Dr Jharana Satapathy

Inspirational

3  

Dr Jharana Satapathy

Inspirational

ଗଛପ୍ରେମୀ ବେବିନା

ଗଛପ୍ରେମୀ ବେବିନା

3 mins
374


ବେବିନାର ଗଛ ପ୍ରତି ଲୋଭ ବଢିଥିଲା ସେ ଯେଉଁଦିନ ପୁରସ୍କାର ସ୍ବରୂପ ଏକ ଛୋଟ ଚାରାଗଛ ଉପହାର ପାଇଥିଲା । ସେଦିନ ତା ମନରେ ଆନନ୍ଦ କହିଲେ ନ ସରେ । ନିଜେ କୃଷି ମନ୍ତ୍ରୀଠାରୁ ବକୃତା ପ୍ରତିଯୋଗିତାରେ ପ୍ରଥମ ହୋଇ ସାଟିଫିକେଟ୍ ଆଣିଥିଲା ଏବଂ କୃଷିମନ୍ତ୍ରୀ ତାକୁ ଉପହାର ରୂପେ ଛୋଟ ଆମ୍ବ ଗଛଟିଏ ଦେଇଥିଲେ । 


ସେହି ଗଛଟିକୁ ନେଇ ଆଗ୍ରହ ସହକାରେ ତାକୁ ଏକ କୁଣ୍ଡ ଭିତରେ ଲଗାଇଥିଲା । ତା ପରଠାରୁ ଗଛ ଲଗାଇବା ତାର ଅଭ୍ୟାସରେ ପରିଣତ ହୋଇଯାଇଥିଲା । ଛୋଟ ବେଳୁ ଗଛ ଚିହ୍ନିବାରେ ଭାରି ଅଭ୍ୟସ୍ତ । ସମୟ ମିଳିଲେ ବେବିନା ବୃକ୍ଷରୋପଣ ସଂପର୍କରେ ଅଧିକ ବହି ପଢାପଢିକରେ । ଆଉ ସେହି ଅନୁଯାୟୀ ମାଟି ପାଣିପାଗକୁ ସୁହାଇଲା ଭଳି ଗଛ ଲଗାଏ । ଗଛକୁ ଭଲପାଉଥିବା ସାଧାରଣ କୁନି ପିଲାଟିଏ ବେବିନା । ତାର ନିଶା ହେଲା ଗଛ ଲଗାଇବା । ସେ ଗାଁରେ ଥିବା ସ୍କୁଲ ଗୁଡାକ ବୁଲି ବୁଲି ସମୟ ମିଳିଲେ ଗଛ ଲଗାଏ । ପାଠ ପଢା ସହ କିଛି ସମୟ ମିଳିଲେ ସେ ଗଛ କାମରେ ଲାଗିଯାଏ । ଯାହାକିଛି ତା ପାଖରେ ପଇସା ଥାଏ ତାକୁ ସଞ୍ଚୟ କରି ଛୋଟ ଗଛମାନ କିଣାକିଣି କରେ । ତାକୁ ଅତି ଯତନରେ ନିଜ ହାତରେ ଲଗାଇଥାଏ । 

ପିଲାଟି ଦିନରୁ ମନରେ ଗଛ ପାଇଁ ଅହେତୁକ ଆଗ୍ରହ ।  


ତା ବାପା ଯେତେବେଳେ ବାଡିରେ ଗଛ କାମ କରନ୍ତି, ଵେଵିନା ବସି ଥାଏ ତାଙ୍କରି ପାଖରେ । କେତେବେଳେ ସାର ଦିଆ ଯିବ, କେତେବେଳେ ପତ୍ର ସବୁ କଟା ଯିବ, ପୋକ ଲାଗିଥିଲେ କେମିତି ତାର ଉପଚାର କରାଯିବ, ସେସବୁ ଜିନିଷ ନିରେଖି ଦେଖେ ସେ । ସ୍କୁଲ ଗଲା ବେଳକୁ ଵେଵିନା ହାତରେ ଟେକି ଗେଲ ଟିିକେ କରିଦିଏ । ଗଛର ପତ୍ର ମାନଙ୍କୁ ନିରେଖି ଦେଖେ । କାଳେ କେଉଁଠି ପୋକ ଲାଗିଥିବ କି ପତ୍ର ପୋଡି ଯାଇଥିବ । ଯଦି ସେମିତି କିଛି ଆଖିରେ ପଡେ ସାଙ୍ଗସାଙ୍ଗେ ସଫାକରି ଦିଏ ସେ । କୁନି ପିଲାଙ୍କ ଯତ୍ନ ନେଲା ପରି ଗଛର ଯତ୍ନ ନିଏ ।  


ଯେତେବେଳେ ବେବିନା ଶୁଣିବାକୁ ପାଇଲା ବାତ୍ୟା ଫନି ପ୍ରବଳ ବେଗରେ ମାଡିଆସୁଛି ଘଣ୍ଟା ପ୍ରତି ୨୮୦ କିଲୋମିଟର ବେଗରେ ପବନ ବୋହି ପ୍ରାକୃତିକ ବିପର୍ଯ୍ୟୟ ଘଟାଇବ । ଵେବିନା ମନ ଏତେ ଦୁଃଖ ହେଲା ଯେ ସେ ଖାଇବା ପିଇବା ଛାଡି ଦେଲା । ସଦାବେଳେ ସେଇ ଗୋଟିଏ ଚିନ୍ତା, ତା ଗଛ ସବୁର ଅବସ୍ତା କ'ଣ ହେବ? ଗଛ ପାଖରେ ବସି ଲୁହ ଗଡାଇ କୁହେ ତୋର କ'ଣ ହେବ?  

ସତକୁ ସତ ବାତ୍ୟା ଫନି ଆସି ଭିଡିମୋଡି ଦେଇ ତା ଗଛସବୁକୁ ଉପାଡି ଦଳିମୋକଚି ନଷ୍ଟ କରିଦେଲା । ତାର ଅତି ଆଦରର ପୁରସ୍କାରରେ ପାଇଥିବା ଗଛଟିକୁ ଛାଡିଲାନି ବାତ୍ୟା ଫନି । ନିମିଷକେ ମଧ୍ୟ ସବୁକିଛି ଧୂଳିସାତ୍ ହୋଇଯାଇଥିଲା । ଆଉ ବାତ୍ୟା ଛାଡିଲାବେଳକୁ ରହିଯାଇଥିଲା ବର୍ଷାରେ ଭିଜା କାଦୁଅ ମାଟି ।  


ମନରେ ପୁଣିଥରେ ଦୃଢ ସାହସ ରଖି ପୁଣି ଲାଗିପଡେ ବେବିନା ସବୁ ସଜାଡିବାକୁ । ଆସ୍ତେ ଆସ୍ତେ କିଛି ଗଛ କିଣିଆଣି ତାକୁ ଲଗାଇ ତାର ଯତ୍ନ ନେବାରେ ଲାଗିପଡେ । କାନ୍ଦି କାନ୍ଦି ଗଛ ପାଖକୁ ଯାଇ ସବୁ ସଜାଡିବାକୁ ଲାଗିଲା । ବୃର୍ତ୍ତି ପରୀକ୍ଷାରେ ସାଇତି ରଖିଥିବା ଟଙ୍କାରେ ଗଛକିଣି ପୋତିବାକୁ ଲାଗିଲା । 

ପୁଣି ହସି ଖେଳି ଉଠିଲା ତାର ବଗିଚା । 


ବେବିନାର ଯେଉଁ ସମୟ ଖେଳକୁଦର ବୟସ ତାହା ନକରି ଗାଁରେ ଥିବା ସବୁ ପିଲାମାନଙ୍କୁ ଏକଜୁଟ କରି ଶପଥ ନିଏ ମିଳିମିଶି ଗଛ ଲଗାଇବା ଏବଂ ଗାଁ ପରିବେଶକୁ ସୁସ୍ଥ ରଖିବା । ବେବିନା ଗାଁର ସବୁ ପିଲିମାନଙ୍କୁ ଏକତ୍ରିତ କରି ଗାଁକୁ ସବୁଜ ପରିବେଶରେ ଗଢିତୋଳିବାରେ ଲାଗିପଡେ । ସିଏ ଗାଁରେ ଥିବା ତାଠୁ ଛୋଟ ବଡ ଭାଇ ଭଉଣୀକୁ ବୁଝାଇ କହେ ଗଛ ଆମର ଜୀବନ । ଗଛ ଆମକୁ ଅମ୍ଲଜାନ ଦିଏ ଆଉ ଅଙ୍ଗାରକାମ୍ଳ ନିଏ । 

ଅଜ୍ଞାନ ମାନବ ଜାଣିଶୁଣି ଗଛ କାଟିଦେଉଛି ଫଳରେ ଗ୍ଳୋବାଲଓ୍ବାମିଂ ସହ ତାପମାତ୍ରା ବଢୁଛି । ଗଛ କାଟିଦେବା ଫଳରେ ଅତିବାଇଗଣି ରଶ୍ମୀ ଓଜନରେ ରନ୍ଧ୍ର ସୃଷ୍ଟିକରୁଛି, ଫଳରେ ଅମ୍ଳଜାନ ଗ୍ୟାସ ହ୍ରାସ ପାଉଛି । ଏହାଛଡା ଜଳଶଙ୍କଟ ମଧ୍ୟ ବଢୁଛି । 

ଏପରି ଭାବରେ ଗଛ ଲଗାଇ ଗଛ ବିଷୟରେ କିଛି ଅଭିଜ୍ଞତା ହାସଲ କରି ଭବିଷ୍ୟତରେ କୃଷି ବୈଜ୍ଞାନିକ ହେବାପାଇଁ ତାର ଭାରି ଆଗ୍ରହ । ସେ ଜାଣେ ଗଛର ମଧ୍ୟ ଜୀବନ ଅଛି । ତାର ଯତ୍ନ ଓ ସୁରକ୍ଷା କଲେ,ତାକୁ ଭଲ ପାଇଲେ ସେ ପରା କଥା କହେ । ସେ ହସି ହସି କହେ...ମୁଁ ଗଛଟିଏ ...।

ଶ୍ରେଷ୍ଠ କୁନି କୃଷି ବୈଜ୍ଞାନିକ ଭାବେ ବେବିନାକୁ ଜାତୀୟସ୍ତରରେ ସମ୍ବର୍ଦ୍ଧିତ କରାଯାଇଛି । ବେବିନା ତାଙ୍କ ଜିଲାର ଆଦିବାସୀ ତଥା ଅପହଞ୍ଚ ଚାଷୀ ଭାଇ, ଭଉଣୀଙ୍କ ନୂତନ ଦିଗଦର୍ଶନ ଦେବାକୁ ସେ ପ୍ରୟାସ ଜାରି ରଖିବ ବୋଲି ସମସ୍ତେ ଆଶା ରଖିଛନ୍ତି । 


Rate this content
Log in

Similar oriya story from Inspirational