sushama Parija

Inspirational

3  

sushama Parija

Inspirational

ଦୟାନିଧି - କରୁଣାସାଗର

ଦୟାନିଧି - କରୁଣାସାଗର

2 mins
7.4K


--------------------------

ଜନ୍ମରୁ ଆଜି ପର୍ଯ୍ୟନ୍ତ ମୁଁ କେବେ ପୁରୀରେ ରଥଯାତ୍ରା କିମ୍ବା ବାହୁଡା ଯାତ୍ରା ଦେଖିବାକୁ ସୁଯୋଗ ପାଇନାହିଁ।

ଏବର୍ଷ କାହିଁକି ପୁରୀ ରଥଯାତ୍ରା ଦେଖିବାକୁ ଖୁବ୍ ଇଚ୍ଛା ହେଉଥିଲା । ନିଜର ଅସୁସ୍ଥତା ଏବଂ ସମୟ ସୁବିଧା ଅଭାବ ରୁ ପୁରୀ ଯିବା ସମ୍ଭବ ହେଲା ନାହିଁ । କଟକ ମହାନଦୀବିହାର ଜଗନ୍ନାଥ ମନ୍ଦିର ରେ ରଥଯାତ୍ରା ଦେଖିଲି । ହେଲେ ମନ ଟା ଖାଲି ପୁରୀ ଯିବାକୁ ଆଉଟୁ ପାଉଟୁ ହେଉଥାଏ । ମନେ ମନେ କାଳିଆ ଠାକୁର ଙ୍କୁ ଡାକୁଥାଏ ପ୍ରଭୁ ! କେମିତି ହେଲେ ମତେ ଟିକିଏ ଦର୍ଶନର ସୁଯୋଗ ଦିଅ । କାଲି ରାତିରେ ମୋ ସାନ ସମୁଦି ବୁଲି ଆସିଥିଲେ ଆମ ଘରକୁ । ଏଣୁ ତେଣୁ ଗପ କରିବା ଭିତରେ ରଥଯାତ୍ରା କଥା ପଡିଲା । ସେ ପଚାରିଲେ କେବେ ପୁରୀ ରଥଯାତ୍ରା ଦେଖିଛନ୍ତି ? ମନ ଦୁଃଖ ରେ ଉତ୍ତର ଦେଲି ମୁଁ ''ନାଁ '' । ସେ କହିଲେ

ମୁଁ ମଧ୍ୟ ଦେଖିନି କେବେ । ଚାଲୁ ନାହାଁନ୍ତି କାଲି ଯିବା । ଗୁଣ୍ଡିଚା ମନ୍ଦିରରେ ଆଢପ ମଣ୍ଡପରେ ଠାକୁରଙ୍କୁ

ଦର୍ଶନ କରି ଆଢପ ଅଭଡା ଖାଇ ଆସିବା । ମୁଁ କହିଲି ଏତେ ଲୋକ ଗହଳିରେ ଭିଡଠେଲି ମୁଁ କ'ଣ ଯାଇ ପାରିବି ? ଗଲେ ମଧ୍ୟ ଆଢପ ମଣ୍ଡପ ରେ ପଶି କ'ଣ ପ୍ରଭୁ ଙ୍କୁ ଦର୍ଶନ କରି ପାରିବି ? ସେ କହିଲେ ରୁହନ୍ତୁ ମୋର ଜଣେ ବନ୍ଧୁ ଅଛନ୍ତି ପୁରୀ ରେ, ତାଙ୍କୁ ପଚାରିବା, ଯଦି ସେ କିଛି ସାହାଯ୍ୟ କରି ପାରିବେ । ଭାଗ୍ୟକୁ ସେ ବନ୍ଧୁ ଜଣକ କହିଲେ ମୋର ବାପାଙ୍କ ବର୍ଷିକିଆ ଯାଇନି ମୁଁ ମନ୍ଦିର ଯିବିନି କିନ୍ତୁ ମୋର ଜଣେ ମନ୍ଦିର ପୋଲିସ୍ ଚିହ୍ନା ଅଛନ୍ତି ତାଙ୍କୁ କହି ଆପଣମାନଙ୍କ ପାଇଁ ଦର୍ଶନର ସୁବିଧା କରି ଦେଇ ପାରିବି । ଆମେ ଆଶ୍ବସ୍ତ ହେଲୁ । ଠିକ୍ କଲୁ ଶୁକ୍ରବାର ସକାଳୁ ବାହାରିବୁ ପୁରୀ । ମୋ ଭାଇ ଟ୍ୟାକ୍ସିଟିଏ ବନ୍ଦୋବସ୍ତ କରିଦେଲା।

