ୍କ ଥଟା ପରି ହାସ ତାକୁ ଅସ୍ତ୍ର ବିଧ ପରି ମନେ ହେଉ ଥିଲା, ମାନ ସନ୍ନମାନ ଇଯତ ମହତ ସବୁ ଗଲା ନିଜର ମୁରବି ପଣିଆକୁ ସତ ଧିକାର କରୁ ଥିଲା ସେ । ନିଜର ସ୍ଵଭିମାନ ଖାତିର ଟାଣ ପଣ ସବୁ ତଳେ ପଡି ଗଲା । ଚାରି ପାଞ୍ଚ ଖଣ୍ଡ ଗାଁରେ ତାର ଯେଉଁ ଖାତିରି ଟିକ କ ଥିଲା ସେତକ ବି ଗଲା । ଛାଡ଼ କହିବ ବା କାହାକୁ ଆପଣା ସୁନା ତ ଭେଣ୍ଡି । ଯୁଗତ ସେଈଆ ପୁଅ ବଡ଼ ହେଲା ପରେ ବାପା, ମା କିଛି କହିବା ଭାବିବା ନିରର୍ଥକ ।

କ୍ରମଶଃ.........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Gobinda Behara

ଘର

ଘର

3 mins ପଢ଼ନ୍ତୁ

Similar oriya story from Drama