STORYMIRROR

pranati Mahapatra

Tragedy Inspirational

4  

pranati Mahapatra

Tragedy Inspirational

ଏମିତି ଝିଅ ସେ ସବୁରି ପ୍ରିୟ

ଏମିତି ଝିଅ ସେ ସବୁରି ପ୍ରିୟ

2 mins
424


ମୁଁ ତ ଏମିତି ଗୋଟିଏ ଝିଅ ଯେ,ନାଁ କେହି ମୋର ଆଗକୁ ଅଛନ୍ତି ନା କେହି ପଛକୁ।ନା ବାପା ବୋଉ ଭାଇ ଭଉଣୀ ନା ବନ୍ଧୁ ସହୋଦର ।ମୁଁ ବି ଜାଣିନାହିଁ ମୋର ବାପା କିଏ ?ମୁଁ ସମ୍ପୁର୍ଣ୍ଣ ଏକୁଟିଆ। ଏଇ ଗାଆଁ ବାଲା କହନ୍ତି କି ଗୋଟିଏ ଦିନ ଓପରଓଳି ଠାରୁ ଦୁଇଦିନ ଧରି ଝଡ଼ବର୍ଷା ଖୁବ୍ ଯୋରରେ ହେଲା,ଝଡ଼ ଥମିବା ପରେ ମଙ୍ଗଳା ମନ୍ଦିରର ନନା ମନ୍ଦିର ଦୁଆରେ ମୋତେ ଦେଖିଥିଲେ।ଆଖପାଖ ଲୋକଙ୍କୁ ଡକା ପକେଇଲେ ଛୁଆ କାହାର ବୋଲି ।ହେଲେ ସମସ୍ତେ କହିଲେ ଆମେ ଜାଣିନୁ ବୋଲି।ବାସ୍ ,ତା ପରେ ତ ଘନକାକା ଆସି ଛୁଆକୁ ନେଇ ପାଳିବା ପାଇଁ କହିଲା, ତା'ର କେହି ଛୁଆପିଲା ନ ଥିବାରୁ ସମସ୍ତେ ତା କଥାରେ ରାଜି ହୋଇଗଲେ।ସେହିଦିନ ଠାରୁ ମୁଁ ସେହି ଘନକକା ଝିଅ ହୋଇ ରହିଲି ।ମୋ ରହିବା୫/୬ ବର୍ଷ ପରେ ଡକାଡକି ହୋଇ ଦୁହେଁ ଚାଲିଗଲେ ।


ସେହିଦିନ ଠାରୁ ମୁଁ ବଞ୍ଚିବା ପାଇଁ ଗାଁର ସବୁ ଲୋକ ଖାଇବା ପିଇବା ପାଇଁ ଦିଅନ୍ତି ।ମୁଁ ବି ସମସ୍ତଙ୍କୁ ବହୁତ ଭଲ ପାଏ ।କାହାକୁ ଦଦେଇ ,କାହାକୁ କକେଇ ,କିଏ ଭାଇ,ଖୁଡି, ନାନୀ ବୋଲି ଡାକେ ।ଧୀରେ ଧୀରେ ବଡ଼ ହେଲି ।ଘନକାକା ମୋତେ ପାଇଲା ଠାରୁ ମୋ ନାଁ କାଳେ ମାଣିକ ରଖିଥିଲା ।ଗାଁ ଗୋଟାକ ଯାକ ଲୋକ ତ ମାଣିକ ବୋଲି ଡାକ ଛାଡନ୍ତି।


ନିଇତି ବଡିଭୋରୁ ଉଠି ମଙ୍ଗଳା ମନ୍ଦିର ଧୁଆପୋଛା କରି,ମାଆର ପୂଜା ପାଇଁ ଫୁଲ ବେଲପତ୍ର ତୋଳି ବସିଥାଏ।ନନା ପୂଜା ସାରିଲେ ଭୋଗଖାଇ ଗାଆଁକୁ ଯାଏ ।କିଏ ଡାକ୍ତର ପାଖକୁ ଯିବ,କାହା ଛୁଆକୁ ସ୍କୁଲ ନେବା, କାହାର ପନିପରିବା ଆଣିବା ଇତ୍ୟାଦି ଯାବତୀୟ କାମ ମୁଁ ବଡ଼ ସରାଗରେ କରେ ।ସମସ୍ତେ ତ ଖୁସିରେ କହନ୍ତି ତୁ ତ ଆମ ଗାଆଁର ମଉଡ଼ମଣି ।


ନବ ଭାଇ ରତନାଭାଇ ମୋ ନାଆଁରେ ଗୀତ ବି ଫାନ୍ଦି ଦିଅନ୍ତି।ରତନାଭାଇ ର ବି ମୋ ଭଳି କେହି ନାହାଁନ୍ତି ।ସେ ବି ମୋତେ ଓଳିଏ ନ ଦେଖିଲେ ବାୟା ସମ ହୋଇଯାଏ ।ମୁଁ ବି କେଉଁ କମ୍ ଯେ ।ଗାଁ ଲୋକ କୁହାକୁହି ହୁଅନ୍ତି ରତନା ସାଥିରେ ମାଣିକକୁ ବାହା ଦେଲେ ଯୋଡି ବେଶ ଜମିବ ।ଆମେ ତ ସବୁବେଳେ ସେ ଗୋହିରୀ ବିଲରେ ବସି ମନଖୋଲି ହସଖୁସି ହେଉ ।ରତନାଭାଇ ଗାଈଗୋରୁ ଚରାଏ,ମୁଁ ସେଇଠି ବି ବସିଥାଏ ,ଥକା ଲାଗିଲେ ସେଇଠି ସେ ଗଛମୂଳେ ମୁଁ ନିର୍ଦ୍ଵନ୍ଦରେ ହିଁ ଶୋଇପଡେ ,ଯେତେବେଳେ ନିଦ ଭାଙ୍ଗେ ଉଠିକି ଆସେ ନ ହେଲେ ରତନାଭାଇ ବି ଡାକି ଉଠେଇ ଦିଏ ।


     ଏମିତି ବେଳାରେ ଥରେ ଆମ ଗାଁ ର ଗୋଟିଏ ଝିଅକୁ କିଛି ଲୋକ ଟେକି ଟେକି ନେଇଯିବା ଦୃଶ୍ୟ ଦେଖି ପାରିଥିଲି ।ସେମାନଙ୍କ ପଛେ ପଛେ ତ ଧାଇଁଲି ଧରିବା ପାଇଁ ।ଅନେକ ଦିନ ଯାଏ ଆଉ ମୋତେ କେହି ଗାଆଁରେ ଦେଖିବାକୁ ପାଇଲେ ନାହିଁ । ସମସ୍ତେ କୁଆଡେ କଥା ହେଲେ ମୋତେ କୁମ୍ଭୀର ଖାଇ ଦେଇଛି ।


   ମୁଁ ଏଣେ କଣ କରୁଛି ,ସେକଥା କେବଳ ମୁଁ ଜାଣେ ।ସେମାନଙ୍କ ପଛେ ପଛେ ଯାଇ କିଛି ଲୋକଙ୍କ ସହାୟତାରେ ଝିଅଟିକୁ ଉଦ୍ଧାର କରି, ସେ ଲୋକ ମାନଙ୍କୁ ପୋଲିସରେ ଦେଲି ।ସେମାନେ ଏବେବି ଜେଲରେ ।


  ପୋଲିସ ମାର୍ଫତରେ ଆସି ସେ ଝିଅକୁ ଧରି ଗାଆଁରେ ପହଞ୍ଚିଲି ।ସମସ୍ତେ ମୋତେ ବାଃ ବାଃ କରିବା ସହ ସରକାର ମୋତେ ସାହସିକତାର ପୁରସ୍କାରରେ ପୁରସ୍କୃତ କରିଥିଲେ ।ସମସ୍ତେ କହିଲେ ଏମିତି ଝିଅ ସବୁରି ପ୍ରିୟ ଆମ ମାଣିକ ।






Rate this content
Log in

Similar oriya story from Tragedy