ଏକ ପାଗଳିର ଦେଶପ୍ରେମ କାହାଣୀ
ଏକ ପାଗଳିର ଦେଶପ୍ରେମ କାହାଣୀ
ଏକ ପାଗଳିର ଦେଶପ୍ରେମ କାହାଣୀ
ସାରେ ଜାହାଁ ସେ ଆଚ୍ଛା, ହିନ୍ଦୋସ୍ତାଂ ହମାରା" ସଙ୍ଗୀତ ଝରି ଆସୁଥିଲା । ଦେଶପ୍ରେମର ଭାବନାରେ ସମଗ୍ର ଅଞ୍ଚଳଟି ମୋହଗ୍ରସ୍ତ ହେବା ପରି ଲାଗୁଥିଲା।ଉଡୁଥିବା ତ୍ରିରଙ୍ଗାକୁ ଦେଖିବା ମାତ୍ରେ, ମାନସପଟରେ ଭାସି ଉଠିଲା ସେହି ସଂଗ୍ରାମୀ ମାନଙ୍କ ତ୍ଯାଗ ଓ ବଳିଦାନ। ଦୂରରୁ ଡାକବାଜି ଯନ୍ତ୍ରରେ ଶୁଭୁଥିଲା ଆଉ କିଛି ସମୟ ପରେ ପ୍ୟାରେଡ୍ ଆରମ୍ଭ ହୋଇଯିବ।ସମସ୍ତେ ଶାନ୍ତି ଆଉ ଶୃଙ୍ଖଳାରେ ଠିଆ ହୁଅନ୍ତୁ।
ଆମର ମାନ୍ୟବର କୃଷି ମନ୍ତ୍ରୀ ପହଞ୍ଚି ସାରିଲେଣି ଆଉ କିଛି ସମୟ ପରେ ସଭା ମଞ୍ଚ ଉପରେ ଆସି ପହଞ୍ଚିବେ , ପତକା ଉତ୍ତୋଳନ କାର୍ଯ୍ୟକ୍ରମ କରିବେ।ସମସ୍ତଙ୍କୁ ବିନିତ ଅନୁରୋଧ ଶୃଙ୍ଖଳା ବଜାୟ ରଖନ୍ତୁ।ପତକା ଉତ୍ତୋଳନ ହୋଇ, ପ୍ୟାରେଡ୍ ସରିଲାପରେ ସମସ୍ତ ଉତ୍ତିନ୍ନ ପ୍ରତିଯୋଗିମାନଙ୍କୁ ପୁରସ୍କାର ବଣ୍ଟନ କରାଯିବ।ନିଜେ ମନ୍ତ୍ରୀ ସ୍ବହସ୍ତରେ ପୁରସ୍କାର ବଣ୍ଟନ କରିବେ।ହାଲୋ......ହେଲୋ..... ଆପଣମାନେ ଦୟାପୂର୍ବକ ଶାନ୍ତି ଶୃଙ୍ଖଳା ବଜାୟ ରଖନ୍ତୁ।
ଏ ସମୟରେ ଏକ ପାଗେଳିଟା ଧଶେଇ ଆସିଲା ଭିତରକୁ ।କାହା ଆଖିରେ ସିଏ କଣ ଦେଖାଯାଉଥିଲା।କଣ ଇଆଡୁ ସିଆଡୁ କହି ଚାଲୁଥାଏ ବାଳ ମୁକୁଳେଇ।ହାତରେ ତ୍ରିରଙ୍ଗା ପତକାଟିଏ ଧରି ପଶିଆସି କହୁଥାଏ ଜୟ ହିନ୍ଦ୍ । ଧଶେଇ ଆସୁଥାଏ ଭିତରକୁ। ଦୂରରୁ ଡାକବାଜି ଯନ୍ତ୍ରରେ ଡାକଟି ଶୁଭୁଥାଏ ପ୍ରବଳ ବେଗରେ ଧର ଧର ସେ ବୁଢିକୁ ଧର....। ଦେଶ ପ୍ରେମରେ ଖାଲି ବିଭୋର ହୋଇପଡିଥାଏ ସେ । ନେଞରା ଆଖିରେ,ବଙ୍କଡା ପାଟିରେ ହାତରେ ମହମବତୀଟିଏ ଧରି କହୁଥାଏ ପାକିସ୍ଥାନ ମୁର୍ଦାବାଦ ଆଉ ହିନ୍ଦୁସ୍ଥାନ ଜିନ୍ଦାବାଦ । ତା ଆଖିରେ ରହିଥାଏ ନୀରବତା ଓ ମୁହଁରେ ହତାଶାଭାବର ମୋଟା ଚାଦର।
କାହାକୁ ଦେଖିଲା କ୍ଷଣି ଗୋଡେଇ ଆସୁଥାଏ ପଛରୁ। ବୁଢୀ କୋହଭରା କଣ୍ଠରେ କହୁଥାଏ ଦେଶାତ୍ମକବୋଧକ ଗୀତ ଟିଏ ଗାଇବି ମୋତେ ଟିକେ ଛାଡ । କେତେବେଳେ ଜୟ ହିନ୍ଦ୍ କରୁଥାଏ ଏବଂ ଆଉ କେତେବେଳେ ଗାଳିଗୁଲଜ କରି ହାତ ଟେକି କାହାକୁ କାହାକୁ ଟିକେ ନେହୁରା ହେଉଥାଏ।
ସ୍ୱାଧୀନତା ସଂଗ୍ରାମର ଵୀର ଯୋଦ୍ଧାଙ୍କୁ ସ୍ମରଣ କରି ତା ଆଖି ସାମ୍ନାରେ ନାଚି ଉଠିଲା ସେହି ବୀର ଯବାନମାନଙ୍କ ଚେହେରା ଗୁଡାକ।ଜାଗି ଉଠିଲା ତା ମନରେ ଏବଂ ତା ପ୍ରାଣରେ।ଶରୀରରେ ଖେଳିଗଲା ଅପୂର୍ବ ଶିହରଣ। ଜାଗ୍ରତ ହେଲା ଦେଶ ପ୍ରେମର ଜୁଆର।
ଖାଲି ଗୋଟିଏ ଜିଦ୍ ଏ ପତକା ତଳେ ଛିଡା ହେବା ପାଇଁ ଯାଗାଟିଏ ଦିଅ।ମୋ ପୁଅ ପରା ସ୍ବାଧୀନ ଏଇଠି ଅଛି।।ଖାଲି ଗୋଟିଏ କଥା କହୁଥାଏ ମୋ ପୁଅ ସ୍ବାଧୀନ ...ମୋ ପୁଅ ଶହିଦ ବନ୍ଦେ ମାତରମ୍ ....ମୋ ଶହିଦ ପୁଅ କବର ତଳୁ ଉଠି ଆସିଛି ବନ୍ଦେ ମାତରମ ବନ୍ଦେ ମାତରମ । ସମସ୍ତଙ୍କୁ ନାକେଦମ କରିଦେଲା ଏ ବୁଢୀଟି।ପ୍ରାୟ ଅଧଘଣ୍ଟା ଧସ୍ତାଧସ୍ତି ପରେ ପୋଲିସ ଆସି ତାକୁ କାବୁ କରିଥିଲା।
ଏହାପରେ କୃଷିମନ୍ତ୍ରୀ ପତକା ଉତ୍ତୋଳନ କରିବା ସହ,ସମସ୍ତେ ଜାତୀୟ ସଂଗୀତ ଜନ ଗନ ମନ ଗାନ କରି ପ୍ୟାରେଡ୍ ଆରମ୍ଭ ହୋଇଯାଇଥିଲା। ଦର୍ଶକଙ୍କ ମନରେ ଦେଶପ୍ରେମ ଜାଗ୍ରତ ହୋଇଯାଇଥିଲା।ଭାବମୟ ହୋଇଗଲା ସମଗ୍ର ପରିବେଶ।ବିଦଗ୍ଧ ଶ୍ରୋତାଂକ ଅଜସ୍ର ତାଳି ମାଡରେ !
