Pranati Mahapatra

Inspirational

4.5  

Pranati Mahapatra

Inspirational

ଏହି ମାଟିର ପୁଅ

ଏହି ମାଟିର ପୁଅ

2 mins
243



ମହାମାରୀର ହାହୁତା ସମୟବେଳେ ପ୍ରବାସୀରେ ଅନାହାରରେ ଗୃହବନ୍ଦୀ ନମିତା ମାଆର ମୁହଁରେ ଗଣ୍ଡେ ଦାନା ଦେବା ତ ଦୂରର କଥା ଔଷଧ ଟୋପାଏ ମଧ୍ୟ ଦେଇ ପାରୁନାହିଁ କି ମାଆର ସେ ଯନ୍ତ୍ରଣା ଦେଖି ପାରୁ ନାହିଁ ଆଉ । କେତେ ବା ସହିବ ଭୋକର ଜ୍ଵାଳା । ଭୋକର ଭୂଗୋଳ ସ୍ପଷ୍ଟ ପଢି ହେଉଥାଏ ଏ ସମୟରେ ଗାଁ ରୁ ସହର,ଦିଲ୍ଲୀ ରୁ ପଲ୍ଲୀ ।


   ସମସ୍ତେ ତ ଗୃହବନ୍ଦୀ । ପେଟ ବିକଳରେ କିଏ କେଉଁଠି ରହିଛନ୍ତି ଯେ ଗାଁ କୁ ଆସିବାକୁ ସବୁ ରାସ୍ତା ବନ୍ଦ ।

ନମିତା ମାଆଙ୍କ ସହ ନିଜ ରାଜ୍ୟ ଠାରୁ ବାହାରେ ରହେ । ସୁଯୋଗ୍ୟ ଭାଇମାନେ ଥାଇ ବି ମାଆକୁ ଖୋଜନ୍ତି ନାହିଁ କି ତା'ର ଯତ୍ନ ନିଅନ୍ତି ନାହିଁ । ନାଚ ରେ ରୂଚି ଥିବା ନମିତା ଯାହା କିଛି ରୋଜଗାର କରେ ଦୁଇଟି ପେଟ ପାଇଁ ଯଥେଷ୍ଟ ହୋଇଥାଏ । ହେଲେ ଏମିତି ସମୟରେ କଣ କରିବ ,ବିଚରା ଝିଅ ଟି ।


   ହଠାତ ଦିନେ ପାଖ ପଡୋଶୀ କହିଲା କି , ମୋବାଇଲରେ ଦେଖ ଓଡ଼ିଶାର ଆଉ ଜଣେ ଗୋପବନ୍ଧୁ ବର୍ତ୍ତମାନ ସମୟରେ ଦେବଦୂତ ସମ ଅସହାୟ ମାନଙ୍କର ସହାୟତା ଯୋଗାଇଦେବାକୁ ଆଗେଇ ଆସିଛନ୍ତି । ତାଙ୍କ ସହ ଯୋଗାଯୋଗ କଲେ ସେ ତୁମ ମାନଙ୍କୁ ଗାଆଁକୁ ନେଇ ଯାଆନ୍ତେ ।


ସତକୁ ସତ ନମିତା ,ଅନେକ ଚେଷ୍ଟା କରିବା ପରେ ତାଙ୍କ ସହିତ ଯୋଗାଯୋଗ କରିବାକୁ ସକ୍ଷମ ହେଲେ । ମୋବାଇଲରେ ଭିଡିଓ କଲ କରି ସେହି ଦେବଦୂତ ଜଣକ ଏ ମାଆ ଓ ଝିଅ ର ସବୁ ଦୁଃଖ ଦେଖିଲେ ଏବଂ ଆଶ୍ଵାସନାର ବାଣୀ ଦେଲେ ମଧ୍ୟ । ସେଠାରୁ ଗାଆଁକୁ ଆସିବା ପର୍ଯ୍ୟନ୍ତ ଖାଇବା ପିଇବା, ଔଷଧ ସବୁ କିଛି ବ୍ୟବସ୍ଥା କଲେ । ଏବଂ ଗାଡ଼ି ବ୍ୟବସ୍ଥା କରି ଓଡ଼ିଶାରେ ପହଞ୍ଚେଇ ଦେଲେ । ଓଡ଼ିଶାରେ ପହଞ୍ଚିବା ପରେ ଚଳିବା ପାଇଁ କିଛି ଟଙ୍କା ମଧ୍ୟ ଦେଲେ ।


   ମହାମାରୀର କିଛି ଦିନ ପରେ ଗୋଟିଏ କାର୍ଯ୍ୟକ୍ରମରେ ଝିଅଟି ଭାବବିହ୍ଵଳ ହୋଇ ସର୍ବସମ୍ମୁଖରେ ଖୁସିରେ ଆତ୍ମହରା ହୋଇ ଏସବୁ ପ୍ରକାଶ କରିଥିଲେ । ଆଉ କହିଥିଲେ ଧନ୍ୟ ସେହି ବାପା ମାଆ । ଯିଏ ଏମିତି ପୁଅଙ୍କ ବାପା ମାଆ ।


ଆଉ ଝିଅଟି କହିଥିଲେ କି ଏହିଭଳି ଯଦି ଆଉ କିଛି ବ୍ୟକ୍ତି ଏ ସମାଜରେ ବାହାରନ୍ତେ ,ତେବେ ଗାନ୍ଧିଜୀଙ୍କ ରାମରାଜ୍ୟ ସ୍ଵପ୍ନ ଅଚିରେ ପୂରଣ ହୋଇ ପାରନ୍ତା ।

ସେ ଦେବଦୂତ ଆଉ କେହି ନୁହଁନ୍ତି ,ଏହି ଓଡିଶା ମାଟିର ପୁଅ ସବ୍ୟସାଚୀ ମିଶ୍ର ।  



Rate this content
Log in

Similar oriya story from Inspirational