STORYMIRROR

Arundhati Jena

Tragedy Inspirational Others

2  

Arundhati Jena

Tragedy Inspirational Others

ଦୋଷ:ସ୍ୱାମୀ ର ଅନୁଭବ

ଦୋଷ:ସ୍ୱାମୀ ର ଅନୁଭବ

3 mins
137

             

ମାନବ ସେଦିନ ନିଜ ସ୍ତ୍ରୀ ର ଅବସ୍ଥା ପାଇଁ ନିଜକୁ ଦାୟୀ କରୁଥିଲା। ସ୍ତ୍ରୀ ଅପର୍ଣ୍ଣା ର ସାରା ରାତି ନଶୋଇବା, ସବୁବେଳେ କାନ୍ଦିବା, ଘର ବାହାରେ ରାତିସାରା ବସିବା, ପାଗେଳୀଙ୍କ ପରି ସବୁବେଳେ କ'ଣ ଭାବି ଲୁହ ଝରେଇବା, ଠିକ୍ ସେ ନଖାଇବା, ପ୍ରତ୍ୟେକ କାମରେ ବ୍ୟସ୍ତ ହେବା.............ସବୁଥି ପାଇଁ ନିଜକୁ ଦୋଷୀ ମନେକରୁଥିଲା ସେ। ଅପର୍ଣ୍ଣା ସାମ୍ନା ରେ ସେ ନିଜକୁ ଛୋଟ ମନେକରୁଥିଲା। 


             ସେ ଭାବୁଥିଲା ଅପର୍ଣ୍ଣା ର ଏ ଅବସ୍ଥା ପାଇଁ ତା'ର ପୁରା ପରିବାର ଦାୟୀ। ତା'ର ଏହି ଘରେ ପାଦ ଦେବା ଦିନଠାରୁ ମାନସିକ ଅତ୍ୟାଚାର କୁ ସେ ସହି ଚାଲିଛି। ବିଚାରୀ ଅନେକ ଥର ମୁହଁ ଖୋଲି କହିବାର ଚେ଼ଷ୍ଟାରେ ସେ ବିଫଳ ହୋଇଛି। କାରଣ ମାନବ ତାକୁ କହିବାର ମୌକା ହିଁ ଦେଇନି। 


              ହଠାତ୍ ତା'ର ସ୍ତ୍ରୀ ର ଘରକୁ ଆସିବାରେ ଭଉଣୀ ଟିନା କୁ ଆଉ ଭଲ ଭାଇ ର ଆସନ ରେ ମାନବ ନଥିବା ଭଳି ପ୍ରତୀତ ହେଉଛି। ତା'ର ସେହି କଥା "ତୁ କ'ଣ ଆଉ ମୋତେ ମନେ ରଖିଛୁ", ତୋ ସ୍ତ୍ରୀ ଆସିବା ପରେ ତୁ ମୋତେ ଏକଦମ୍ ଭୁଲିଯାଇଛୁ। 


            ଭାଇ କୁ ହରେଇଦେବାର ଭୟ ତାକୁ ସବୁବେଳେ ଘାରୁଛି। ଭଲ ପୁଅ ର ତାଲିକାରେ ବି ତା ନାଁ ଅନ୍ତର୍ଭୁକ୍ତ ନଥିଲା କାରଣ ଅପର୍ଣ୍ଣା କୁ ସମୟ ଆଉ ଭଲପାଇବା ଦେବାରୁ ସେ ସ୍ତ୍ରୀ ସଉକିଆ ପାଲଟିଯାଇଥିଲା। ନିଜ ସ୍ତ୍ରୀ କୁ ଭଲପାଇଲେ,ତା'ର ସହିତ ସମୟ ବିତେଇଲେ କି ତାକୁ କୁଆଡେ ବୁଲେଇନେଲେ କେହି କ'ଣ କେବେ ପରିବାର କୁ ଭୁଲିଯାଏ? ବିଚରା ସେତବେେଳେ ସେ ଜାଣିପାରୁନଥିଲା କି ଏମିତି ହେବାରେ ଅପର୍ଣ୍ଣା ମାନସିକ ସ୍ଥରରେ ଆଘାତ ପାଉଛି।

              ସେ ଯେତେବେଳେ ତା' ସପକ୍ଷ ରେ କୁହେ ମା' ଅନ୍ୟ ମାନଙ୍କୁ କୁହନ୍ତି ଆଗରୁ ପାଟିରୁ କଥା ବାହାରୁ ନଥିଲା ଏବେ ମାଇପବୋଲା ହେଇଯାଇଛି। 


                ସମସ୍ତେ ତା'ର ମୁଣ୍ଡ ରେ ପୁରେଇ ଦେଲେ ଯେ ସେ ଦୁନିଆର ଏକମାତ୍ର ଝିଅ ନୁହେଁ ଯିଏ ଘର ଛାଡି ଆସିଛି, ଧିରେ ଧିରେ ଅନ୍ୟ ମାନଙ୍କ ପରି ସେ ମଧ୍ଯ ଆଡଜଷ୍ଟ କରିବ। ହେଲେ ଜଣେ କାହିଁକି ସମସ୍ତଙ୍କ ସହ ଆଡଜଷ୍ଟ କରିବ, ସମସ୍ତେ କାହିଁକି ସେ ଜଣଙ୍କ ସହ ଆଡଜଷ୍ଟ କରିପାରିବେ ନାହିଁ? ଏଇ ଆଡଜଷ୍ଟମେଣ୍ଟ ନାଁରେ ସେ ବିଚାରୀ ବହୁତ ସହିଛି।

          ତା'ର ଛୋଟ ମୋଟ ଭୁଲରେ କଥା ଉଠିଯାଇଥିଲା ତା ସଂସ୍କାର ଆଡେ। ତା'ର ଘର ଛାଡି ଆସିବାର ସେ ଯେଉଁ ଭୁଲ କରିଛି, ଏବେ ତା'ର ପରିଣାମ ସ୍ୱରୂପ ତା'ର ବାପା, ମାଆଙ୍କୁ ବି ଛାଡୁନି ମାନବ ର ପରିବାର।

             କେତେବେଳେ ରୋଷେଇ ରେ ମସଲା ଅଧିକ ହୋଇଗଲା, କେତେବେଳେ ପଡିଶା ଘର ବୋହୂ ର ହାତ ତିଆରି ଖାଇବାର ପ୍ରଶଂସା ତ ଆଉ କେତେବେଳେ ତା'ର ପରିଧାନ ର କଡା ନିନ୍ଦା ଯୋଗୁଁ ମାନସିକ ସ୍ଥରରେ ଚାପଗ୍ରସ୍ତ ହୋଇଛି ଅପର୍ଣ୍ଣା। ତା'ର ନିଜର ଉଚ୍ଚଭିଳାସ ଯେମିତି ବଳି ପଡିଯାଇଛି ମାନବ ର ପରିବାରର ଖୁସି କୁ ସାଉଁଣ୍ଟିବା ଆଶାରେ। କେବେବି ଥରୁଟିଏ ମୁହଁ ଖୋଲି ତା'ର ପ୍ରଶଂସା କେହି ହେଲେ କରିନାହାଁନ୍ତି। ହେଲେ ପ୍ରତିବଦଳ ରେ ତା' ପାଇଁ ଅନେକ ଉଦାହରଣ କୁ ଗୋଡ ଭାଙ୍ଗି ଠିଆ କରେଇ ଦେଇଛନ୍ତି ମାନବର ପୁରା ପରିବାର, ଏଇ ଯେମିତିକି କଲୋନୀ ରେ ମିରା ର ବୋହୂ ଉଚ୍ଚଶିକ୍ଷିତା ହେଲେବି ଘର ଆଉ ଚାକିରି କୁ ବହୁତ ଭଲ ଭାବେ ଚଳଉଛି।ଆଉ ଅପର୍ଣ୍ଣା? ସେ ବି ତ ଚଳଉଥିଲା ପରିବାର ଆଉ ଚାକିରି। ତୁମେ କ'ଣ ତାକୁ ସେସବୁ ଶାନ୍ତି ରେ କରିବାକୁ ଦେଲ? ତୁମେ କ'ଣ କାହା ଘରେ ଯାଇ ରହୁଛ ଯେ ଦେଖିବ ତା'ର ବୋହୂ ଭଲରେ ମ୍ୟାନେଜ୍ କରୁଛି ନା ନାହିଁ?ଦୂର ପାହାଡ ସୁନ୍ଦର। ପାଖକୁ ଯାଇ ଦେଖିଲେ ସିନା ଅନୁଭବ କରିବ। 


           ମାନବ ଏସବୁ ଭାବି ଅନ୍ୟମନସ୍କ ହେଉଥିଲା। ନିଜ ସ୍ତ୍ରୀ ର ଏମିତି ଅବସ୍ଥା ତାକୁ ବ୍ୟତିବ୍ୟସ୍ତ କରିପକାଉଥିଲା ହେଲେ ପରିବାରର କୌଣସି ବି ଲୋକ ଏଥିରେ ବ୍ୟଥିତ ନଥିଲେ। କେମିତି ବା ହେବେ? ବୋହୂ କରି ସିନା ନେଇଆସିଲେ ହେଲେ ନିଜେ ନିଜର ଅଧିକାର କୁ ହରେଇଦେବାର ଆଶାରେ ବିବ୍ରତ ହୋଇପଡୁଥିଲେ। 


      ତା'ର ବି ସ୍ୱପ୍ନ ଅଛି, ତା'ର ବି ଆଶା ଅଛି। ତା'ର ବି ବଞ୍ଚିବାର ପୂର୍ଣ୍ଣ ଅଧିକାର ଅଛି, ତା'ର ବି ହସିବାର ଅଧିକାର ଅଛି ଆଉ ନିଜ ବାପାମାଆଙ୍କ ପ୍ରତି କର୍ତ୍ତବ୍ଯ ଅଛି। ତେଣୁ ସେସବୁକୁ ସେ ମନଭରି ଉପଭୋଗ କରିବ ଯାହା ତା'ର ପସନ୍ଦ। ଆଉ ତା'ର ମାନସିକ ସ୍ଥରରେ ଭାଙ୍ଗିବାକୁ କଦାପି ବି ପ୍ରଶୟ ଦେବନି ମାନବ। ତାକୁ ବହୁତ ଭଲପାଇବା ଦେବ ଆଉ ସବୁବେଳେ ତା'ର ସ୍ଥାନକୁ ନିଜ ଘରେ ଶକ୍ତ କରି ଗଢି ତୋଳିବ। ଏଥିପାଇଁ ତାକୁ ଅନେକ ଶୁଣିବାକୁ ପଡିପାରେ ହେଲେ ସେସବୁକୁ ସେ ଅଣଦେଖା କରିବ।

 

            ହୁଏତ ଏସବୁରେ ଅପର୍ଣ୍ଣା ର ମାନସିକ ସ୍ଥରରେ ପରିବର୍ତ୍ତନ ଘଟିପାରେ। ଅନ୍ୟମାନଙ୍କ ପାଇଁ ଏସବୁ ଘଟଣା ଛୋଟ ହେଇପାରେ ହେଲେ କେତେ ଯେ ଅପର୍ଣ୍ଣା ଏସବୁ ପାଇଁ ଆଘାତପ୍ରାପ୍ତ ତା'ର ଉତ୍ତର କେବଳ ସହିଥିବା ଲୋକ ହିଁ କହିପାରିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy