STORYMIRROR

Dr.Priyadarshee Praharaj

Tragedy

3  

Dr.Priyadarshee Praharaj

Tragedy

ଦୋମୁହାଁ

ଦୋମୁହାଁ

5 mins
213

ଦୀର୍ଘ ଅତୀତ କାଳରେ ଯୋଉଁ ମଣିଷଙ୍କର ଏକ ରୁ ଉର୍ଦ୍ଧ ରୂପ ବା ମୁହଁ ରହୁଥିଲା ତାଙ୍କୁ ମାୟାବୀ, ଛଦ୍ମମୁହାଁ ବା ରାକ୍ଷସ, ଦାନଵ କୁହା ଯାଉଥିଲା...

ଏ ପରିପ୍ରେକ୍ଷୀରେ ସମୟ କ୍ରମେ କିଛି ତ ନୁହେଁ ବରଂ ଅନେକ ଭିନ୍ନତା ଦେଖା ଗଲା... ଆଜି କା ସମୟରେ ଏକ ରୂପ ଥିବା ମଣିଷ ଟି ବିରଳ ଓ ଗୋଷ୍ଟି ଛଡା.... କଳି କାଳରେ ଦୋମୁହାଁ, ଛଦ୍ମରୂପୀଙ୍କ ସଂଖ୍ୟା ବେଶି...

ତେବେ ଏହା ପ୍ରକୃତରେ ଛଦ୍ମ ବୋଲି କୁହା ହେଇ ପାରିବନି. କାରଣ ଯିଏ ଜଣକ ପାଖେ ଅବିଚଳିତ ସେ ଅନ୍ୟ କାହା ପାଖେ ଅନାବୃତ୍ତ... ତେବେ ପ୍ରକୃତି କେବେ କାହାର ବଦଳିନି କି କେବେ ଲୁଚି ରହେନି ....

ସେମିତି କିଛି ସାରାଂଶ ନେଇ ପୂର୍ଣ୍ଣଛେଦ ପଡିଥିଲା ଦେବାଶିଷର ଜୀବନରେ....

ଅନିଚ୍ଛାରେ ଖାଦ୍ୟ ଯେମିତି ନା ପାଟିକୁ ରୁଚେ ନା ପେଟକୁ ଆଉ ପରବର୍ତ୍ତୀ ସମୟରେ ବାନ୍ତି ହୋଇଯାଏ ସେମିତି କିଛି ଥିଲା ଦେବାଶିଷ ଜୀବନର ପ୍ରେମ... ପ୍ରେମିକାକୁ ଥରେ କଥା ଦେଇ ନ ଓହରି ପାରିବା ଦମ୍ଭ ଥିଲା ତା ଜୀବନର ସବୁଠୁ ବଡ ଭୁଲ...

ଝିଅଟି ମୂଳୁରୁ ଅଳସୁଆ ଓ କର୍ମ ଠାପୁଆ କିନ୍ତୁ କଥା ପଦେ ପରି "ଦେହରେ ଦେହେ ମଳି, ପାଉଡର ମାରି ଖୋଜି ବୁଲୁଛୁ ଘଇତା କରି"... ସେଥିଲାଗି ଦେବାଶିଷ ପାଇଁ ସେ ପାଲଟି ଯାଇଛି ବ୍ୟକ୍ତିହୀନ ଏବଂ ନ୍ୟୂନ ଯାହାର ଅସ୍ତିତ୍ୱ ନାହିଁ, ନାମ ମଧ୍ୟ ନାହିଁ (ଅନାମିକା )...

ଜୀବନର ଅନ୍ତରଙ୍ଗ ମୁହୂର୍ତ୍ତ ବଦଳରେ ଦୁହେଁଙ୍କ ଭେଟ ହୋଇଥିଲା ଆକସ୍ମାତ, କିନ୍ତୁ ଅନାମିକା ପାଇଁ ତାହା ଥିଲା ପ୍ରଥମ ଦେଖାର ପ୍ରେମ ଆଉ ଦେବାଶିଷ ପାଇଁ ଏକ କ୍ଷଣିକ ଦେଖା ସାକ୍ଷାତ...

ପରିବର୍ତ୍ତୀ ମୁହୂର୍ତ୍ତ ଥିଲା ଏକ ଚେସ ବୋର୍ଡ଼ର ଗେମ ପରି ଯୋଉଠି ଦେବାଶିଷ ଥିଲା ଏକ ସୁନ୍ଦର ଗଢ଼ା ଚକ୍ରବ୍ୟୂହରେ... ସବୁ ଆପଣାର ଥାଇ ମୁଖା ଉପରେ ହସ ରଖି ଭିତରେ ଲୁଚେଇ ରଖିଥିଲେ ଛଦ୍ମତାର ହତିଆର....

