STORYMIRROR

Gobinda Behara

Tragedy

2  

Gobinda Behara

Tragedy

ଗଳ୍ପ -ଘର

ଗଳ୍ପ -ଘର

3 mins
100


ଜୀବନ ବାହା ହୋଇ ଘରକୁ ବହୁ ଟିଏ ଆଣିଲାନି ତ!ଗୋଟେ କାଳ ନାଗୁଣୀ କୁ ଆଣି ବେକରେ ବାନ୍ଧି ଲା ବୋଲି ଜାଣ lଛୋଟ ଛୋଟ କଥା କୁ ନେଇ ଘରେ ଆରମ୍ଭ ହୋଉ ଗଲା କଳି ଝଗଡା ର ତୁମ୍ଭି ତୁଫାନ, କଥା କଥାରେ ଖଣ୍ଡ ଯୁଦ୍ଧ, ରିତି ମତ ରାମ ରାବଣ ର ଯୁଧ୍ୟ lଘର ନୁଁହେତ ଗୋଟେ ରଣ ଭୂମି lସୁନା କର ଗାଁ ସାଇ ଭାଇରେ ମୁଣ୍ଡ ଟେକି ଚାଲିବା ତା ପାଇ ଯେମିତି କାଠିକର ପାଠ ପାଲଟି ଯାଇଛି lଘର ପାଖ ପଡୋଶୀ ସାଇ ଭାଈ ମାନେ ସୁନା କର ଘରର ଏପରି କଳି ଝଗଡା ର ରିତି ମତ ଆସର ଦେଖି ନାକରେ କାଠି ଦେଇ ହସନ୍ତି lନାନା ପ୍ରକାର ଥଟା ମଜା ଟାଇ ଟାପୁରା କରନ୍ତି lଯେମିତି -କହି ଦେଉ ଥାଏ ପରକୁ, ବୁଦ୍ଧି ନ ଆସଇ ଘରକୁ, ବଡ଼ ଘର ବଡ଼ ଗୁମର କଥା lଆହୁରି ଏମିତି କେତେ କଣ l

କଥାରେ ଅଛି କେଉଁ ନାରୀ ଥିଲେ ସୁଧ ସୁବର୍ଣ୍ଣ ପାଇ , କେଉଁ ନାରୀ ଥିଲେ ବାସି ପେଜ ନ ମିଳଇ lଦୁହିତା ଦୁଈ କୂଳକୁ ହିତା ନହେଲେ ଦୁଈ କୂଳକୁ ପିତା lଶାଶୁ ବହୁ ର ଝଗଡା ବାପ ପୁଅର ଝଗଡା ସତେ ଯେମିତି ଖଣ୍ଡ ଯୁଧ୍ୟ ଚାଲି ଥାଏ ସୁନା କର ଘରେ lଘରର ସୁଖ ଶାନ୍ତି ସବୁ ଗଲା ଘରେ ଲକ୍ଷ୍ମୀ ଛାଡି ଗଲେ, l

ନୀତି ଦିନିଆ କଳି ଝଗଡା ସେ ଦିନ ସୀମା ପାର ହୋଇ ଯାଇ ଥିଲା, ବୋହୂର ସେଇକଟୁ କଥା କେଇ ପଦକ, ସୁନା କର ମନରେ ଗଭୀର ରେଖା ପାତ ସୃଷ୍ଟି କରି ଥିଲା lବହୁତ ବାଧି ଥିଲା ତାକୁ, ପୁଅ ଜନ୍ମ କରିବାର କଷ୍ଟ ସେଦିନ ଅନୁ ଭଵ କରି ପାରୁ ଥିଲା lପୁଅ ବଡ଼ ହୋଇ ବାହା ସାହା ହେଲା ପରେ ସେକେମିତି ନିଜ ସ୍ତ୍ରୀ ର ହୋଇ ଯାଏ lନିଜ ସ୍ତ୍ରୀ କଥା ରେ ଉଠ ବସ ହୁଏ l

ବାହା ବାହା ରେ ଦୁନିଆ...... lସୁନା କର ମନେ ମନେ ସ୍ତିର କରି ନେଲା, ଯାହା ପାଇ ତୁ ଟାଣି ଓଟାରି ହୋଇ ଧନ ସମ୍ପତି ସାଇତିଛୁ, ଯା ପାଇଁ ଦିନ ରାତି ଖଟୁଛି ସେମାନେ ତ ମୋ ମୁହଁକୁ ଚାହୁଁ ନାହାନ୍ତି lଏ ପୋଡା ମୁହଁ ଧିକତ ଜୀବନ ରଖି ଲାଭ କଣ l

