The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Prabhas Mohapatra

Tragedy

5.0  

Prabhas Mohapatra

Tragedy

ଏ କେମିତି ସନ୍ତାନ

ଏ କେମିତି ସନ୍ତାନ

4 mins
514


ଗୋଟିଏ ଗାଁ ରେ ଗୋଟିଏ ଘର ଥାଏ । ଘରେ ଦୁଇଜଣ ସ୍ୱାମୀ ସ୍ତ୍ରୀ ବାସ କରନ୍ତି । ସ୍ୱାମୀର ନାମ ଦିନବନ୍ଧୁ ଓ ସ୍ତ୍ରୀ ର ନାମ ସେବତୀ । ତାଙ୍କ ଜୀବନ ଦୁଃଖେ ସୁଖେ ଚାଲିଥାଏ । ଦୁଃଖରେ ପଡିଲେବି ସେ ଦୁହେଁ ଖୁସିରେ ଥାନ୍ତି , କାରଣ ତାଙ୍କ ତାଙ୍କ ଭିତରେ ଭରିରହିଥାଏ ଭଲ ପାଇବା । କିନ୍ତୁ ତାଙ୍କ ଜୀବନରେ ଗୋଟିଏ ମାତ୍ର ଦୁଃଖ ଯେ ସେମାନେ ବିବାହ ର ବହୁବର୍ଷ ପରେ ମଧ୍ୟ ତାଙ୍କ କୋଳରେ ସନ୍ତାନ ଟିଏ ନଥାଏ । ସେଥିପାଇଁ ସ୍ୱାମୀ ସ୍ତ୍ରୀ ଭଗବାନ ଙ୍କୁ ଅନବରତ ଡାକି ଚାଲନ୍ତି । ସେବତୀ ପ୍ରତିଦିନ ମନ୍ଦିର କୁ ଯାଇ ଶିବ ଙ୍କ ଉପରେ କ୍ଷୀର ବେଲପତ୍ର ନୈବେଦ୍ୟ ଆଦି ଅର୍ପଣ କରନ୍ତି । ନିଜର ଭକ୍ତି ର ଲୁହରେ ଶିବ ଙ୍କ ଚରଣକୁ ଧୋଇ ଦିଅନ୍ତି । ଏପରି ଅନବରତ ଭକ୍ତି ଓ ନିଷ୍ଠା ଦେଖି ଶିବ ପ୍ରସନ୍ନ ହୋଇ ତାଙ୍କୁ ଏକ ପୁତ୍ର ସନ୍ତାନ ପ୍ରଦାନ କଲେ । ଯାହାକି ଦମ୍ପତି ଙ୍କ ସୁଖର କାରଣ ସାଜିଲା ।


ବାପା ମାଆ ନିଜ ସନ୍ତାନର ଖୁସି ପାଇଁ ସର୍ବଦା ଜୀବନକୁ ବାଜି ରେ ଲଗାଇ ଖଟିବାକୁ ଲାଗିଲେ । ନିଜେ ନଖାଇ ନିଜ ଭାଗରୁ ତାକୁ ଖୁଆଇଲେ । ତାର ଏପରି ଯତ୍ନ ନେଲେ ଯେପରି ତା ପାଦରେ କଣ୍ଟା ଟେ ବି ଫୁଟିବନି । ପିଲାଟି ଦିନକୁ ଦିନ ବଡ଼ ହେବାକୁ ଲାଗିଲା ଆଉ ଜିଦ୍ ମଧ୍ୟ କଲା । ମାତ୍ର ବାପା ମାଆ ତାର ସବୁ ଜିଦ୍ ଙ୍କୁ ପୁରାଣ କରିବାକୁ ଚେଷ୍ଟା କରି ଚାଲନ୍ତି କାରଣ ତା ଆଖିରୁ ଯଦି ଟିକେ ଲୁହ ବାହାରୁ ଥିଲା ତୋ ତାଙ୍କ ଆଖିରୁ ଲୋହୁ ବାହାରୁଥିଲା । ଏମିତି କ୍ରମରେ ପିଲାଟି ପାଠ ପଡ଼ୁ ପଡୁ ଦଶମ ପାସ୍ କଲା । ମାତ୍ର ତାର କଲେଜ୍ ରେ ନାମ ଲେଖାଇବା ପାଇଁ ତାଙ୍କ ପାଖରେ ଟଙ୍କାଟିଏ ବି ନଥାଏ କିନ୍ତୁ ପୁଅର ଭବିଷ୍ୟତ କୁ ଆଖିରେ ରଖି ମାଆ ତାର ହାରକୁ ବିକ୍ରି କରିଦେଲା । ଆଉ ପୁଅକୁ ପାଠ ପଢାଇଲା । ପୁଅଟି ପାଠ ପଢି ଚାକିରି କଲା ଆଉ ନିଜ ପସନ୍ଦର ଝିଅକୁ ଭଲପାଇ ବହାହେଇ ଘରକୁ ଆସିଲା । ମାତ୍ର ବାପା ମାଆ କିଛି କହିଲେ ନାହିଁ । କାରଣ ବାପା ମାଆ ସବୁବେଳେ ପିଲାର ମଙ୍ଗଳ ଚାହାନ୍ତି ଆଉ ତାର ଖୁସିରେ ସର୍ବଦା ଖୁସି ହୋଇଥାନ୍ତି।


