STORYMIRROR

Mamata kumari Behura

Children Stories Classics Others

3  

Mamata kumari Behura

Children Stories Classics Others

ଗାଁ ପିଲାଦିନ

ଗାଁ ପିଲାଦିନ

1 min
183


ପିଲାଦିନର ଅନେକ କଥା ସାରା ଜୀବନ ପାଇଁ ଅଭୁଲା ହୋଇ ରହିଯିବା ସହ ସ୍ମୃତି ପାଲଟି ଯାଏ।ତାକୁ ଭୁଲିବା ଏତେ ସହଜ ନୁହେଁ।ପିଲାଦିନର ସାଙ୍ଗ ସାଥୀ ଖେଳକୁଦ,ନଦୀ ପହଁରା, ଗଛ ଚଢା,ମାଛଧରା ସଵୁକିଛି ନିଆରା।ଆମ୍ବ ତୋଟାରେ ଗଛ ଚଢା ସହ ସାଙ୍ଗ ସାଥି ମାନଙ୍କ ସହ ଲୁଚକାଳି ଖେଳର ମଜା ମନେ ପଡିଗଲେ ଶରୀରରେ ଏକ ଶିହଳଣ ଆସିଯାଏ ।ଏକାଏକା ଵସି ହସିବାଟା ହିଁ ସାର ହୋଇଥାଏ।ଜୀବନ ଧାରାରେ ଅନେକ ପରିଵର୍ତନ ଆସିଥିଲେ ମଧ୍ୟ ସେହି ନିଆରା ପିଲାଦିନର ସ୍ମୃତି ସହ କିଛିବି ସମକକ୍ଷ ହୋଇ ପାରେ ନାହିଁ।ସେହି ବାଲ୍ୟ ଚଳଳତା,ପ୍ରକୃତିର ଉପଭୋଗ, ଖେଳ ପଡିଆ,ମେଳା ମହୋତ୍ସବ, ଗ୍ରାମ୍ୟ ଜୀବନ,ଣସ୍ୟ କ୍ଷେତ୍ର, ଶୀତୁଆ ସକାଲ,,ଗାଁ ଭୋଜି ଇତ୍ୟାଦିର ମଜା ମଧ୍ୟ ଭାରି ନିଆରା।ଆଧୁନିକତାର ଦ୍ୱାହି ଦେଇ ଶାନ୍ତ ସରଳ ଗ୍ରାମ୍ୟ ପରିଵେଶ ଓ ଗ୍ରାମ୍ୟ ଜୀବନକୁ ଭୁଲି ଯାଉଥିବା ମଣିଷ ନିଜେ ବି ଛାତି ରେ ହାତ ଦେଇ ଦୃଢୋକ୍ତି ସହ କହି ପାରେନି ସେ କେତେ ଆଗେଇଲି?ସତରେ କେତେ ସୁନ୍ଦର ଥିଲା ସେହି ପିଲାଦିନ! ଶୈଶବର ଚପଳତାରେ ନିଜକୁ ହଜେଇ ଦେଇ ଅଜାଣତରେ ତା ପାଟିରୁ ସ୍ୱତଃଵାହରି ପଡେ କିଏ ଫେରାଇ ଦିଅନ୍ତାନି ସେହି ପିଲାଦିନଟାକୁ?ଆମେ ସମସ୍ତେ ଜାଣିଛେ ଏହା ଅଫେରା।ତଥାପି ଶୈଶବର ଚପଳତାରେ କିଛି କ୍ଷଣ ପାଇଁ ହଜି ଯାଇ ମନରେ ଅସୁମାରୀ ଆଶା।ଗାଁ ଦାଣ୍ଡର ଧୃଳିଖେଳ ଠାରୁ ଆରମ୍ଭ କରି ସାଙ୍ଗ ସାଥି ମେଳ ପର୍ଯ୍ୟନ୍ତ।ସଵୁତ ନିଆରା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