କିଛି କ୍ଷଣ ଟଣା ଓଟାରା ପରେ ପୁଣି ଧାଇଁ ଧାଇଁ ଆସି ଚଢିଗଲା ସେହି ବୃଦ୍ଧାଟି ମଞ୍ଚ ଉପରକୁ । ମାଇକଟି ଜଣକ ହାତରୁ ଛଡାଇ ନେଇ କହି ଚାଲିଲା ମୁଁ ପାଗେଳି ନୁହଁ ! କାହିଁକି ମତେ ପାଗେଳି ବୋଲି ଡାକୁଛ? ମୁଁ ଜଣେ ମା ! ମୁଁ ସେହି ସ୍ବାଧୀନର ମା। ମୋ ସ୍ବାଧୀନ ଆତଙ୍କବାଦୀ ଆକ୍ରମଣରେ ଶହିଦ ହୋଇଗଲା।ସେହି ବୃଦ୍ଧାଟି ତାର ପୁଟୁଳା ବସ୍ତାନିରୁ କିଛି ସହିଦ ମାନଙ୍କ ଫୋଟକୁ ଜାବୁଡି ଧରି କୋହ ଭରା କଣ୍ଠରେ କହିଚାଲିଲା ସାରେ ଯାହାଁ ସେ ଆଛା,ହିନ୍ଦୋସ୍ତା ହାମାରା।
ଯଦି ମନରେ ତିଳେ ହେଲେ ଦେଶପ୍ରେମ ଥିବ ତାହାହେଲେ ମତେ ଭତ୍ସନା କରିବନାହିଁ।କାହାର ଫୋଟ ଦେଖିବ ତୁମେ ମାନେ ମୋର ଖାଲି ଗୋଟିଏ ପୁଅ ନୁହଁ ସହ ସହ ପୁଅ ଦେଖ ଇଏ ସ୍ବାଧୀନ,ଇଏ ବଳିଦାନ,ଇଏ ସମାଧି ,ଇଏ ଶହିଦ ଆଉ କାହା କାହା ନାମ କହିବି ତୁମମାନଙ୍କୁ। ଏ ଦେଶ ପାଇଁ ସେମାନେ ବଳିଦାନ ଦେଇଛନ୍ତି।ଏ ମାଆ ଆଖିରୁ ଲୁହ ସଦା ଝରୁଛି।
ମୋ କାହାଣି ଶୁଣି ତୁମେମାନେ ଧର୍ଯ୍ୟ ଧରି ରହିପାରିବ? ମୁଁ ପାଗେଳି ନୁହଁ ମୋ ନାଆ ମିରା ।ମୋ ସ୍ବାମୀ ଜଣେ ନିରିହ ସାଧାରଣ ମଣିଷଟିଏ। ଉଚ୍ଚ ପଦସ୍ଥ ସେନା କର୍ମଚାରି।ଶାନ୍ତ ଓ ସରଳ ସ୍ବଭାବର ଥିଲେ ସେ।କର୍ତବ୍ୟରେ କେବେ ହେଳା କରୁ ନଥିଲେ।କ୍ୟାମ୍ପ ଭିତରେ ହେଉ କିମ୍ବା ବାହାରେ ସବୁବେଳେ ନିଜ ଦାୟିତ୍ବ ତୁଲାଇବାରେ ସେ ଥିଲେ ଆଗରେ।ଯେଉଁଥିପାଇଁ ତାଙ୍କ ଠାରୁ ଅଧିକ ଉଚ୍ଚରେ ଥିବା ସମସ୍ତ ଅଧିକାରୀ ଏବଂ ଅନ୍ୟ ସାଥୀ ଯବାନଙ୍କ ପ୍ରିୟ ପାତ୍ର ହୋଇ ପାରିଥିଲେ।ନୂତନ ଭାବେ ସିଆରପିଏଫରେ ସାମିଲ୍ ଯବାନଙ୍କ ମନୋବଳକୁ ଦୃଢ଼ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କିଛି ଆତଙ୍କବାଦୀ ତାଙ୍କୁ ଯୋରଜବରଦସ୍ତ ଉଠାଇ ଆଣି ହତ୍ୟା କରିଥିଲେ।
