ନାରୀ
ନାରୀ
ନାରୀ ଏକ ଅମଳିନ ଦୀପ ଶିଖା ଟିଏ। ଭାରତୀୟ ସଂସ୍କୃତି ରେ ନାରୀ ମହିମା ର ପ୍ରଶସ୍ତ ବ୍ୟାଖ୍ୟା ବର୍ଣ୍ଣନା କରାଯାଇଛି।
ନାରୀ ତନୁର ସ୍ନିଗ୍ଧ ଲାବଣ୍ଯ,ଅନ୍ତରର ସ୍ୱଚ୍ଛଳପ୍ରିତି ପିୟୁଷ ଧାରା ଏବଂ ପୁରୁଷ କଳ୍ପନା ର ଇନ୍ଦ୍ରଧନୁ ଛଟା। ଏହି ତିନୋଟି ର ଭାବ ସମ୍ମେଳନ ତାହାର ଅମ୍ଳାନ ଚରିତ୍ର କୁ ମହିମାନ୍ୱିତ କରିଛି।ବୈଦିକ ଯୁଗର ପ୍ରଜ୍ଜ୍ବଳିତହୋମ ଶିଖାର ଜ୍ୟୋତି ରେଖା ଠାରୁ ଆରମ୍ଭ କରି ବର୍ତ୍ତମାନ ଯୁଗର ଧୂମୋଛ୍ଛ୍ୱାସ ପର୍ୟ୍ଯନ୍ତ ଯୁଗ ପରିବର୍ତ୍ତନ ର ତାଳେତାଳେ ଭାରତୀୟ ନାରୀର ମହିମା ପରିସ୍ଫୁଟ ହୋଇ ଆସିଛି।ସବୁରି ଉର୍ଦ୍ଧ୍ବରେ ସେ। କାହାର ମାଆ ସେ ତ କାହାର ଭଗିନୀ, ଆଉ କାହାର ଜାୟା ସେ କାହାର ପୁଣି କନ୍ଯା। ସମାଜରେ ତାହା ର ଭୂମିକା ଅତ୍ଯନ୍ତ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ମନରେ ପ୍ରଶ୍ନ ଉଠେ, ସେହି ମାଆ, ଭଗିନୀ, ଜାୟା, କନ୍ଯା କାହିଁକି ଯୁଗେଯୁଗେ ନିର୍ଯ୍ୟାତିତା ଆଉ ଲାଞ୍ଛିତା?
ସମାଜ ରେ କାହିଁକି ଚାର ଉପଯୁକ୍ତ ସମ୍ମାନ ନାହିଁ?
ଗୌରବ ମୟୀ ଭାରତମାତା ର ମୃତ୍ତିକାର ରସରେ ପରିପୁଷ୍ଟା ସୀତା, ସାବିତ୍ରୀ ଦମୟନ୍ତୀ ପ୍ରଭୃତି ମହିମା ମଣ୍ଡିତା ନାରୀ ଚରିତ୍ର ର ଆଦର୍ଶ। ସମଗ୍ର ବିଶ୍ୱ ରେ ମଧ୍ଯ ବିରଳ। ନାରୀ ହେଉଛି ସ୍ନେହ ମୟୀ, ପ୍ରେମ ଶୀଳା ସହଧର୍ମିଣୀ ପତ୍ନୀ ଏହଂ ମୂର୍ତ୍ତି ମତୀ ଲକ୍ଷ୍ମୀ। ନାରୀ ଏକ ସମୀକ୍ଷା ବିହୀନ ବିବଦମାନ ଶବ୍ଦ ଟିଏ। ଯାହା କୁ ବ୍ୟାଖ୍ୟା କରାଯାଇ ପାରିବନି କି ରୂପା ଦିଆଯାଇ ପାରିବ ନାହିଁ।
ନାରୀ ସର୍ବଦା ପୂଜ୍ୟା।
ନାରୀଶକ୍ତି ର ପାଦତଳେ କୋଟି କୋଟି ପ୍ରଣାମ।
