ଏଇତ ଆମ ଘର
ଏଇତ ଆମ ଘର
ରାଧୁ ଶ୍ୟାମକୁ କହିଲା ଶୁଣେ ସାଙ୍ଗ କାଲି ଆମ ଘର ପ୍ରତିଷ୍ଠା ଅଛି ତୁ ନିଶ୍ଚୟ ଆସିବୁ।ମତେ କଥା ଦେ।ହଁ ଆସିବି ସାଙ୍ଗ ଆସିଵି। ରାଧୁ ଶ୍ୟାମକୁ କହିଲା ଆମର ଏକ ବଡ ଘର ଅଛି ତଥାପି ମୋ ଡାଡି ଆଉ ଗୋଟେ ଘର କିଣିଛନ୍ତି ।ଆମ ଘର କାଲି ପ୍ରତିଷ୍ଠା ହେବ । ଆଛା କହିଲୁ ରାଧୁ ତୁ କହୁଛୁ ତମର ଏତେ ବଡ ଘର ଅଛି ତୋ ଡାଡି ଆଉ ଗୋଟେ ଘର କିଣୁଛନ୍ତି ତୁମ ଘରର ସଦସ୍ୟ ସଂଖ୍ୟା କେତେ?ମୁଁ ,ମୋ ଡାଡି ଆଉ ମମି।ତୁମ ତିନିଜଣକୁ ନେଇ ତୁମ ଘର।ଆଉ ଗୋଟେ ଘର କିଣିଲେ ସେଠି କିଏ ରହିବ? ତୁମର ଆଉ କେହି ନାହାନ୍ତି କି? ହଁ ଅଛନ୍ତି। ମୋ ଜେଜେ ଆଉ ମୋ ଜେଜେ ମାଆ।ସେମାନେ କେଉଁଠି ରହନ୍ତି। ମୋ ଡାଡି ସେମାନଙ୍କୁ ଏକ ଅଲଗା ଘରେ ରଖିଛନ୍ତି କହୁଥିଲେ କଣ ବୃଦ୍ଧାଶ୍ରମ ଘର।ସେଠି ରହନ୍ତି ମୋ ଜେଜେ ଆଉ ମୋ ଜେଜେ ମାଆ।ବୃଦ୍ଧାଶ୍ରମ ଘରେ ସମସ୍ତଙ୍କର ଜେଜେ ଏବଂ ଜେଜେ ମାଆ ରହନ୍ତି ଆମ ଜେଜେ ମାଆ ଏବଂ ଜେଜେ ବାପା ଆମ ଘରେ ଅଛନ୍ତି। ତୁ ଯିବୁ ଆମ ଘରକୁ।
ଶ୍ୟାମ କହିଲା ଶୁଣୁ ସାଙ୍ଗ ଆମ ଘରକୁ ତତେ ନେବି ଆମର ଝାଟିମାଟି ଗୋଟିଏ ବଖରାଘରେ କେମିତି ମୋ ଗୋସେଇଁ ମାଆ,ଗୋସେଁଇ ବାପା,ମୋ ଵୋଉ ,ମୋ ବାପା,ଦିଦି,ଭାଇ ସବୁ ମିଶି ଏକାଠି ଅଛୁ।ଏ ଘରେ ମୋ ମାଆ ରୋଷେଇ କରେ ଜାଇ ରଗଡେ ସାଗ ଖରଡେ ।ସମସ୍ତେ ମିଳିମିଶି ଏଠି ଖାଉଚୁ।ଗପବି କରୁ।ପରଷ୍ପର ସୁଖଦୁଃଖରେ ଜଣେ ଜଣଙ୍କର ସାହାର୍ଯ୍ୟ କରୁ।ସତରେ ସାଙ୍ଗ ତୋ ଘର କେତେ ଭଲ।ସମସ୍ତେ ପାଖରେ ଅଛନ୍ତି।ତୁମ ଘର ସାକ୍ଷାତ ସରଗପୁର।
କିନ୍ତୁ ଆମ ଘରେ ସମସ୍ତଙ୍କ ପାଇଁ ଅଲଗା ଅଲଗା ରୁମ।ଡାଡିର ଗୋଟେ ମୋ ମମିର ଗୋଟେ ଏବଂ ମୋର ଗୋଟେ।ସିଏ ଘର ଭଳି ଲାଗୁନି।ଲାଗୁଛି ଏକ ହଷ୍ଟେଲ ଭଳି।ରୋଷେୟା ଆସୁଛି ରୋଷେଇ କରି ଯାଉଛି।ରନ୍ଧା ହୋଇଥିବା ଖାଦ୍ୟ ଆମ ମାନଙ୍କ ରୁମରେ ନେଇ ରଖିଦେଉଛି ।ମମିତ କେବେ ଘରେ ରହନ୍ତିନି ଆଉ ମୋ ଡାଡି ସବୁବେଳେ ବ୍ୟସ୍ତ।ମୁଁ ଇଛାହେଲେ ଖାଏ ନ ହେଲେ ନାହିଁ।ସେହି ଘର ଘର ଭଳି ଲାଗୁନି।ମୋ ମନ କଥା ଜାଣିବା ପାଇଁ କେହି ନାହାନ୍ତି।ମୁଁ ମୋ ଜେଜେ ଏବଂ ଜେଜେ ମାଆଙ୍କୁ କେବେ ଦେଖିନାହିଁ।ମୋ ମମି ତାଙ୍କ ଅଫିସ ,ସାଙ୍ଗମାନଙ୍କ ସହ ବେଶି ସମୟ ଦିଏ।ବେଳେବେଳେ ପାର୍ଟିରୁ ଘରକୁ ରାତିଅଧରେ ଫେରେ ଫୁଲ ନିଶାରେ।ହଉ ରାଧୁ ତୁ ମନ ଦୁଃଖ କରେନା ଯମା।ତତେ ସମୟ ମିଳିଲେ ତୁ ଆମ ଘରକୁ ଚାଲିଆସୁଥା।
ଯେଉଁଠି ପରସ୍ପର ଭିତରେ ଟିକେ ସ୍ନେହ ଶ୍ରଦ୍ଧା ମିଳିଯାଏ ସେହି ଛାଟିମାଟି ଘର ଖଣ୍ଡିଏ ମଧ୍ୟ ସରଗପୁର ପାଲଟିଯାଏ।