STORYMIRROR

Akshayakumar Dash

Inspirational

3  

Akshayakumar Dash

Inspirational

ଏକତା

ଏକତା

2 mins
12K

ଦୀନବନ୍ଧୁ ଜଣେ ଚାଷୀ। ସକାଳୁ ସଞ୍ଜ ପାଇଟି ପରେ ପାଇଟି।ତଥାପି କାମ ସରେନାହିଁ। ରାତିରେ ପୁଣି ଗାଈ ବାଛୁଟି ବଳଦ ସେବା। ବିଲରେ ରକ୍ତ ଦେଇ ଅମଳ କରେ ପରିବା, ଧାନ , ବିରି କୋଲଥ ଓ ଶାଗ । ଏତେ ପରିଶ୍ରମ କରି ମାସସେସକୁ ପାଖରେ ଟଙ୍କାଟିଏ ନଥାଏ । ଯାହା ମିଳେ ତାହା ସାର ଔଷଧ କିଣାରେ ସରିଯାଏ। ପୁଅ ଓ ଝିଅ ଆଉ ତାର ମା ପତ୍ନୀ ସାବିତ୍ରୀ । ପିଲାମାନଙ୍କ ପଢିବା ଖର୍ଚ୍ଚ ତାର ପତ୍ନୀ ବୁଝେ। ବାଡିଘରେ ଶାଗ ପନିପରିବା ତାର ପତ୍ନୀ କରି ତାହାକୁ ବିକି ପିଲାଙ୍କ ପଢିବା ଖର୍ଚ୍ଚ ଉଠେ।ଦୀନବନ୍ଧୁ ଚାଷୀ ଭାଇକୁ ନେଇ ତାଙ୍କୁ ସହଯୋଗର ହାତ ଧରି ଗୋଟିଏ ସମବାୟ ସମିତି ଗଠନ କଲା। ସବୁ ପନିପରିବା ସମିତି ସଭ୍ୟ ମାନେ ଗୋଟିଏ ଜାଗାରେ ଦେଲେ। ସେଠୁ ଦୂର ସହର ରେ ଯାଇ ବିକ୍ରୀ ହେଲା। ଫଳରେ ବ୍ୟବସାୟ ହେବାରୁ ଦୁଇ ପଇସା ଲାଭ ହେଲା । ମାସସେସରେ ହିସାବ ଅନୁଯାୟୀ ନିଜ ନିଜ ଜମା ଖାତାରେ ବ୍ୟାଙ୍କ ଜରିଆରେ ଭରି ଦିଆଯାଏ ।ସବୁ ଚାଷୀ ଲାଭବାନ ହେଲେ। ଆଗରୁ କମ ଦାମ ରେ ପନିପରିବା ପେପାରି ଧରି ସହରରେ ଚଢା ଦର ରେ ବିକ୍ରୀ କରି ବ୍ୟବସାୟ ଲୋକମାନେ ଫାଇଦା ନେଉଥିଲେ ।ଦୀନବନ୍ଧୁ କୁ ସମିତିର ସଭାପତି କରାଇଲେ ।ଏବେ ସମିତିର ସଭ୍ୟ ସଂଖ୍ୟା ବୃଦ୍ଧି ହୋଇ ଦୁଇସହ ଟପିଗଲାଣି । ପ୍ରତେକ ଦିନ ବାଇଗଣ ,ପୋଟଳ, କଲରା, ଭେଣ୍ଡି ,କଞ୍ଚା ଲଙ୍କା ,ବିଲାତି ଧନିଆପତ୍ର ସାରୁ ଓ ଶାଗ ମିଶି ୫ଗାଡି ପରିବା ସହରକୁ ପଠାଯାଏ। ପ୍ରାୟ ପଚାଶ ହଜାର ଟଙ୍କା ଦିନକୁ କାରବାର ହୁଏ। ସରକାରୀ ସାହାଯ୍ୟ ବିନା ଚାଷୀମାନେ ଉପକରୁ ଉଠିବା ବଡ଼ କଷ୍ଟ ହେଉଛି। ତେବେ ସଭ୍ୟ ମାନେ ମିଶି ସରକାରୀ ସାହାଯ୍ୟ ପାଇଁ ସ୍ଥାନୀୟ ବିଧାୟକ ଜରିଆରେ ଜଣାଇଲେ । ବିଲକୁ ଜଳସେଚନ ଓ ଗ୍ରାମରେ ଗୋଟେ ଶୀତଳ ଭଣ୍ଡାର ପ୍ରତିଷ୍ଠା ନିମିତ୍ତ ସମିତି ଅଧ୍ୟକ୍ଷ ଭାବେ ଦୀନବନ୍ଧୁ କଂ ପାଖକୁ ପତ୍ର ଆସିଲା। ବ୍ୟାଙ୍କ ଋଣଦେଵ ଓ ବିନାସୁଧରେ ମିଳିବ । ଚାଷୀମାନଙ୍କ ସଭାରେ ସୁପାରିଶ କ୍ରମେ ପ୍ରସ୍ତାବ ଗୃହୀତ ହେଲା। ଏସବୁ ଏକତା ଦ୍ୱାରା ସମ୍ଭବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational