STORYMIRROR

MADHU MITA

Abstract Inspirational

3  

MADHU MITA

Abstract Inspirational

ଦଶ ଅଣୁଗଳ୍ପ

ଦଶ ଅଣୁଗଳ୍ପ

2 mins
127

                    

                 ଟିଉସନ.. ଟେନସନ


ବ୍ୟସ୍ତ ହୋଇ ବହି ସଜାଡି ଚାଲିଛି ସୁଦେଶ୍.. ଟିଉସନ ସାର୍ ଏତେ ପାଠ ଦେଉଛନ୍ତି ଆହୁରି ସରୁନି।ଗଲେ କେଜାଣି ପୁଣି ଦଣ୍ଡ ଦେବେ ବୋଧେ ଓଃ..ଏ ପାଠପଢ଼ା କେତେ କଷ୍ଟ !ମା ବାପା ଖାଲି ପଢିବାକୁ କାହିଁକି କୁହନ୍ତି କେଜାଣି ?


ପରଫ୍ୟୁମ୍ ପକାଉ ପକାଉ ଆନମନା ହେଇ ଯାଉଥିଲା ଜ୍ୟୋସ୍ତ୍ନା ଆଜି ସମୀର ଟିଉସନ ଆସିଥିବ କି ନାହିଁ କେଜାଣି !ଦୁଇ ଦିନ ହେଲା ଦେଖା ହେଇନି ତା ସହ ଖାଲି ତା ପାଇଁ ଯାହା ସେ ଯାଉଛି ନ ହେଲେ କାହିଁକି ଯାଇଥାନ୍ତା ?


ଆହୁରି ତିନୋଟି ପ୍ରଶ୍ନ କଷ୍ଟ ଲାଗୁଛି ନା ମୁଣ୍ଡ ହଲେଇ ଦେଲା ବିଶ୍ଵ ଆଜି ଟିଉସନରେ ଯେମିତି ହେଲେ ପଚାରି ବୁଝିବାକୁ ହେବ।ତା ନ ହେଲେ ଆସନ୍ତା ପରୀକ୍ଷାରେ ଟପର ହେବା କଷ୍ଟ ହୋଇଯିବ ?


ବ୍ୟସ୍ତ ହୋଇ ଉଠୁଥାଏ ସୀମା ମା କାମରୁ ଆସି ସାନ ଭାଇ ପାଖରେ ରହିଲେ ତ ସେ ଟିଉସନ ଯାଇ ପାରିବ !ଚାରି ଘର କାମ କରି ମା ଦିନରାତି ତା ପାଠ ପାଇଁ ଏତେ କଷ୍ଟ କରୁଛି।ଆଉ ଦିନେ ନ ଯାଇ ପାରିଲେ କଣ ସରକାରୀ ସ୍କୁଲରେ ପାଠ ବୁଝି ସେ ମା ପାଇଁ କିଛି କରି ପାରିବ ଭବିଷ୍ୟତରେ ?


ଯା ହେଉ..ମୁଣ୍ଡରୁ ବୋଝ ଉତରିଗଲା।ଆଜିକାଲି ଭଲ ଟିଉସନ ପାଇବା କେତେ ଯେ କଷ୍ଟ !ଚାକିରି କରି ଥକି ଆସିବା ପରେ ପୁଣି ପଢାଇବା ଓଃ ଏ ଭଲ ଶିକ୍ଷକ ମିଳିବା ପରେ ପ୍ରୀତି ଟିକେ ଶାନ୍ତି ପାଇଲେ ?


କ୍ରୋଧିତ ହୋଇ ଚିଲ୍ଲାଉ ଥିଲେ ବିକାଶ.. ଟିଉସନ ଫି ଏତେ ଦିଆ ହେଉଛି।ହେଲେ ଗେହ୍ଲି ଝିଅ ମାର୍କ ଯେସାକୁ ତେସା।ତଳକୁ ମୁହଁ କରି ଠିଆ ହୋଇ ମିନତି ଭାବୁଥିଲେ ଟିଉସନ ଦେଲେ କଣ ମୁଣ୍ଡ ଭିତରେ ଥିବା ବୁଦ୍ଧି ପରିମାଣ ବଢି ଯାଏ।


ପ୍ରଫୁଲ୍ଲ ସାର୍ କାଲିଠାରୁ ରାଗି ଖପ୍ପା।ଆରେ!ଗୋଟିଏ ବର୍ଷ କମ୍ ରିଜଲ୍ଟ୍ ଆସିଲା ବୋଲି କଣ ପିଲାମାନେ ତାଙ୍କ ଟିଉସନ ଛାଡ଼ି ନୂଆ ଆସିଥିବା ଅଭୟ ପାଖକୁ ଯିବେ? ଏମିତି କଣ ପଢେଇ ଦେଉଛି କେଜାଣି ସେ ?


ଏ ଟିଉସନ ଏମିତି ଚାଲିଥାଉ।ଏ ବାହାନାରେ ଭଲ ଦୁଇ ପଇସା ରୋଜଗାର ହେଉଛି କମଳା ମାଉସୀର।ହେଲେ ଲୁଚି ଲୁଚି ବାଳୁଙ୍ଗା ନୂଆ ପିଲାଟା କାହିଁକି ସେପଟେ ଦେଖି ବରା ଛଣା ଡେରି କରୁଛି କେଜାଣି ?


ଯା ହେଉ।ଏ ଟିଉସନ ବାହାନାରେ ମଣିଷ ସାଙ୍ଗ ସହିତ ଫିଲ୍ମ୍ ଆସି ପାରୁଛି। ନ ହେଲେ ଘରେ କଣ କହି ବାହାରିଥାନ୍ତି ଭାବୁ ଭାବୁ ନିଜ ସ୍କୁଟି ଛୁଟାଇ ଘର ମୁହାଁ ହେଲା ଉମେଶ।ହେଲେ ଆଜି ଟିକେ ଡେରି ହୋଇଗଲା।ବାପା ଆଉ କାହାରିକୁ ପଚାରି ନ ଥିବେ ତ ?


୧୦

ଆଉ ଦଶ ଜଣ ପିଲା ଟିଉସନ ପଇସା ଦେଇ ନାହାନ୍ତି।ସ୍ଵଭାବ ଯୋଗୁଁ ମାଧବ କାହାକୁ ମାସିକ ଦେୟ ମାଗି ପାରନ୍ତିନି।କିନ୍ତୁ ଗାଆଁ ରେ ବୃଦ୍ଧା ମା ବାପା ଯେ ଅପେକ୍ଷା କରି ବସିଥିବେ କଣ କରିବ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract