pratap nayak

Tragedy

2  

pratap nayak

Tragedy

ଦୋଷ

ଦୋଷ

2 mins
506


ପ୍ରତାପ ନାୟକ

୭୦୦୮୦୫୪୨୮୨

ଭୋଦୁଅର ଉଷୁମ ଖରା ସଜାଡୁଥିଲା ବସ୍ତାନୀ ତାହାର ,ଶେଷହେଲା ଆଜିର ଚାଟଶାଳୀ ପାଠ।ଅରମା ବଣ ସେପଟେ ଲୁଚୁଛି ଅଗ୍ନୀପିଣ୍ଡୁଳା ତରତର ହେଇ ଲେଲିହାନ ସିନ୍ଦୂର ଚିଟାରେ।ବାଟୋଇ ଫେରୁଛି ତାର ଟଳମଟଳ ପାଦେ, ହେଇଅବା କ୍ଲାନ୍ତ କି ମଦିରା ଓଠରେ।

ହାଟ କରିବାକୁ ଯାଇନି ରତନା ,ଜଗିଛି ପୁଅକୁ ମନେ ମନେ ଧରିନେଲାଣି ତା ବାହୁଡାବେଳ ସରିଯାଉଛି ବୋଧହୁଏ ।ଅଣ୍ଡିରା ବିଲୁଆ ରଡି ଶୁଭିଲାଣି ଦଣ୍ଡା ସେପାରିର କିଆ କଳମ ବଣରୁ।ଦାଣ୍ଡରେ କେଇଟା ବାରବୁଲା କୁତି ପାଳିକରି ଧରୁଛନ୍ତି ରାହା ଯେତେ ଗୋଡେଇଲେ ଖେଳୁଛନ୍ତି ଲୁଚକାଳି।ରତନା ମାଇପ ସର ବାହୁନିବା ଆରମ୍ଭ କଲାଣି।ଯବାନୀ ବୋହୁ ଲାବଣ୍ୟବତୀ ଖଟଗୋଡକୁ ଧରି ଧକେଇ ଧକେଇ ସୁକୁସୁକୁ କାନ୍ଦ କାନ୍ଦିଲାଣି ଲମ୍ବା ଓଢଣା ଆଢୁଆଳୁ।ବିଶିକେଷନ ତିନି ବରଷିଆ ନାତି ରତନାର ପାଟିରେ ଆଙ୍ଗୁଣ୍ଠି ପୁରେଇ ଶୋଇଛି ଖଟରେ ମଶାରି ଭିତରେ।ବାପ ସାମୁ ଡରେ ଝିଅ ସ୍ୱାତୀ ରତନାର ନାତୁଣି ରହୁଛି ମାମୁଁ ଘରେ ପାଠପଢିବାର ଦ୍ୱାହୀ ଦେଇ ଦି ବର୍ଷ ତଳୁ।

ପୁଅର ହିକା ବନ୍ଦ ହେଲାଣି କାହିଁ କେତେବେଳୁ ।ଗାଁ ମାଇପେଙ୍କ ପାଦ ସଅଳ ସଅଳ ରତନାର ଘରମୁହାଁ ହେଇ ଫେରୁଛନ୍ତି ମାଳ ମାଳ ଛୁଆଁ ଲାଗିବା ଭୟରେ।ଟୁପୁରୁ ଟାପର କାନକୁହା କଥା ଚରିଗଲାଣି ମାଟିରୁ ପବନ ।ସାମୁ ଆତ୍ମା ଦେହ ଛାଡିଲାଣି।ଭେଣ୍ଡିଅା ବୟସ ବତିସି ଯେମିତି ଛାତି ସେମିତି ଜଙ୍ଘ ଚଦରତଳେ ପଡିଛି କେଇପଳ ଟୁକୁରା କାଠଖଣ୍ଡପରି।ପୁରିଲା ଗାଲ ଟାକୁଆ ହେଇଛି ଚିହ୍ନିତ ହଉନି ସାମୁ ସିଏ ଦିଆଙ୍ଗୁଳିଆ କଳା ଘୁମର ଦାଢିନିଶ ଲୁଚେଇଛି ଓଠ ଗାଲ ବେକ।

ଭୋକ କଲାକି ମଶାରୀ ତଳୁ ବିଶିକେଷନ ଉଠି ଆସି ଜେଜ ରତନା କୋଳରେ।ବୁଝୁନି ସେ ବୁଝୁନି ତା ଆଖି ଆଜି କାହିଁ ତାଙ୍କ ଘରେ ଗହଳ ଚହଳ ବଢିତ ଯାଇଛି।କୋଡରେ ପୁରେଇ ଜେଜ କାନ୍ଦୁଛି ସତେକି ଫାଟି ଯାଉଛି କଲିଜା ତରଳି ନିଗିଡି ଆଖିରୁ ଚୁମି ଯାଉଛି ବିଶିକେଷନର ଓଠମୁହଁ ଗାଲ ।

କୋକେଇରେ ଶୋଇଲାଣି ସାମୁ।କାଚଭଂଗା ସରିଲାଣି ଲାବଣ୍ୟବତୀର।ବତୁରି ଗଲାଣି ନିଅଁସିଆ ରାତି।କମିଲାଣି କୋଳାହଳ ରାମନାମ ସତ୍ୟ ପଛେ ପଛେ।ଗୋଧେଇବା ଆରମ୍ଭ ହେଲାଣି। ଭୁଆଷୁଣି ରାଣ୍ଡ ହେଇ ଚାଲିବ ଏଥର ଦାଣ୍ଡରେ ହାଟରେ।ଖାଇଛି ଘଇତା ଖାଇବ ଡାହାଣି ଗାଁଟା ଯାକର ଟୋକାଙ୍କୁ।

ଉଭା ହେଲାଣି ସଂସାର ଯାକର ଶୋକ ଦୁଃଖ ଶୋକ। ସମସ୍ତେ କହିବେ ସାମୁ ପାଗଳ କେମିତି ମଲାକି ।ମଲାପରା ଏଡ୍ସ ହେଇ।ମଦ ଗଂଜେଇ କୋଉଥିରେ କମ୍ କରିଥିଲାକି ରତନା ତାକୁ ।ଗୋଟିଏ ପୁଅ ବୋଲି ଖଂଜିଥିଲା ଆଳିରୁ କାଏମା ।ଅଭାବ ବିହୀନ ସାମୁ କଲାନି ବୁଝାମଣା।ଅପ୍ରାପ୍ତ ବୟସୁ ଭରିନେଲା ସୁଖ ସବୁ ତାହାରି ଭାଗର।ଦୁଃଖ ଦେଇଗଲା ତାର ନିଅଁଟିଆ ସଂସାରକୁ ।

ବୁଢା ରତନା ପାଳିବତ ଅଲରା ସଂସାର ।ହେଲେ କେମିତି ବିଚାର କରିବ ଲାବଣ୍ୟବତୀର।ତା' ମଥାର ସିନ୍ଦୂର ହାତର ଶଂଖାର ପୁଳା ପୁଳା ମୋହ ଲୁଚେଇ ଲୁଚେଇ କାନ୍ଦିବେ ବୁଲି ଚଉପାଢୀ।ଦୋଷ ତ ଦେବେ ସବୁ ରତନାର।ପାରିନଥାନ୍ତା କଣ ରତନା ତା ସମୟରୁ ବାହାରି , ଦେଇନଥାନ୍ତା କଣ ଟିକେ ଆକଟ ,ନପିଉ ମଦ ନଟାଣୁ ଗଂଜେଇ ନଯାଉ ରାତିରେ ବିଟପୀ ପାଖକୁ ଛାଡି ଲାବଣ୍ୟବତୀର ସେଜ।

ଝାଳବାଟେ ବୋହୁଥିଲା ମୋହ।ଦରପୋଡା ବୟସ ବୋହୁଥିଲା ଅଲରା ସଂସାର ।ଦୋଷ ନଦୀ ସରିବାର ଧାରଧାରୁ ନଥିଲା।ସାମୁ ଫଟୋ ତଳେ ଲେଖା, ଛୁଇଁବା ମନାଥିଲା ମଦ ଗଂଜେଇ ପରନାରୀ।ବଡ ହଉ ଥିଲା ବିଶିକେଷନ ।ଧୀରେ ଧୀରେ ବୁଝୁଥିଲା ମଦ ଗଂଜେଇ ପରନାରୀର ମାନେକୁ ।ଲୁହପୋଛି କହୁଥିଲା ଜେଜ ।ଯିବିନି ମୁଁ ସେଇଆଡେ ।ମୋ ଫଟୋତଳେ ଲେଖିବନି ତମେ ମଦ ଗଂଜେଇ ପରନାରୀ।ଆଉ କେହି ବି ଦୋଷ ଦେବେନି ତୁମକୁ ।ଦୋଷି ହେଇ ବୋହିବନି ବୁଢାଦିନେ ତୁମେ କରିଥିବା ଅର୍ଜ୍ଜନରେ ଦୋଷ।


Rate this content
Log in

Similar oriya story from Tragedy