ହଠାତ୍ ଦଳେ ଲୋକ ମୁହଁରେ କଳାକନା ଓ ହାତରେ ଏ କେ ୪୭ ଧରି ପଶି ଆସି ଗୁଳି ମୁଣ୍ଡକୁ ବନ୍ଧୁକ ଦେଖାଇଥିଲେ।ଆମେ କିଛି ବୁଝିବା ଆଗରୁ ଆମ ଦୁଇଜଣଙ୍କୁ ଆଣ୍ଠେଇଦେଲେ ଏବଂ ସେମାନେ ଧରିଥିବା ବନ୍ଧୁକ ଭିତରୁ ପ୍ରଥମ ଗୁଳି ଖାଇ ଟଳି ପଡ଼ିଥିଲେ ସେ।ସେମାନଙ୍କ ଆଗକୁ ଆସି କାନ୍ଦି କାନ୍ଦି ନେହୁରା ହୋଇ କହିଥିଲି, " ଆପଣମାନେ ୟାକୁ ଦୟାକରି ଛାଡି ଦିଅନ୍ତୁ।ସେମାନେ ତ ଆତଙ୍କବାଦୀ।ସମସ୍ତେ ଏକଦମ ଚୁପ୍ ହୋଇ କୌତୁହଳତା ର ସହ ମୋ ଆଡ଼କୁ ଅନାଇଵସିଲେ ନିଜକୁ ସମ୍ଭାଳି ନପାରି ସମସ୍ତଙ୍କୁ ଅନାଇ କହିଲି ସାରେ ଜାହାଁ ସେ ଆଚ୍ଛା, ହିନ୍ଦୋସ୍ତାଂ ହମାରା"।ବନ୍ଦେ ମାତରମ୍ .... ବନ୍ଦେ ମାତରମ ବନ୍ଦେ ମାତରମ ।
ସେ ଦିନ ଥିଲା ସ୍ବାଧିନତା ଦିବସ।ସମସ୍ତେ ତ୍ରିରଙ୍ଗା ପତକାକୁ ସର୍ମାନ ଦେବାବେଳେ ଏ ଆତଙ୍ଗବାଦୀମାନେ ଆମ ତ୍ରିରଙ୍ଗା ପତକାକୁ ଅପମାନିତ କରି କେତେ ନିରିହ ଯବାନ ମାନଙ୍କ ଜୀବନ ନେଇ ରକ୍ତର ନଦୀ ଛୁଟାଇଥିଲେ । ଆଉ ସେହି ରକ୍ତ ଭିଜା ନାଲି ତ୍ରିରଙ୍ଗା ଧରି ମୁର୍ଦାବାଦ ମୁର୍ବ୍ଦାବାଦର ନାରା ଦେଇଥିଲେ।ତାକୁ ଆଦୌ ସହ୍ୟ କରିବା ବଡ କଷ୍ଟକର ହେଉଥିଲା। ଏ ମାଆର ଆଖି ଆଗରେ କେତେ ଯେ ପୁଅ ସହିଦ ହୋଇଗଲେ।
ଆଉ ମତେ ଟେକି ନେଇ ତାଙ୍କ ଦଳରେ ମିଶାଇବା ପାଇଁ ଚେଷ୍ଟା କରିଥିଲେ।ବହୁ ଶାରୀରିକ କଷ୍ଟ ନିର୍ଯ୍ୟାତନା ମିଳିଥିଲା ।ସେଠୁ ଖସିବା ପାଇଁ କେତେ ଚେଷ୍ଟା କରିଥିଲି କିନ୍ତୁ ଖସିପାରିନଥିଲି।ନିରୀହ ଯବାନମାନଙ୍କୁ ହତ୍ୟା ଭଳି କାର୍ଯ୍ୟରେ ଅତିଷ୍ଠ ହେବାକୁ ଵାଧ୍ୟ କରାଯାଉଥିଲା ଏବଂ ବହୁ ନିର୍ଯାତନା ଦିଆଯାଇଥିଲା। ବହୁବାର ସେଠୁ ଖସି ଆସିବାକୁ ଉଦ୍ୟମ କରିଥିଲି।ହେଲେ ମତେ ନଜରବନ୍ଦୀ କରି ରଖା ଯାଉଥିଲା। ଏମିତି କି ଅଧିକାଂଶ ସମୟରେ ମାଡ଼ପିଟ ମଧ୍ୟ କରା ଯାଉଥିଲା।ହୀନ ଦୃଷ୍ଟିରେ ଦେଖାଯାଉଥିଲା ଏବଂ ମତେ ଯୋରଜବରଦସ୍ତ ତାଙ୍କ ସଙ୍ଗଠନରେ ସାମିଲକରିଵାକୁ ଵାଧ୍ୟ କରୁଥିଲେ।
ଦିନେ ସେଠାରୁ ଖସି ଆସି ଏମିତି ପାଗଳି ଭଳି ବୁଲୁଛି, କାଳେ ପୁଣି ଥରେ ଧରି ନେଇ ସେମାନଙ୍କ ଦଳରେ ମିଶାଇବେ ଵୋଲି ।ନିଜ ବୁଦ୍ଧି ଏବଂ କୌଶଳ ବଳରେ ବହୁକଷ୍ଟରେ ସେଠୁ ଖସିଆସିଛି।
।
ଆଫଗାନିସ୍ଥାନ ହେଉ କି ପାକିସ୍ଥାନ,ସିରିଆ,ଇରାକ ସବୁଠି ଆତଙ୍କବାଦ'ର ଛାୟା।କାଶ୍ମୀରରେ ସେଇମାନଙ୍କ ଯୋଗୁଁ ଅସ୍ଥିରତା।ଯେତେବେଳେ ଦେଖ ସେନା,ପୁଲିସ ସହ ଆତଙ୍କବାଦୀମାନଙ୍କର ଲଢେଇ।ସେଇ ତାଲିବାନ ହେଉ କି ଆଇ.ଏସ.ଆଇ ଏବଂ ଲସ୍କରେ.ଇ.ଥୋଇବା ସବୁ ସେଇ ମୁସଲମାନ ମାନେ ହିଁ ଆତଙ୍କବାଦୀ ସାଜିଛନ୍ତି।ଏତେ କ୍ରୁର ଏଇ ଆତଙ୍କବାଦୀମାନେ !
ଦେଶର ଆତ୍ମସମ୍ମାନ ,ଆତ୍ମଗୌରବ ରକ୍ଷା କରିବା ପାଇଁ ସର୍ଜିକାଲ ଷ୍ଟ୍ରାଇକ କରିବା ନିହାତି ଦରକାର ।
ବିଗତ ତିନି ଦଶନ୍ଧିରେ ସବୁଠାରୁ ଭୟଙ୍କର ଆତଙ୍କବାଦୀ ସଂହାର ଲୀଳାର ଶିକାର ହୋଇଛି ଭାରତ ।
ସମଗ୍ର ବିଶ୍ୱକୁ ଶାନ୍ତି ଓ ଅହିଂସାର ମାର୍ଗ ଦେଖାଉଥିବା ଭାରତର ପବିତ୍ର ମାଟିରେ ଆତଙ୍କବାଦର ଏଇ ହିଂସ୍ର ,ବର୍ବରୋଚିତ ତାଣ୍ଡବକୁ ଯେତେ କଠୋର ଭାଷାରେ ନିନ୍ଦା କଲେ ବି ତାହା ଯଥେଷ୍ଟ ହେବନାହିଁ ।
ଶହିଦ ଯବାନଙ୍କ ବଳିଦାନ ଏ କୃତଜ୍ଞ ଦେଶ ଓ ଜାତି ନିଶ୍ଚୟ ମନେରଖିଵ। ସେମାନଙ୍କ ତ୍ୟାଗ କଦାପି ବ୍ୟର୍ଥ ଯିବନାହିଁ ।ଆତଙ୍କବାଦ ବିରୋଧରେ ଏ ବିଶ୍ୱ ସମୁଦାୟ ଏକତ୍ର ହୋଇ ଏହି ମିଳିତ ଲଢ଼େଇକୁ ଆହୁରି ଶକ୍ତିଶାଳୀ କରିବା ଦରକାର। ଭାରତର ଏକ ବଡ ଧରଣର ପ୍ରସ୍ତୁତି ଆତଙ୍କବାଦକୁ ନାଶ କରିବା ପାଇଁ ନିହାତି ଦରକାର।କାଶ୍ମୀର ସମସ୍ୟାର ସମାଧାନ ଖୋଜିବା ମଧ୍ୟ ସେମିତି ଜରୁରୀ ଅଟେ ।
ସମଗ୍ର ବିଶ୍ୱକୁ ଶାନ୍ତି ଓ ଅହିଂସାର ମାର୍ଗ ଦେଖାଉଥିବା ଭାରତର ପବିତ୍ର ମାଟିରେ ଆତଙ୍କବାଦର ଏଇ ବର୍ବରୋଚିତ ତାଣ୍ଡବ ତଳିତଳାନ୍ତ କରି ଦେଇଥିଲା ।
ସମସ୍ତେ ଶୋଇରହିଥିବା ସମୟରେ ଏ ଵୀର ଯଵାନ ହସି ହସି ରାତି ତମାମ ସୀମାର ଘଞ୍ଚ ଜଙ୍ଗଲ ଭିତରେ ଚେଇଁ ରହି ମାତୃଭୂମିର ସୁରକ୍ଷା ପାଇଁ ନିଜକୁ ଜଳାଞ୍ଜଳି ଦେଇଦିଅନ୍ତି କେବେ ହିମାଳୟର ବରଫରେ ପୁଣି କେବେ ମରୁଭୂମିର ଉଚ୍ଚ ଉତ୍ତାପରେ।ପାକିସ୍ତାନର ସୀମାରେ ତ କେବେ ଚାଇନା ଵୋଡରରେ।
ସେତିକି ବେଳକୁ ଉପସ୍ଥିତ ପିଲା ମାନଙ୍କର ସମବେତ କଣ୍ଠରୁ " ସାରେ ଜାହାଁ ସେ ଆଚ୍ଛା, ହିନ୍ଦୋସ୍ତାଂ ହମାରା" ସଙ୍ଗୀତ ଝରି ଆସିଲା । ଦେଶପ୍ରେମର ଭାବନାରେ ସମଗ୍ର ଅଞ୍ଚଳଟି ମୋହଗ୍ରସ୍ତ ହୋଇଗଲା। ଉପସ୍ଥିତ ଜନତାଙ୍କ କରତାଳିରେ ସମଗ୍ର ପରିବେଶ ଭାବମୟ ହୋଇ ଉଠିଲା। ଉଡୁଥିବା ତ୍ରିରଙ୍ଗାକୁ ଦେଖିବା ମାତ୍ରେ , ମାନସପଟରେ ଭାସି ଉଠିଲା ସେହି ସଂଗ୍ରାମୀ ମାନଙ୍କର ଅମରଗାଥା।ଜଣେ ବୀର ସୈନିକଙ୍କ ସ୍ତ୍ରୀ ହିସାବରେ ନିହାତି ସର୍ମାନର ଯୋଗ୍ୟ ଚାରିଆଡେ ଶୁଣାଗଲା। ଚାରିଆଡେ ଖାଲି କରତାଳି।
ଆଖିରୁ ଝରିଗଲା ଲୁହର ଧାରମାନ । ନେତାମାନେ ପୁଷ୍ପାଞଳି ଦେଲେ ସେହି ବୀର ସହିଦମାନଙ୍କର ଗାଥା ମନେପକାଇ । ସମବେତ ଜନତାଙ୍କ କଣ୍ଠରୁ ଶୁଣାଗଲା-
ଭାରତ ମାତା କୀ ଜୟ
ବନ୍ଦେ ମାତାରମ୍
