The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Dr Jharana Satapathy

Inspirational

3  

Dr Jharana Satapathy

Inspirational

ଦୃଢ଼ ଆତ୍ମବିଶ୍ବାସ ଏବଂ ମନୋଵଳ

ଦୃଢ଼ ଆତ୍ମବିଶ୍ବାସ ଏବଂ ମନୋଵଳ

6 mins
376



ସମାଜ ଆଖିରେ ଅନ୍ୟ ମାନଙ୍କ ଠାରୁ ଅଲଗା ଭିନ୍ନ ଏକ ମଣିଷ ଅଟନ୍ତି ଭିନ୍ନକ୍ଷମ। କାହିଁକି ସେମାନଙ୍କୁ ଏଭଳି ଆଖ୍ୟା ଦିଆଯାଏ।ପ୍ରକୃତରେ ଏହା ପାପର ଫଳ କି ପୁଣ୍ୟର ଫଳ।ଏକ ଭିନ୍ନକ୍ଷମ ବ୍ୟକ୍ତି ହୋଇ ଜନ୍ମଲାଭ କରିବା କିଛି ଖରାପ କଥା ନୁହଁ।ସିଏ କଣ ଜାଣିଥାଏ ଜଣେ ଭିନ୍ନକ୍ଷମ ହେବ ବୋଲି।ଦୋଷଟି କାହିଁକି ତାକୁ ଦିଆଯାଏ।ହାତ ଗୋଡ ନଥାଇ ମଧ୍ୟ ସେମାନେ ଯେତିକି କରନ୍ତି ଜଣେ ସୁସ୍ଥ ବ୍ୟକ୍ତି ମଧ୍ୟ ତା ଜୀବନରେ ସେତିକି କରିପାରେ ନାହିଁ।


ଏ ଛୋଟାଟା,ଗ୍ରହଣଖଣ୍ଡିଆଟା,ଅନ୍ଧଟା,ଖଣ୍ଡିଆ ହାତଟା କାହିଁକି ଏମାନଙ୍କୁ ଆଖ୍ୟା ଦିଆଯାଏ।କୌଣସି ଅଘଟଣ ଘଟି ମଧ୍ୟ ଏକ ସୁସ୍ଥ ମଣିଷ ଦିବ୍ୟାଙ୍ଗ ଏବଂ ଭିନ୍ନକ୍ଷମ ପାଲଟିଯାଏ।ସେହିଦିନଠୁ ହିଁ ତାକୁ ଭିନ୍ନକ୍ଷମର ଆଖ୍ୟା ଦିଆଯାଏ।କେହି କେହି ଜନ୍ମରୁ ଭିନ୍ନକ୍ଷମ ଥାଆନ୍ତି ଆଉ କେତେଜଣ ଦୁର୍ଘଟଣାର ସମ୍ନୁଖୀନ ହୋଇ ଦିବ୍ୟାଙ୍ଗ ହୋଇଯାନ୍ତି। ନିଜ ଜନ୍ମକଲା ମା ବାପା ପାଲଟି ଯାଇଥାନ୍ତି ଏକ ଭିନ୍ନକ୍ଷମର ମାଆ ଏବଂ ବାପା ନାମରେ ।ଜନ୍ମରୁ ସେମାନେ ଭିନ୍ନକ୍ଷମ ହେଲେ ସୁଦ୍ଧା ଆତ୍ମବିଶ୍ୱାସ ଓ ଦୃଢ ମନୋବଳ ଥାଏ ସେମାନଙ୍କର ନିକଟରେ ।


ସମାଜ ପାଇଁ କାହିଁକି ସେମାନେ ଏକ ଉଦାହରଣ ପାଲଟି ଯାଇଥାନ୍ତି। ସେମାନେ କଣ ମଣିଷ ନୁହଁନ୍ତି !ଖେଳ-କୁଦ, ପାଠ-ସାଠ, କଳା-କୌଶଳ ସବୁଥିରେ ସମାନ ହୋଇ ମଧ୍ୟ ନିଜକୁ ସମାଜ ରେ ଏକ ଭିନ୍ନ ମଣିଷ ବୋଲି ପ୍ରତି ପାଦନ କରିବାକୁ ପଡେ। ଯେଉଁଦିନ ପ୍ରମାଣ କରି ସେମାନେ ଦେଖେଇ ଦିଅନ୍ତି ଦୁନିଆ ଆଖିକୁ ଯେ ପ୍ରକୃତ ନିଷ୍ଠା ଏବଂ ଅଧବସାୟର ଫଳ କେତେ ଏ ସମାଜ ସେମାନଙ୍କୁ ଦେଖି ଅବାକ୍ ହୋଇ ରହିଯାଏ। 


