STORYMIRROR

Mamata kumari Behura

Others

4  

Mamata kumari Behura

Others

ଜହ୍ନ

ଜହ୍ନ

1 min
504

ପ୍ରଭାତର ସୂର୍ୟ ରଶ୍ମି ପକ୍ଷୀ ର କାକଳି 

ସାଗର ତରଙ୍ଗ ସହ ସବୁଜ ଶ୍ୟାମଳୀ। 


ଫୁଲର ରଙ୍ଗ ସହ ନଦୀ ର କୁଳୁକୁଳୁ ନାଦ

 କେତେ ଦୂରେ କଇ ଆଉ କେତେ ଦୂରେ ଚାନ୍ଦ। 


ପ୍ରେମ ତାଙ୍କ ଦୁହିଁଙ୍କର ଚୀର ଶାସ୍ୱତ 

ସାଗର ତରଙ୍ଗ ପରି ସଦା ଅବିରତ। 


ଆକାଶ ର ନୀରବତା ଭଙ୍ଗ କରି ଜହ୍ନ

ଧବଳ ଜ୍ୟୋସ୍ନା କରି ଥାଏ ବିକିରଣ। 


ଚାହିଁ ଦେଇ ଆକାଶ କୁ ଡାକି ଦେଲେ ଜହ୍ନକୁ 

ଲୁଚକାଳି ଖେଳିଥାଏ ଜହ୍ନ ତାର ଛାଆଁକୁ। 


ଚମ୍ପାଫୁଲ ପରି ଜହ୍ନ ମନତାର ଛନଛନ

 ଜହ୍ନ ମାମୁଁ ସଭିଙ୍କର କିଣି ନେଉ ଥାଏ ମନ। 


ଆସୁଥାାଏ ଯାଉଥାଏ ନାହିଁ ତାର ବିରତି

 ଆକାଶେଲୁଚେ ଆସିଗଲେ ଅମାବାସ୍ଯା ରାତି। 


 ଛୋଟରୁ ବଡ ହେବାକୁ ତାକୁ ଲାଗେ ଗୋଟିଏ ପକ୍ଷ 

ପୂର୍ଣ୍ଣମୀ ଦିନ ଆଗକୁ ଆସେ ମୁଖେଫୁଟାଇ ହସ। 


ରାଇଜ ଯାକର ଗୋଟିଏ ମାମୁଁ ତା ସରି କେହି ନାହିଁ

ରାତ୍ରି ର ଅନ୍ଧାର ଦୂର କରିଥାଏ ଧବଳ କିରଣ ଦେଇ। 


ଆକାଶ ରେ ରହି ଲାଗୁଥାଏ ସତେ ଅବା ଗୋଟେ ରୁପୀଥାଳି

ପିସାମାନେ ଦେଖି ଖୁସି ହେଉଥାନ୍ତି ନାଚି ମାରୁଥାନ୍ତି ତାଳି।

                  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