ସବୁ ଆଡେ ଖେଲିଗଲା ସହିଦ ହୋଇଥିବା ଅମର ଯବାନର ସ୍ତ୍ରୀରଅପୂର୍ବ ସାହସ ଓ ବୀରତ୍ୱର କାହାଣୀ । ତାର ସାହାସ ଏବଂ ଧଯ୍ୟ ଏ ଜାତିକୁ ତାହା ମତାଇଦେଲା, ତତାଇଦେଲା ଆଉ ସ୍ୱାଧିନତାର ସୁଆଦ ଚଖାଇ ଦେଲା ।ସାରା ଦେଶ ଜାଗି ଉଠିଲା ।ଆତଙ୍କବାଦୀଙ୍କୁ ହଟାଇବାକୁ ସବୁରି ମନରେ ନୂଆ ଦମ୍ଭ ଚେଇଁ ଉଠିଲା । ସାନଠାରୁ ବଡ଼ଯାଏ ସମସ୍ତେ ଶପଥ ନେଲେ । ଆତଙ୍କବାଦୀର କଡା ଯଵାଵ ଦେଵେ । ଟେଲିଭିଜନ୍ ଓ ଖବରକାଗଜରେ ପ୍ରଚାରିତ ହୋଇଗଲା ଏକ ଵୀର ଯବାନଙ୍କ ସ୍ତ୍ରୀର ଅପୂର୍ବ ସାହାସ ଓ ଧର୍ଯ୍ଯ ଦକ୍ଷତା ସମ୍ପର୍କରେ।।ଶୁଭିଲା ଭାରତ ମାତା କି ଜୟ। ଜଣେ ପ୍ରକୃତ ଦେଶପ୍ରେମୀ ବୋଲି ସମସ୍ତେ ଜାଣିଲେ।
ଏହି ବୀର ଶହିଦଙ୍କ ସ୍ତ୍ରୀଙ୍କ ବୀରତ୍ବକୁ ସମ୍ମାନ ଜଣାଇ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଗଲା। ପରମବୀର ଚକ୍ର ମିଳିଥିଲା ମିରାକୁ।ସେହି ସର୍ମାନ ପାଇ ଧାର ଧାର ଆଖିରୁ ଲୁହ ଝରିପଡିଥିଲା ମିରାର।ମନେପଡିଯାଇଥିଲା ତାର ସେହି ବିପଥଗାମି ମୂହୁର୍ତ୍ତମାନ।କେତେ କଷ୍ଟ ସେଦିନ ଗୁଡାକ ଥିଲା। କେତେବଡ ବଡ ବଡ ଜଟିଳ ପରିସ୍ଥିତିର ସାମନା କରିବାକୁ ପଡିଥିଲା ନିଜ ଜୀବନରେ।
ଆତଙ୍କଵାଦୀ ଆକ୍ରମଣରେ ସହିଦ ହୋଇଥିବା ସୈନ୍ୟମାନଙ୍କ ସ୍ମୃତିରେ ଛାତ୍ରଛାତ୍ରୀ ତରଫରୁ ମହମବତୀ ଶୋଭାଯାତ୍ରା ବହୁ ସ୍ଥାନରେଅନୁଷ୍ଠିତ ହୋଇଥିଲା।ଏଥିରେ ଵିଭିନ୍ନ ଛାତ୍ରଛାତ୍ରୀ ଓ ଜନସାଧାରଣ ଆଗ୍ରହ ସହ ଯୋଗ ଦେଇଥିଲେ ।।ଭାରତ ମାତକି ଜୟ, ଆମ ସହିଦ ଵୀର ଯବାନ ମାନଙ୍କ ଜୟ, ସେନାବାହିନୀର ଜୟ ଏପରି ସ୍ଲୋଗାନରେ ପ୍ରକମ୍ପିତ ହୋଇ ଉଠିଲା । ନିଜେ ମିରା ଏବଂ ତାପରି ସହିଦ ହୋଇଥିବା ବୀର ଯବାନ ମାନଙ୍କ ସ୍ତ୍ରୀମାନେ ବାହାରି ପଡିଥିଲେ କେଣ୍ଡଲ ଶୋଭାଯାତ୍ରାରେ।