The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

suchitra pradhan

Tragedy

4.0  

suchitra pradhan

Tragedy

ଗାଉଁଲି ଝିଅ

ଗାଉଁଲି ଝିଅ

4 mins
11.9K



ମୋର ସ୍ନେହା ଭଳି ଗାଉଁଲି ଓ ମଫସଲି ଝିଅକୁ ବାହା ହେବାକୁ ଆଦୌ ଇଚ୍ଛା ନଥିଲା।କାରଣ ମୁଁ ଆମେରିକାରେ ସଫ୍ଟୱେର ଇଂଜିନିୟର ଓ ସ୍ନେହା ମାଟ୍ରିକ ଫେଲ।କିନ୍ତୁ, ସ୍ନେହା ବାପା ଓ ବୋଉଙ୍କ ବହୁତ ସେବା କରେ।ସ୍ନେହା କୁ ମୁଁ ବି ଭଲ ଭାବରେ ଜାଣେ ସେ ବି ଆମ ସାହିର ଝିଅ।ଯେବେ ମୁଁ ଆମେରିକା ଯିବାକୁ ବାହାରିଲି ବାପା, ବୋଉଙ୍କ ଚିନ୍ତା ବହୁତ ଥିଲା।ମୁଁ ଗଲାପରେ ଏମାନଙ୍କ ଦେଖାଶୁଣା କିଏ କରିବ???ବାପାଙ୍କୁ ବି. ପି. ଡାଇବେଟିସ ମେଡ଼ିସିନ ଠିକ ସମୟରେ କିଏ ଦବ??ଏମିତି ଅନେକ ଭାବନା ଭିତରେ ମୁଁ ଛନ୍ଦି ହୋଇଯାଇଥିଲି କିନ୍ତ ସେ ସବୁ ଚିନ୍ତାରୁ ମୁକ୍ତି ଦେଇଥିଲା ସ୍ନେହା।ସେ ଆସି ମତେ କହିଲା ସାଗର ଭାଇ ତୁମେ ମୋଟେ ମଉସା ଓ ମାଉସୀଙ୍କ କଥା ଚିନ୍ତା କରନି ମୁଁ ସବୁ ବୁଝିଦେବି।ଏହି ସ୍ନେହାର ଭରସାରେ ମୁଁ ଚାଲି ଆସିଲି ସୁଦୂର ଆମେରିକାକୁ।

      ସବୁବେଳେ ଫୋନକଲେ ବାପା ଓ ବୋଉଙ୍କୁ କହେ ତୁମେ ଦୁଇ ଜଣ ଏଠାକୁ ଆସ କିନ୍ତୁ, ସେମାନେ କଣ ଶୁଣିବା ଲୋକ?କହନ୍ତି ଏହି ଭିଟାମାଟିକୁ ଗାଁ ଛାଡି ଆମେ କୁଆଡେ ଯିବୁନୁ।ବୋଉ କହେ ଏହି ଘରକୁ ଗୋଡ଼ ଦେଲା ଦିନଠୁ ମୋ ଶାଶୁ ଘରର ଚାବି ପେନ୍ଥା ଧରେଇ କହିଲେ ଆଜିଠୁ ଏ ଘର ଓ ଘରର ସବୁ ଦାୟିତ୍ୱ ତୋର।ୟାକୁ ସବୁବେଳେ ନିଜର ପୁଅ, ଝିଅ ଭଳି ଯତନ ନେବୁ।ବୋଉର ଏ ଇମୋସନାଲ କଥାରେ ମୁଁ ଚୁପ ରହିଯାଏ।ବାପା, ବୋଉ କହନ୍ତି ଏଠି ତ ଆମ ଝିଅ ସ୍ନେହା ଅଛି ନା ଆମେ ସେ ଆମେରିକା ଫାମେରିକା କୁଆଡେ ଯିବୁନୁ।


    ଦୁଇ ବର୍ଷ ପରେ ଆଜି ମୁଁ ଗାଁକୁ ଆସିଛି।ସମସ୍ତେ ଭାରି ଖୁସି।ମୋର ଆସିବ ଖବର ଶୁଣି ମୋର ମନ ପସନ୍ଦର ଖାଇବା ସବୁ ସ୍ନେହା ନିଜ ହାତରେ ରୋଷେଇ କରିଛି।ଖାଇ ସାରିବା ପରେ ବାପା, ବୋଉଙ୍କୁ ଆମେରିକା ବିଷୟରେ କହୁଥିଲି ଏହି ସମୟରେ ବାପା କହି ଉଠିଲେ ବୁଝିଲୁ ସାଗର ଆମେ ବା ଆଉ କେତଦିନ ଵଂଚିବୁ?ସେଥିଲାଗି ତୋ ବୋଉ ଆଉ ମୁଁ ନିଷ୍ପତ୍ତି ନେଇଛୁ ଏ ଛୁଟିରେ ତୋର ଆଉ ସ୍ନେହାର ବାହାଘର କରିଦେବୁ।କିନ୍ତୁ ବାପାଙ୍କୁ କେମିତି ବୁଝେଇବି ସ୍ନେହା ଭଳି ଗାଉଁଲି ଝିଅ ଆଉ ମୋ ଭିତରେ ଆକାଶ ପାତାଳ ଫରକ।ମୋ କଥା ଶୁଣବାକୁ କେହି ରାଜିନଥିଲେ।ବାଧ୍ୟ ହୋଇ ମୁଁ ସ୍ନେହାକୁ ବାହାହେଲି।ଆଉ ବାହାଘର ର ମାତ୍ର ସାତ ଦିନପରେ ମୋର ଛୁଟି ସରିଯାଉଛି କହି ଆମେରିକା ଆସିଲି ହେରି।ଯେବେ ବାପା, ବୋଉ ଫୋନ ରେ ସ୍ନେହାକୁ ଆମେରିକା ନେଇଯିବା କଥା ପଚାରନ୍ତି ମୁଁ ବହୁତ ବାହାନା ବନାଇଦିଏ।ସ୍ନେହା ମଧ୍ୟ ମତେ କେବେ ଜିଦ କରି ତାର ଅଧିକାର ଜାହିର କରେନି।ବାସ ବାପା, ବୋଉଙ୍କୁ ଖୁସି କରିବା ପାଇଁ ମୁଁ ସ୍ନେହା ସହ ହସି ହସି ପଦେ ଦିପଦ କଥା ହେଇ ଫୋନ କାଟିଦିଏ।ତାର ଭଲମନ୍ଦ,ଦେହପାଅ କଥା କେବେ ପଚାରେନା।

   

