STORYMIRROR

Sunanda Mohanty

Abstract Inspirational Others

3  

Sunanda Mohanty

Abstract Inspirational Others

ଦୁଷ୍କର୍ମ

ଦୁଷ୍କର୍ମ

1 min
307

    ନାରୀ ନିଯ୍ୟାତନା ପାଇଁ କେହି କେହି ନାରୀକୁ ନାରୀର ଶତ୍ରୁ କହୁଥିବା ବେଳେ, ସମାଜର ବ୍ୟାଧି ସଦୃଶ ଦୁଷ୍କର୍ମ ଚାରାଟି ଆଜି ଦ୍ରୁମରେ ପରିଣତ ହେଲାଣି. ଏହି ସାମାଜିକ ସ୍ଖଳନପାଇଁ ସ୍ତ୍ରୀ ଦାୟୀ ନା ପୁରୁଷ, ଆଜି ପ୍ରଶ୍ନବାଚୀ ନାରୀର ବେଶଭୂଷା ଚାଲିଚଳନ, ପରିପାଟୀରେ ପାରମ୍ପାରିକତାର ଅଭାବ ଅନୁଭବ ଏକ କାରଣ ହୋଇ ଠିଆ ହେଲାବେଳେ ପୁରୁଷର ଅହମିକା ଓ ଅସଭ୍ୟ ବର୍ବର ଆଚରଣ ମଧ୍ୟ କୌଣସି ଗୁଣରେ କମ ନୁହେଁ l

    ସବୁଦିନ ଡାକ୍ତରଙ୍କ ଘର ପାଖାପାଖି ଚାରିଜଣ ଯୁବକ ସେଦିନ ସୁଯୋଗ ପାଇ ଡାକ୍ତରଙ୍କ ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ ଆଉ ସେହି ସ୍ତ୍ରୀ ଲୋକ ଜଣକ ଆତ୍ମହତ୍ୟା କରିଥିଲେ. ସାକ୍ଷୀ ପ୍ରମାଣ ଅଭାବରୁ, ଓ ଆମ ଦେଶର ଅନ୍ଧକାନୁନ କେଶଟି ରଫାଦଫା ହେବାକୁ ସାହାଯ୍ୟ ହୋଇଥିଲା ତ ଫେରାର ଯୁବକମାନେ ପୁଣି ଦାମ୍ଭିକତାରେ ବାଟ ଚାଲି ସେହି ସହରର ବିଭିର୍ଣ୍ଣ ସ୍ଥାନରେ ରହି ସଂସାର କରିଥିଲେ l

    ସଂଯୋଗ ବଶତଃ ସେହି ଚାରି ଯୁବକମାନଙ୍କର ଚାରି ଝିଅ ଏକା ସାଙ୍ଗରେ ସାଙ୍ଗ ହୋଇ ସହରରେ ଥିବା କଲେଜ ରେ ପାଠ ପଢ଼ୁଥାନ୍ତି ସେଦିନ ଅତ୍ୟାଧୁନିକା ଝିଅ ଚାରୋଟି ଏକାସଙ୍ଗେ ସିନେମା ହଲରୁ ଦ୍ୱିତୀୟ ସୋ ଦେଖି ଫେରୁଥିବା ବେଳେ ଗଣଧର୍ଷଣର ଶୀକାର ହୋଇ ପ୍ରତ୍ୟକ ବିଷ ପିଇ ଏକସଙ୍ଗେ ଆତ୍ମହତ୍ୟା କରିଥିଲେ।

   ଆମ ସମାଜର ଅଂଧ କାନୁନରେ ପ୍ରକୃତ ଦୋଷୀକୁ ଠିକ ଭାବେ ଦଣ୍ଡ ନ ମିଳିଲେ ବି, "ସବୁ କରି କରାଉଥାଏ ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁ "ଭଳି ଉପରବାଲାଙ୍କ ହାତରୁ ତ କେହି ରକ୍ଷା ପାଇଯାଇନାହାଁନ୍ତି ନା l

  ତେଣୁ ଏବେଠୁ ସଚେତନ ହୋଇ ପ୍ରତ୍ୟକ ନର ନାରୀ ବା ଆବାଳ ବୃଦ୍ଧ ବନିତା, ନିଜ ନିଜ ରାସ୍ତାରେ ଠିକ ଭାବେ ଚାଲିବା ଯେ ନିହାତି ଆବଶ୍ୟକ ତାହା ଚାରିଝିଅଙ୍କ ବାପାମାନେ ହୃଦୟଙ୍ଗମ କରି ସମାଜ ମଙ୍ଗଳ କାମରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ, ସମସ୍ତେ ଏହି ଭଳି ଶୃଙ୍ଖଳିତ ଜୀବନ ଯାପନ କଲେ ଦୁଷ୍କର୍ମ ଭଳି ସାମାଜିକ ବ୍ୟାଧିର ମୁଳୋତ୍ପାଟନ ହୋଇପାରିବ ନିଶ୍ଚୟ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract