ଶ୍ରବଣ କୁମାର
ଶ୍ରବଣ କୁମାର
ପୁରାଣ ଯୁଗର କଥା ଟିଏ। ଛୋଟ ବାଳକଟିଏ ଥିଲା। ନାମ ତାର ଶ୍ରବଣ କୁମାର। ଦୁଇ ଅନ୍ଧ ପିତାମାତାଙ୍କର ଏକ ମାତ୍ର ସନ୍ତାନ।
ବାଲ୍ୟକାଳରୁ ପିତା ମାତାଙ୍କ ସେବାରେ ସମର୍ପଣ କରିଥିଲା ନିଜକୁ। ପିତା ମାତାଙ୍କର ସମସ୍ତ ଦାୟିତ୍ୱ ମଧ୍ଯ ବହନ କରୁଥିଲା। ସତେଯେମିତି ପିତା ମାତା ଦୁହେଁ ଶ୍ରବଣ କୁମାରର ଆଖିରେ ସାରା ଦୁନିଆ କୁ ଦେଖୁଥିଲେ। ପିତା ମାତାଙ୍କର ସମସ୍ତ ଇଚ୍ଛା ପୂରଣ କରିବା ପାଇଁ ସେ ହୋଇ ଥିଲା ସଂକଳ୍ପ ବଦ୍ଧ। ଥରେ ପିତା ମାତାଙ୍କ ର ଇଚ୍ଛା ପୂରଣ ନିମନ୍ତେ ଦୁହିଁଙ୍କୁ କାନ୍ଧ ରେ ବୋହି ବାହାରି ପଡି ଥିଲା ତୀର୍ଥ ଭ୍ରମଣ ଉଦ୍ଦେଶ୍ଯ ରେ। ଯିବା ବାଟରେ ସେମାନଙ୍କୁ ଏକ ଘଞ୍ଚ ଜଙ୍ଗଲ ଅତିକ୍ରମ କରିବାକୁ ପଡିଥିଲା। କ୍ଷୁଧାର୍ତ୍ତ ପିତା ମାତାଙ୍କୁ ସେ ବଣର ଫଳମୂଳ ଭକ୍ଷଣ କରାଇ ସେମାନଙ୍କର କ୍ଷୁଧା ନିବାରଣ କରି ଥିଲା। ପୁନଶ୍ଚ ସେମାନଙ୍କ ର ତ୍ରୁଷା ମେଣ୍ଟାଇବା ପାଇଁ ସେମାନଙ୍କୁ ଏକ ଗଛ ଛାଇ ରେ ବସାଇ କଲସୀ ଟିଏ ଧରି ଜଳ ଆଣିବା ପାଇଁ ବାହାରି ଯାଇଥିଲା। ନଦୀ ମଧ୍ଯ ରେ ପଶି କଳସୀ ରେ ଜଳ ଭରିବା କୁ ଲାଗିଲା। ଏହି ସମୟରେ ଅଯୋଧ୍ୟାର ରାଜା ଦଶରଥ ଶୀକାର କରିବା ଉଦ୍ଦେଶ୍ଯରେ ବନ ମଧ୍ଯରେ ଘୂରି ବୁଲୁଥିଲେ। କଲସୀ ରେ ପାଣି ପଶିବାର ଶବ୍ଦ ତାଙ୍କ ମନରେ ଏକ ଭ୍ରମ ସ୍ରୁଷ୍ଟି କଲା। ମ୍କଗଟିଏ ନଦୀରୁ ପାଣି ପିଉଛି ଭାବି ସେହି ଦିଗକୁ ସେ ଏକ ଶର ନିକ୍ଷେପ କଲେ। ଶରଟି ଯାଇ ଶ୍ରବଣ କୁମାରର ବକ୍ଷ ଭେଦ କଲା। ଅସହ୍ଯ ଯନ୍ତ୍ରଣାରେ ଛଟପଟ ହୋଇ ସେ ଚିତ୍କାର କରି ବୀକୁ ଲାଗିଲା। ରାଜା ଦଶରଥ ବାଳକଟିର ଚିତ୍କାର ଶୁଣି ସେହି ଦିଗକୁ ଅଗ୍ରସର ହୋଇ ଦେଖି ଲେ ଯେ କୋମଳମତି ବାଳକ ଟି ଶରବିଦ୍ଧ ଅବସ୍ଥାାରେ ଆର୍ତ୍ତସ୍ବରରେ ଚିତ୍କାର କରୁଛି। ବାଳକଟି ସେହି ଅବସ୍ଥାରେ ତାର ପିତା ମାତାଙ୍କର ତ୍ରୁଷା ମେଣ୍ଟାଇବା ପାଇଁ କହି ପ୍ରାଣ ତ୍ଯାଗ କଲା। ପିଲାଟିର ଅନୁରୋଧ କ୍ରମେ ରାଜା ଦଶରଥ ନିଜେ କଲସୀ ରେ ଜଳ ଧରି ଶ୍ରବଣ କୁମାରର ପିତା ମାତାଙ୍କ ନିକଟରେ ପହଞ୍ଚି ଥିଲେ।ଅନ୍ଧ ଦମ୍ପତି ରାଜା ଦଶରଥଙ୍କ ଠାରୁ ପୁତ୍ର ବିୟୋଗର ଖବର ପାଇ ଦୁଖ ରେ ଜର୍ଜରିତ ହୋଇ ପଡିଲେ। କ୍ରୋଧାନ୍ବିତ ହେଇ ଅଭିଶାପ ଦେଲେ ଯେ ଆମରି ପରି ତୁମେ ପୁତ୍ର ଶୋକରେ ଅଧିର ହୋଇ ପୁତ୍ର ମୁଖ ନଦେଖି ପ୍ରାଣ ତ୍ଯାଗ କରିବ। ତାଙ୍କରି ଅଭିଶାପ ରେ ରାଜା ଦଶରଥ ଶ୍ରୀରାମଙ୍କ ବନ ଗମନ ସମୟରେ ପ୍ରାଣତ୍ଯାଗ କରିଥିଲେ। ହେ ମୋର ଯୁବ ପିଢ଼ି ଶ୍ରବଣ କୁମାର ନହେଇ ପାରିଲ ନାହିଁ, ପରିଣତ ବୟସ ରେ ବ୍ରୁଦ୍ଧ ପିତା ମାତାଙ୍କ ସେବାରେ ନିଜ କୁ ନିୟୋଜିତ କରି ବୀକୁ କେବେ ହେଲେ ଭୁଲ ନାହିଁ।
କାରଣ "ପିତା ମାତା ଠାରୁ ବଡ଼ ଦେବତାକେ ସରଗ ରାଇଜେ ନାହିଁ,
ତାଙ୍କରି ଆଶିଷ ସାହା ଏକା ସିନା ବିପଦୁ ତରିବା ପାଇଁ।"