STORYMIRROR

Mamata kumari Behura

Tragedy Classics Others

3  

Mamata kumari Behura

Tragedy Classics Others

ଜୀବନର ଶେଷ ନିଷ୍ପତ୍ତି

ଜୀବନର ଶେଷ ନିଷ୍ପତ୍ତି

2 mins
145

ମିତା ଆଉ ରୋଜି ଦୁଇ ସାଙ୍ଗ।ଗାଁ ସ୍କୁଲରେ ଦୁହେଁ ଗୋଟିଏ ଶ୍ରେଣୀରେ ପାଠ ପଢ଼ନ୍ତି।ଦୁହେଁ ଭାରି ଅନ୍ତରଙ୍ଗ।ପାଠ ଯେମିତି ଭଲ ପଢ଼ନ୍ତି ଗୁଣ ବି ସେମିତି।।ସମୟ ଗଡି ଚାଲିଲା।ଦୁହିଁଙ୍କର ବିଦ୍ୟାଳୟ ପାଠପଢ଼ା ଶେଷ ହେଲା।ମିତା ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ମିତା ଗାଁ ପାଖ କଲେଜରେ ପାଠ ପଢ଼ିଲା।ରୋଜିକୁ ନେଇ ତାଙ୍କ ଘର ଲୋକେ ସହରର ଏକ କଲେଜରେ ନାମ ଲେଖାଇଦେଲେ ।ପରସ୍ପର ପରସ୍ପରକୁ ଝୁରି ହେଉଥିଲେ ବି ପ୍ରତିଦିନ ସେମାନେ ଫୋନ୍ ଯୋଗେ କଥାବାର୍ତ୍ତା ହୋଇ ଦୁଃଖ ସୁଖ ବାଣ୍ଟୁଥିଲେ।ଦୁଇ ବର୍ଷ କଲେଜ୍ ପଢ଼ା ପରେ ରୋଜି ଡାକ୍ତରୀ ପଢ଼ିବା ପାଇଁ ରାଜ୍ୟ ବାହାରକୁ ଗଲା।ମିତାର ଘର ଲୋକେ ତାକୁ ପାଠ ନ ପଢ଼ାଇ ବିବାହ କରିଦେବାକୁ ମନସ୍ଥ କଲେ।ମିତା ଏହି କଥାରେ ଭାଙ୍ଗି ପଡିଲା।ଏକଥା ତା'ର ଅତି ପ୍ରିୟ ସାଙ୍ଗ ରୋଜିକୁ ମଧ୍ୟ ଜଣାଇଲା।ତଥାପି ସେ ମିତାକୁ ଫୋନ୍ ଯୋଗେ ବହୁତ ବୁଝାଇଲା।ଶେଷଥର ପାଇଁ ବିବାହ ଦିନ ସକାଳେ ରୋଜି କୁ ଫୋନ୍ କରି କହିଥିଲା, ଦେଖ ରୋଜି ମୁଁ ବାହା ହୋଇ ଶାଶୁଘରକୁ ଚାଲିଯାଉଛି।ତୁ ବି ମୋ ବାହାଘରରେ ଯୋଗ ଦେଇ ପାରିଲୁନି।ସେଥିପାଇଁ ମୋ ମନ ବହୁତ ଦୁଃଖ।ମୁଁ ଆଜିଠାରୁ ଆଉ ମୋ ମନକଥା କାହାରି ଆଗରେ ପ୍ରକାଶ କରିପାରିବି ନାହିଁ।ତେଣୁ ମୁଁ ଯାହା କରିବି ମୋତେ ଦୋଷ ଦେବୁନି।ରୋଜି କାନ୍ଦି କାନ୍ଦି ତାକୁ ବହୁତ ବୁଝେଇଥିଲା।ଦିନସାରା ରୋଜି କ୍ଲାସ୍ ନକରି ଭିଡିଓ କଲ୍ ରେ ରହି ସବୁ ଦେଖୁଥାଏ।ଯେତେ ପାରୁଥାଏ ମିତାକୁ ହସେଇବାକୁ ଚେଷ୍ଟା କରୁଥାଏ।ପୁରା ବାହାଘର ସରିଲା।ରାତି ଅନିଦ୍ରା ହୋଇ ବସି ସବୁ ଦେଖୁଥାଏ ରୋଜି।ମିତା ବାହା ହୋଇ ଶାଶୁଘରକୁ ଚାଲିଗଲା।ରୋଜି ସବୁକଥା ମିତାର ବରକୁ ଜଣାଇଦେବ ବୋଲି ଭାବି ଫୋନ୍ ଲଗେଇଲା।ହେଲେ କଥାଟା ଓଲଟା ମୋଡ଼ ନେଲା।ମିତାର ସ୍ୱାମୀ ରୋଜିକୁ ଆକ୍ଷେପ କରି ପ୍ରଶ୍ନ ଉଠେଇଲା।ଯାହାକି ମିତାକୁ ବହୁତ ବାଧିଲା।ରୋଜି ପ୍ରତି ହେଉଥିବା ଆକ୍ଷେପକୁ ମିତା ବରଦାସ୍ତ କରିପାରିଲା ନାହିଁ।ଶେଷରେ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲା ।ରୋଜି କ୍ଲାସରୁ ଫେରି କ୍ଳାନ୍ତ ହୋଇ ଶୋଇଥାଏ।ହଠାତ୍ ଫୋନ୍ ରିଙ୍ଗ୍ ରେ ତା'ର ନିଦ ଭାଙ୍ଗିଗଲା।ନିଦରୁ ଉଠି ଦେଖିଲା ମିତା ସ୍ୱାମୀର ଫୋନ କଲ୍।ସାଙ୍ଗେ ସାଙ୍ଗେ ଫୋନ୍ ଉଠାଇ ଖୁସିରେ ଅଧୀର ହୋଇ ମିତା କ'ଣ କରୁଛି, ମିତା କେମିତି ଅଛି ଇତ୍ୟାଦି ପଚାରି ପକେଇଲା।ହେଲେ ତା' ସ୍ୱାମୀ ଠାରୁ ଯାହା ଶୁଣିଲା ।ମୁଣ୍ଡରେ ହାତ ଦେଇ କିଛି ସମୟ ବସିପଡିଲା ରୋଜି।ହଠାତ୍ ଫୋନରେ ହ୍ୱାଟସ୍ଆପ୍ ଖୋଲି ଦେଖିଲା ମିତାର ହାତଲେଖା ଚିଠି।ଚିଠିଟିକୁ ଯେତେ ପଢ଼ିବାକୁ ଚେଷ୍ଟା କଲା ପଢି ପାରିଲା ନାହିଁ।ଲୁହ ଭରା ଛଳଛଳ ଆଖିକୁ କିଛି ଦିଶୁନଥିଲା।ନିଜକୁ ଧିକ୍କାର କରିବା ସଙ୍ଗେ ସଙ୍ଗେ ମିତା ପାଇଁ ତା' ପାଟିରୁ ବାହାରି ପଡିଲା -ମିତା ତୁ ପରା ପାଠ ପଢିଥିଲୁ।ତୁ ପରା ମୋ ସାଙ୍ଗ ଥଲୁ।ତୋ ଭିତରେ ଏ ରୁଗ୍ଣ ମାନସିକତା ଆସିଲା କିପରି? କ'ଣ ପାଇଁ ତୁ ଆତ୍ମହତ୍ୟା କଲୁ?ମୋ ଉପରେ ଅଭିମାନ କରିନୁ ତ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy