Kamal Kumar Dash

Inspirational Others

3  

Kamal Kumar Dash

Inspirational Others

ଦୁର୍ଗା

ଦୁର୍ଗା

2 mins
7.6K


ତା ନାଁ ଟି ଦୁର୍ଗା | କିଏ ଦୁର୍ଗେଇ ଡାକେ ତ କିଏ ଡାକେ ଦୁର୍ଗା | ବାପା ସୁକୁ ତାର ମଦ ପି ବୁଲେ ,ମା ଏଘରେ ସେ ଘରେ କାମ କରି ଘର ଚଳାଏ | ଗାଁ ସ୍କୁଲ ପଢା ପରେ ସେ ଘରେ ରହିଲା | ଭଲତ ପଢୁ ନଥିଲା ତେଣୁ ଘରେ ରହି ତା ସାନ ଭାଇ ର କଥା ବୁଝିଲା ଓ ମା କୁ ଘର କାମରେ ସାହାଯ୍ୟ କଲା | ଭାଇ ଟିକେ ବଡ଼ ହେଲାରୁ ସେ ବି କାମ କରିବାକୁ ଗଲା ଘର ପାଖ ମାଡାମଙ୍କ ଘରକୁ | ସେ ମାଡାମ ତାକୁ ଝିଅ ଭଳି ଦେଖୁଥିଲେ |ତାର ଡ୍ରେସ ଖାଇବା ପିଇବାରେ କିଛି ଅଭାବ ହେଲାନି | ଦିନେ ପିଇବାପାଇଁ ଟଙ୍କା ମାଗିବାକୁ ତା ବାପା ମାଡାମଙ୍କ ପାଖରେ ପହଁଚିଗଲା ସେ ମନା କରିଦେଲେ | ତାପରେ ସୁକୁ ବହୁତ ରାଗିଗଲା , ଦୁର୍ଗାକୁ ଆଉ ମାଡାମଙ୍କ ଘରକୁ ଛାଡ଼ିଲାନି |ତାକୁ ପିଟିଲା ଓ କହିଲା ବହୁତ ଜଲ୍ଦି ତତେ ବାହା କରି ଦେବୀ ତୁ ବହୁତ ବଦମାସ ହୋଇଗଲୁଣି |

ପାଖ ଗାଁର ଶିବକୁ ଦୁର୍ଗାକୁ ବାହା ହେବା ପାଇଁ ଦି ଦିନ ଭିତରେ ଠିକ କରି ଆସିଲା | ତା ମା’ ଓ ପାଖ ପଡିଶା ଯେତେ ମନକଲେ ବି ଶୁଣିଲାନି | ଶିବିର ବି ପାଠଘର ଶୂନ ପାରାଦ୍ୱୀପରେ ଚୁଙ୍ଗୁଡ଼ି ଫାକ୍ଟ୍ରି ରେ କାମ କରେ | ମାସେ ଭିତରେ ଦୁର୍ଗାର ବାହାଘର କରି ତାକୁ ଛାଡିଦେଲା | ତା ମା’ ଯାହା ଘରେ କାମ କରେ ତାଙ୍କ ଠୁ କିଛି କିଛି ଉଧାର ଆଣିଲା ମାଡାମ ବି ଆସି କିଛି ଟଙ୍କା ଦେଲେ ଓ ଗୋଟେ ଫୋନ ତାକୁ ବିନ୍ଦାଇଲେ |

ଶିବ କିଛି ଦିନ ଦୁର୍ଗାକୁ ନେଇ ତା ପାଖରେ ପାରାଦ୍ଵୀପରେ ରଖିଲା ହେଲେ , ଶିବର ମା’ ତାକୁ ବହୁତ ଗାଳି ଦେଲା ଓ ଦୂର୍ଗାକୁ ତା ପାଖରେ ଛାଡିବାକୁ ଆଦେଶ ଦେଲା | ଶିବ ନେଇ ଦୂର୍ଗାକୁ ଗାଁରେ ମା ପାଖରେ ଛାଡି ଦେଇ ଆସିଲା | ଶିବର ମା ପ୍ରଥମ ଦିନରୁ ହିଁ ଦୁର୍ଗା କୁ ଶାସନ କରିବାକୁ ଆରମ୍ଭ କଲା | ତୋ ବାପା ଅମୁକ ଦେବାକୁ କହିଥିଲା କାହିଁ ଦେଲାନି କହି ତାକୁ ଅମରିରେ ପିଟିଲା , ତା ସାଙ୍ଗରେ ତା ଝିଅବି | ଦୁର୍ଗାର ଫୋନ ବି ଛଡାଇ ନେଇ ଥିଲେ ସେମାନେ | ତାର କିଛି ବାଟ ନଥିଲା , ଭାବିଲା ଗାଁକୁ ଫେରିଯିବ ,ହେଲେ ମଦୁଆ ବାପା ଓ ଅସହାୟ ଦୁଃଖୀ ମା କଥା ତାର ମନେ ପଡିଲା | ପ୍ରଥମେ କିଛିଦିନ ସହିଗଲା ତା ପରେ ଦିନେ ଠିକ କଲା ନା ଆଉ ନୁହେଁ , ବବହୁତ ହୋଇଗଲା | ବୁଢ଼ୀ ପୋଖରୀରେ ଗାଧୋଇ ସବୁଦିନ ପରି ଗୋଟେ ବଡ଼ ଅମରୀ ଧରି ଆସିଲା ଓ ବଡ଼ ପାଟିରେ ଦୁର୍ଗାକୁ ଡାକି ଗାଳିଦେବା ଆରମ୍ଭ କଲା ଦୁର୍ଗା ତା ପାଖକୁ ଗଲା ଓ କହିଲା କାହିଁ କି ଚିଲ୍ଲାଉଚ ବୋଲି ପଚାରିଲା | ବୁଢ଼ି ତାକୁ ଅମରିରେ ପିଟିବା ଆରମ୍ଭ କଲା ,ସେ ଟିକେ ପଛକୁ ହଟି ଗଲା ଓ ଅମରୀ ବାଡ଼ିକୁ ବୁଢୀ ଠାରୁ ଛଡାଇ ନେଲା ଓ ସେଇ ବାଡ଼ିରେ ବୁଢ଼ୀ ତଳେ ପଡିଲା ଯାଏଁ ତାକୁ ପିଟିଲା ତା’ର ପରେ ଝିଅ ଦଉଡି ଆସି ଦୂର୍ଗାର ଛୁଟି ଧରି ପକାଇଲା ତା ପରେ ଝିଅ କୁ ବି ପିଟିଲା , ତା ଦେହରେ ସତେ ଯେମିତି ଦୁର୍ଗା ସବାର ହୋଇଥିଲେ | ନିଜର ବ୍ୟାଗ ଯାହା ଆଗରୁ ସଜାଡି ରଖିଥିଲା , ତାକୁ ଧରି ପାରାଦ୍ଵୀପ ଚାଲି ଗଲା ତା ସାଙ୍ଗ ପାଖକୁ | ସେଠି ପହଁଚି ତା ପ୍ରତି ହୋଇଥିବା ଅତ୍ୟାଚାର ପାଇଁ ପୋଲିସରେ କମ୍ପ୍ଲେନ ଦେଲା | ସାଙ୍ଗ ପାଖରେ ରହି ଚୁଙ୍ଗୁଡ଼ି ଫାକ୍ଟ୍ରିରେ କାମ କଲା ଓ ନିଜ ଗୋଡ଼ରେ ନିଜେ ଠିଆହେବା ଶିଖିଲା |


Rate this content
Log in

Similar oriya story from Inspirational