STORYMIRROR

Suresh chandra Padhy

Abstract

3  

Suresh chandra Padhy

Abstract

ଦୁର୍ଜନ ସ୍ତ୍ରୀ

ଦୁର୍ଜନ ସ୍ତ୍ରୀ

1 min
598

ଘନ ଶ୍ୟାମ ନାମରେ ଜଣେ ଲୋକ ଏକ ଦୋକାନ କରି ଥିଲେ।ସେ ଗୋବିନ୍ଦ ପୁର ନିବାସୀ।ତାଙ୍କ ବାପା ମା ବାଧ୍ୟ କରି ବାରୁ ସେ ବିବାହ କରିଲେ।ତାଙ୍କ ସ୍ତ୍ରୀ ଙ୍କ ନାମ ଚମ୍ପା।ସେ ଦେଖିବାକୁ ସବନ ରଙ୍ଗ ର ଥିଲେ।ବହୁତ ଗରିବ ଘର ଝିଅ। କିନ୍ତୁ ପ୍ରଚୁର ଧନ ଲୋଭି ଥିଲେ।ତାଙ୍କ ସ୍ୱାମୀ ଘନ ଶ୍ୟାମକୁ ସବୁ ଦିନେ ଗାଳି ଦିଅନ୍ତି।ଯିଏ ତାଙ୍କ ଦୋକାନ କୁ ଯାଏ ସେ ସେହି ଜାଗାରେ ଶାନ୍ତି ରେ ରହି ପାରେନି। ସେ ସ୍ତ୍ରୀ ଲୋକ ଭଲରେ ରୋଷେଇ ବି କରି ଦିଅନ୍ତି ନାହିଁ।ସବୁ ଦିନେ ଘନ ଶ୍ୟାମ କାନ୍ଦି କାନ୍ଦି ଈଶ୍ୱର କୁ ଡାକନ୍ତି।କେତେ ରୋଗ ହେଲେ ବି ସେ ସ୍ତ୍ରୀ ତା ସ୍ୱାମୀ କୁ ପଚାରେ ନାହିଁ।

    ଥରେ ଏକ ରୋଗ ରେ ପଡି ଘନ ଆଉ ଦୋକାନ କୁ ଯାଇ ପାରିଲେ ନାହିଁ।ତାଙ୍କ ସ୍ତ୍ରୀ ଜମା ସେବା କଲେ ନାହିଁ ।ଖାଲି ଗାଳି ଦେଲେ । ସ୍ତ୍ରୀ ର ଯାତନା, ସହି ନ ପାରି ସେ ପ୍ରାଣ ତ୍ୟାଗ କଲେ। ନିର୍ଦୟ ସ୍ତ୍ରୀ ସ୍ୱାମୀ ର ଶୁଦ୍ଧି କ୍ରିୟା ବି କଲେ ନାହିଁ।

ଥରେ ଏକ ଅଜଣା ରୋଗ ରେ ପଡି ସେ ସ୍ତ୍ରୀ ର ମରଣ ହେଲା ।ସେ ନିଜ କର୍ମ ଫଳ ଭୋଗିଲା। ଜୀବନରେ ନିଜ ସ୍ୱାମୀକୁ ଏମିତି ବ୍ୟବହାର କରିବା ଅନୁଚିତ୍ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract