Debabrata Barik Debunu

Inspirational

3  

Debabrata Barik Debunu

Inspirational

ଦଶହରା

ଦଶହରା

5 mins
609



ଦୂର୍ଗା ପୂଜା ପାଖେଇ ଆସିଥାଏ। ସତ୍ୟ ତା ସ୍କୁଲ ରେ କିଛି ସାଙ୍ଗ ମାନଙ୍କ ଠାରୁ ଶୁଣିବାକୁ ପାଇଲା ଯେ ଏହି ବର୍ଷ ରୁ ତାଙ୍କ ଗାଁ ରେ ଦୁର୍ଗା ପୂଜା ଉତ୍ସବ ବହୁ ଆଡ଼ମ୍ବରରେ ଅନୁଷ୍ଟିତ ହେବ। ସତ୍ୟ ସାଙ୍ଗ ସତ୍ୟକୁ କହିଲା ମୁଁ ମୋ ବାପା ଙ୍କୁ କହିଚି ମୋ ପାଇଁ ନୂଆ ପେଣ୍ଟ୍ ସାର୍ଟ ଆଣିଦେବେ। ତୁ ତୋ ବାପାଙ୍କୁ କହିଲୁଣି କି ନାହିଁ। ତୋ ପାଇଁ ନୂଆ ପେଣ୍ଟ୍ ସାର୍ଟ ଆଣିବା ପାଇଁ। ସତ୍ୟ ଧୀର ସ୍ଵରରେ କହିଲା ଆରେ ନାଇ ମୁଁ କଣ ଜାଣିଥିଲି ଆମ ଗାଁ ରେ ଦୁର୍ଗା ପୂଜା ହେବ ବୋଲି ? ମୁଁ ପରା ଆଜି ତୋ ଠୁ ଶୁଣିଲି।


ସତ୍ୟ ଗୋଟେ ମଧ୍ୟବିତ ପରିବାର ର ପିଲା। ଆଉ ତା ବାପା ଜଣେ ସ୍କୁଲ ପିଅନ। ସତ୍ୟ ତା ସାଙ୍ଗ ମାନଙ୍କୁ କୁ କହିଲା ମୁଁ ଆଜି ସ୍କୁଲ ରୁ ଗଲେ ବାପା ଙ୍କୁ କହିବି ମୋ ପାଇଁ ବି ନୂଆ ଶାର୍ଟ ଆଉ ପେଣ୍ଟ୍ ଆଣିବା ପାଇଁ। ସତ୍ୟ ଘରକୁ ଗଲା ଆଉ ବ୍ୟାଗ ଟା ଘର ଭିତରେ ରଖିଦେଇ

ବାପା ଙ୍କ ପାଖରେ ହାଜର। ବାପା ପଚାରିଲେ ଆରେ ଏ କଣ ବ୍ୟାଗ୍ ଟା ରଖିଦେଇ ସିଧା ମୋ ପାଖକୁ ଆସିଲୁ କଣ ହେଇଚି ? ସତ୍ୟ ବାପା ଙ୍କୁ କହିଲା ବାପା ମୋ ପାଇଁ ନୂଆ ପେଣ୍ଟ୍ ସାର୍ଟ ଆଣିଦେବ ନା ? ବାପା ତୁମେ ଜାଣିଛ ଆମ ଗାଁ ରେ ଦୂର୍ଗା ପୂଜା ହେବ ସେ ପୁଣି ତିନି ଦିନ ଧରି ହେବ। କିନ୍ତୁ ମୋ ପାଖରେ ନୂଆ ପେଣ୍ଟ୍ ସାର୍ଟ ନାହିଁ ପୂଜା ରେ ପିନ୍ଧିବା ପାଇଁ। ମୋ ସବୁ ସାଙ୍ଗ ମାନେ ପୂଜା ରେ ନୂଆ ନୂଆ ଜାମା ପେଣ୍ଟ୍ ପିନ୍ଧିବେ। ମନଭରି ପୂଜା ଦେଖିବେ। ମିଠେଇ କିଣି ଖାଇବେ। ଓଃ କି ଆନନ୍ଦ ହେଲେ ମୁଁ କଣ ପୁରୁଣା ଜାମା ପେଣ୍ଟ୍ ପିନ୍ଧିବି।


ଏମିତି ଆୟୁତ ଅୟୁତ ପ୍ରଶ୍ନ ପଚାରି ଚାଲିଥାଏ ପୁଅ ସତ୍ୟ। କିନ୍ତୁ ବାପା ସବୁ ଶୁଣିଲେ ହେଲେ କିଛି ନ କହି ଚୁପ ରହିଗଲେ।

ସତ୍ୟର ବାପା ମନେ ମନେ ଚିନ୍ତି କରିବାକୁ ଲାଗିଲେ। ଗଲା ମାସର ଦରମା ସବୁ ମେଡ଼ିସିନ, ପନିପରିବା, ଚାଉଳ ଆଦି ବିଭିନ୍ନ ଖର୍ଚ୍ଚରେ ସରିଯାଇଛି। ଯାହା ଦୁଇଶହ ଟଙ୍କା ବଳିଥିଲା ସେ ପୁଣି କ୍ଷୀର ବାଲା ଆସି ନେଇଗଲା। ତା ଝିଅ ଦେହ କଣ ଭଲ ନାହିଁ ଯେ ସେ ଡାକ୍ତର୍ ଖାନା ନେବ। ନହେଲେ ଆର ମାସକୁ ଦେଇଥିଲେ ବି ଚଳିଥାନ୍ତା। ଏମିତି ମନେ ମନେ ହିସାବ କରି ସତ୍ୟର ବାପା ପଥର ମୂର୍ତ୍ତିଟେ ପରି ସେମିତି କାଠ ଚୌକି ଟା ଉପରେ ବସିଥାନ୍ତି। ହେଲେ ପୁଅ କଣ ଚୁପ ହେଇ ରହୁଛୁ। ଆଗକୁ ଦଶହରା ପର୍ବ ନୂଆ ଜାମା ପିନ୍ଧି କେତେ ମଜା କରିବ ସତ୍ୟ ତା ସାଙ୍ଗ ମାନଙ୍କ ସହିତ। ସତ୍ୟ ପୁଣି ଥରେ ସେଇ ଏକା କଥା ପଚାରିଲା ତା ବାପା ଙ୍କୁ କଣ ବାପା ଆଣିଦେବ ନା ? ସତ୍ୟ ର ବାପା ପୁଣିଥରେ ଚୁପ ହେଇ ରହିଗଲେ। କଣ ବା କହିବେ ! ଛୋଟ ପିଲାଟା ମନା କରିଦେଲେ ମନ ଦୁଃଖ କରିବ ରାଗିବ ରୁଷିବ। କିନ୍ତୁ ନ କହି ରହି ପାରିଲେ ନାହିଁ ଆଉ କହିଲେ ମୋ ଧନରେ ତୁ ପରା ମୋ " ଅନ୍ଧରଲଉଡ଼ି ଏକୋଇର ବଳା ବିଶିକେଶନ " ମୋ ପାଖରେ ପଇସା ଥିଲେ ତୋ ପାଇଁ ନୂଆ ପେଣ୍ଟ୍ ସାର୍ଟ ଆଣି ଦେଇଥାନ୍ତି। ପଇସା ନାହିଁ ବୋଲି ମୁଁ ତୋ ପାଇଁ ନୂଆ ଆଣି ପାରୁନି। ତୋ ଜନ୍ମ ଦିନରେ ଆଣିଥିବା ଶାର୍ଟ ଆଉ ପେଣ୍ଟ୍ ତୋ ମା ତା ବାକ୍ସ ରେ ରଖିଦେଇଚି। ପୁରା ନୂଆ ଅଛି। ଦୁଇ ତିନି ଥର ପିନ୍ଧିଥିବୁ ଆଉ ଥରେ ପିନ୍ଧିଦେ। ମୋ ସୁନା ଟା ପରା ମନ ଉଣା କରିବୁ ନାହିଁ। ମୋ ଦରମା ମିଳିଲେ ମୁଁ ତୋ ପାଇଁ ନୂଆ ଡ୍ରେସ ଆଉ ତୋ ମା ଶାଢ଼ି କିଣି ଦେବି। ଏ କଥା ଶୁଣି ସତ୍ୟ ବାପା ଙ୍କୁ ପଚାରିଲା ଆଉ ତୁମ ପାଇଁ ? ବାପା ମୁରୁକି ହସି ଦେଇ କହିଲେ ମୋର ଅଛି ସେଇ ପୁରୁଣା ଜାମା ଏବେବି ନୂଆ ଦେଖା ଯାଉଚି ଚଳିଯିବ। ସତ୍ୟ ଓ ସତ୍ୟର ମା ହସିଲେ। ହେଲେ ବାପା ଦରମା ଟଙ୍କା

ଦୂର୍ଗା ପୂଜା ପାଖେଇ ଆସିଥାଏ। ସତ୍ୟ ତା ସ୍କୁଲରେ କିଛି ସାଙ୍ଗମାନଙ୍କ ଠାରୁ ଶୁଣିବାକୁ ପାଇଲା ଯେ ଏହି ବର୍ଷ ରୁ ତାଙ୍କ ଗାଁରେ ଦୁର୍ଗା ପୂଜା ଉତ୍ସବ ବହୁ ଆଡ଼ମ୍ବରରେ ଅନୁଷ୍ଟିତ ହେବ। ସତ୍ୟ ସାଙ୍ଗ ସତ୍ୟକୁ କହିଲା ମୁଁ ମୋ ବାପାଙ୍କୁ କହିଚି ମୋ ପାଇଁ ନୂଆ ପେଣ୍ଟ୍ ସାର୍ଟ ଆଣିଦେବେ। ତୁ ତୋ ବାପାଙ୍କୁ କହିଲୁଣି କି ନାହିଁ। ତୋ ପାଇଁ ନୂଆ ପେଣ୍ଟ୍ ସାର୍ଟ ଆଣିବା ପାଇଁ। ସତ୍ୟ ଧୀର ସ୍ଵରରେ କହିଲା ଆରେ ନାଇ ମୁଁ କଣ ଜାଣିଥିଲି ଆମ ଗାଁରେ ଦୁର୍ଗା ପୂଜା ହେବ ବୋଲି ? ମୁଁ ପରା ଆଜି ତୋ ଠୁ ଶୁଣିଲି।


ସତ୍ୟ ଗୋଟେ ମଧ୍ୟବିତ ପରିବାର ର ପିଲା। ଆଉ ତା ବାପା ଜଣେ ସ୍କୁଲ ପିଅନ। ସତ୍ୟ ତା ସାଙ୍ଗ ମାନଙ୍କୁ କୁ କହିଲା ମୁଁ ଆଜି ସ୍କୁଲ ରୁ ଗଲେ ବାପାଙ୍କୁ କହିବି ମୋ ପାଇଁ ବି ନୂଆ ଶାର୍ଟ ଆଉ ପେଣ୍ଟ୍ ଆଣିବା ପାଇଁ। ସତ୍ୟ ଘରକୁ ଗଲା ଆଉ ବ୍ୟାଗଟା ଘର ଭିତରେ ରଖିଦେଇ

ବାପା ଙ୍କ ପାଖରେ ହାଜର। ବାପା ପଚାରିଲେ ଆରେ ଏ କଣ ବ୍ୟାଗ୍ଟା ରଖିଦେଇ ସିଧା ମୋ ପାଖକୁ ଆସିଲୁ କଣ ହେଇଚି ? ସତ୍ୟ ବାପାଙ୍କୁ କହିଲା ବାପା ମୋ ପାଇଁ ନୂଆ ପେଣ୍ଟ୍ ସାର୍ଟ ଆଣିଦେବ ନା ? ବାପା ତୁମେ ଜାଣିଛ ଆମ ଗାଁରେ ଦୂର୍ଗା ପୂଜା ହେବ ସେ ପୁଣି ତିନି ଦିନ ଧରି ହେବ। କିନ୍ତୁ ମୋ ପାଖରେ ନୂଆ ପେଣ୍ଟ୍ ସାର୍ଟ ନାହିଁ ପୂଜାରେ ପିନ୍ଧିବା ପାଇଁ। ମୋ ସବୁ ସାଙ୍ଗ ମାନେ ପୂଜାରେ ନୂଆ ନୂଆ ଜାମା ପେଣ୍ଟ୍ ପିନ୍ଧିବେ। ମନଭରି ପୂଜା ଦେଖିବେ। ମିଠେଇ କିଣି ଖାଇବେ। ଓଃ କି ଆନନ୍ଦ ହେଲେ ମୁଁ କଣ ପୁରୁଣା ଜାମା ପେଣ୍ଟ୍ ପିନ୍ଧିବି।