ଘର ଛାଡି ବାହାରି ପଡିଲା ସୁନା କର, କାହାକୁ କିଛି କହିଲା ନାହିଁ, ନିଜ ପୁରୁଷ ପୁରୁଷ ଅମଳର ବାପା ଗୋଶାପ ତିଆରି ଘରକୁ ଆଖି ଭରି ଦେଖି ନେଲା, ମୁଣ୍ଡ ନୁଆଇଁ ମୁଣ୍ଡିଆ ମାରିଲା lଛାତିର କୋହ ଆଖିର ଲୋହକୁ ନିଗାଡ଼ି ନିଗାଡ଼ି ସେ ଘୁମୁରି ଘୁମୁରି କାନ୍ଦୁ ଥାଏ lପୋଛି ଦେଲା ଆଖିରୁ ଲୁହ ମିଛ ମାୟା ସଂସାର କେହିଁ ନୁହେଁ କାହାର lଆସିଛୁ ଏକା ଯିବୁ ଏକା l

ଏହା ଭାବି କିଛି ବାଟ ଗଲା ପରେ ଗାଁ ଶେଷ ମୁଣ୍ଡ ମନ୍ଦିର ପାଖରେ ପାଖରେ ରଖି ଥିବା ବିଷ ବୋତଲ ବାହାର କରି, ବୋହୂର ସେଇ କଟୁ ଧିକାର କଥା ମନେ ପକାଇ, ଅତିତ ର କଥା ଭାବି ଭାବି ସବୁ ବିଷ ଗୋଡ଼ାକ ଢକ ଢକ କରି ପି ଗଲା ସେ lଆଖିରେ ଝରି ପଡୁ ଥାଏ ଲୁହର ବନ୍ୟା ଗୋଟେ ବାପା ହୃଦୟ ର ଅକୁହା ବ୍ୟଥା କୁ କିଏବା ବୁଛି ପାରିବ, ବାପା ମନ କଥା କେହିଁ ବୁଝି ପାରନ୍ତି ନାହିଁ lବାପା ମଲା ପରେ ସମସ୍ତେ ଝୁରନ୍ତି lତା ପରେ ସବୁ କିଛି ସରି ଯାଇ ଥିଲା ଚିର ନିଦ୍ରାରେ ଶୋଇ ଯାଇ ଥିଲା ସୁନା କର l

ଗାଁ ଲୋକ ମନେ ଦେଖି ଘରେ ଖବର ଦେଲେ, ଜୀବନ ମନ୍ଦାକିନୀ ସେଠାରେ ଯାଇ ପହଂଚି ଲେ, ସେତେ ବେଳକୁ ନେଡି ଗୁଡ଼ କହୁଣିକି ବୋହି ଯାଇଥିଲା, ସବୁ ସରି ଯାଇଥିଲା lମନ୍ଦା କିନି ର ହାତରୁ କାଚ ସିନ୍ଥିରୁ ସିନ୍ଦୁର ଲିଭି ଯାଇ ଥିଲା lଘର ବୁଡି ପାଣି ଆଣ୍ଠୁଏ ହୋଇ ଯାଇ ଥିଲା l

ସେପଟେ ମଶାଣି ରେ ଦିକ ଦିକ ହୋଇ ଜଳୁ ଥିଲା ସୁନା କର ଯୁଇର ନିଆଁ ଏପଟେ ହୁଁ ହୁଁ ହୋଇ ଜଳୁ ଥିଲା ବାପ ଗୋଶାପ ଅମଳର ପୁରୁଷ ପୁରୁଷ ଅମଳରୁ ରହି ଆସି ଥିବା ପୁରୁଣା ଘର ଖଣ୍ଡକ lପୋଡି ଜାଳି ପାଉଁଶ ହୋଇ ଗଲା ସୁନା କର ହାତ ସାଇତା ପୁରୁଣା ଘର ଖଣ୍ଡକ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Gobinda Behara

ଘର

ଘର

3 mins ପଢ଼ନ୍ତୁ

Similar oriya story from Tragedy