Nityananda Sahu

Comedy

4.3  

Nityananda Sahu

Comedy

ଏକ୍ସଟ୍ରା ଲଭ ଡୋଜ

ଏକ୍ସଟ୍ରା ଲଭ ଡୋଜ

4 mins
234



ଏଇ ଶୁଣ ନା ?

ମୁଁ କଣ କହୁଛି ପରା !! 


ହଁ କୁହ ....... 


ଆଛା କୁହ ତ ଦେଖି ......ତୁମେ ମତେ କେତେ ଭଲ ପାଅ ? 


ଓଃ ଗଡ଼ ........!!! 


କେତେ ଥର ଏ ପ୍ରଶ୍ନ ପଚାରିଲେ ତୁମ ମନ ବୁଝିବ । 


ଆରେ ବାବା ତୁମକୁ ଭଲ ପାଏ ବୋଲି ପରା

ଆଜି ଯାଏ ତୁମ ସାଥିରେ ଅଛି ।।

ଗୋଟେ ମୁହୂର୍ତ୍ତ ବି ମୋ ଆଖିରୁ ଦୂରେଇ ଦେଇନି ।। 


ସତରେ ......ହେଲେ କାଇ ମୋ ମନ ଆଦୌ ମାନୁ ନାହିଁ ।।

ଯଦି ତୁମେ ମତେ ଏତେ ଭଲ ପାଅ । ତେବେ ସେ ଦିନ ନାୟକ ବାବୁଙ୍କର ପୁଅ ବାହାଘର ପାର୍ଟିରେ ସେ ରେଡ଼ କଲର ଡ୍ରେସ ପିନ୍ଧି ଥିବା ଝିଅ ଟିକୁ କଣେଇ କଣେଇ ଏତେ ଥର କଣ ପାଇଁ ଚାହୁଁ ଥିଲ ।।


ନାୟକ ବାବୁଙ୍କର ପୁଅ ବାହାଘର ପାର୍ଟି ସାରିବାର ସାତ ଦିନ ବିତି ଗଲାଣି। ହେଲେ ତୁମର ଏ ପ୍ରଶ୍ନ ପଚାରିବା କେବେ ସରିବ କେଜାଣି ??

 ବୁଝିଲ ବେବି, ତୁମେ ମୋ ଜୀବନ ପରା । ସେଥିପାଇଁ ତୁମ ପ୍ରେମ ବନ୍ଧନରେ ମୁଁ ବନ୍ଧୀ ହୋଇ ସାରିଛି । ଆମ ବାହାଘର ଏହା ଭିତରେ ଗୋଟେ ବର୍ଷ ବିତି ସାରିଲାଣି। ତଥାପି ତୁମେ ମତେ ସନ୍ଦେହ କରୁଛ। ତା' ଛଡା କେତେ ଥର କହିଲେଣି ସେ ଝିଅ କୁ ଚିହ୍ନି ନାହିଁ। ବାହାଘର ଭୋଜି ରେ ଏମିତି ଅନେକ ଲୋକ ଆସନ୍ତି। ଆଖି ବୁଲେଇବା ଭିତରେ ନଜର ରେ ଆସିଥିବେ । ଏଥିରେ ସନ୍ଦେହ କରିବାର କଣ ଅଛି ? 


ତୁମ ପାଇଁ କିଛି ଥାଉ କି ନ ଥାଉ କିନ୍ତୁ ମୋ ପାଇଁ ଅଛି । ତୁମ ପୁରୁଷ ଜାତି କୁ ବିଶ୍ୱାସ କରି ହେବ ନାହିଁ। ସେଇ ଦିନ ଠାରୁ ମୁଁ ଦେଖୁଛି , ତୁମେ ଆଉ ମୋର କେୟାର ନେଉ ନାହଁ। କି ମୋ ଦେହ ପା କଥା ବୁଝୁନ । 

  ବାହାଘର ପୁର୍ବରୁ କହିଥିଲ , ମୋର ସବୁ କଥା ଶୁଣିବ ଆଉ କରିବ।ମୋ ଛଡା ଆଉ କାହାକୁ ଆଖି ଉଠେଇ ଦେଖିବ ନାହିଁ। କିନ୍ତୁ ......ତୁମେ ସେ ପୋଡା ମୁହିଁକୁ ଦୁଇ ଦୁଇ ଥର ଦେଖିଲ । ଆଉ ଦେଖିକି ହସିଲ ।

  କୁହ କାହିଁକି ? 


------ହେ ଭଗବାନ !! କହିଲି ପରା ତାଙ୍କ ମୋ ଭିତରେ କୌଣସି ସମ୍ପର୍କ ନାହିଁ। ଏମିତିରେ ମୁଁ ସେ ଝିଅର ନାଁ ବି ଜାଣି ନାହିଁ । 

------ଓଃ , ତା ମାନେ ତୁମେ , ସେ ଝିଅ ର ନାଁ ବି ଜାଣିବାକୁ ଚେଷ୍ଟା କରିଥିଲ । ଏବେ ମୋ ସନ୍ଦେହ ସତ ହେଲା। ସେଥିପାଇଁ ଇନଷ୍ଟା ଠାରୁ ଆରମ୍ଭ କରି ଫେସବୁକ ସବୁଥିରେ ନାୟକ ବାବୁଙ୍କର ପୁଅର ଫ୍ରେଣ୍ଡ ଲିଷ୍ଟ ଚେକ କରୁଥିଲ ନାଇଁ । 

    ମୋ ବୋଉ ଠିକ କହୁଥିଲା ।

------ଗୋଟେ ମିନିଟ, ତୁମ ବୋଉ କଣ କହୁଥିଲେ ?

------ମୋ ବୋଉ କଣ ତୁମ ବୋଉ ନୁହଁନ୍ତି କି ? ତେବେ ମୋ ବୋଉ ବୋଲି କାହିଁ କହିଲ !!! ତା' ମାନେ ମତେ ତ ଭଲ ପାଉନ କି ଇଂପୋର୍ଟାଣ୍ଟ ଦେଉ ନ । ଏବେ ମୋ ପରିବାରକୁ ବି ଦୁରେଇ ଦେଲଣି। ମୋ ବୋଉ କହୁଥିଲା ଅଭି ଟା ଭାରି ଭଲ ପିଲା। ତୋର ଆଉ ଆମ ପରିବାରର ଭଲ ଦେଖାଶୁଣା କରିବ। 

ହେଲେ ତୁମେ .....??  

--------ଏ କି ନାଟକ ତୁମେ ରାତିରେ କରୁଛ । ଦେଖ ରୀନା ....

------କଣ ରୀନା ? ତା ହେଲେ ତୁମର ବେବି , ସୁନା , ଗେଲି ମାନେ ସବୁ କିଏ ?????

    ଏବେ ମୁଁ ତୁମର ରୀନା ହେଇଗଲି । ଦେଖୁଛି ଭାରି ସାହସ ତ ତୁମର ମୋ ନାଁ ଧରି ଡାକୁଛ। ତୁମେ ଆଉ ମତେ ଆଗ ଭରି ଜମାରୁ ଭଲ ପାଉନ ???? 


------ମଣିଷ ଆଜି କି ସଙ୍କଟ ରେ ଫସିଲା କେଜାଣି। ଦେଖୁଛି ଆଜି ମୁଣ୍ଡ ଟି ରାତିରେ ମୋର ନିଶ୍ଚୟ ଖରାପ ହେବ।ଏ ବାୟାଣୀ କୁ କେମିତି ଯେ ବୁଝେଇବି ।

    ହୁଁ...... ଆଇଡ଼ିଆ । କିଛି ନ କହି ଚୁପ ରହିବି । ନ ହେଲେ ମୋ କଥାରେ ଖିଅ ଯୋଡି ଆହୁରି ନଟୋଙ୍କି କରିବ । 

  ମତେ ନିଦ ଆସିଲାଣି ଶୋଇଲି । କାଲି ସୋମବାର ,ଅଫିସରେ ବହୁତ କାମ । ଗୂଡ଼ ନାଇଟ । 

  ରୀନା ର ଉପର ମଥାରେ ମୃଦୁ ଚୁମ୍ବନ ଟେ ଦେଇ ଅଭିମାନ କରି ଶୋଇବାର ନାଟକ କଲି । 


------ ମୁଁ ପରା କଣ କହୁଛି। ମୋ ପ୍ରଶ୍ନର ଉତ୍ତର ନ ଦେଇ କଣ ଶୋଇପଡୁଛ ଯେ । କାଲି ସକାଳେ ମୋ ବୋଉ କୁ ଫୋନ କରି ତୁମ ନାଁ ରେ କମ୍ପ୍ଲେନ ଦେବି । ଆଉ ଆମ ଘରକୁ ପଳେଇବି। ହେଇଟି ଶୁଣ, ମୋ ଅନୁପସ୍ଥିତି ରେ ଦେଖିବି ରୁହ କେମିତି ଚଳିବ ତୁମେ। ଯେତେ ନେହୁରା ହେଲେ ବି ଆଉ ଆସିବିନି। ଯେଉଁ ଯାଏ ମତେ କେତେ ଭଲ ପାଅ ପ୍ରମାଣ କରିନ । 


------ଭଲ ପାଇବାକୁ ପ୍ରମାଣ କରିବାକୁ ହେବ ।ହେଲେ କେମିତି ??? ମନେ ମନେ ଭାବୁଥାଏ।ମୋ ଦେହରେ ଦୁଇ ହାତ ପିଟି କୁହ.....କୁହକହି ରୀନା ରାଗିକି ଶୋଇପଡିଲେ । 


  କିଛି ସମୟ ଦୁହିଁଙ୍କ ଶୋଇବା ପରେ ରୀନା ମୋ ପିଟି କୁ ପଛପଟୁ କୁଣ୍ଢେଇ ଧରି କହୁଥିଲେ। ସେ ପୋଡା ମୁହିଁ ରେଡ଼ ଡ୍ରେସ ବାଲି ଦେଖା ହେଉ ......ମୋ ବାବୁ ଉପରେ ନଜର ପକେଇବାଦିନୁ ...ଝଡ଼ିକି କଳା କାଠ ପଡ଼ିଗଲେଣି । କାଲି ବୋଉ କୁ କହି ଡେଉଁରିଆ ଆଣି ମୋ ବାବୁ ଦେହରେ ବାନ୍ଧି ଦେବାକୁ ହେବ । ତା' ନ ହେଲେ ଆହୁରି କେତେ ଏମିତି ଚାହୁଁ ନ ଥିବେ ମୋ ବାବୁ କୁ ।

   ମୋ ସୁନା ଟା .....ଦିନ ସାରା କାମକରି ଥକି କି ଶୋଇ ପଡିଲେଣି। 


ମତେ ଜୋର ରେ ଜାବୁଡି ଧରି କୁଣ୍ଢେଇ ଶୋଇ ପଡିଲେ ରୀନା। କିଛି ସମୟ ପରେ ରୀନା ଙ୍କର ମୁଣ୍ଡ କୁ ଆଉଁସି ଦେଉ ଦେଉ କହିଲି, ବାରବାଟୀ ଷ୍ଟାଡିୟମ ପାଖରେ ନୁଆଁ କରି ଗୋଟେ ସ୍ପାଇସି ମୋମୋ ସେଣ୍ଟର ଖୋଲିଛି। ମୋ ବାୟାଣୀ କୁ କାଲି ଖୁଆଇ ନେବି। ତା ପାଖରେ ଥିବା କୋଲଡ଼ କଫି ସେଣ୍ଟର ରେ ଭଲ କଫି ମିଳେ। ମୋ ବେବି କାଲି ଯିବ ନା ?

  ମୋ ଛାତିରେ ମୁଣ୍ଡ କୁ ଜାକି ..... ଧୀରେ ଧୀରେ ରୀନା କହୁଥିଲେ, ମତେ ନ ନେଇ ଆଉ କାହା ସହିତ ଯଦି ଯିବ , ତା ହେଲେ ଦେଖିବ ରୁହ। ମୋମୋ ରେ ମତେ ଏକ୍ସଟ୍ରା ଚଟନୀ ଦେବାକୁ ସେ ମୋମୋ ଵାଲା କୁ କହିବ ଆଉ ହଁ ଚିଲି ଟିକେ ଅଧିକ ଦେବ । 


   ହଁ ଲୋ ମୋ ବେବି ସବୁ ସେ ଦେବ । ମୋ ଫୁଲେଇ ଖାଇବ ଆଉ ସେ ଦେବ ନି କି ?? 


----ଆଛା ଏ ଫୁଲେଇ ଟା କିଏ କି ?? ଟିକେ ଆଗରୁ ତୁମେ ମତେ ନାଁ ଧରି ଡାକୁ ଥିଲ ପରା । 

---------ଏଇ ଝିଟି ପିଟି ଟା ବେଡ଼ ରେ କୁଆଡୁ ଆସିଲା।ଝିଟିପିଟି ନା ଶୁଣି ରୀନା ମତେ ଭୟରେ ଜାବୁଡି ଧରି ଥରିବାକୁ ଲାଗିଲେ।ଆଉ ମୁଁ କୋଳକୁ ଭିଡି ନେଇ ଶୋଇ ପଡ଼ିଲି। 


  ଧୀରେ କହୁଥିଲେ ...ଝିଟିପିଟି ଗଲା ନା ନାହିଁ।

  ମୁଁ କହିଲି ହଁ....ସେ ମୋମୋ ଵାଲା ଆସି କାଢି ନେଇ ଗଲା। ମୋ ପେଟକୁ ଗୋଟେ ଧୂମ କରି ଦେଇ କହିଲେ.....ଦେଖୁଛି ବେଶି ନାଟକ ତୁମେ କରୁଛ । ଦୁଷ୍ଟ କେଉଁଠି କାର ! ଦୁହେଁ ହସୁଥିଲୁ ।।


Rate this content
Log in

Similar oriya story from Comedy