Sunanda Mohanty

Abstract Thriller

4  

Sunanda Mohanty

Abstract Thriller

ଏକ ଚଷମା କାହାଣୀ

ଏକ ଚଷମା କାହାଣୀ

2 mins
383


ଜେଜେଙ୍କ ସାଙ୍ଗରେ ପିଲାବେଳ କଟିଥିଲା ପଲ୍ଲବର। ଯୋଉ ପିଲାଦିନ ମନେ ନାହିଁ ତାର, ହେଲେ ଜେଜେଙ୍କ ଭଙ୍ଗା ଚଷମା ଭିତରେ ସେ ଜେଜେଙ୍କ ସହ ନିଜ ପିଲାଦିନର ସ୍ମୃତି କୁ ମନେପକାଏ। ଏବେ ଏବେ ତାର ଛୋଟ ପୁଅ କିଂଶୁ ଯେବେ ତା ଜେଜେ ଅର୍ଥାତ୍ ପଲ୍ଲବ ବାପାଙ୍କ ଚଷମା ଭlଙ୍ଗିଥିଲା ବଲ ପକେଇ, ପଲ୍ଲବ ସଙ୍ଗେ ସଙ୍ଗେ ନୂଆ ଚଷମା ଆଣିଦେଇଥିଲା, କାରଣ ସେ ଜାଣିଥିଲା, ଚଷମା ନହେଲେ, ତା ବାପା, ଅଂଶୁମାନ ବାବୁ ଗୁ ଖବରକାଗଜ, ଟିଭି, ସଉଦା ହିସାବ ରଖିନପାରିବା ସହ ତା ପୁଅ ସହିତ ଖେଳା ବୁଲା କରିବାରେ ମଧ୍ୟ ଅସୁବିଧା ହେବ।

ଯୋଉଦିନ ପଲ୍ଲବ ନୂଆ ଚଷମା ଆଣି ବାପା ଅଂଶୁମାନ ବାବୁଙ୍କୁ ଦେଲେ, ବାପା କାହିଁକି ଜେଜେଙ୍କ ପୁରୁଣା ଭଙ୍ଗା ଚଷମାଟିକୁ ଧରି କାନ୍ଦି ପକାଇଥିଲେ, ସେକଥା ପଲ୍ଲବ ପଚାରି ପାରିନଥିଲେ ଏଇଥି ପାଇଁ କି ବାପାଙ୍କ ଦୁଃଖ ବଢିଯିବ। ବାପା କିନ୍ତୁ କାନ୍ଦୁଥିଲେ କଇଁ କଇଁ ହୋଇ। କେମିତି କହିଥାନ୍ତେ ପଲ୍ଲବ କୁ କେତେ ଅନ୍ୟାୟ କରିଛନ୍ତି ନିଜ ବାପାଙ୍କ ପ୍ରତି ସେ।

ମାଆ ମରିଗଲା ପରେ ବାପାଙ୍କୁ ନେଇଆସିଥିଲେ ଅଂଶୁମାନ ନିଜ ପାଖକୁ। ବାପାଙ୍କର ଡାଇବେଟିସ ସାଙ୍ଗକୁ ଇଉରିକ ଏସିଡ, ଥାଇରଏଡ, କୋଲେଷ୍ଟ୍ରାଲ ବଢ଼ି ଆଣ୍ଠୁ ଗଣ୍ଠି ବିନ୍ଧା ସାଙ୍ଗକୁ ଚଳପ୍ରଚଳ କରିବାରେ କଷ୍ଟ ଅନୁଭବ କରୁଥାନ୍ତି ସତ କିନ୍ତୁ ନିଜ ପେନସନ ପଇସାରେ ଔଷଧ କିଣି ଖାଉଥାନ୍ତି । ସେତେବେଳକୁ ପଲ୍ଲବ ଛୋଟ ଓ ଦୁଷ୍ଟାମୀର ବେଳ, ତାକୁ ସମ୍ଭାଳିବା ପାଇଁ ଜଣେ ଲୋକର ନିହାତି ଆବଶ୍ୟକତା ଥାଏ, ଆଉ ସେ କାମଟା କଷ୍ଟେ ମଷ୍ଟେ କରିନିଅନ୍ତି ଅଂଶୁମାନ, ଆଉ ସମ୍ଭାଳି ନପାରିଲେ ନେଇଯାଆନ୍ତି ମାର୍କେଟ, ସକାଳ ଓ ସନ୍ଧ୍ୟାରେ ଘଡ଼ିଏ ଲେଖାଏଁ। ପିଲା ସମ୍ଭାଳିବା ସହ ପରିବା ଓ ସଉଦା ନେଇଆସନ୍ତି ଘର ପାଇଁ। ଏବେ ଏବେ ବଲ ମାରି ଚଷମାଟିକୁ ପଲ୍ଲବ ଭାଙ୍ଗିଦେଲା ପରେ, ତାଙ୍କୁ ଖୁବ କଷ୍ଟ ହୁଏ ମାର୍କେଟ ଯିବା, ସଉଦା ପରିବା ଇତ୍ୟାଦି ବୋହି ଆଣିବା । ଟିଭି ନଦେଖି, ସମାଜ ନପଢ଼ି ରହିଯାଉଥିଲେ ମଧ୍ୟ ପିଲାଟିକୁ ସମ୍ଭାଳିବାରେ, ବଜାରକୁ ନେବାରେ ଅସୁବିଧା ଅନୁଭବ କରୁଥିଲେ, ଚଷମା ନଥିବା ଫଳରେ, ପଲ୍ଲବକୁ ଧରି ରାସ୍ତା ପାରି ହୋଇ ଯିବା ଆସିବା, କଷ୍ଟକର ମନେହେଉଥିଲା ତାଙ୍କୁ। ପୁଅକୁ କେତେଥର କହିଲେଣି ଚଷମା ନାଡ ସଜାଡ଼ି ଆଣିବାକୁ, ହେଲେ ତାର ସମୟ ନଥିବା ଅନୁଭବ କରି ସେଦିନ ନିଜ ଚଷମା ନିଜେ ସଜାଡ଼ି ନେବାକୁ ଯାଇ ରାସ୍ତା ପାର ହେଉଥିଲା ବେଳେ, ଟ୍ରକ ଚକା ତଳେ ପଡି ଯାଇଥିଲେ ସେ। ଅଂଶୁମାନ ଆସି ଦେଖିଲା ବେଳକୁ ସବୁ ତ ଶେଷ କିନ୍ତୁ ଚଷମାଟି ରହିଯାଇଥିଲା, ହାତରେ ଅକ୍ଷତ, ଯେତିକି ଭାଙ୍ଗିଥିଲା ସେତିକି ଅବସ୍ଥାରେ। ସେହି କଥା ଓ ଦୃଶ୍ୟ ମନେପକାଇ ଅଂଶୁମାନ ଆଜି କାନ୍ଦୁଥିଲେ ଭୋ ଭୋ ତ ପଲ୍ଲବ କାରଣ ପଚାରିବାରୁ ସବୁ ସତ କଥା କହିଦେଇଥିଲେ । ପଲ୍ଲବ ମଧ୍ୟ ସବୁକଥା ଶୁଣି ସ୍ଥାଣୁ ପାଲଟି ଯିବା ପୂର୍ବରୁ ଜେଜେଙ୍କ ଚଷମାଟିକୁ ଜାବୁଡ଼ି ଧରିଥିଲେ ହୃଦୟରେ ।



Rate this content
Log in

Similar oriya story from Abstract