ଦୁଇଟି ଦୃଶ୍ୟ (ଅଣୁ ଗଳ୍ପ )
ଦୁଇଟି ଦୃଶ୍ୟ (ଅଣୁ ଗଳ୍ପ )
ଦୃଶ୍ୟ -ଏକ
ଶ୍ରାବଣର ବରଷା ରାତି l ଝିପି ଝିପି ବରଷା ବରଷୁଥିଲା ଅନବରତ l ଚାଳ ଛପର ଘର l ପାଣି ବୁନ୍ଦା ଚାଳରୁ ଥପ ଥପ ପଡୁଥାଏ l କୁନାର ମାଆ ରାତିସାରା ଅନିଦ୍ରା ରହି କୁନାକୁ ତା ପଣତ କାନିରେ ଢାଙ୍କିଥାଏ କାଳେ ସେ ଭିଜି ନ ଯାଉ l
ଦୃଶ୍ୟ -ଦୁଇ
କୁନା ବଡ଼ ହେଲା l ପାଠ ପଢ଼ି ସରକାରୀ ଚାକିରୀ ପାଇଲା l ବଡ଼ବାବୁ ହୋଇ ଆସି ସହରେ ରହିଲା l ବାପା ମାଙ୍କୁ ନକହି ବାହା ହେଲା l ମାର୍ବଲ ଘର ଭଡ଼ା ନେଇ ସହରୀ ବାବୁ ସାଜିଲା l
ଦିନକର କଥା ବୁଢ଼ା ବାପା ମାଆ ପଚାରି ପଚାରି ସହରକୁ ଆସିଲେ ପୁଅକୁ ଦେଖିବା ପାଇଁ l ସେଦିନ ଵି ଥିଲା ଶ୍ରାବଣ ରାତି l ବରଷା ଵି ଠିକ ସେମିତି ବରଷୁ ଥିଲା l ପୁଅ କବାଟ ଖୋଲି ଦେଖିଲା ତା ବାପା ମାଆ ପୁରା ପାଣିରେ ଭିଜି ଓଦା ସର ସର l ଦେହ ଶୀତରେ ଥରି ଯାଉଛି l ଆଖିରେ ଲୁହ ଵି ଝରିବା ନାଁ ନେଉନି l
ପାଦ ଛୁଇଁ ଟିକେ ଭିତରକୁ ଗଲା କୁନା l ତା ସ୍ତ୍ରୀ ସହିତ କଣ ପଦେ କଥା ହୋଇ ପୁଣି ଫେରି ଆସିଲା l କହିଲା ବାପା ମାତ୍ର ଗୋଟିଏ ବେଡ଼ରୁମ l ଶୋଇବା ପାଇଁ ଘର ଭିତରେ ଟିକେ ଵି ଜାଗା ନାହିଁ l ତୁମେ ଗୋଟିଏ କାମ କର l ଏଇ ମସିଣା ନିଅ ଆଉ ଆଜି ରାତିକ ପାଇଁ ଏଇ ବାରଣ୍ଡାରେ ଏଡ଼ଜଷ୍ଟ କରିନିଅ l