ଏମିତି ଆୟୁତ ଅୟୁତ ପ୍ରଶ୍ନ ପଚାରି ଚାଲିଥାଏ ପୁଅ ସତ୍ୟ। କିନ୍ତୁ ବାପା ସବୁ ଶୁଣିଲେ ହେଲେ କିଛି ନ କହି ଚୁପ ରହିଗଲେ।

ସତ୍ୟର ବାପା ମନେ ମନେ ଚିନ୍ତି କରିବାକୁ ଲାଗିଲେ। ଗଲା ମାସର ଦରମା ସବୁ ମେଡ଼ିସିନ, ପନିପରିବା, ଚାଉଳ ଆଦି ବିଭିନ୍ନ ଖର୍ଚ୍ଚରେ ସରିଯାଇଛି। ଯାହା ଦୁଇଶହ ଟଙ୍କା ବଳିଥିଲା ସେ ପୁଣି କ୍ଷୀର ବାଲା ଆସି ନେଇଗଲା। ତା ଝିଅ ଦେହ କଣ ଭଲ ନାହିଁ ଯେ ସେ ଡାକ୍ତର୍ ଖାନା ନେବ। ନହେଲେ ଆର ମାସକୁ ଦେଇଥିଲେ ବି ଚଳିଥାନ୍ତା। ଏମିତି ମନେ ମନେ ହିସାବ କରି ସତ୍ୟର ବାପା ପଥର ମୂର୍ତ୍ତିଟେ ପରି ସେମିତି କାଠ ଚୌକିଟା ଉପରେ ବସିଥାନ୍ତି। ହେଲେ ପୁଅ କଣ ଚୁପ ହେଇ ରହୁଛୁ। ଆଗକୁ ଦଶହରା ପର୍ବ ନୂଆ ଜାମା ପିନ୍ଧି କେତେ ମଜା କରିବ ସତ୍ୟ ତା ସାଙ୍ଗମାନଙ୍କ ସହିତ। ସତ୍ୟ ପୁଣି ଥରେ ସେଇ ଏକା କଥା ପଚାରିଲା ତା ବାପାଙ୍କୁ କଣ ବାପା ଆଣିଦେବ ନା ? ସତ୍ୟ ର ବାପା ପୁଣିଥରେ ଚୁପ ହେଇ ରହିଗଲେ। କଣ ବା କହିବେ ! ଛୋଟ ପିଲାଟା ମନା କରିଦେଲେ ମନ ଦୁଃଖ କରିବ ରାଗିବ ରୁଷିବ। କିନ୍ତୁ ନ କହି ରହି ପାରିଲେ ନାହିଁ ଆଉ କହିଲେ ମୋ ଧନରେ ତୁ ପରା ମୋ " ଅନ୍ଧରଲଉଡ଼ି ଏକୋଇର ବଳା ବିଶିକେଶନ " ମୋ ପାଖରେ ପଇସା ଥିଲେ ତୋ ପାଇଁ ନୂଆ ପେଣ୍ଟ୍ ସାର୍ଟ ଆଣି ଦେଇଥାନ୍ତି। ପଇସା ନାହିଁ ବୋଲି ମୁଁ ତୋ ପାଇଁ ନୂଆ ଆଣି ପାରୁନି। ତୋ ଜନ୍ମ ଦିନରେ ଆଣିଥିବା ଶାର୍ଟ ଆଉ ପେଣ୍ଟ୍ ତୋ ମା ତା ବାକ୍ସରେ ରଖିଦେଇଚି। ପୁରା ନୂଆ ଅଛି। ଦୁଇ ତିନି ଥର ପିନ୍ଧିଥିବୁ ଆଉ ଥରେ ପିନ୍ଧିଦେ। ମୋ ସୁନାଟା ପରା ମନ ଉଣା କରିବୁ ନାହିଁ। ମୋ ଦରମା ମିଳିଲେ ମୁଁ ତୋ ପାଇଁ ନୂଆ ଡ୍ରେସ ଆଉ ତୋ ମା ଶାଢ଼ି କିଣି ଦେବି। ଏ କଥା ଶୁଣି ସତ୍ୟ ବାପାଙ୍କୁ ପଚାରିଲା ଆଉ ତୁମ ପାଇଁ ? ବାପା ମୁରୁକି ହସି ଦେଇ କହିଲେ ମୋର ଅଛି ସେଇ ପୁରୁଣା ଜାମା ଏବେବି ନୂଆ ଦେଖା ଯାଉଚି ଚଳିଯିବ। ସତ୍ୟ ଓ ସତ୍ୟର ମା ହସିଲେ। ହେଲେ ବାପା ଦରମା ଟଙ୍କା ମିଳିଲେ ନିଶ୍ଚୟ ଆଣିଦେବ ଏତିକି କହିକି ସତ୍ୟ କଣ ଟିକେ ଖାଇଦେଇ ଚାଲିଗଲା ଖେଳିବା ପାଇଁ। ସତ୍ୟ ଗଲା ପରେ ସତ୍ୟ ର ବାପା ଟିକେ ଅନ୍ୟମନସ୍କ ହୋଇଗଲେ। କାହାକୁ କିଛି ନ କହି ସେମିତି ସେଇ କାଠ ଚୌକିଟା ଉପରେ ବସି ରହିଥିଲେ। ଏବଂ ତାଙ୍କ ଆଖିରୁ କେତେ ଟୋପା ଲୁହ ଛଳ ଛଳ ହୋଇ ବୋହିପଡିଲା। ସତ୍ୟ ର ମା ପରିବାରର କଥା ଭଲ ଭାବେ ବୁଝିପାରନ୍ତି। କମ୍ ଦରମା ଥିବାରୁ କେବେ କୌଣସି କଥା ପାଇଁ ଜିଦ୍ କରନ୍ତି ନାହିଁ। ତେଣୁ ଦୁଃଖରେ କଥାଟିକୁ ଟିକେ ଏଡ଼ାଇବା ପାଇଁ କହିଲେ ଏ କଣ ତୁମ ଆଖିରେ ଲୁହ ତୁମେ ବିନା ଛୋଟ ପିଲା ପରି ଆଖିରେ ଲୁହ ଥରି ବସିଛ। ଜାଣିଛ ତୁମେ ହସିଲେ ନା ବହୁତ ସୁନ୍ଦର ଦେଖାଯାଅ। ଅନ୍ୟମନସ୍କ କଣ ପାଇଁ ଯେ ଆସ ଘର ଭିତରକୁ ଆସ ଏମିତି କଣ ବାହାରେ ବସିଥିବ ନା କଣ।.... 

