STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ଗାନ୍ଧୀ ନୀତି

ଗାନ୍ଧୀ ନୀତି

2 mins
274

    ରାତି ପାହିଲେ ଇଲେକ୍ସନ ,ଅର୍ଥାତ ଭୋଟ ଦେବାକୁ ହେବ ଘରେ ଗଦା ଗଦା କାର୍ଡ ,ପ୍ରାର୍ଥୀଙ୍କ ନାମ ଆଉ ଚିହ୍ନ ଥିବା କାର୍ଡର ଲୋକମାନଙ୍କୁ ପ୍ରାୟେ ଅଧିକାଂଶଙ୍କୁ ଜାଣେ ,ଆଉ ଅଧିକାଂଶଙ୍କୁ ଜାଣେନା .କିଏ କୋଉ ଦଳ ,କାହାର କୋଉ ଇସ୍ତାହାରରେ ମୋର କିଛି ଯାଏ ଆସେନା କିନ୍ତୁ ବ୍ୟକ୍ତି ଓ ବ୍ୟକ୍ତିବିଶେଷର ପାରିଲାପଣିଆ ,କର୍ତ୍ତବ୍ୟବୋଧ ସମୟାନୁବର୍ତ୍ତିତା ନିଶ୍ଚୟ ମାଇନେ ରଖେ ତେବେ ଭୋଟ କାହାକୁ ଦେବିର ଆନ୍ଦୋଳନ ମନ ଭିତରେ ଗାନ୍ଧୀଙ୍କ ନୀତି ଆଦର୍ଶରେ ମୋର ବିଶ୍ୱାସ ଜୀବନର ପ୍ରତିଟି ମୁହୂର୍ତ୍ତରେ ଗାନ୍ଧିବାଦୀ ନୀତି ଧାରଣ କରିପାରିଲେ ନିଶ୍ଚୟ ଜିତିବା ସାର ବୋଲି ମୋର ହୃଦବୋଧ ତଥା ଅନେକ ପ୍ରମାଣ ଯଦି ଜଣେ ପ୍ରକୃତରେ ଗାନ୍ଧୀଙ୍କ ତିନି ମାଙ୍କଡ଼ ମାନଙ୍କ କଥା ଅନୁସରଣ କରିବ ,ଅର୍ଥାତ ଖରାପ କଥା କହିବାନାହିଁ ,ଶୁଣିବାନାହିଁ କି ଦେଖିବାନାହିଁ ,ତେବେ ଜୀବନକାଳରେ ,ଚଳିଯିବା ପାଇଁ ନିଶ୍ଚିତ ଠିକ ଅଛି ,ଆଉ ବିଜୟ ବି ସୁନିଶ୍ଚିତ କିନ୍ତୁ ଦେଶ ଜାତିର ହିତ ପାଇଁ ,ପରିବେଶ ଓ ପରିସ୍ଥିତି ସହ ସାଲିସ କରି ଅନ୍ୟର ଜ୍ଞାନଚକ୍ଷୁ ଖୋଲିବା ପାଇଁ ,ଖରାପ କଥା ଶୁଣି, ଦେଖି ,କିଛି କହିବାକୁ ବି ପଡିବ ,ନଚେତ ସଚେତନ ନାଗରିକର କର୍ତ୍ତବ୍ୟ ହେବ କେମିତି ? ଏସବୁ କଥା ଭାବି ଭାବି ମୋ ମୁଣ୍ଡ ଖରାପ ହେଇଯାଉଥିଲା ତ କେତେବେଳେ ରାତି ପାହି ସକାଳ ଆସିଯାଇଥିଲା ।