ଗୁରୁବାର ରାତିଟି ଖାଲି ପ୍ରଭୁଙ୍କୁ ଦେଖିବାର ଉତ୍କଣ୍ଠା ଭିତରେ କଟିଲା । ଶୁକ୍ରବାର ଦିନ ସକାଳୁ ସକାଳୁ ଆରମ୍ଭ ହୋଇଗଲା ବର୍ଷା , ମୋ ସ୍ୱାମୀ କହିଲେ ଆଜି ଆଉ ଯାଇ ହେବନି, ଇଏ ଲଘୁଚାପ ବର୍ଷା ତିନି ଦିନ ଧରି ପ୍ରବଳରୁ ପ୍ରବଳତର ହୋଇ ବର୍ଷିବ ବୋଲି ଟିଭି ନିଉଜ୍ ରେ କହୁଛି । ବଡଦାଣ୍ଡରୁ ଶରଧାବାଲି ଯାଏ ଜଳାର୍ଣ୍ଣବ ହୋଇଥିବ । ଥାଉ ,ଗାଡିବାଲାଙ୍କୁ ମନା କରିଦେବା, ଆଉ କେବେ ଦେଖିବା । ମୋ ଆଖିରେ ଲୁହ ଆସିଗଲା । ମନେ ମନେ ଡାକିଲି ପ୍ରଭୁ ! ଏ ବର୍ଷ ବି ଡୋରି ଲାଗିଲାନି ତୁମ କୁ ଦର୍ଶନ କରିବାକୁ । କିଏ ଜାଣେ ଆର ବର୍ଷ କୁ ମୁଁ ଥିବି କି ନାହିଁ । କାଳିଆ ଠାକୁର କୃପା କଲେ । ଦିନ ଦଶଟା ବେଳକୁ ବର୍ଷା ପୁରାପୁରି ଛାଡି ଗଲା । ଆମେ ପୁରୀ ଯାଇ ଗୁଣ୍ଡିଚା ମନ୍ଦିରରେ ଆଢପ ମଣ୍ଡପରେ ଶ୍ରୀ ଜୀଉମାନଙ୍କୁ ସୁନ୍ଦର ଭାବେ ଦର୍ଶନ କରି , ରଥ ଦଉଡି ଛୁଇଁ , ଆଢପ ଅବଢା ଧରି ଭୂବନେଶ୍ୱର ଫେରିବା ଯାଏ ମଧ୍ୟ ବର୍ଷାର ଚିହ୍ନ ବର୍ଣ୍ଣ ନଥିଲା । ମୋ ମନ ଆନନ୍ଦରେ ନାଚି ଉଠିଲା ପ୍ରଭୁଙ୍କ ଏମିତି ଅପାର କରୁଣା ପାଇ । ଜୟ ଜଗନ୍ନାଥ ,

ଜୟ ବାଞ୍ଛା କଳ୍ପତରୁ , ଜୟ ପତିତପାବନ , ଧନ୍ୟ ତୋର ମହିମା । ମୋ ଭଳି ଅକିଞ୍ଚନ ର ଇଚ୍ଛା ପୂର୍ଣ୍ଣ କଲୁ ।

ମତେ ଧନ୍ୟ କରିଦେଲୁ ରେ କଳାଠାକୁର ....। ତତେ କୋଟି କୋଟି ପ୍ରଣାମ ।


Rate this content
Log in

Similar oriya story from Inspirational