ଚକ୍ରବ୍ୟୂହଟେ ଗଢ଼ିବାକୁ ହେଲେ ବହୁ ଦିନର ପରିଶ୍ରମ, କୁଟିଳତା, ଅନେକଗୁଡ଼ିଏ ମିଛ ଭୂଖଣ୍ଡ ତିଆରି କରିବାକୁ ପଡେ ଓ ସେଥିପାଇ ଦରକାର ପଡେ ବିରୋଧକାରୀ ବିଷୟରେ ଟିକ୍ ନିକ୍ ଖବର।


ଏହା ହିଁ ଥିଲା ଦୁଇ ବର୍ଷ ସମ୍ପର୍କ ଦେବାଶିଷ ଓ ଅନାମିକା ମଧ୍ୟରେ । ଯେଉଁଠି ପରାଙ୍ଗପୁଷ୍ଟ ସାଜି ସବୁ ଖୋଳି ବାହାର କରିବାକୁ ଚେଷ୍ଟାରେ ଲାଗି ପଡ଼ିଥିଲା ଅନାମିକା। ସେ ତା ପାଇଁ ପ୍ରଥମ କରି ନିଜକୁ ଉର୍ଦ୍ଧରେ ରଖିବା ଲାଗି ବଖାଣି ଥିଲା ତାର ଜୀବନୀ ତଥ୍ୟ, ସେଥିରେ ୧୦୦ ରୁ ୯୯ ମିଛ ରହି ମଧ୍ୟ ତାର ବଖାଣିବାରେ ନଥିଲା ଲଜ୍ଜ୍ୟା କି ଡର ।


 ପରବର୍ତ୍ତୀ ପର୍ଯ୍ୟାୟ ଥିଲା ଆହୁରି କଠିନ ଓ ଉଦ୍ଦୀପକ ଯେଉଁଥିରେ କି ଲଜ୍ଜ୍ୟା ଆବରଣ ପଛରେ ପକେଇବା ଲାଗି ମଧ୍ୟ ସେ ଡରିଲାନି। ତେବେ ଏ ପରିଶ୍ରମ ପଛରେ ଲାଭଟି କଣ ଥିଲା ଏହା ବୋଧହୁଏ ଦେବାଶିଷକୁ ଵ୍ୟତିବ୍ୟସ୍ତ କରିବାକୁ ଲାଗିଲା ।

ଦୁଇ ବର୍ଷ ମଧ୍ୟରେ ଦେବାଶିଷ ଦୁଇରୁ ତିନି ଥର ଦେଖା ସାକ୍ଷାତ କରିଥିବ ଅନାମିକା ସହ । ସେଥିରେ କାମ, ଅଫିସ ପରେ ପରେ ନିଜର ଦକ୍ଷତା ବଢ଼ାଇବାର ଚେଷ୍ଟା ତାକୁ ଅନେକ ଗୁଡ଼ିଏ ତଥ୍ୟ, ଦଲିଲ୍ ଖୋଳି ବାହାର କରିବାକୁ ସମୟ ଦେଇ ନଥିଲା। ଅନାମିକାର ଥରେ ରୁ ଦୁଇ ଥର, ଦୁଇ ରୁ ଚାରି ଥର ଦିନକୁ ଫୋନ୍, ଦେବାଶିଷର ବୃତ୍ତିରେ ପୂର୍ଣ୍ଣଛେଦ ପକେଇବା ଆରମ୍ଭ କରିଥିଲା।

ଦିନେ ଦେବାଶିଷ ରାଗି କି ଅନାମିକାକୁ କହିଥିଲା ଏତେ ଗପରେ କୌଣସି ଫଳବାନ ପରିଣାମ ଆସିବନି । ଏଥିରେ ଅନ୍ୟ ଚର୍ଚ୍ଚା କରି ମୁଣ୍ଡ ବିଗାଡି ବା କଥା । ମୋର ଅନେକ ସ୍ୱପ୍ନ, ଏ ସବୁରେ ମୁଣ୍ଡ ଖେଲେଇଲେ ମୋର କ୍ଷତି ହବ । ଏତିକି ପରେ ଆରମ୍ଭ ହୋଇଥିଲା ଅନାମିକାର ଆବେଗ ପ୍ରବଣ ଡ୍ରାମା । ଦେବାଶିଷର ନିରୀହ ମନ ଆସ୍ତେ ଆସ୍ତେ ଛନ୍ଦି ହୋଇ ଚାଲିଥିଲା ସେ ନାଟକର ବୁଢିଆଣୀ ଜାଲ ଭିତରେ। ଅନାମିକାକୁ କଷ୍ଟ ନ ହେବା ଲାଗି ସେ ଆରମ୍ଭ କରିଥିଲା ତା ସହ କଥା ହେବା କିନ୍ତୁ ନିଜର ପାରୁପର୍ଯ୍ୟନ୍ତ ଅପ୍ରାସଙ୍ଗିକ ଓ ଅସଙ୍ଗତ ଆଲୋଚନାଠୁ ଦୂରେଇ ରହୁଥିଲା।

ବହୁ ଦିନ ପରେ ଯେବେ ଅନାମିକା ମତରେ ସେ ଦେବାଶିଷ ଠାରୁ ତାର ଦୌର୍ବଲ୍ୟ ରହସ୍ୟ ଉଗାଳି ପାରିଲାନି ସେ ମାତି ଚାଲିଲା ତାର ଫୁସୁଲେଇବା ବ୍ୟବହାରକୁ ନେଇ। ସେ ବୁଝି ପାରିଲାନି ନାରୀଟେ ଲଜ୍ଜ୍ୟା ତ୍ୟାଗ କଲେ ଭୟଙ୍କର ସାଜି ପାରେ।

ସତ୍ୟର କିନ୍ତୁ ଅନେକ ରୂପାନ୍ତର, ସେଇ ନାରୀ ଯେବେ ରମ୍ଭା ହୋଇ କୌଣସି ବିଶ୍ଵାମିତ୍ରର ତପ ଭାଙ୍ଗିବାକୁ ଚେଷ୍ଟା କରେ ତା ଫଳ ଅତି ଭୟଙ୍କର ସାଜେ ଯାହାପାଇଁ ଅଭିଶପ୍ତ ହୋଇ ବର୍ଷ ବର୍ଷ ପଡ଼ି ରହେ।

ନିଜର ଜିଦରେ ଅନାମିକା ଏତେ ପାଗଳ ହୋଇ ସାରିଥିଲା ତାକୁ ସାମ୍ ଦାମ୍ ଦଣ୍ଡ ଭେଦ ଯାହା ବି କରି ଦେବାଶିଷର ସଚ୍ଚୋଟପଣିଆ, ଦମ୍ଭକୁ ଭାଙ୍ଗି ବାର ବାଟ ଛଡ଼ା ଆଉ କିଛି ଦିଶୁ ନଥିଲା। ଦିନେ ଏଇ ପରିପେଖିରେ ସେ ଜିଦ୍ କରି ଦେବାଶିଷକୁ ଦେଖା କରିବା ଲାଗି ପାର୍କକୁ ଡାକିଥିଲା । ଦେବାଶିଷର ବହୁତ୍ ମନା କରିବା ସତ୍ତ୍ୱେ ସେ ଜୋର୍ ଜବରଦସ୍ତ କରିଥିଲା ତାକୁ ମନେଇବା ପାଇଁ । ଦେବାଶିଷ ରାଜି ହୋଇ ଥିଲା ଓ ଦେଖା କରିବାକୁ ତା ପରଦିନ ଆସିଥିଲା।


ପାର୍କରେ ଅନେକ ନିଜ କଥା କହି ସାରିବା ପରେ ଯେବେ ଅନାମିକା ଅନୁଭବ କଲା ଦେବାଶିଷର କୌଣସି ଇଚ୍ଛାକୃତ ପ୍ରତିକ୍ରିୟା ନାହିଁ, ସେ ଦେବାଶିଷ ହାତ ଧରି ତାକୁ ପଚାରିଥିଲା "ମୁଁ କଣ ଭଲ ଦିଶେନି, ମୁଁ କଣ ସୁନ୍ଦର ନୁହଁ".. 