ଏମିତି ଏକ ଦୁଃଖଭରା କାହାଣୀ ହେଉଛି ଦିବ୍ୟାଙ୍ଗ ବାବୁଲାର।ଜନ୍ମରୁ ହିଁ ସେ ଦିବ୍ୟାଙ୍ଗ ।ବହୁତ ଗରିବ ଘରର ପିଲାଟିଏ।ଜନ୍ମବେଳେ ତାର ଗୋଡ ଦୁଇଟି ଆଧାରୁ ନଥିଲା।କିନ୍ତୁ ସେ ନିଜକୁ ନିଜେ କେଵେ ଦିବ୍ୟାଙ୍ଗ ଵୋଲି ଭାବେ ନାହିଁ।ବିଚକ୍ଷଣ ବୁଦ୍ଧି ତା ପାଖରେ ଥାଏ।ଅଧାଖଣ୍ଡିଆ ଗୋଡରେ ଘୋଷାଡି ଘୋଷାଡି ସେ ସ୍କୁଲକୁ ଯାଏ।ପିନ୍ଧିବା ପାଇଁ ଡ୍ରେସ ଖଣ୍ଡିଏରୁ ଦୁଇଖଣ୍ଡ ନଥାଏ।ଆସ୍ତେ ଆସ୍ତେ ବାବୁଲା ବଡ ହେଲା ।


ବାବୁଲା ଦିନେ ସ୍କୁଲ ଯାଇଥାଏ।ଏତିକି ବେଳକୁ କଳା ହାଣ୍ଡିଆ ମେଘଟା କେଉଁଠିଥିଲା ଅନ୍ଧାର କରି ଘୋଟିଆସିଲା।ସ୍କୁଲ ବି ଖୁବ୍ ଶୀଘ୍ର ଛୁଟି ହୋଇଗଲା । ପିଲାମାନେ ତରବରରେ ଯେ ଯାହାର ଘରକୁ ଦୌଡାଦୌଡି ହୋଇ ଚାଲିଲେ।କିଛିବାଟ ଯାଇଛି କି ନାହିଁ ବାବୁଲା ବର୍ଷାଟା ଜୋରରେ ଆରମ୍ଭ ହୋଇଗଲା।ଅନନ୍ୟୋପାୟ ହୋଇ ସେ ଗୋଟିଏ ଗଛ ମୂଳେ ଛିଡା ହୋଇଗଲା।ତୁହାକୁ ତୁହା ବର୍ଷା ସାଙ୍ଗକୁ ଘଡଘଡିର କାନଫଟା ଶବ୍ଦ ତାର ଆତଙ୍କକୁ ବହୁଗୁଣରେ ବଢାଇ ଦେଉଥାଏ।ଏହିସମୟରେ ଏକ ଗାଇଟି ଗଛ ମୂଳେ ଆଶ୍ରୟ ନେବାପାଇଁ ଆସୁଥିଲା।ବାବୁଲା ଲକ୍ଷ୍ୟକଲା ସେ ଗଛର ଏକ ବିରାଟ ଡାଳ ଭାଙ୍ଗି ଗାଇଉପରେ ପଡିବାକୁ ଯାଉଛି ଏହାଦେଖି ଗାଇଟିକୁ ସେ ରକ୍ଷାକରି ଦେଇଥିଲା କିନ୍ତୁ ତାର ନିଜର ହାତ ଉପରେ ଗଛର ବଡ ଡାଳଖଣ୍ଡ ପଡି ଯାଇଥିଲା। 


ତଥାପି ଅନ୍ଧାର,ବର୍ଷା,ବିଜୁଳି ଆଉ ପବନର ଶିକାର ହୋଇ ନିଜେ ଘୋଷାଡି ମାଟି କାଦୁଅରେ ନିଜକୁ ନିୟନ୍ତ୍ରଣ କରି ଆଗକୁ ଆଗକୁ ଘୋଷାଡ଼ି ହୋଇ ଗଲା। ବହୁଦୂର ଆଗକୁ ଆଗକୁ ଏମିତି ଗଲାବେଳେ ହଟାତ୍ ଗୋଟିଏ ବିଜୁଳୀର ଘଡଘଡି ଶବ୍ଦରେ ଚମକି ପଡି ସେ ଖସି ପଡି ଲଥ କରି ଛିଟିକି ତଳେ ଥିବା ପାଣିରେ ପଡିଗଲା।ଦେହ ଯାକ କାଦରେ ଲଟପଟ। ପିନ୍ଧିଥିବା ଡ୍ରେସବି ଫାଟି ଯାଇଥାଏ।କେହିବି ଜଣେ ପାଖରେ ନ ଥାଆନ୍ତି ତାକୁ ସାହାର୍ଯ୍ୟ କରିବାପାଇଁ।ଚିତ୍କାର ଛାଡୁଥାଏ ବାବୁଲା ତଥାପି ଶୁଣିବାକୁ ପାଖରେ କେହି ନଥାନ୍ତି।ବର୍ଷାର ସେହି ମୂହୁର୍ତରେ ତାର ଦୁଃଖ ଶୁଣିବ କିଏ? ତା ମାଆ ଖାଲି ଦାଣ୍ଡକୁ ବାରିକୁ ହେଉଥାଏ କେତେବେଳେ ବାବୁଲା ଆସିବ।


ପୁଣି ସେ ମନୋବଳ ଦୃଢକରି ଅସହାୟ ହୋଇ ସାହାର୍ଯ୍ୟପାଇଁ ଡାକ ଛାଡିଥିଲା।ତାର ସମସ୍ତ ଶକ୍ତି ଖଟାଇ ସେ ଆଗକୁ ଆଗକୁ ଚାଲିଥାଏ। ଦୃଢତାର ସହ ସେ ଘର ଆଗରେ ପହଞ୍ଚି ମାଆ ମାଆ ଵୋଲି ଡାକଛାଡିଲା ।ଆଖି ସାମନାରେ ଏମିତି ଅବସ୍ଥାରେ ତା ମାଆ ତାକୁ ଦେଖି କୁଣ୍ଢାଇ ପକାଇ ଭେଁ ଭେଁ କାନ୍ଦି ଉଠିଲେ। ସଙ୍ଗେ ସଙ୍ଗେ ବାବୁଲାକୁ ଡାକ୍ତରଖାନା ନେଇ ଥିଲେ ତା ମାଆ। ବାବୁଲା ତା ହାତଟି ହରାଈ ଚିରଦିନ ପାଇଁ ପଙ୍ଗୁ ହୋଇରହିଗଲା।ସେହିଦିନଠୁ ସେ ତାର ଗୋଟିଏ ହାତ ହରାଈ ବସିଥିଲା।ଏତେ କଷ୍ଟ ସହି ମଧ୍ୟ ସେ ହାରିନି କେବେ ତା ଜୀବନରେ।


ବାବୁଲାକୁ ୮ ବର୍ଷ ହୋଇଥିବା ବେଳେ ତା ବାପାଙ୍କ ନିଧନ ହୋଇଥିଲା।ଯେପରି ବେଡି ଉପରେ କୁରାଢି ସଦୃଶ।ଦୁଃଖ ଉପରେ ପୁଣି ଆହୁରି ଦୁଃଖ।କିନ୍ତୁ ବାବୁଲା ଛୋଟିଆ ପିଲାଟିଏ ହୋଇ ନିଜମନ ବଳକୁ ନିଜେ ଦୃଢିଭୂତ କଲା।ଦୁନିଆକୁ କିଛି କରି ଦେଖାଇବାକୁ ଚାହିଁଲା।ନିଜକୁ ପଙ୍ଗୁବୋଲି ଭାବିଲା ନାହିଁ।ନିଜ ମାଆ ଉପରେ ଆଉ ବୋଝ ହୋଇରହିବା ପାଇଁ ଚାହିଁଲା ନାହିଁ।


ସାଙ୍ଗସାଥିଠୁ ଆରମ୍ଭ କରି ସମସ୍ତେ ତାକୁ ଇଆଡୁ ସିଆଡୁ କହନ୍ତି।ଖେଳକୁଦ ଏବଂ ନାଚକୁଦ କରିବାକୁ ଭାରି ଭଲଲାଗେ ବାବୁଲାକୁ।ସମସ୍ତେ ତାକୁ ଟାହିଟାପରା କରି କହନ୍ତି ଏ ଛୋଟା ସବୁଥିରେ ଭାଗନେବ।ଛୋଟା ବୋଲି କହିଲେ ସମସ୍ତେ ବୁଝିଦିଅନ୍ତି।ବାବୁଲାକୁ ମଧ୍ୟ ଖରାପ ଲାଗେ ନାହିଁ।ତା ନାଆଁ କଣ ପଚାରିଲେ କହେ ଛୋଟା ବାବୁଲା।ତାର ଗୋଟିଏ ହାତ ଦୁଇ ପାଦ ଭଳି କାମ କରେ।ସେ ସେହି ଗୋଟିଏ ହାତରେ କେତେ ସିମେଣ୍ଟ ବସ୍ଥା ମଧ୍ୟ ଉଠାଇଦିଏ।ସେଥିରୁ କିଛି ପଇସା ମିଳେ।ସେହି ପଇସାରେ ତା ପାଠପଢା ଖର୍ଚକରେ।


ଦିନେ ଦୌଡିବା ପ୍ରତିଯୋଗିତା ସ୍କୁଲରେ ଅନୁଷ୍ଠିତ ହୋଇଥାଏ।ଦିନେ ବାବୁଲା ନିଜ ମାଆ ପାଖକୁ ଯାଇ କହିଲା ଦୌଡ ପ୍ରତିଯୋଗିତାରେ ଭାଗନେବି ଏବଂ ପୁରସ୍କୃତ ହେବି ।ପୁଅର ମୁହଁରୁ ଏପରି କଥାଶୁଣି ତା ମାଆ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।କ'ଣ ଜଣେ ଦିବ୍ୟାଙ୍ଗହୋଇ ଦୌଡିପାରିବୁ ?ତା ମାଆଙ୍କ ଠାରୁ ଏତିକି ଆଶିର୍ବାଦ ପାଇ ମନୋବଳ ଦୃଢ କରି ସେ ସ୍କୁଲରେ ଦୌଡ ପ୍ରତିଯୋଗିତାରେ ଭାଗ ନେଇଥିଲା।ସମସ୍ତେ ତାକୁ ଟାହି ଟାପରା କରି କହିଲେ ଏ ଛୋଟା ପୁଣି ଆମ ସହ ଦୌଡିବ କିନ୍ତୁ ବାବୁଲା ମନ ଦୃଢକରି ଦୌଡ ପ୍ରତିଯୋଗିତାରେ ଭାଗ ନେଇ ଥିଲା।କିନ୍ତୁ ସେ ଦୌଡିବା ସମୟରେ ତାର ଆଣ୍ଠୁନଥିବା ଯାଗା ତଳେ ଘସି ହୋଇ ପ୍ରବଳ ରକ୍ତ ବାହାରିଥିଲା।ଫଳରେ ତାକୁ ଆଘାତ ଲାଗିଥିଲା କିନ୍ତୁ ତାର ନିଜ ଉପରେ ବହୁତ ବିଶ୍ବାସ ଥିଲା। ସେ ଅନବରତ ଦୌଡି ଚାଲିଥିଲା।ଅଜସ୍ର ତାଳି ବାଜିଲା ସମସ୍ତେ କଥାହେଲେ ଏ ବାବୁଲାର ସାହାସ ଏବଂ ଧର୍ଯ୍ୟ ଵିଷୟରେ। 


ତାର ସାହାସ ମନୋବଳ ଧର୍ଯ୍ୟଦେଖି ସମସ୍ତେ ହତବାକ ହୋଈ ରହି ଯାଇଥିଲେ।ଖଣ୍ଡିଆ ଗୋଡରେ ରକ୍ତ ଝରି ମଧ୍ୟ ସେ ଦୌଡୁଥିଲା।ଦିବ୍ୟାଙ୍ଗ ହୋଇ ବି ମନରେ ଅବଶୋଷ ନ ଥିଲା । ଵାଵୁଲାର ଥିଲା ଆତ୍ମନିର୍ଭରଶୀଳତାର କ୍ଷମତା। ଵାଵୁଲା ହିଁ ନିଜେ ସମସ୍ତଙ୍କ ଭିତରୁ ପ୍ରଥମ ହୋଇଥିଲା।ରାଜ୍ୟସ୍ତରୀୟକୁ ଯିବାକୁ ସେ ଉର୍ତ୍ତିଣ୍ଣ ବିବେଚିତ ହୋଇଥିଲା।

 

ଯେତେ ବାଧାବିଘ୍ନ କଷ୍ଟ ଆସିଲେ ବି ବାରଦୁଆରେ ହାତ ପତେଇନି ବାବୁଲା କେଵେ। କିନ୍ତୁ ତାକୁ ବହୁତ କଷ୍ଟ ହେଉଥିଲା ଗୋଡନଥିବା ଲାଗି।ଘର ଖଣ୍ଡିଏବି ନଥିଲା ରହିବାକୁ।ଖରା,ବର୍ଷା ଓ ଶୀତ ତିନଟି ଯାକ ଋତୁରେ ନାହିଁ ନ ଥିବାର ସମ୍ମୁଖୀନ ହେବାକୁ ପଡୁଥିଲା ବାବୁଲାକୁ।ପାଖରେ ଟଙ୍କାଟିଏ ନଥିବା ଲାଗି ଅସୁବିଧାର ସମ୍ମୁଖୀନ ହେଉଥିଲା ବାବୁଲା।ଧୀରେ ଧୀରେ ତା ମନ ରେ ସ୍ପୋର୍ଟ୍ସ ପ୍ରତି ଦୁର୍ବଳତା ବଢିବା ରେ ଲାଗିଲା ।ସେ ଦୁନିଆ ପାଇଁ କିଛି କରିବାକୁ ଚାହୁଁଥିଲା। 


ମନେ ମନେ ଭାବୁଥାଏ ମନରେ ଦୃଢ ଇଛା ଶକ୍ତିଥିଲେ ସବୁକିଛି ସମ୍ଭବ ହୋଇପାରେ।ଏଥିପାଇଁ ତା ମାଆ ତାକୁ ପ୍ରେରଣା ଦେଉଥିଲେ।ବାବୁଲାର ଭବିଷ୍ୟତ ତାର ଇଛା ଆଉ ଅନିଚ୍ଛା ପ୍ରଶ୍ନ ଜାଲରେ ଛନ୍ଦି ହୋଇ ଯାଉଥିଲା ।କଥାରେ ଅଛି ପରା ପଙ୍ଗୁ ଲଙ୍ଘେ ଗିରି।ଯାହା ଅନ୍ୟମାନଙ୍କୁ କଷ୍ଟକର ହୋଇଥାଏ ତାହା ଜଣେ ଉଦ୍ୟମୀ ଓ ସଂଘର୍ଷରତ ବ୍ୟକ୍ତି ପାଇଁ ଖୁବ୍ ସରଳ ମନ ହୋଇଥାଏ।


ରାଜ୍ୟସ୍ତରିୟ ଦୌଡ ପତିଯୋଗିତାରେ ଭାଗନେବାପାଇଁ ତାକୁ ବହୁତ ଇଛା ହେଉଥିଲା ବାବୁଲାକୁ। ଏଥିପାଇଁ ପ୍ରଶିକ୍ଷକଙ୍କ ଠାରୁ ପ୍ରଶିକ୍ଷଣ ଦରକାର ଥିଲା। କିନ୍ତୁ ଗରିବ ଘରେ ଜନ୍ମହେବା ଲାଗି ଟଙ୍କା ପଇସାର ଅଭାବ ହେତୁ ଭଲ ପ୍ରଶିକ୍ଷଣ ପାଇ ପାରୁନଥିଲା।ସେ ସ୍କୁଲର ଛୁଟିସମୟରେ ନିଜେ ଦୌଡିବାର ଅଭ୍ୟାସ କରୁଥିଲା।ଏପଟେ ଦଶମ ବୋର୍ଡ ପରିକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତିଣ୍ଣ ହୋଇ କଲେଜରେ ମଧ୍ୟ ନାମ ଲେଖାଇଥିଲା ।କିନ୍ତୁ ସେ ଦୌଡିବାର ଅଭ୍ୟାସକୁ କେବେ ହାତଛଡା କରି ନଥିଲା।ତା ପାଖରେ ସର୍ବଗୁଣ ଥିବା ଲାଗି ସମସ୍ତେ ତାକୁ ଭଲ ପାଉଥିଲେ।


ଦିନେ ସେ କଲେଜର ପଡିଆରେ ଏକାକୀ ଦୌଡିବା ସମୟରେ କଲେଜର କୁଳପତିଙ୍କ ନଜରକୁ ବାବୁଲା ଆସିଥିଲା।ତାର ଦୌଡକୁଦର ଆଗ୍ରହ ଦେଖି କୁଳପତି ଏକ ଦୌଡ କୋଚ ସହିତ ତାର ପରିଚୟ କରାଇଥିଲେ।ପ୍ରଶିକ୍ଷକ ବାବୁଲାର ଦୌଡିବାର ଆଗ୍ରହ ଦେଖି ତାକୁ ପ୍ରଶିକ୍ଷଣ ଦେଇ ଦୌଡିବାର ଅଭ୍ୟାସ କରାଇଲେ।ବାବୁଲାକୁ ନିଜ ହୋଷ୍ଟେଲକୁ ନେଇ ତାକୁ ଟ୍ରେନିଙ୍ଗ୍ ଦେଇ ରାଜ୍ୟସ୍ତରୀୟ ଦୌଡ ପ୍ରତିଯୋଗିତାରେ ସାମିଲ ହେବା ପାଇଁ ପ୍ରବର୍ତ୍ତାଇଥିଲେ।ବାବୁଲା ଦିବ୍ୟାଙ୍ଗ ହୋଇଥିବା ଲାଗି ଉଚ୍ଚଶିକ୍ଷା ବୈଷୟିକ ଶିକ୍ଷାନୁଷ୍ଠାନର ସହାୟତା ଦ୍ବାରା ବିନା ମୂଲ୍ୟରେ ସେ ଦୌଡିବାର ଶିକ୍ଷା ପାଇପାରିଥିଲା।


ସେବେଠାରୁ ପଛକୁ ଫେରିନାହିଁ ବାବୁଲା।ପ୍ରଶିକ୍ଷଣ ବାବୁଲାକୁ ନିଜ ଘରେ ରଖି ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ।ବାବୁଲାର କୋଚ୍ ବାବୁଲାକୁ ଭଲ ଡାକ୍ତରଙ୍କୁ ଦେଖାଇ କୁତ୍ରିମ ଗୋଡ ଦୁଇଟି ଲଗାଇ ଦେଇଥିଲେ।ସେ ଭଲ ଦୌଡିପାରିଥିଲା।କୋଚଙ୍କଠାରୁ ପ୍ରଶିକ୍ଷଣ ନେବା ମାତ୍ରେ ବାବୁଲା ରାଜ୍ୟ ସ୍ତରରେ ଯଶସ୍ବୀ ଲାଭ କରିଥିଲା।ସେ ଜାତୀୟସ୍ତରକୁ ଯିବାକୁ ଯୋଗ୍ୟ ବିବେଚିତ ହୋଇଥିଲା।


ଯୁକ୍ତ ଦୁଇ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଉର୍ତ୍ତିଣ୍ଣ ହୋଇ +3 କଳା ବିଭାଗରେ ନାମ ଲେଖାଇ ଅର୍ଥନିତିରେ ସ୍ନାତକୋତ୍ତର କରିଥିଲା।କଲେଜ ତରଫରୁ ତାକୁ ସ୍ବଣ୍ଣ ପଦକ ମଧ୍ୟ ମିଳିଥିଲା।ଏହାପରେ ସେ I. A. S ପାଇଁ ପଢାପଢି ଆରମ୍ଭ କଲା ଏବଂ ଦୌଡିବା ପକ୍ରିୟାକୁ ମଧ୍ୟ ଆପଣାଇଥିଲା।


ସେ ଜାତୀୟସ୍ତରୀୟ ଦୌଡ ପ୍ରତିଯୋଗିତାରେ ସର୍ମାନସ୍ପଦ ସହ ଭାଗ ନେଇ ସ୍ବଣ୍ଣ ପଦକ ପାଇଥିଲା।ସେଠୁ ସେ ଆନ୍ତର୍ଜାତୀୟ ସ୍ତରକୁ ଯିବାପାଇଁ ଯୋଗ୍ୟ ବିବେଚିତ ହୋଇଥିଲା।


ଦେଶ ଏବଂ ଦେଶବାହାରେ ସମସ୍ତେ ତାକୁ ପ୍ରଶଂସା କରିବାକୁ ଲାଗିଲେ।ସବୁ ଟିଭି ଚେନେଲରେ ତାର ସଂଘର୍ଷମୟ କାହାଣୀ ପ୍ରସାରିତ ହେଲା।ବହୁ ବଡ ବଡ ଜଣାଶୁଣା ଖେଳାଳିମାନେ ବାବୁଲା ପାଖକୁ ଆସି ତାହା ସହ ବନ୍ଧୁତ୍ବ ସ୍ଥାପନ କଲେ। ଵିଭିନ୍ନ ଟିଭି ଚ୍ୟାନେଲ୍ ତାର ବିଷୟରେ ଜାଣି ବାବୁଲାକୁ ନିମନ୍ତ୍ରୀତ କରିଥିଲେ ତାର ଜୀବନର ଅନୁଭୂତି ସଂପର୍କରେ ବିସ୍ତୃତ ବିବରଣୀ ଦେବାପାଇଁ।ଖେଳପ୍ରତି ତାଙ୍କର ଆଗ୍ରହ କେବେଠୁ ହେଲା ସେ ପ୍ରେରଣା କାହା କାହାଠୁ ପାଇଛି ଏମିତି ବହୁ କିଛି ପ୍ରଶ୍ନର ଉତ୍ତର ଦେଇଥିଲା।


ଏଥିପାଇଁ ସେ ନିଜ ମାଆଙ୍କୁ ବହୁ ପ୍ରଶଂସା କରିଥିଲା।ବାବୁଲା ଠିକ୍ ଏତିକି କହିବା ସମୟରେ ତା ଆଖିରୁ ଧାର ଧାର ଲୁହ ଝରିପଡୁଥିଲା।ଜଣେ ଦିବ୍ୟାଙ୍ଗ ହୋଇ ସମାଜରେ କେତେ ଟାହିଟାପରା ଶିକାର ହୋଇ ମଧ୍ୟ ନିଜ ବାପା ଏବଂ ମାଆଙ୍କ ଆଶିର୍ବାଦରେ ଭଗବାନଙ୍କ କରୁଣାରୁ ଆଜି ଏହି ସ୍ଥାନରେ ସେ ପହଞ୍ଚିପାରିଛି ତା ପାଟିରୁ ଖାଲି ସେ କହିଚାଲୁଥିଲା। ତା ଜୀବନରେ ଘଟିଥିବା ସଂଘର୍ଷମୟ କାହାଣୀମାନ ଦେଖି ଅନ୍ୟ ଦିବ୍ୟାଙ୍ଗମାନେ ତାଠାରୁ ବହୁକିଛି ସିଖିବାକୁ ପାଇଥିଲେ।


ମନରେ ଯଦି ସାହାସ ରଖି ଲକ୍ଷ୍ୟପଥରେ ଅଗ୍ରସର ହେଲେ ସବୁକିଛି ସମ୍ଭବ ହୋଇପାରେ ସେ ଦୃଢତି ପ୍ରକାଶ କରିଥିଲା ।

ଆନ୍ତର୍ଜାତୀୟ ସ୍ତରରେ ଦୌଡପ୍ରତିଯୋଗିତାରେ ଉର୍ତ୍ତିଣ୍ଣ ହୋଇ ଦେଶ ଏବଂ ଜାତି ପାଇଁ ଗର୍ବଗୌରବ ଆଣିଦେଲା ବାବୁଲା। ଶେଷରେ ଏକ ଅଦ୍ଭୁତ ଓ ଅନନ୍ୟ ଅନୁଭୂତି ନେଇ ନିଜ ଘରକୁ ଫେରିଥିଲା ବାବୁଲା। ଯାହାକୁ ସେ ନିଜ ଭାଷାରେ ବି ବର୍ଣ୍ଣନା କରିପାରୁନାହିଁ । ଆଉ ଏସବୁ ସମ୍ଭବ ହୋଇପାରିଛି ନିଜ ଚେଷ୍ଟା ଏବଂ ଦୃଢ଼ ମନୋବଳ ପାଇଁ ।


ବାହାରେ ସିଏ ଯିବା ସମୟରେ ତାକୁ ଯେଉଁମାନେ ଛୋଟାବାବୁଲା ଡାକୁଥିଲେ ଆଜି ସମସ୍ତଙ୍କ ମୁହଁରେ ଖାଲି ସାର୍ ସାର୍ ସମ୍ବୋଧନ। ଯିବା ଆସିବା କରିବା ପାଇଁ ଗାଡି ଦିଆଗଲା।ଫ୍ଳାଇଟ୍ ଖର୍ଚ ସବୁ ସରକାର ବହନ କଲା।


ବାବୁଲା ଇତିମଧ୍ୟରେ ଏକ sports achademy ଖୋଲି ଦିବ୍ୟାଙ୍ଗ ପିଲାମାନଙ୍କୁ ଫ୍ରି ଟ୍ରେନିଙ୍ଗ୍ ଦେଇ ଲୋକଲୋଚନକୁ ଆସିଯାଇଥିଲା।ସେହି ଦିବ୍ୟାଙ୍ଗ ଭିତରୁ ବହୁପିଲା ନା ରଖିଥିଲେ କିଏ ରାଜ୍ୟସ୍ତରରେ ଆଉ କେହି ଜାତୀୟସ୍ତରରେ।


ଦୃଢ ଆତ୍ମବିଶ୍ବାସ ଏବଂ କଠିନ ପରିଶ୍ରମ ଦ୍ବାରା ଯେ କୌଣସି କାର୍ଯ୍ୟ ହାସଲ କରାଯାଇପାରିବ।ଏଥିପାଇଁ ଦୃଢ ମନୋବଳ ଦରକାର।କଥାରେ ଅଛି ପରା ପଙ୍ଗୁ ଲଙ୍ଘେ ଗିରି।ନିଜକୁ ଛୋଟ ଭାବିବା ଆଦୌ ଉଚିତ୍ ନୁହଁ।ମୁଁ ଯମା କରି   ପାରବିନି ମୋ ଦେଇ ଏହା ହେବନି କହିବା ଆଦୌ ଭୁଲ ଅଟେ।


ମନରେଯାହା ଇଛା ଥିଲେ ବି ଆଗରେ ଯଦି ପ୍ରତିବନ୍ଧକ ଲାଗିଗଲା ତାହା ଅବଶୋଷ ହୋଇ ରହିଯାଏ।ମଣିଷ ଜୀବନରେ ସବୁ ଲକ୍ଷ୍ୟ ପୂଣ୍ଣ ହେବ ବୋଲି କିଛି ମାନେ ନଥାଏ।ବେଳେ ବେଳେ କିଛି ପ୍ରତିବନ୍ଧକ ବାଧା ଉପୁଜୁଥାଏ।ସବୁ ପ୍ରକାର ପରିସ୍ଥିତିର ସାମନା କରିବାକୁ ପଡିଥାଏ ଜୀବନରେ। ହାର ଜିତ ସବୁବେଳେ ଲାଗିଥାଏ ।ମଣିଷ ଜୀବନରେ ନିଜକୁ ଦୁର୍ବଳ ଅକ୍ରମଣ୍ୟ ବୋଲି ଭାବିବା ଆଦୌ ଠିକ୍ ନୁହଁ।ସବୁପ୍ରକାର ପରିସ୍ଥିତିର ସାମାନା କରି ଦୃଢ ମନୋବଳରେ ନିଜକୁ ଅକର୍ମଣ୍ୟ ନ ଭାବି ସଠିକ୍ କାର୍ଯ୍ୟକରି ଦକ୍ଷତା ଦେଖାଇ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିବ ଯେ କେହିବି।


ଯେ କୌଣସି ବିଦ୍ୟାର ଶିକ୍ଷା ପାଇଁ ନିର୍ଦ୍ଦିଷ୍ଟ ବୟସ ସୀମା ନଥାଏ। ଏଥିପାଇଁ ଦୃଢ ଆତ୍ମବିଶ୍ବାସ, ମନୋବଳ,ଧୈଯ୍ୟ ଏବଂ ଚେଷ୍ଟା ନିହାତି ଜରୁରୀ।ନିଜ ଲକ୍ଷ୍ୟ ସ୍ଥଳରେପହଞ୍ଚିବାକୁ ହେଲେ କଠିନ ପରିଶ୍ରମ ଦରକାର ଯେକୌଣସି ଅବା କ୍ଷେତ୍ରରେ ହେଉ ନିଜକୁ ଅସମର୍ଥ୍ୟ ଏବଂ ଅକର୍ମଣ୍ୟ ଭାବିବା ଆଦୌ ଠିକ୍ ନୁହଁ।




Rate this content
Log in

Similar oriya story from Inspirational