STORYMIRROR

Trushna Das

Drama Tragedy Others

3  

Trushna Das

Drama Tragedy Others

ଏକ ଶେଷ ଆରାମ

ଏକ ଶେଷ ଆରାମ

2 mins
194

ରାଜିବ ଅପରେଶନ ରୁମ ବାହାରେ ଚିନ୍ତାରେ ଛିଡା ହୋଇଛନ୍ତି। ସ୍ତ୍ରୀ ସୁମିର ପ୍ରସବ ପାଇଁ ଅପରେଶନ ଚାଲିଛି। ପ୍ରସବ ଯନ୍ତ୍ରଣା ସମୟ ଆଗରୁ ଆରମ୍ଭ ହୋଇ ଯିବାରୁ ଅପରେଶନ ହେଉଛି। ଡାକ୍ତର କହିଛନ୍ତି ମାଆ ଆଉ ଛୁଆ ଦୁଇ ଜଣଙ୍କୁ ବଞ୍ଚାଇବା କଷ୍ଟ। ରାଜିବ ସୁମି ପାଇଁ କହିଛନ୍ତି। ପାଖରେ ଘର ଲୋକ କେହି ନାହାଁନ୍ତି। ରାଜିବ ପାଖକୁ ଟିକେ ପରେ ଟିକେ ଫୋନ ଆସୁଥାଏ ଘର ଲୋକମାନଙ୍କର।ସେମାନେ ରାସ୍ତାରେ ଅଛନ୍ତି।

କିଛି ସମୟ ମଧ୍ୟରେ ଘର ଲୋକ ଆସି ପହଞ୍ଚି ଗଲେ। ଡାକ୍ତର ଅପରେଶନ କୋଠରୀ ରୁ ବାହାରି କହିଲେ ଝିଅ ହୋଇଛି। ହେଲେ ମାଆର ଅବସ୍ଥା ଖରାପ। ଆପଣମାନେ ରୁମକୁ ଯାଇ ଦେଖା କରି ଦିଅନ୍ତୁ।

ରାଜିବ ଭିତରକୁ ଗଲେ। ନର୍ସ ରାଜିବଙ୍କୁ ଝିଅ କୁ ଆଣି ଦେଲେ। ରାଜିବଙ୍କ ଆଖିରୁ ଲୁହ ଝରି ପଡୁ ଥାଏ। ଘର ଲୋକ ସବୁ ବାହାରେ ଛିଡା ହୋଇ ଦେଖୁ ଥାଆନ୍ତି। ରାଜିବ ଯାଇ ସୁମିଙ୍କ ମୁଣ୍ଡରେ ହାତ ମାରିବାରୁ ସୁମି ଚାହିଁଲେ ଏବଂ କହିଲେ ମୁଁ ଜାଣେ ମୋ ପାଖରେ ବେଶୀ ସମୟ ନାହିଁ। ମୋ ଝିଅର ଯତ୍ନ ନେବ। ତା ପାଇଁ ଗୋଟିଏ ଭଲ ମାଆ ଆଣିବ।

ରାଜିବ : ଏମିତି କୁହ ନାହିଁ।

ସୁମିଙ୍କ ଆଖିରୁ ଲୁହ ବହି ଯାଉ ଥାଏ ଏବଂ ଦୀର୍ଘ ନିଶ୍ୱାସ ନେଉ ଥାଆନ୍ତି । ସେ ରାଜିବଙ୍କୁ କହିଲେ ହାତ ତାଙ୍କ ମୁଣ୍ଡ ତଳେ ଦେବା ପାଇଁ। ବିବାହ ପାଖରୁ ଯେମିତି ସେ ରାଜିବଙ୍କ ହାତରେ ମୁଣ୍ଡ ଦେଇ ଆରାମ କରନ୍ତି ସେମିତି ସେ ଏକ ଶେଷ ଆରାମ କରିବେ।

ରାଜିବ ଗୋଟିଏ ହାତରେ ଝିଅକୁ ଧରି ଥାଆନ୍ତି ଆଉ ଗୋଟିଏ ହାତ ସୁମି ମୁଣ୍ଡ ତଳେରେ ଦେଇ ଥାଆନ୍ତି । ସୁମି ରାଜିବଙ୍କ ହାତ ଧରି ଜୀବନର ଶେଷ ଆରାମ କଲେ। ସବୁ ଦିନ ପାଇଁ ଶୋଇ ଗଲେ। ରାଜିବ ସୁମି ସୁମି କହି କାନ୍ଦୁ ଥିବା ବେଳେ ଝିଅ ମାଆ ଠାରୁ କ୍ଷୀର ଟିକିଏ ପିଇବା ପାଇଁ କାନ୍ଦୁ ଥାଏ। ଘର ଲୋକ ସବୁ ଭୋ ଭୋ ହୋଇ କାନ୍ଦୁ ଥାଆନ୍ତି ଓ ରାଜିବଙ୍କୁ ସମ୍ଭାଳିବା ପାଇଁ ଚେଷ୍ଟା କରୁ ଥାଆନ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama