ଏଇ ଆମ କିର୍ତ୍ତୀ
ଏଇ ଆମ କିର୍ତ୍ତୀ


ଆଲୋ ମାଆ ତୁ କି ସୁଦୂର ଆମେରିକା ଚାଲିଗଲୁ ବୋଲି ଆମ ଐତିହ୍ୟ ସଂସ୍କୃତି ପରମ୍ପରା ଭୁଲିଯିବୁ। ବାହାରୁ ବିଦେଶିନୀ ମାନେ ଆସି ଆମ ଐତିହ୍ୟ ସଂସ୍କୃତି ପରମ୍ପରାଙ୍କୁ ଆଦରି ନେଲେଣି। ହାତରେ ତାଙ୍କ ଜପାମାଳି ମୁଣ୍ଡରେ ଓଢଣା,କି ସୁନ୍ଦର ଶାଢିପିନ୍ଧା ତାଙ୍କର।ତୁ କିଛି ଦିନ ବିଦେଶରେ ରହିଲୁ ବୋଲି ସବୁ ଭୁଲିଗଲୁ। ମୁଁ ତତେ ବାଧ୍ୟ କରୁନି ମାଆ ଆମେ ସବୁ ମିଶି ମନ୍ଦିର ବାହାରିଛୁ ତୋ ମଥାରେ ଟିକେ ଓଢ଼ଣା ରହିଲେ ଭଲ ଲାଗିଥାନ୍ତା।
ସେହି ମନ୍ଦିରର ଐତିହ୍ୟ ଏବଂ କିମ୍ବଦନ୍ତି ଶୁଣି ମୁଁ ଗୋଟେ ମାନସିକ କରି ଦେଇଥିଲି ତୁମମାନଙ୍କ ପାଇଁ।ତାର ଐତିହ୍ୟ ବିଷୟରେ ଯେତେବେଳେ ସମସ୍ତଙ୍କଠୁ ଶୁଣିଲି ମୁଁ ତୁମକୁ ଆସିବାପାଇଁ କହିଲି। କେବେଠୁ ତୋ କୋଳ ଖାଲି ଅଛି।ଏତିକି ମାନସିକ କରିଛି ବରାଳ ବାଲୁଙ୍କେଶ୍ବର ବାବା ତୋ କୋଳ ଭର୍ତ୍ତି କରିଦିଅନ୍ତୁ। ସେ ବାବାଙ୍କ ମହିମା ଅପାର। ଭକ୍ତିରେ ଡାକିଲେ ନିଶ୍ଚୟ ଶୁଣିବେ। ମନରେ ମାଆ ତୁ ବିଶ୍ବାସ ରଖ।
ତାର ଐତିହ୍ୟ କଣ ତୁ ସେଠାକୁ ଗଲେ ନିଜେ ଜାଣିପାରିବୁ।ବହୁ ଦୂର ଦୂରାନ୍ତରୁ ସେହି ମନ୍ଦିରର ଐତିହ୍ୟ ବିଷୟରେ ଜାଣି ଦର୍ଶନ ପାଇଁ ଆସିଥାନ୍ତି ଦର୍ଶନ ଅଭିଳାଷେ। କି ସୁନ୍ଦର ମନୋଲୋଭା ଗାଁ ଟିଏ। ଭାର୍ଗବି ନଦୀ ବୋହିଯାଉଛି। ଭାର୍ଗବୀ ନଦୀରୁ ବାଲି ଆଞୁଳେ ଆଣି ପ୍ରଭୁ ରାମଚନ୍ଦ୍ର ତାଙ୍କ ବନବାସ ସମୟରେ ବାବା ବାଲୁଙ୍କେଶ୍ବରକୁ ତ୍ରେତେୟା ଯୁଗରେ ସ୍ଥାପିତ କରିଥିଲେ । ତୁ ଗଲେ ମାଆ ସେଠି ଦେଖିବୁ ପ୍ରଭୁ ରାମଚନ୍ଦ୍ରଙ୍କ ପାଦଚିହ୍ନ । ସେହି ନିରିହ ଗ୍ରାମବାସୀ ମାନଙ୍କ ଅଗାଢ ବିଶ୍ବାସ ସେହି ଠାକୁରଙ୍କ ଉପରେ।
ମାଆ ତତେ ଖାଲି ଏତିକି କହୁଛି ତୁ ଯେଉଁଠି ରହିଲେ ମଧ୍ୟ ଆମ ଐତିହ୍ୟ ଏବଂ ପରମ୍ପରାକୁ ଭୁଲିବୁ ନାହିଁ। ଆଗକୁ ଗୁରୁବାର ଆସୁଛି।ତତେ ସମୟ ନ ହେଲେ ମଧ୍ୟ ମା ଲକ୍ଷ୍ମୀଙ୍କ ନିକଟେ ଦୀପଟିଏ ଜାଳିଦେବୁ।