Dr Jharana Satapathy

Inspirational

2  

Dr Jharana Satapathy

Inspirational

ଦୁର୍ବଳ ଶିକ୍ଷାବ୍ୟବସ୍ଥା

ଦୁର୍ବଳ ଶିକ୍ଷାବ୍ୟବସ୍ଥା

2 mins
366


ଆମ ଘରର କାମବାଲି ପ୍ରତ୍ୟେକ ଦିନ କାମ କରିବାପାଇଁ ଘରକୁ ଆସେ ।ତା ଝିଅକୁ ବେଳେ ବେଳେ ଆମ ଘରକୁ ନେଇକି ଆସେ ।ମୁଁ ତାକୁ ପାଠ ପଢିବାକୁ ସବୁବେଳେ କହେ ।ଆଜି ମୁଁ ତାକୁ ପଚାରିଲି ତୁ କେଉଁ ଶ୍ରେଣୀରେ ପାଠ ପଢୁଛୁ ?ସିଏ କହିଥିଲା ପଞ୍ଚମ ଶ୍ରେଣୀ !

ମୁଁ ତାକୁ ପଣିକିଆ, ଏବଂ ଅ ଠୁ ଲ ପର୍ଯ୍ୟନ୍ତ ଲେଖିବା ପାଇଁ କହିଥିଲି ।ସେ ମତେ ଆସେନି ବୋଲି କହିଥିଲା ।ମୁଁ ତାକୁ ନିଜେ ଆଜି ଅ ଠୁ ଲ ଯାଏଁ ଶିଖାଇଥିଲି ଏବଂ ପ୍ରତ୍ୟେକ ଦିନ ମୁଁ ତାକୁ ପଢାଇବି ବୋଲି କହିଥିଲି । ମୁଁ ତାକୁ ପଚାରିଥିଲି ତୁ ସ୍କୁଲ ଯାଉଛୁ ସେଠି କରୁଛୁ କ'ଣ ? ସିଏ ମତେ କହିଲା ମୁଁ ସ୍କୁଲରେ ମଧ୍ୟାର୍ନ୍ନ ଭୋଜନ ଖାଉଛି ଏବଂ ସାଙ୍ଗସାଥୀଙ୍କ ସହ ଖେଳି ଘରକୁ ଆସୁଛି ।ମୋ ମା ମତେ ଅନିଛା ସତ୍ତ୍ବେ ସ୍କୁଲକୁ ପଠାଉଛି ।ଏତିକି କହି ମୁଁ ଆସୁଛି ବୋଲି କହି ତା ଘରକୁ ଚାଲି ଯାଇଥିଲା ।


ତା ପର ଦିନ ମୋ କାମବାଲିକୁ ପଚାରିଲି ତୋ ଝିଅ ଆଜି କାହିଁକି ଆସିନି ? ସିଏ କହିଲା ନାହିଁ ମା ତୁମେ କାଲି ତାକୁ ଜବରଦସ୍ତ ପାଠ ପଢାଇଥିଲ ତାକୁ ପ୍ରବଳ ଜ୍ବର ହୋଇଗଲା।ତା ଦେହ ଖଇ ଫୁଟୁଛି।ନିଦରେ ବାଉଳା ହେଉଛି।


ତା କଥା ଶୁଣି ମତେ ଆଶ୍ଚର୍ଯ୍ୟ ଲାଗିଥିଲା ଏବଂ ହସ ବି ଲାଗିଥିଲା !ମୁଁ ମନେ ମନେ ଭାଵିଲି ଧନ୍ୟ ତା ପାଠ ପଢା !


ଯିଏ ତାକୁ ପାଠ ପଢାଉଛନ୍ତି ସେମାନେ ଧନ୍ୟ ଏବଂ ନିଜେ ମଧ୍ୟ ସେ ଧନ୍ୟ କେମିତି କିଛି ଅ ଅକ୍ଷର ନଜାଣି ପଞ୍ଚମ ଶ୍ରେଣୀରେ ପାଠପଢୁଛି ।

ରାଜ୍ୟସରକାରଙ୍କର ପ୍ରାଥମିକ ଶିକ୍ଷାବ୍ୟବସ୍ଥାର ଏହା ଏକ ନଗ୍ନ ନମୁନା ।ଆମ ପିଲାମାନେ କାହିଁକି ଏତେ ପଛରେ ରହୁଛନ୍ତି, ତା’ର ମୂଳ କାରଣ ହେଲା ସେମାନଙ୍କ ଭିତ୍ତି ହିଁ ଦୁର୍ବଳ; ଅର୍ଥାତ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ଦୁର୍ବଳ। ଆଜିମଧ୍ୟ ପଞ୍ଚମ ଶ୍ରେଣୀ ପଢ଼ୁଥିବା ପ୍ରାୟ ଅର୍ଦ୍ଧେକ ପିଲା ଦ୍ବିତୀୟ ଶ୍ରେଣୀର ପାଠ ଠିକ୍‌ଭାବେ ପଢ଼ିପାରୁନାହାନ୍ତି ତେଣୁ ରାଜ୍ୟ ସରକାରଗୁଡ଼ିକ ଦୃଢ଼ଇଚ୍ଛା ସହ ଏ କ୍ଷେତ୍ରରେ କାର୍ଯ୍ୟକଲେ ଅବଶ୍ୟ ବିପର୍ଯ୍ୟସ୍ତ ପ୍ରାଥମିକ ଶିକ୍ଷାକୁ ସୁଧାରିହେବ।


ଡକ୍ଟର ଝରଣା ଶତପଥୀ

ଭୁବନେଶ୍ବର


Rate this content
Log in

Similar oriya story from Inspirational