Mamata kumari Behura

Abstract Others Children

4  

Mamata kumari Behura

Abstract Others Children

ଗାଁ ମୁଣ୍ଡ ବରଗଛ

ଗାଁ ମୁଣ୍ଡ ବରଗଛ

1 min
241



ଜଗନ୍ନାଥପୁର ଗାଁ ର ଶେଷ ମୁଣ୍ଡରେ ରହିଛି ଏକ ଵିସ୍ତୀର୍ଣ୍ଣ ପଡିଆ। ପଡିଆ ପାଖରେ ଅଛି ଏକ ବିଶାଳ ବରଗଛ।କାହିଁ କେଉଁ ଅନାଦି କାଳରୁ ବରଗଛଟି ସେଠାରେ ଦଣ୍ଡାୟମାନ ସେ ବିଷୟରେ କେହି କହି ପାରନ୍ତି ନାହିଁ।ଅନେକ ଜୀବଜନ୍ତୁ ମାନଙ୍କର ଆଶ୍ରୟ ସ୍ଥଳୀ ପାଲଟି ଯାଇଛି ସେହି ବରଗଛ ଟି। ପ୍ରାୟ ଚାରି ପାଞ୍ଚ ପୁରୁଷର ଇତିହାସର ମୂକ ସାକ୍ଷୀ ସେ। ଯେମିତି ପାରିଛି ଗ୍ରାମବାସୀ ମାନଙ୍କୁ ସେମିତି ସହାୟତା ଯୋଗାଇଛି ଵରଗଛଟି। ତାରି ଓହଳରେ ପିଲା ମାନେ ଦୋଳି ଖେଳି ଆନନ୍ଦ ଉପଭୋଗ କରିଥାନ୍ତି। ଗାଈଗୋରୁ ଠାରୁ ଆରମ୍ଭ କରି ପଥଚଲା ବାଟୋଇ ମାନେ ମଧ୍ୟ ତାରି ଛାଇରେ ପ୍ରଚଣ୍ଡ ଗ୍ରୀଷ୍ମ ତାପରୁ ରକ୍ଷା ପାଇ ଶ୍ରମ ମେଣ୍ଟାନ୍ତି।ତାରି ଡାଳ ପତ୍ର ଖାଇ ବଞ୍ଚୁଥିବା ତୃଣଭୋଜି ପ୍ରାଣୀ ମାନଙ୍କୁ ମଧ୍ୟ ସେ ଆଶ୍ରୟ ଦେଇଥାଏ।ଗାଁ ର ପ୍ରାୟ ସମସ୍ତ ପର୍ବପର୍ବାଣି ତାରି ସମ୍ମୁଖରେ ପାଳିତ ହୋଇଥାଏ।କିନ୍ତୁ ତା ପ୍ରତି ଯେତେ ଅନ୍ୟାୟ ଅତ୍ୟାଚାର କରା ଯାଉଥିଲେ ମଧ୍ୟ ସେ କେବେହେଲେ ପ୍ରତିଵାଦ କରିନାହିଁ।ଗାଁ ପୁରୁଖା ଲୋକମାନେ କୁହନ୍ତି ଯେ ସେହି ବରଗଛରେ ଡାହାଣୀ, ଚିରୁଗୁଣୀ,ଭୂତ ପ୍ରେତ ଇତ୍ୟାଦି ସେହି ବରଗଛରେ ରହିଥାନ୍ତି।ତେଣୁ ମଧ୍ୟ ରାତ୍ରି ଓ ଦିପହର ସମୟରେ ସେଠାକୁ ଯିବାକୁ ସମସ୍ତେ ଭୟ କରନ୍ତି।ଵୟସ୍କ ଲୋକମାନେ ସେହି ଭୂତ ପ୍ରେତ ମାନଙ୍କ ସହ ସମ୍ମୁଖୀନ ହୋଇଥିବାର କାହାଣୀ ପିଲାମାନଙ୍କୁ ଶୁଣାଇଥାନ୍ତି।


Rate this content
Log in

Similar oriya story from Abstract