ଭୋଟ ଦେବାକୁ ଯିବାକୁ ହେବ .ବ୍ୟବସାୟୀ ପଡୋଶୀ ଦୁଆରେ ରାତିରୁ ଲାଗୁଥିବା ଯାତ୍ରୀ ଗାଡି ଗୁଡିକ ଆମ ଦାଣ୍ଡଦୁଆର ଯାଏଁ ମାଡି ଆସିଥାଏ ,କିଏ ଆମ ଦୁଆରେ ବାନ୍ତି କରିଦେଇଥାଏ ତ କିଏ ଆମ ଗେଟେରେ ଲୁଗା ଶୁଖାଇଥାଏ ,ଘରୁ ବାହାରିବା କଷ୍ଟସାଧ୍ୟ ,କିଛି କହିଲେ ପଡୋଶୀ ଶତ୍ରୁ ଵନିଯିବ ,ଏମିତିରେ ତ କଲ୍ୟାଣୀ ମଣ୍ଡପ କରିଛି ଯେ ଦି ଚକିଆ ଚାରିଚକିଆ ଗାଡିରହି ,ଆମ ଦୁଆର ସବୁବେଳେ ଜାମ ,ମନେ ପଡନ୍ତି ଗାନ୍ଧୀ ଆଉ ତିନିମାଙ୍କଡ଼ଙ୍କ ଦ୍ୱାରା କୁହାଯାଇଥିବା କଥା ,ତଥା ଅହିଂସା ନୀତି,ଆଉ ସେଇ ଆଦର୍ଶ ,କିଏ ଯଦି ଗୋଟେ ଗାଲରେ ଜାଵଡା ମାରୁଛି ,ଅନ୍ୟ ଗାଲ ଦେଖେଇଦିଅର କଥା .ସେମିତି ନକଲେ ବି କଳିକଜିଆ ,ହିଂସା ,ରାଗ ,ଦ୍ୱେଷ ,ବଢ଼ି ଅଶାନ୍ତି ,ସହିଗଲେ ହୁଏତ ସମାଧାନ ହୋଇଯାଇପାରେ ଭାବି ବାହାରିଲି ଘରୁ ନଜର ପଡିଲା ଯାତ୍ରୀ ମାନଙ୍କ ଉପରେ ,ସମସ୍ତେ ଧଳା ଟୋପି ପିନ୍ଧିଛନ୍ତି ,କାହିଁକିର ଉତ୍ତର ଖୋଜୁ ଖୋଜୁ ବସଟି ଉପରେ ନଜର ପଡିଲା ,ଲେଖାଥିଲା ,ସ୍ୱଚ୍ଛତା ରକ୍ଷାକରି ,ଆଗକୁ ବଢିବା ,ହେଲେ କୋଉ ପ୍ରକାର ସ୍ୱଚ୍ଛତା କଥା କୁହାଯାଇଛି ବୁଝି ପାରିଲିନାହିଁ .ଧଡ଼ପଡ଼ ହୋଇ ଗହଳି ବଢିଯିବା ପୁର୍ବରୁ ଭୋଟ ଦେବାକୁଚାଲିଲି ,ବୁଥରେ ପହଂଚି କାହାକୁ ଦେବି ନଦେବି ନଜାଣି ମତେ ଖାଲି ବସରେ ଲେଖାଥିବା ,ଆଗକୁ ବଢିବା ସହ ବସ ଚିହ୍ନ ଓ ଖଡ଼ିକାମୁଠା ର ଚିହ୍ନ ସବୁ ବିଚଳିତ କରୁଥିଲେ ,ନିଶ୍ୱାସ ବନ୍ଦ କରି ,ଓଁ ସ୍ମରଣ କରି, ଭୋଟ ଦେଇ ଘରେ ପହଂଚି ଦେଖିଥିଲି କିଛି ଦୃଶ୍ୟ .

ପଡୋଶୀ ,ଯାତ୍ରୀ ଗାଡିଗୁଡିକୁ, ସବୁ ଆମ ଦ୍ୱାରରୁ ହଟେଇ ପଛକୁ ରଖିବାକୁ କହୁଥିଲା ,ଆମ ଗେଟେରେ ଶାଢ଼ୀ ଜାତୀୟ ଲୁଗାପଟା ଶୁଖେଇବା ପାଇଁ ବାରଣ କରି ,ଲୋକ ଲାଗାଇ ବାନ୍ତି ସଫା କରୁଥିଲା ,ଆଉ ରାତିରେ,ହେଉଥିବା ବାହାଘର ପାଇଁ ଆସୁଥିବା ଗାଡି ସବୁ ଆମ ଦାଣ୍ଡଦୁଆରେ ନରଖିବା ପାଇଁ ନିର୍ଦେଶ ଦେଇ ଦୁଇ ଚେୟାର ରଖି ବାଉଁଶଟିଏ ପକାଇ ବାରଣ କରୁଥିଲା ,ତ ମୁଁ ପୁଣି ସେହି ଗାନ୍ଧୀ ଓ ତାଙ୍କ ନୀତି ଭିତରେ ନୂଆ ଆଶାର ଆଲୋକ ଦେଖି ଆଗକୁ ବଢୁଥିଲି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract