STORYMIRROR

Mamata kumari Behura

Children Stories Others

3  

Mamata kumari Behura

Children Stories Others

ହିତୋପଦେଶ

ହିତୋପଦେଶ

1 min
208


କାଠୁରିଆ ପିଲାଟିଏ ଥିଲା।ପ୍ରତିଦିନ ସେ ଜଙ୍ଗଲକୁ କାଠ କାଟିବାକୁ ଯାଏ।କା ଆଣି ଵଜାରରେ ବିକ୍ରି କରେ।ସେଥିରେ ପରିବାର ପୋଷଣ କରେ।ଥରେ ଜଙ୍ଗଲରେ କାଠ କାଟିଵା ସମୟରେ ଜଣେ ସାଧୁଙ୍କ ସହିତ ଦେଖା ହେଲା।ସାଧୁ ପିଲାଟିର କଥା ଶୁଣି ଲା ପରେ ପିଲାଟି ଉପରେ ଦୟା ପରବଶ ହୋଇ ଆଶୀର୍ବାଦ ଦେଇ କହିଲେ ଯେ

'ଆଗେଇ ଚାଲ'।ପିଲାଟି ସରଳ ବିଶ୍ୱାସୀ ହୋଇ ଥିବାରୁ ସାଧୁଙ୍କ କଥାକୁ ଧ୍ୟାନର ସହିତ କାମରେ ଲଗାଇ ସବୁବେଳେ ଆଗକୁ ଆଗେଇ ଚାଲିବାର ପ୍ରୟାସ ଜାରି ରଖିଲା।ସାଧୁଙ୍କ କଥା ଅନୁଯାୟୀ ଥରେ ଜଙ୍ଗଲରେ କିଛି ବାଟ ଆଗକୁ ଗଲା।ସେଠାରେ ଏକ ଚନ୍ଦନ କାଠର ବଗିଚା ଦେଖିଲା।ସେଠାରୁ ଚନ୍ଦନ କାଠ ଆଣି ବିକ୍ରି କରି ଅଧିକ ଟଙ୍କା ପାଇଲା।ସାଧୁଙ୍କୁ ମନେ ମନେ କୃତଜ୍ଞତା ଦେଉଥାଏ।ଅଳ୍ପଦିନ ଅନ୍ତରରେ ଏମିତି ଆଗକୁ ଆଗକୁ ଆଗେଇ ଯାଉଥାଏ।ତାପରେ ଆସ୍ତେ ଆସ୍ତେ ସେହି ଜଙ୍ଗଲ ମଧ୍ୟରେ ସେ ତମ୍ବା ଖଣି,ରୂପା ଖଣି,ସୁନା ଖଣି ଓ ହୀରା ଖଣିର ସନ୍ଧାନ ପାଇଲା।ସେଗୁଡ଼ିକ ବିକ୍ରି କରି ସେ ଲାଭବାନ ହେଵା ସହ ଏକ ଧନୀ ଲୋକ ହୋଇ ଗଲା।କିନ୍ତୁ ମନ ଭିତରେ ସେ ସାଧୁବାବାଙ୍କୁ କୃତଜ୍ଞତା ଜ୍ଞାପନ କରୁଥିଲା।

ସେଥିପାଇଁ କୁହାଯାଏ ଜୀବନରେ କାହାର ଉପଦେଶ ଗ୍ରହଣ କରି ନିଷ୍ଠାର ସହ କାର୍ଯ୍ୟ କଲେ ସଫଳତା ନିଶ୍ଚିତ ମିଳିଥାଏ।


Rate this content
Log in