ବାପା ଦିନେ ହଠାତ ଫୋନେରେ କହିଲେ ତୁ ଶୀଘ୍ର ଆସେ ତୋ ସ୍ତ୍ରୀ ଦେହ ଖରାପ।ମୁଁ ମନରେ ଭାବିଲି କୋ ସ୍ତ୍ରୀ ସେହି ମୁର୍ଖ, ଗାଉଁଲି ଯାହାର ମୁହଁ ବି ଆଜି ଯାଏ କେବେ ଠିକ ସେ ଦେଖିନି।ସେ ଯାହା ହେଉ ମୁଁ ଆସି ଗାଁରେ ପହଞ୍ଚିଲି ଆଉ ସ୍ନେହାକୁ ଧରି ମେଡିକାଲ ଗଲି।କିନ୍ତୁ ଡକ୍ଟର କହିଲେ,"ତୁମେ ସ୍ନେହାର ସ୍ୱାମୀ ତ?"ମୁଁ ହଁ କଲି ଆଉ ପଚାରିଲି କଣ ହେଲା ଡକ୍ଟର?? ସେ କହିଲେ ସ୍ନେହାକୁ ବ୍ଲଡ଼ କ୍ୟାନ୍ସର ଆଉ ଏଇଟା ତାର ଲାଷ୍ଟ ଷ୍ଟେଜ।ଏ କଥା ଶୁଣି ମୋ ପାଦ ତଳୁ ମାଟି ଖସିଗଲା।ଆଉ ନିଜକୁ ବହୁତ ଧିକାର କଲି।ଆଜି ପର୍ଯ୍ୟନ୍ତ ବିନା ସ୍ୱାର୍ଥରେ ବାପା,ବୋଉଙ୍କ ସେବା କରିଆସୁଥିବା ସ୍ନେହାକୁ ମୁଁ କଣ ଦେଇଛି??ଏମିତି ଅନେକ ପ୍ରଶ୍ନ କିନ୍ତୁ ସ୍ନେହା ମନରେ କିଛି ଆପତ୍ତି କି ଅଭିଯୋଗ ନଥିଲା। ମରିବା ଆଗରୁ ସ୍ନେହା ମତେ ଖଣ୍ଡିଏ ଚିଠି ଦେଇଥିଲା ଆଉ ସେଥିରେ ଲେଖିଥିଲା।ମୁଁ ଜାଣିଚି ସାଗର ତୁମେ ମତେ ଭଲ ପାଅନି କାରଣ ମୁଁ ମୁର୍ଖ ଆଉ ଗାଉଁଳି।କିନ୍ତୁ, ମୋର ତମ ପାଖରେ କିଛି ଅଭିଯୋଗ ନାହିଁ।ତୁମେ ବହୁତ ଭଲ।ବୋଧେ ସ୍ତ୍ରୀ ହବା ସୁଖ ମୋ ଭାଗ୍ୟରେ ନଥିଲା।ମୁଁ ମଲା ପରେ ତମେ ତମ ମନ ପସନ୍ଦର ଝିଅ ସହ ବାହା ହେବ ଆଉ ଖୁସିରେ ରହିବ।

  

  ସ୍ନେହା ଚାଲିଗଲା ପରେ ମୁଁ ଆମେରିକା ଛାଡି ଚାଲିଆସିଲି ଏବଂ ପୁଣି ଥରେ ମୋ ପିଲା ଦିନର ସାଙ୍ଗ ସିପିକୁ ବାହା ହେଲି।ସିପି ମଧ୍ୟ ବିଟେକ ଝିଅ ଥିଲା ଆଉ ବେଙ୍ଗାଲୋର ଆଇଟି ରେ ଚାକିରୀ କରୁଥିଲା।ମୁଁ ମଧ୍ଯ ସେଠି ଜବ କଲି।ବାହାଘର କେତେ ଦିନ ଯାଏଁ ସବୁ ଠିକ୍ ଚାଲିଲା।।ମୁଁ ଯେଉଁ ଦିନ ବାପା, ବୋଉଙ୍କୁ ନେଇ ବେଙ୍ଗଲୋର ଆସିଲି ସେବେଠୁ ସିପି ବହୁତ ଚିଡି ଚିଡି ହୁଏ।ଆଉ ଅଳ୍ପ ଦିନ ଗଲା ପରେ କହିଲେ ମୁଁ ଏଠି ତମ ବୁଢା, ବୁଢ଼ୀ ବାପା ବୋଉଙ୍କ ସହିତ ରହିପାରିବିନି।ଏତିକି କହି ତାର ଲଗେଜ ଧରି ଘରୁ ବାହାରି ଚାଲିଗଲା।ଆଜି ପର୍ଯ୍ୟନ୍ତ ସେ ଘରକୁ ଫେରିନି।ବାପା, ବୋଉ ସିପି କଥା ପଚାରିଲେ ମୁଁ କହେ ତାର ଟ୍ରାନ୍ସଫର୍ର ହେଇଯାଇଛି।କିନ୍ତୁ କେତେ ଦିନ ଯାଏଁ ମୁଁ ନିଜକୁ ମିଛ କହିବି??

(ସିପି ଓ ସ୍ନେହା) କେତେ ଫରକ?ସ୍ନେହା ଗାଉଁଲୀ ଥିଲା।ପାଠ ବି ପଢି ନଥିଲା ନା ସିପି ପରି ଇଂରାଜୀରେ କଥା ହେଇପାରିଥିଲା।କିନ୍ତୁ ବାପା, ବୋଉଙ୍କୁ ନିଜ ଜନ୍ମ କଲା ବାପା ମା ପରି ଭଲ ପାଉଥିଲା।ଆଉ ସିପି ଉଚ୍ଚ ଶିକ୍ଷିତା ହୋଇ ମଧ୍ୟ ବାପା,ବୋଉଙ୍କୁ ବୋଝ ଭାବି ଘର ଛାଡ଼ି ଚାଲିଗଲା।ଆଜି ବି ସମସ୍ତେ ସ୍ନେହାକୁ

ମନେ ପକାନ୍ତି।ଆଉ ମୁଁ ଆଜି ପର୍ଯ୍ୟନ୍ତ ସ୍ନେହାର ଦୋଷୀ ହୋଇ ବଞ୍ଚିଛି।ତାର ଫୋଟୋକୁ ମଧ୍ୟ ଆଖି ଉଠେଇ ଦେଝିପାରୁନି। I am sorry ସ୍ନେହା


ଆଜି ମୁଁ ବି ଏକୁଟିଆ ହୋଇଯାଇଛି।ବାଟ ଚାହିଁ ବସିଛି।.।କାଳେ କାଳେ ମୋର ସେହି ସ୍ନେହା ଆସିଯିବ?? ଆଉ ତାକୁ ମୁଁ ତାର ହାତ ଗୋଡ ଧରି କ୍ଷମା ମାଗିବି।କିନ୍ତୁ ସେ ମତେ ଥରେ ବି ସୁଯୋଗ ଦେଲାନି ଆଉ ଚାଲିଗଲା ଅରପାରିକି।ମତେ ଏକୁଟିଆ କରି। ସ୍ନେହା ଅଛି ନା ସିପି । ସ୍ନେହାକୁ ମୁଁ ବୁଝିଲିନି ଆଉ ସିପି ମତେ ବୁଝିଲାନି।ସତରେ କେତେ ମୁର୍ଖ ଥିଲି ମୁଁ।ଆଉ ବୋଧେ ସେଥିପାଇଁ ଆଜି ମୁଁ ଏକୁଟିଆ ଆଉ ଏହି ଗଛ, ପାହାଡ ଓ ଝରଣା ହିଁ ମୋର ସାଥି । ସମସ୍ତେ ମତେ ପାଗଳ କହନ୍ତି।ଗଛ ବାୟା।ଗଛ ମୂଳେ ଆସି ସବୁବେଳେ କଥା ହୁଏ ବୋଲି।ବାପା, ମା ଚାଲିଗଲା ପରେ ଏଏହି ଗଛମୂଳ ହିଁ ମୋର ସବୁ ଠିକଣା।।ଆଉ ଏହି ଗଛରେ ଥିବା ପକ୍ଷୀ ଯୋଡ଼ି ମାନଙ୍କୁ ଦେଖିଲେ ଟିକେ ମନ ହାଲୁୁକା ହେଇଯାଏ।ଆଉ ଆଜି ଯାହା ବି ହେଇଚି ସବୁପାଇଁ ମୁଁ ହିଁ ଦାୟୀ । ଯଦି ମୁଁ ସ୍ନେହାକୁ ବୁଝିଥାନ୍ତି ହୁଏତ ସେ ଆଜି ମୋ ପାଖରେ ଥାନ୍ତା।


Rate this content
Log in

More oriya story from suchitra pradhan

Similar oriya story from Tragedy