Prasant Kumar Nath

Inspirational Romance Abstract

1.7  

Prasant Kumar Nath

Inspirational Romance Abstract

ଏମିତି ବି ପ୍ରେମ ହୁଏ

ଏମିତି ବି ପ୍ରେମ ହୁଏ

4 mins
7.3K


ପ୍ରେମ କେମିତି ହୁଏ,କେତେବେଳେ ହୁଏ,କାହା ସାଥେ ହୁଏ କେହି ଜାଣି ପାରନ୍ତିନି I କିନ୍ତୁ ପ୍ରେମ ହେଉ ହେଉ ହୋଇଯାଏ ବୋଲି ସମସ୍ତେ କୁହନ୍ତି I ସେମିତି କିଛି ଘଟଣା ଘଟିଥିଲା ପପୁର ଜୀବନରେ I ସମିତା ନାମରେ ଝିଅଟିଏ ମନେ ମନେ ପପୁକୁ ଭଲପାଇ ବସିଥିଲା I କିନ୍ତୁ ସେତେବେଳେ ପପୁ ଜାଣିନଥିଲା ପ୍ରେମ କଣ,ପ୍ରେମ କାହାକୁ କୁହନ୍ତି ଆଉ ତାହା କେଉଁ ଉପାଦାନରେ ଗଢା I ପାଠ ଛଡା ପପୁକୁ ଆଉ କିଛି ବି ଜଣା ନଥିଲା I କିନ୍ତୁ ନୋଟ ଦିଆନିଆ ବାହାନାରେ ସମିତା ପପୁର ନିକଟତର ହେବାକୁ ଚେଷ୍ଟା କଲା I ପପୁକୁ ମଧ୍ୟ ଧୀରେ ଧୀରେ ସମିତା ଭଲ ଲାଗିବାକୁ ଲାଗିଲା I ଦିନଟିଏ କଥା ନହେଲେ ତାକୁ କିଛି ଭଲ ଲାଗୁନଥିଲା I ନିଜ ଅଜାଣତରେ ପପୁ ମଧ୍ୟ ସମିତାକୁ ଭଲ ପାଇ ବସିଲା I ସମିତା ହିଁ ପପୁକୁ ଶିଖାଇଥିଲା ପ୍ରେମ କରିବା I ହେଲେ ଆଜି ଯେତେବେଳେ ପପୁ ନିଜର ମନକୁ ସମିତା ପାଖରେ ବନ୍ଧା ପକେଇ ସାରିଛି ସମିତା କଣ ପାଇଁ ଚାଲିଯିବାକୁ ଚେଷ୍ଟା କରୁଛି ତାର ହାତ ମୁଠାରୁ ? ଯଦି ସମିତା ପପୁକୁ ଭଲ ପାଉନଥିଲା ତାହେଲେ କଣ ପାଇଁ ଆସୁଥିଲା ତାର ହୃଦୟକୁ ? କଣ ପାଇଁ ତାକୁ ଶିଖେଇଲା ପ୍ରେମ କରିବା ?

             ପପୁ ଉଡନ୍ତା ଚଢେଇ ପରି ଉଡି ବୁଲୁଥିଲା ନିଜର ସାମ୍ରାଜ୍ୟରେ I ତାକୁ ପ୍ରେମ ବନ୍ଧନରେ ବାନ୍ଧି ରଖିଥିଲା ଏହି ସମିତା I ଦୁହେଁ ଏକ ପ୍ରେମର ନଅର ଗଢିବାର ସ୍ବପ୍ନ ଦେଖିଥିଲେ I କିନ୍ତୁ ସେମାନଙ୍କ ସବୁ ସ୍ବପ୍ନ ଆଜି ଭାଙ୍ଗି ରୁଜି ଚୁରମାର ହୋଇ ଯାଇଛି I ଅନ୍ଧାର ରାତିର ଏକ ବାଟଭୁଲା ପଥିକ ସାଜି ଯାଇଛି ପପୁ I ନା ଚାହିଁଲେ ସେ ହସି ପାରୁଛି ନ କାନ୍ଦି ପାରୁଛି I ନା ଜିଇଁ ପାରୁଛି ନା ମରି ପାରୁଛି I ନା ଭୁଲି ପାରୁଛି ସମିତାକୁ I

ସମିତା କ'ଣ ଭୁଲି ଯାଇଛି ପପୁକୁ ? ନା କୌଣସି ପରିସ୍ଥିତିରେ ପଡି ସେ ପପୁକୁ ଭୁଲି ଯିବା ପାଇଁ ବାଧ୍ୟ ହୋଇଛି ? ଯିଏ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିଲା ପପୁକୁ ସିଏ ବା କେମିତି ଭୁଲିବ ? ଯିଏ ଥରେ ମନ ଦେଇ ଭଲ ପାଇଥାଏ, ସିଏ କ'ଣ କେବେ ଭୁଲିପାରେ ? ସତରେ ସିଏ ଭୁଲି ଯାଇଛି ନା ଭୁଲି ଯିବାର ଅଭିନୟ କରୁଛି ? ସତରେ କଣ ସମିତା ନିଜ ହୃଦୟରୁ କାଢି ଫୋପାଡି ଦେଇଛି ପପୁକୁ ? ଯେତେବେଳେ ସମିତାର ପପୁ ସହ ଦେଖା ହେଉଛି ସିଏ ବାଟ ଆଡେଇ ଚାଲି ଯାଉଛି ଚିହ୍ନି ନଚିହ୍ନିଲା ପରି I କିନ୍ତୁ ପପୁ ସତ ଚେଷ୍ଟା ପରେ ବି ଭୁଲି ପାରୁନି ସମିତାକୁ ?

ଆଜି ବି ସେ ଚାହିଁ ରହିଛି ସମିତାର ଫେରିବା ବାଟକୁ I ସମିତା ଆଜି ଯାଏ ବିବାହ କରିନି କେବଳ ଏତିକି ହିଁ ପପୁ ପାଇଁ ସାନ୍ତ୍ୱନା I କିନ୍ତୁ ସତରେ କ'ଣ ପପୁ ଓ ସମିତାର ମିଳନ ଘଟେ ? ସମିତା କ'ଣ ପୁଣି ଫେରି ଆସେ ପପୁ ପାଖକୁ ? ପପୁର ସେହି ଅନାବିଡ ପ୍ରେମ କ'ଣ ବ୍ୟର୍ଥ ହୋଜ଼ଯାଏ ?

                                          *****************************

ଆଜି ପପୁର ସମିତା ସହ ଦେଖା ହୋଇଥିଲା I ଆଉ ସମିତା ନିଜକୁ ସମ୍ଭାଳି ନପାରି ଧାଇଁ ଆସିଥିଲା ପପୁର ବାହୁ ବନ୍ଧନକୁ ଆଉ ତାର କାନ୍ଧ ଉପରେ ମୁଣ୍ଡ ରଖି ବହେ କାନ୍ଦିଥିଲା I ନିଜ ଆଖିର ଲୁହରେ ସେ ଭିଜେଇ ଦେଇଥିଲା ପପୁକୁ I ତଥାପି ପପୁ ଆଜି ବହୁତ ଖୁସି I କିନ୍ତୁ କ'ଣ ହୋଇପାରେ ତା'ର ଏହି ଖୁସିର କାରଣ ?

                ସେଦିନ କାନ୍ଦି କାନ୍ଦି ସମିତା ବଖାଣି ବସେ ଏକ କାହାଣୀ I ଦିନେ ସମିତା ଘରକୁ ଫେରୁଥାଏ I ଏକ ଅଦିନିଆ ଝଡ ପରି ତାର ଆଶାର ଆକାଶକୁ ଏକ ନିରାଶାର ଝଡ ପରି ମାଡି ଆସିଥିଲା ଏକ ଝିଅ I ଝିଅର ନାଁ ଥିଲା ଝିଲି I ଆଉ ସମିତା ଆଗରେ ଗାଇ ଯାଇଥିଲା କିଛି ମନ ଗଢ଼ା କାହାଣୀ I ଯାହାକୁ ସମିତା ବିଶ୍ୱାସ କରି ନେଇଥିଲା,ଆଉ ପପୁ ଠାରୁ ଦୁରେଇ ଯିବାକୁ ନିଷ୍ପତ୍ତି ନେଇଥିଲା I ସେଦିନ ଝିଲି ଧାଇଁ ଆସିଥିଲା ସମିତା ପାଖକୁ ଆଉ ଭୋ ଭୋ ହୋଇ କାନ୍ଦି ପକାଇଥିଲା I ଆଉ କହିଥିଲା ଏକ ଲୁହଭିଜା କାହାଣୀ I ଦୀର୍ଘ ଦୁଇ ବର୍ଷ ହେବ ମୁଁ ଭଲ ପାଇ ଆସୁଛି ପପୁକୁ I ହେଲେ କେବେ ମୋର ମନ କଥା ଖୋଲି କହି ପାରିନି ପପୁ ପାଖରେ I ମୋତେ ଯଦି ସେ ନମିଳନ୍ତି ମୁଁ ଜୀବନ ହାରି ଦେବି I କିନ୍ତୁ ମୁଁ ଜାଣିଛି ପପୁ ତୁମକୁ ଭଲ ପାଆନ୍ତି I ହେଲେ ମୁଁ ତାଙ୍କ ବିନା ବଂଚି ପାରିବିନି I ଏମିତି ଏକ କାହାଣୀ ଉପସ୍ଥାପନା କରିଥିଲା ଝିଲି I ଯାହାକୁ ସମିତା ଅତି ସହଜରେ ବିଶ୍ୱାସ କରି ନେଇଥିଲା I ଗୋଟେ ଝିଅ ହୋଇ କେମିତି ବୁଝି ନଥାନ୍ତା ଆଉ ଗୋଟେ ଝିଅର ମନକଥା I ତେଣୁ ସେ ଦୁରେଇ ଯାଇଥିଲା ପପୁ ପାଖରୁ I

