STORYMIRROR

Mamata kumari Behura

Others Children

4  

Mamata kumari Behura

Others Children

ମାଟିର ମଣିଷ

ମାଟିର ମଣିଷ

2 mins
242


ଗାଁ ର ଶେଷ ମୁଣ୍ଡରେ ଛୋଟିଆ ଚାଳ ଛପର ଘରେ ରୁହନ୍ତି ହରି ମଉସା ତାଙ୍କର ପରିବାର ସହ। ପରିବାର କହିଲେ ତାଙ୍କ ସ୍ତ୍ରୀ ଆଉ ଗୋଟିଏ ବୋଲି ପୁଅ ଅଜୁ। ହରି ମଉସା ଜଣେ ଭଲ କୃଷକ। ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ନିଜ ବିଲକୁ ଚାଲି ଯାଆନ୍ତି। ଦିନ ସାରା ମୁଣ୍ଡ ଝାଳ ତୁଣ୍ଡରେ ମାରି ଅକ୍ଳାନ୍ତ ପରିଶ୍ରମ କରନ୍ତି।ମାଟି ସହ ମାଟି ହୋଇ ସୁନାର ଫସଲ ଉତ୍ପାଦନ କରନ୍ତି।ସତେ ଯେମିତି ମାଟିର ମଣିଷ ଟିଏ।ଜମିର ଉତ୍ପାଦିତ ଶସ୍ୟ କୁ ବିକ୍ରି କରି ପରିବାର ପୋଷଣ କରନ୍ତି। ଅଜୁକୁ ପାଠ ପଢାନ୍ତି ମଧ୍ୟ। ଅଜୁକୁ ନେଇ ତାଙ୍କ ମନରେ ଅନେକ ସ୍ୱପ୍ନ।ମାଟିର ମଣିଷଟିଏ ହୋଇ ମଧ୍ୟ ପୁଅକୁ ଵଡ ଅଫିସର କରିଵାଳ ସ୍ୱପ୍ନ ଦେଖେ।ଅଜୁବି ବାପାଙ୍କୁ ଚାଷ କାମରେ ସାହାଯ୍ୟ କରିବା ସହ ଭଲ ପାଠ ପଢେ।ବେଳେ ବେଳେ ମାଟି ସହ ମାଟି ହୋଇ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି ବାପାଙ୍କ କଥା ମଧ୍ୟ ଭାଵି ତାଙ୍କ ସୄପ୍ନକୁ ସାକାର କରିବାର ପ୍ରତିଜ୍ଞା ମଧ୍ୟ କରେ।

       ସତରେ କେଡ଼େ ସରଲ ମଣିଷଟିଏ ହରି ମଉସା!ହଠାତ କେଉଁ ଏକ ଅଜଣା ରୋଗରେ ସ୍ତ୍ରୀ ତାଙ୍କର ଆଖି ବୁଜିଲେ।ବିଲର ପରିଶ୍ରମ ସହ ଅଜୁକୁ ଉଭୟ ଵାପା ମାଆର ସ୍ନେହ ଦେଇ ପାଳନ

କରିବାକୁ ଲାଗିଲେ।ସଵୁବେଳେ ଚିନ୍ତା ପିଲାଟା କାଳେ ମାତୃ ବିୟୋଗରେ ଭାଙ୍ଗି ପଡିବ। ମାଆର ଅନୁପସ୍ଥିତି କେବେ ହେଲେ ଅଜୁକୁ ଜଣାଇବାକୁ ଦେଇ ନାହାନ୍ତି।

      ହଠାତ ତାଙ୍କ ଜୀବନରେ ଏକ ପରିଵର୍ତ୍ତନ ଆସିଲା।ଅଜୁକୁ ବଡ ଚାକିରୀ ଟିଏ ମିଳିଗଲା।ଅଜୁ ଵାପାଙ୍କୁ ଏକୁଟିଆ ଗାଁ ରେ ଛାତି ସହରକୁ ଯିବାକୁ ଉଚିତ ମନେ କଲା ନାହିଁ।ଵାପାଙ୍କୁ ତା ସହିତ ନେଇ ଗଲା।ହରି ମଊସା କିନ୍ତୁ ସରରୀ ଜୀବନ ପ୍ରତି ଆକୃଷ୍ଟ ନ।ହୋଇ।ଗାଁ ମାଟିକୁ ଝୁରି ହେଲେ।ଵରଂ ତାଙ୍କ ଦେହ ଦିନକୁ ଦିନ ଖରାପ ହେବାକୁ ଲାଗିଲା।ମାଟିର ମୋହ ସହରର ଚାକଚକ୍ୟକୁ ଆପଣାର କରି ପାରିଲା ନାହିଁ।ଯନ ଖୋଲି ଏହି କଥା ପୁଅ ଆଗରେ ନ କହି ପାରିଲେଵି ପୁଅ ଠିକ୍ ବାପାଙ୍କର ମନକଥା ବୁଝି ପାରୁଥିଲା।ତେଣୁ ସେ ଵାପାଙ୍କୁ ଗାଁ କୁ ପଠାଇ ଦେଇ ତାଙ୍କର ରକ୍ଷଣାବେକ୍ଷଣ ପାଇଁ ସଵୁ ପ୍ରକାର ଵନ୍ଦୋବସ୍ତ କରିଦେଲା।ହରି ମଉସା ଗାଁ କୁ ଫେରି ଆସି ସୁସ୍ଥ ହେଲେ ପୁଣି ତାଙ୍କ ଜମିରେ ଚାଷ କାମ ଆରମ୍ଭ କରି ଦେଲେ।ଅଜୁ ଛୁଟି ରେ ଗାଁ କୁ ଆସି ବାପାଙ୍କର ଭଲ ମନ୍ଦ ବୁଝୁଥିଲା।ସେହି ଵର୍ଷ ସରକାରଙ୍କ ତରଫରୁ ଆୟୋଜିତ କୃଷକ ମେଳାରେ ଯୋଗ ଦେଇ ପୁରସ୍କୃତ ହେଲେ ।ସତରେ ମାଟିକୁ ଭଲ ପାଉଥିବା ମଣିଷ ଟିଏ ହରି ମଉସା।ସେ ହେଉଛନ୍ତି ମାଟିର ମଣିଷ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