ଏମିତି ବାହାଘର ପରେ ଖୁସିରେ ଘରଟି ହସୁଥାଏ । ମାତ୍ର କିଛି ଦିନ ପରେ କାଳବୈଶାଖୀ ଏବଂ ଆକାଶ ରେ କଳା ବାଦଲ ଢାଙ୍କି ଦେଲାପରି ସବୁ ଖୁସି ହଜିଗଲା । ଆଉ ପୁଅ ବୋହୂ ବାପା ମାଆ କୁ ଚାହିଁଲେ ନାହିଁ । ମାତ୍ର ବାପା ମାଆ କିଛି କହିଲେ ନାହିଁ କାରଣ ବାପା ମାଆ ସର୍ବଦା ବାପା ମା ହୋଇଥାନ୍ତି । ମାତ୍ର ଗୋଟିଏ ଦୁଃଖରେ ସର୍ବଦା ଭାଙ୍ଗି ପଢନ୍ତି ଯେ କିପରି ତାଙ୍କ ପୁଅ ବଦଳି ଗଲା । ଆଉ ନିଜକୁ ନିଜେ ପ୍ରଶ୍ନ କରନ୍ତି ଯେ ବୋଧୁଏ କେଉଁଠି ଗଡ଼ିବାରେ ଊଣା ରହିଗଲା । ମାତ୍ର ସବୁ ଦିନ ଯେପରି ବସନ୍ତ ଋତୁ ରହେନାହିଁ ଠିକ୍ ସେହି ପରି ବାପା ମାଆ ବୃଦ୍ଧ ଅବସ୍ଥା ରେ ଉପନୀତ ହେଲେ ଆଉ ଆଗ ଭଳି ଖଟି ପାରିଲେ ନାହିଁ । ଶେଷରେ ଭିକ୍ଷା ର ଆଶ୍ରୟ ନେଲେ କିଏ ଦେଲେ ଖାଇଲେ ତୋ ନଦେଲେ ଉପାସ ରେ ପଡି ରହିଲେ । ଏପରି ଉପାସରେ ରହିବା ଫଳରେ ଶରୀର ଦିନକୁ ଦିନ କ୍ଷୀଣ ହେବାକୁ ଲାଗିଲା ଆଉ ତାଙ୍କର ମୃତ୍ୟୁ ଘଟିଲା।