   

ମିଳିଲେ ନିଶ୍ଚୟ ଆଣିଦେବ ଏତିକି କହିକି ସତ୍ୟ କଣ ଟିକେ ଖାଇଦେଇ ଚାଲିଗଲା ଖେଳିବା ପାଇଁ। ସତ୍ୟ ଗଲା ପରେ ସତ୍ୟ ର ବାପା ଟିକେ ଅନ୍ୟମନସ୍କ ହୋଇଗଲେ। କାହାକୁ କିଛି ନ କହି ସେମିତି ସେଇ କାଠ ଚୌକି ଟା ଉପରେ ବସି ରହିଥିଲେ। ଏବଂ ତାଙ୍କ ଆଖିରୁ କେତେ ଟୋପା ଲୁହ ଛଳ ଛଳ ହୋଇ ବୋହିପଡିଲା। ସତ୍ୟର ମା ପରିବାରର କଥା ଭଲ ଭାବେ ବୁଝିପାରନ୍ତି। କମ୍ ଦରମା ଥିବାରୁ କେବେ କୌଣସି କଥା ପାଇଁ ଜିଦ୍ କରନ୍ତି ନାହିଁ। ତେଣୁ ଦୁଃଖରେ କଥାଟିକୁ ଟିକେ ଏଡ଼ାଇବା ପାଇଁ କହିଲେ ଏ କଣ ତୁମ ଆଖିରେ ଲୁହ ତୁମେ ବି ନା ଛୋଟ ପିଲା ପରି ଆଖିରେ ଲୁହ ଥରି ବସିଛ। ଜାଣିଛ ତୁମେ ହସିଲେ ନା ବହୁତ ସୁନ୍ଦର ଦେଖାଯାଅ। ଅନ୍ୟମନସ୍କ କଣ ପାଇଁ ଯେ ଆସ ଘର ଭିତରକୁ ଆସ ଏମିତି କଣ ବାହାରେ ବସିଥିବ ନା କଣ।.... 

     


Rate this content
Log in

Similar oriya story from Inspirational