STORYMIRROR

Sunanda Mohanty

Abstract

3  

Sunanda Mohanty

Abstract

ଦୃଷ୍ଟିକୋଣ

ଦୃଷ୍ଟିକୋଣ

2 mins
131

   ପୁରୀ ଜିଲ୍ଲାର, ନିଜେ ପୁରୀ ,ସମୁଦ୍ର ପାଇଁ ସ୍ବତନ୍ତ୍ର ସ୍ଥାନ ଓ ମାନ୍ୟତା ପାଇଆସୁଛି। ପୁରୀ ଜିଲ୍ଲାର ସାତପଡ଼ା ମୁହାଣର, ତଣ୍ଡାକୂଳ ମଧ୍ୟ ମତେ ଆକୃଷ୍ଟ କରେ ତାର ନିରବତାର ପ୍ରତିଧ୍ଵନି ଓ ଝାଉଁ ବଣର ଗୋଟେ ଅଲଗା ପ୍ରକାର ଅନୁଭୂତିରେ ମୁଁ ବିଭୋର ହୁଏ। ସେମିତି ପୁରୀ ଜିଲ୍ଲାର ଅସ୍ତରଙ୍ଗର ପୀର ଜାହାନିଆ ପୀଠର ପାଖାପାଖି ସମୂଦ୍ର ବେଳାଭୂମି ମଧ୍ୟ ଲୋଭନୀୟ ଲାଗେ।

ବ୍ରହ୍ମପୁର ବେଳାଭୂମିର ଆକର୍ଷଣ ମତେ ଅସ୍ତରଙ୍ଗ ବେଳାଭୂମି ସଦୃଶ ଲାଗେ। ସବୁ ବେଳାଭୂମିର ସ୍ୱାତନ୍ତ୍ରେୟତା ନିଶ୍ଚୟ ଭିନ୍ନ ଭିନ୍ନ କିନ୍ତୁ କାହା ଦୃଷ୍ଟିକୋଣ କେମିତି, ତାକୁ ସେହିଭଳି ଲାଗେ।


ଏମିତିସବୁ ଭିତରେ ଏ ବର୍ଷ ଝିଅର ଏକମାତ୍ର ଟିକି ଝିଅଟିର ଦ୍ୱିତୀୟ ଜନ୍ମଦିନ ଭାଇଯାଗ ରେ ପାଳନ କରିବାକୁ ଯାଇ ଝିଅ ଆମକୁ ନେଇଯାଇଥିଲା, ଆନ୍ଧ୍ର ରାଜଧାନୀ ବିଶାଖା ପାଟଣା ପାଖ ଭାଇଯାଗ୍ ସହରର ଗେଷ୍ଟ ହାଉସ କୁ। ସେହି ଗେଷ୍ଟ ହାଉସର ଛାତ ଉପରୁ ଦିଶୁଥାଏ ସମୁଦ୍ର ଓ ସମୁଦ୍ରବାଟ ଦେଇ ଯିବା ଆସିବା କରୁଥିବା ଜାହାଜ, ଆଉ ସର୍ବୋପରି, ସମୁଦ୍ର ଉପର ଦେଇ ଉଡିଯାଉଥିବା ଉଡାଜାହାଜ ଗୁଡିକୁ ଦେଖି ନାତୁଣୀ ଖୁସିରେ ଭୂୟୁଁ କହି ଖାଇଦେଉଥାଏ ଖାଦ୍ୟ ଆଉ ଦେଖେଇଦେଉଥାଏ ମୁଣ୍ଡ କୁଣ୍ଡେଇବାକୁ। ଦୁଇପଟେ ଦୁଇଟି ଚୁଟି ବାନ୍ଧି ନାତୁଣୀ ସହ କାରରେ ସମସ୍ତେ ସମୁଦ୍ର କୁଳର ବେଳାଭୂମିରେ ପହଞ୍ଚୁ ପହଞ୍ଚୁ ଅନେକ ଗୁଡ଼ିଏ ଷ୍ଟାଚ୍ୟୁ ଭିତରୁ ନାତୁଣୀ ଭଳି ଦୁଇପଟେ ଦୁଇଟି ଚୁଳି ପକାଇ କଣ୍ଢେଇର ଷ୍ଟାଚ୍ୟୁ ଦେଖୁ ଦେଖୁ, ମୁଁ କହିପକାଇଲି ବାଓ, କି ସୁନ୍ଦର ସମୁଦ୍ର ବେଳାଭୂମି, ତ ଝିଅ ଖୁସି ହୋଇ କହିଲା, ପୁରୀ ସମୁଦ୍ର କୂଳ ବେଳାଭୂମିଠୁ, ଅଧିକ ସୁନ୍ଦର୍ ବେଳାଭୂମି ଯେ ଭାଇଯାଗ ବେଳାଭୂମି ହୋଇପାରେ, ଆଜି ପ୍ରଥମ କରି ମାଆ କହିଥିବାରୁ ଝିଅ ଅଧିକ ଅଧିକ ଖୁସି ହୋଇ ଦେଖେଇ ଦେଉଥିଲା, ଦେଖ ଦେଖ ଖୁସୁରା ଯୁଦ୍ଧ ଜାହାଜ, ଟିକେଟ କରି ତା ଭିତରେ ପଶି ବୁଲାବୁଲି ଫୋଟୋ ଉଠା ସବୁ କଲାବେଳେ, ଝିଅ ମୋ ପ୍ରତି ବ୍ୟସ୍ତ ହୋଇପଡୁଥାଏ, ଅନାନିଶ୍ୱାସୀ ଲାଗୁନି ତ ମାଆ ତତେ, ଆରେ ନାହିଁ, ଦେଖୁନୁ ଆରି ଭିତରେ ରହି ଦେଶମାତୃକାର ରକ୍ଷା ପାଇଁ ଆମ ନୌସେନାମାନେ ପୁଣି ମାସ ମାସ ବର୍ଷ ବର୍ଷ ରହି ଯୁଦ୍ଧ କରୁଥିଲେ, ମତେ ଏଇ ଟିକିଏ ସମୟ ପାଇଁ କାହିଁକି ଅନାନିଶ୍ଵାସୀ ଲାଗିବ?? ମୋ କଥା ଶୁଣି ଝିଅ ଆହୁରି ଉଲ୍ଲସିତ ହୋଇ, ବିପରୀତ ଦିଗରେ ଥିବା ଯୁଦ୍ଧ ବିମାନ ମ୍ୟୁଜିଅ ମ୍ ବୁଲେଇଥିଲା।


ଆହୁରି ଅନେକ ଅନେକ ଷ୍ଟାଚ୍ୟୁକୁ ଦେଖାଇ ଚିହ୍ନାଇ ମୁଢ଼ି ପାଗ ଓ ଚାର୍ଟର ମଜ୍ଜା ନେଇ, ଆସନ୍ତା କାଲି ଟିକି ନାତୁଣୀର ଜନ୍ମଦିନ ପାଇଁ କିଣାବିକା ଥିବାରୁ ଫେରିଆସିବାକୁ ହେଲା। ହେଲେ ସମୁଦ୍ର ଦେଇ ଆକାଶ ଉପରେ ଉଡିଯାଉଥିବା ଉଡାଜାହାଜ ସବୁ ଦେଖି ନାତୁଣୀ ଆସିବାକୁ, ପ୍ରସ୍ତୁତ ନଥିଲା।


ଆଜି ପୁରୀ ସମୁଦ୍ର ବେଳାଭୂମିରେ, ବାଲୁକା କଳା ସହ ଘୋଡ଼ା ଓ ଓଟ ପିଠିରେ ବସି ମଜ୍ଜା ନେଉଥିବା ବିଦେଶୀ ପର୍ଯ୍ୟଟକଙ୍କ ଉପରେ ନଜର ଘୁରେଇ ମୁଁ ଲେଖିଚାଲିବାକୁ ଚାହୁଁଥିଲି , ନିଜ ଦୃଷ୍ଟିକୋଣ ସମ୍ପର୍ନ୍ନ ବେଳାଭୂମି ସମ୍ପର୍କରେ ଅନେକ କଥା ହେଲେ ଉଠିଲି ମନ୍ଦିର ଯିବାର ଅଛି, ବାକି ରହିଗଲା ଅନେକ କଥାର ନଥା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract