ଦୁଃସ୍ଵପ୍ନ
ଦୁଃସ୍ଵପ୍ନ
(ମଞ୍ଚ ଆରମ୍ଭରେ ସମସ୍ତଙ୍କର ନୀରବତା, ମଞ୍ଚରେ ରାତିର ଘନ ଅନ୍ଧକାର)
*ପ୍ରଥମ ଦୃଶ୍ୟ*
ସୁମା:- ( ଚିଲ୍ଲେଇ କହିଲା) ହେ !କୁନା ବାପା, ମତେ ଏଇ ବାଡ଼ି ପଟେ କିଏ ମାଡ଼ି ବସିଛି।ମୁଁ ଉଠିପାରୁନି। କଣ ଗୋଟେ ପବନରେ ଆସି ମୋ ଦେହରେ ଲେସି ହେଇଗଲା।
ସୁଦାମ (କୁନା ବାପା):- ହଉ ତୁ ଘରେ ବସିଥା।ମୁଁ ଯାଏ ଗୁଣିଆ କୁ ଡାକିକି ଆଣେ।
[ସୁଦାମ ସହ ଗୁଣିଆ ଆସିଲା]
ଗୁଣିଆ:- ୟା ଦେହରେ ଡାହାଣୀ ଲାଗିଛି।ତା ପାଇଁ ସ୍ଵତନ୍ତ୍ର ପୂଜା ପାଠର ବ୍ୟବସ୍ଥା କର,ନହେଲେ ୟା ସହ ତମ ବଂଶ ର ସମସ୍ତେ ଗୋଟି ଗୋଟି ହୋଇ ମରିଯିବା, ଜମା ୧୫ ଦିନ ଅଛି । ଏଇ ଭିତରେ ଵ୍ୟବସ୍ଥା କର।
[ଗୁଣିଆର ଏ କଥାରେ ଡରିଯାଇ ସୁମାର ପିଲା ମାନେ ତା ପାଖକୁ ଆସିବାକୁ ଡରିଲେ]
*ଦ୍ଵିତୀୟ ଦୃଶ୍ୟ*
(ସୂମାର ବଡ଼ ପୁଅ କୁନା ଦିଲ୍ଲୀ ର ଏକ ଜଣାଶୁଣା କମ୍ପାନୀ ରେ କାମ କରେ, ସାନ ପୁଅ ଦିନା ଯୁକ୍ତଦୁଇ ଓ ଝିଅ ରାନୁ ଦଶମ ରେ ପଢନ୍ତି, ସୁଦାମ ପୁଅଝିଅ ଦୁହିଁ ଙ୍କୁ ଧରି ଅଲଗା ରହିବାକୁ ଲାଗିଲେ)
୪ଦିନ ପରେ.....
ସୁମା:- (ରାତିରେ ବାଉଳି ହୋଇ ଥରି ଥରି) କୁନା ବାପା! ମୁଁ ଆଜି ଗୋଟିଏ ସ୍ବପ୍ନ ଦେଖିଲି।ମୁଁ ଏଇ ୧୫ ଦିନ ଭିତରେ ମରିଯିବି।ମୋ କୁନାକୁ ଟିକେ ଡାକିଦିଅ।
ସୂମା:- ଜାଣିଛ କୁନା ବାପା, ମତେ ସେ ଖାଲି ହାତ ଠାରି ଡାକୁଛି।ମୁଁ ତା'ରି ପାଖକୁ ଯିବୁ ହେରି।ଆଉ ଜମା 15 ଦିନ।
ସୁଦାମ:-ସକାଳୁ ସକାଳୁ ଉଠି ବିନା ଡେରି ରେ ନଡିଆ,କଦଳୀ ଆଦି ଭୋଗ ସାମଗ୍ରୀ ଆଣି ଘରେ ରଖି, ଗୁଣିଆ କୁ ବ୍ୟସ୍ତ ହୋଇ କହିଲା ଆଜ୍ଞା ଶୀଘ୍ର ଆସନ୍ତୁ।
ଗୁଣିଆ:-(ଆସିଲା ପରେ) ୟା ଦେହରେ ପୁରା ଗ୍ରାସିକି ଅଛି।
[ମଣିଷ ମୁଣ୍ଡ ,ହାଡ଼, ଧୂପ ଓ କିଛି ଅନ୍ୟାନ୍ୟ ସାମଗ୍ରୀ କାଢି ପୂଜା ପାଇଁ ସଜାଡ଼ିଲା।ଦିନ ସାରା ପୂଜା କଲା।
ଦେଖିଲା ଯେ ସୁମା ଘୁମେଇ କି ପଡ଼ିଛି।]
ଗାଁ ର ସ୍ତ୍ରୀ ଲୋକ:- ସୁମା ଆଉ ବଞ୍ଚିବନି , ଡାହାଣୀ ତାର ସବୁ ରକ୍ତ ଶୋଷିଦେଲାଣି।
(ଗୁଣିଆ ପଣା ତିଆରି କଲା, ସନ୍ଧ୍ୟା ବେଳକୁ ସୁମାକୁ ବାଡେଇ ବାଡେଇ ବର ଗଛ ମୂଳ ଯାଏଁ ନେଲା, ତାପରେ ସୁମା ଅଚେତ ହୋଇ ପଡିଗଲା। ସୁମାର ପରିବାର ତାର ଚେତା ଫେରେଇ ଆଣିବାକୁ ତାକୁ ଘରକୁ ନେଇ ଆସିଲେ)
କୁନା:- (ଏଇ ଭିତରେ କୁନା ଆସି ଦିଲ୍ଲୀ ରୁ ପହଞ୍ଚିଛି) ବୋଉର ଏ କି ଅବସ୍ଥା, ଚାଲ ଚାଲ ତାକୁ ମେଡିକାଲ ନେଇକି ଯିବା।ବାପା ଧର ବୋଉକୁ।
ସୁଦାମ:-( ବଡ଼ ପାଟି କରି)ଆରେ ତୋ ବୋଉ ସ୍ବପ୍ନ ଦେଖିଥିଲା।କହିଲା ତାକୁ କିଏ ଗୋଟେ ଡାକୁଛି ତା ଆଉ ସେ ବଞ୍ଚିବନି ପାଖକୁ। ଆଜି ତ ଗୁଣିଆ ଡାହାଣୀ ଛଡାଇ ଯାଇଛି। ଦେଖିବା ୧୫ ଦିନ ଯାଉ।
କୁନା:- ତୁମେ ସେକାଳ କଥା ଛାଡ।ମୁଁ ଗୁଣିଆ କଥାରେ ବିଶ୍ୱାସ କରେନି।ମୁଁ ମେଡିକାଲ ନେଲେ ମୋ ବୋଉ ଭଲ ହେଇଯିବ।
( କୁନା ବୋଉ କୁ ହସ୍ପିଟାଲ୍ ନେଇଗଲା, ବେଡ଼ ଆଡ଼ମିଶନ ମଧ୍ୟ କଲା)
ଡକ୍ଟର:- (ଆସି ଦେଖିଲେ) ତୁମ ମାଙ୍କୁ ସିଯୋଫ୍ରେନିଆ ହୋଇଛି। ମୁଁ ପ୍ରେସକ୍ରିପସନ୍ ଲେଖି ଦଉଛି,ତମେ ସବୁ ମେଡ଼ିସିନ୍ ନେଇ ଆସ।
କୁନା:- ଆଜ୍ଞା ମୋ ବୋଉ ଦେହ ଭଲ ହେଇଯିବ ତ।
ଡାକ୍ତର- କିଛି ଅସୁବିଧା ହେବନି।15 ଦିନ ମଧ୍ୟରେ ସୁସ୍ଥ ହେଇଯିବେ।
*୪ ଦିନ ପରେ.....*
ସୁଦାମ- (ବ୍ୟସ୍ତ ହୋଇ) ଆରେ କୁନା ,ତୋ ବୋଉକୁ ଚାରି ଦିନ ହେଲା ଡାକ୍ତର ଖାନାରେ ପକେଇଲୁଣି,ସେ ତ ମରିବାଟା ନିଶ୍ଚିତ।
କୁନା:- (ବିରକ୍ତିର) ହଉ ହଉ ଥାଉ।
(ଫୋନ କାଟିଦେଲା)
*ତୃତୀୟ ଦୃଶ୍ୟ*
ପୁଣି ସମୟ ଗଡ଼ିଗଲା..
ଦିନକର କଥା , କୁନା ଦେଖିଲା ଯେ ବୋଉ ତାର ଗୁଣୁ ଗୁଣୁ ହୋଇ ପ୍ରାର୍ଥନା କରୁଛି।
କୁନା:- ବୋଉ ଦେହ ଭଲ ଅଛି ତ?
ବୋଉ(ସୁମା):- ଆଜି ଭଲ ଲାଗୁଛି। ଦିନା,ରାନୁ ଆଉ ତୋ ବାପା ଭାରି ମନେ ପଡ଼ୁଛନ୍ତି।
ଡାକ୍ତର:- ମାଉସୀ ତମେ କେମିତି ଅଛ।
ସୁମା:- (ଡାକ୍ତର ଙ୍କ ହାତ ଧରି) ଆପଣ ମୋ ପାଇଁ ଭଗବାନ। ଆପଣଙ୍କ ଲାଗି ନୂଆ ଜୀବନ ପାଇଲି।
(ତାପର ଦିନ ମେଡିକାଲ ରୁ ଡିସ୍ଚାର୍ଜ ହୋଇ ମାଆ ପୁଅ ଫେରିଲେ)
ଗାଁ ଲୋକ କଥା ହେଲେ :- କୁନାର କେତେ ବୁଦ୍ଧି, ମାଆକୁ ମରଣ ମୁହଁରୁ ଫେରାଇ ଆଣିଲା।
କୁନା ବାପାର ଆଖି ଖୋଲିଗଲା।
ଆଜି ସୁମା ଅନୁଭବ କଲା ଗୁଣି ଗାରେଡ଼ି ପ୍ରତି ଅନ୍ଧ ଶ୍ରଦ୍ଧା ରହିବା ଠିକ୍ ନୁହେଁ ନିଜର ଚିନ୍ତନ ମାଧ୍ୟମରେ ଆମେ ସ୍ବପ୍ନ ଦେଖି ଥାଉ।ସ୍ବପ୍ନ କେବେ ସତ୍ୟ ନୁହେଁ କିମ୍ବା ସାକାର ହୁଏନି।
ସୁମା ପୁଣି ଖୁସିରେ ତା ଜୀବନ କୁ ଉପଭୋଗ କଲା।
*ଦୁଃସ୍ଵପ୍ନ ଦୁରେଇ ଗଲା ସୁମା ହସିଲା.....*