ମୃତ୍ୟୁ ଖବର ପାଇଁ ପୁଅ ବୋହୂ ଆସି ଶବ ନିକଟରେ ମୋ ମତରେ କୁମ୍ଭୀର କାନ୍ଦଣା କାନ୍ଦିବାକୁ ଲାଗିଲେ । ଏବଂ କୋକେଇ ବନ୍ଧା ହେଲା ମଶାଣୀ ଅଭିମୁଖେ । ମଶାଣୀ ରେ ସାମାଜିକ ନିୟମ ଅନୁସାରେ ମୁଖାଗ୍ନୀ ଦେବା ପୂର୍ବ ରୁ ପୁଅ ବାପା ମାଆ ଙ୍କ ମୁହଁରେ ଭାତ ଦେଇଥାଏ ତା ପରେ ଜୁଇରେ ଶୁଆଇ ଦିଆଯାଏ । ଏଠି ମଧ୍ୟ ତାହା ପରିଲକ୍ଷିତ ହେଲା ପୁଅ ବାପା ମାଆ ଙ୍କ ପାଟିରେ ଭାତ ଦେବାକୁ ଗଲା ମାତ୍ର ବାପା ମାଆ ଙ୍କ ପାଟି ପଡିଯାଇଥାଏ (ଅର୍ଥାତ୍ ପାଟି ଆଉ ଖୋଲି ହେଉନଥାଏ) ମାତ୍ର କଳେବଳେ କୌଶଳେ ପାଟିକୁ ଖୋଲି ପୁଅ ଭାତ ଦେଇ ମୁଖାଗ୍ନି ଦେଲା ।


ତାର ପରବର୍ତ୍ତୀ ପର୍ଯ୍ୟାୟରେ ସାମାଜିକ ନିୟମ ଅନୁସାରେ ଦଶାହ କାର୍ଯ୍ୟ ସମାପନ ଅତି ଆଡମ୍ବର ସହକାରେ କଲା ,ଆଉ ଏଗାର ଦିନ କ୍ଷୀରି ପୁରୀ ନାନା ବ୍ୟଞ୍ଜନ ରେ ଲୋକଙ୍କୁ ଭୋଜି ଭାତ ଦେଲା । ବହୁ ବ୍ରାହ୍ମଣ ଓ ଭିକାରୀ ମାନଙ୍କୁ ଦାନ ଦକ୍ଷିଣା ପ୍ରଦାନ କଲା ବାପା ମାଆ ଙ୍କ ଆତ୍ମାର ମୁକ୍ତି ପାଇଁ।


ଏଠାରେ ପ୍ରଶ୍ନ _ଆସେ ଯେ ଯେଉଁ ବାପା ମାଆ ନିଜର ସବୁ ଦୁଃଖ କଷ୍ଟ ଭୁଲି ସନ୍ତାନର ଖୁସି ପାଇଁ ସବୁ ଦୁଃଖକୁ ହସି ହସି ସହିନିଅନ୍ତି । ଆଉ ଅନବରତ ଖୁସି ଦେବାପାଇଁ ଚେଷ୍ଟା କରନ୍ତି , ମାତ୍ର ସେହି ପିଲାମାନେ ବାପା ମାଙ୍କୁ ବୃଦ୍ଧା ଅବସ୍ଥାରେ କାହିଁକି ଅଧା ବାଟରେ ଛାଡି ଚାଲିଯାନ୍ତି । ଏହା କଣ ଠିକ୍? କିନ୍ତୁ ବଞ୍ଚିଥିବା ବେଳେ ବାପା ମାଆ ଭୋକରେ ଡହଳ ବିକଳ ହେଉଥିଲା ବେଳେ ମୁଠାଏ ଦେବାର ନାଆ ଗନ୍ଧ ନାହିଁ ମାତ୍ର ମରିଗଲା ପରେ ମୁହିଁରେ ଭାତ ଦେଇ ଲାଭ କଣ? ଯେଉଁ ବାପା ମା ସନ୍ତାନର ଖୁସି ପାଇଁ ଜୀବନକୁ ତିଳ ତିଳ କରି ଜାଳି ଦିଅନ୍ତି ମାତ୍ର ସେ ପିଲା ମାନେ ବାର୍ଦ୍ଧକ୍ୟ ରେ କଣ କରନ୍ତି? ଯେଉଁ ବାପା ମାଆ ବଞ୍ଚିଥିବା ବେଳେ ଖାଇବାକୁ ନପାଇ ସନ୍ତାନକୁ ହରେଇ ଜୀବନ ଅଶାନ୍ତି ରେ କାଟି ମୃତ୍ୟୁ ବରଣ କରନ୍ତି । ସେମାନଙ୍କ ମଲା ପରେ ଆତ୍ମା ଶାନ୍ତି ପାଇଁ ବିଭିନ୍ନ ଆଡମ୍ବର ପୂର୍ଣ୍ଣ କାର୍ଯ୍ୟ କରି ଲାଭ କଣ ? ମୋ ମତରେ ତୋ ଲୋକ ଦେଖା ଛଡ଼ା ଆଉ କିଛି ନୁହଁ । ଯିଏ ବଞ୍ଚିଥିଲାବେଲେ ବାପା ମାଆ ମୁହଁରେ ଭାତ ମୁଠେ ନ ଦେଇ ପାରିଲା ତୋ ମରିଗଲା ପରେ ଅମୃତ ଦେଇ ଲାଭ କଣ? ଆଉ ଯେ ଜୀବନ ଥିବା ବେଳେ ଟିକିଏ ଖୁସି ଆଉ ଶାନ୍ତି ଦେଇପରିଲା ନାହିଁ ମଲା ପରେ ପୁଳା ପୁଳା ଟଙ୍କା ଖର୍ଚ୍ଚ କରି ଆତ୍ମା ଶାନ୍ତି କରି ଲାଭ କଣ । ମୋ ମତରେ ଆଭିତରେ ଗୋଟିଏ ବିରାଟ ସତ ଲୁଚି ରହିଥାଏ କି ଯଦି ବାପା ମାଆ ଙ୍କ ଶୁଦ୍ଧିକ୍ରିୟା ସେ ନକରେ ତୋ ସମାଜ ତଥା ଲୋକଙ୍କ ଠାରୁ ନିନ୍ଦା ଓ ଅପମାନ ପାଇବ ସେଥିପାଇଁ ବଧେ ଶୁଦ୍ଧି କ୍ରିୟା କରିଥାନ୍ତି ।


ଏଠାରେ ପୁଣି ପ୍ରଶ୍ନ ଆସେ ଯେ ଏଠି ଏମିତି ସାମାଜିକ ନିୟମ ଅଛି ଯେ ବଞ୍ଚିବା ଲୋକ ମୁହଁରେ ଦାନା ଗଣ୍ଡେ ଦେବାକୁ କେହି ନଥାନ୍ତି, ମାତ୍ର ମଲା ପରେ ପାଟି ନ ଖଳିଲେବି ଜବରଦସ୍ତ ପାଟି ଖୋଲି ଖୁଆଇ ଥାନ୍ତି ।ବଞ୍ଚିଥିବା ବେଳେ ବାପା ମାଆ ମୁଣ୍ଡରେ ଫୁଲ କି ଟିକେ ଚନ୍ଦନ ଦେବାର ନାଆ ଗନ୍ଧ ନାହିଁ ମାତ୍ର ମଲା ପରେ ଶତ ଶତ ମୁଣ୍ଡିଆ ଓ ଫୁଲମାଳ କାହିଁକି?। ମାତ୍ର ଏମିତି ନିୟମ ଓ ସନ୍ତାନ ସମାଜରେ ବାସ କରିବା ଦ୍ୱାରା ରୋଗ ସଂକ୍ରମଣ ହେଲାପରି ପୁରା ସମାଜ ସଂକ୍ରମିତ ହୋଇଥାଏ । ତେଣୁ ଏମିତି ନିୟମ ଓ ସନ୍ତାନକୁ ଶତ ଶତ ଧିକ୍। ପରିଶେଷରେ ଏତିକି କୁହାଯାଇପାରେ ଯେ ଜଗତରେ ବିରଳ ଏମିତି ସନ୍ତାନ । ଏ କେମିତି ସନ୍ତାନ ?


Rate this content
Log in

More oriya story from Prabhas Mohapatra

Similar oriya story from Tragedy