ଵିଭିନ୍ନ ମନ୍ଦିରରେ ମଧ୍ୟ ସେହି ସୈନ୍ୟଙ୍କ ଅମର ଆତ୍ମାର ସଦଗତି କାମନା କରା ଯାଇଥିଲା । ପିଲାମାନଙ୍କୁ ସେହି ଵୀର ଭାରତୀୟ ସୈନ୍ୟମାନଙ୍କ ବୀରତ୍ତ୍ୱ ଓ ତ୍ୟାଗର ବାର୍ତ୍ତା ପ୍ରଦାନ କରାଯାଇଥିଲା ।
ମିରା ଭଵିଷ୍ୟତରେ ଏ ଦେଶପାଇଁ ପ୍ରାଣ ହରାଇଥିବା ସହୀଦ୍ ଯବାନଙ୍କ ପରିବାର ପ୍ରତି ସହାୟତାର ହାତ ବଢାଇ ତା ଜୀବନକୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଵାଜି ଲଗାଇଦେଲା।ଜଣେ ବୀର ସହିଦଙ୍କ ପତ୍ନୀ ହିସାବରେ ମିରା ଲୋକଲୋଚନକୁ ଆସିଥିଲା।ବାଟରେ ଘାଟରେ ତାର ବୀରତ୍ବର ପ୍ରଶଂସା କରାଗଲା।କେତେ ଦୃଢ ମନୋବଳ ଏବଂ ଆତ୍ମବିଶ୍ବାସ ସେହି ନାରୀର।ସେହି ନାରୀରୁ ହିଁ ଜଣେ ବିରତ୍ବର ଗାଥା ଶିଖିବା କଥା।ଉଦାହରଣ ପାଲଟିଗଲେ ମିରା ସମସ୍ତ ଭାରତୀୟଙ୍କ ହୃଦୟରେ ବୀରତ୍ବ ଏବଂ ଦେଶପ୍ରେମର ଗାଥା ଦେଈ।
ସ୍ବାଧିନତା ଦିବସ ଭଳି ବହୁ ଦେଶାତ୍ମକ କାର୍ଯ୍ୟକ୍ରମରେ ମିରାକୁ ମୁଖ୍ୟ ବକ୍ତାଭାବେ ନିମନ୍ତ୍ରଣ କରାଗଲା। ପାଠବହିରେ ମିରାର ବୀରତ୍ବ ବିଷୟରେ ପିଲାମାନେ ପଢିବାକୁ ଲାଗିଲେ।ଯୁବପିଢିମାନେ ବହୁକିଛି ଶିଖିବାକୁ ପାଇଲେ ତାଙ୍କ ବୀରତ୍ବ ବିଷୟରେ। ମିରା ବହୁସ୍ଥାନ ବୁଲି ସ୍ବାଧୀନତା ଚିନ୍ତାଧାରା ସମସ୍ତଙ୍କ ମନରେ ଜାଗ୍ରତ କରାଇଥିଲେ।ଆମ ଦେଶ ମହାନ୍ ଆମ ମାଟି ମହାନ୍ ।ଆମେ ସବୁ ଭାରତୀୟ।ଏ ଭାରତ ଅଟେ ଆମ ମାଆ।ଏ ମାଆ ପାଇଁ ଆମ ଜୀବନ ଦେଇଦେବା।ଆଗାମୀ ଯୁବପିଢ଼ି ଭବିଷ୍ୟତରେ ସେମାନେ ଜଣେ ଜଣେ ଯବାନ ହୋଇ ଏ ଦେଶ ଏବଂ ଜାତିପାଇଁ ଲଢିବାକୁ ସପଥ ନେଲେ।ସମସ୍ତଙ୍କର ହୃଦୟରେ ରହିଗଲେ ମିରା ଚିରଦିନ ପାଇଁ ଉଦାହରଣ ସାଜି।