                                            *****************************

କିନ୍ତୁ ଆଜି କ'ଣ ପାଇଁ ପୁଣି ଥରେ ଧାଇଁ ଆସିଛି ସେ ପପୁ ପାଖକୁ I କ'ଣ ପାଇଁ ସେ କ୍ଷମା ପ୍ରାଥନା କରୁଛି ପପୁ ପାଖରେ I ଆଜି ହଠାତ ଝିଲି ସହ ଦେଖା ହୋଇଥିଲା ସମିତାର I ଦୀର୍ଘ ଦୁଇ ବର୍ଷ ପରେ ସେମାନଙ୍କର ଦେଖା ସାକ୍ଷାତ I ହେଲେ ସେ ଏ କ'ଣ ଦେଖୁଛି, ଝିଲି ସାଥିରେ ସେ ଆଉ ଜଣଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା I ତା ସାଥିରେ ପୁଣି ଥିଲା ଏକ ଛଅ ମାସର ପୁଅ I ଧାଇଁ ଯାଇଥିଲା ସେ ଝିଲି ପାଖକୁ I ଆଉ ପଚାରିଲା ଏହାର କାରଣ I ହେଲେ ଝିଲିର ଉତ୍ତରରେ ସମିତା କାନ୍ଦି ପକାଇଥିଲେ I ଆଉ ନିଜକୁ ଦୋଷୀ ବୋଲି ମଣୁଥିଲା I

               ଝିଲି କହିଲା ମୁଁ ପପୁକୁ ବହୁତ ନିଜର କରିବାକୁ ଚେଷ୍ଟା କଲି I ହେଲେ ସେ ତୁମ ବିନା ଆଉ କାହାକୁ ନିଜର କରି ପାରିବେନି ବୋଲି ସଫା ମନ କରିଦେଲେ I ତେଣୁ ବାଧ୍ୟ ହୋଇ ମୁଁ ଆଉ ଆଉ ଜଣଙ୍କୁ ବାହା ହୋଇଗଲି I ସମିତା ମନେ ମନେ ଭାବୁଥାଏ ଏହି କ'ଣ ଭଲ ପାଇବା ? ଏକ ମିଛେଇ ଝିଅ ପାଇଁ ଆଜି ସେ ତା'ର ବହୁମୂଲ୍ୟ ପ୍ରେମକୁ ହରେଇ ବସିଥାନ୍ତା I 

 ସିଏ ସିଧା ଧାଇଁ ଆସିଛି ପପୁ ପାଖକୁ I ଆଉ ବଖାଣି ବସିଛି ସେହି ମିଛ ପ୍ରୀତିର କାହାଣୀ I ପପୁ ଆଜି ସମିତାକୁ ପାଇ ବହୁତ ଖୁସି I ଆଉ କେବେ ଦୁହେଁ ଅଲଗା ହେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି I ସତରେ ଏକଥା ଭାବିଲେ ଲାଗୁନି, ସତରେ କ'ଣ ଏମିତି ବି ପ୍ରେମ ହୁଏ ?

                                       ~~~~~*****~~~~~

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ଉତ୍ତରକୂଳ ହାଟ,ପ୍ରୀତିପୁର,ଯାଜପୁର I

ମୋ-08892301143


Rate this content
Log in

Similar oriya story from Inspirational