ଏ ପ୍ରକାର ପ୍ରଶ୍ନ ଶୁଣି ଦେବାଶିଷ ଚମକି ପଡ଼ିଲା ଓ ମୁଣ୍ଡ ତଳକୁ କରି ନିରୁତ୍ତର ରହିଲା । କିଛି ସମୟ ପରେ କହିଲା ସନ୍ଧ୍ୟା ହେଲାଣି ଚାଲ ଯିବା। ଅନାମିକା ଅନୁରୋଧ କରିଲା ଆଉ ଟିକେ ରହିବାକୁ ଓ କହିଲା ଚାଲ ଏ ଗହଳିରେ ନ ବସି ଶାନ୍ତି ଜାଗାରେ ବସିବାକୁ। 


ଦେବାଶିଷ କିଛି ନ କହି ଉଠିଗଲା ଅନାମିକା ସାଙ୍ଗରେ ଗୋଟେ ବେଞ୍ଚ ଉପରକୁ ଯେଉଁଠି ଲୋକ ଗହଳି କମ୍ ଥିଲା । ସେ ପ୍ରଶ୍ନର ଉତ୍ତର କିଛି ଦେଲନି ବୋଲି ଅନାମିକାର ଆରମ୍ଭ ହେଲା ପୁନର୍ବାର ନାଟକ। ଏଥି ପାଇଁ ଦେବାଶିଷ ଉତ୍ତର କହିଲା ଭଲ କି ସୁନ୍ଦର୍ ରୂପ,ରଙ୍ଗରେ ନଥାଏ, ଥାଏ ଗୁଣରେ, ଶାଳୀନତାରେ। ଏତିକିରେ ଦେବାଶିଷ ଉଠିବାକୁ ଲାଗିଲା ଯିବା ପାଇଁ ଯେବେ ଅନାମିକା ତା ହାତ ଟାଣି ଯୋରେ ଏକ ଚୁମ୍ବନ ଛାପି ଦେଲା ଦେବାଶିଷ ଓଠରେ।

ଦେବାଶିଷ ତାକୁ ଠେଲି ଦେଲା ଦୂରକୁ ପୋଛି ପକେଇଲା ମୁହଁ ତା ସାର୍ଟରେ। ଅନାମିକା କହିଲା ମୁଁ ତମକୁ ଭଲ ପାଏ ।

ଦେବାଶିଷ ରାଗ ସେତେବେଳକୁ ମୁଣ୍ଡ ଉଞ୍ଚକୁ ଉଠିସାରିଥିଲା ସେ ଗର୍ଜନ କରି କହିଲା ଲିମିଟରେ ରୁହ, ଭଲ ପାଇବା ଆକୁ କୁହା ଯାଏନି, ଏଇଟା କାମାନ୍ଧତା । କଣ ନିଜକୁ ଭାବିଲ ଦେହ ସମ୍ପର୍କ ରଖିଦେଲେ କୌଣସି ପୁରୁଷକୁ ନିଜ ଅକ୍ତିଆରରେ ରଖିଦବ। ଘରୋଇ ସଂସ୍କାର ବୋଧେ ଏଇୟା ତମର । ନିଜକୁ ଉର୍ଦ୍ଧ କହୁଥିବା ସମୟରେ ତମେ ଉର୍ୱ୍ଧ୍ ମୁଖା, ସୁନ୍ଦର୍ କହୁଥିବା ସମୟର ତମେ ଅଶାଳୀନ, ଭଲ କହୁଥିବା ସମୟରେ ତମେ କୁଟୀଳ ।

ତମର ମନରେ କଣ ଅଛି ସଠିକ୍ ନ ଜାଣିଲେ ବି ମୋ ମନରେ ସେବେ ଠୁ ନେତିବାଚକ ଧାରଣା ଆସିଲା ଯେବେ ଠୁ ତମେ ଆରମ୍ଭ କରିଥିଲ ନିଜ ଘର, ନିଜ ସମ୍ପର୍କୀୟଙ୍କ ବିଷୟରେ ମୋ ପରି ବାହାର ଲୋକ ଆଗରେ ବଖାଣିବା । ଆଉ ବହୁତ୍ ଚେଷ୍ଟା କରିଥିଲ ତମ ସହ ତାଳ ଦେଇ ସେଇ ନିଚତା କି ମୁଁ ମଧ୍ୟ ଖସିଯାଏ ବୋଲି ।

ସେବେଠୁ ବୁଝିଥିଲି ତମ ବିଷୟରେ ଯେ ତମେ ଗୋଟେ ନିହାତି ଅଳସୁଆ, ଠାପୁଆ, କର୍ମ କୋଢିଆ, ଆଉ ପାଠ କଥା କହିଲେ ତମେ ଆହୁରି ଲଜ୍ଜିତ ହବ । ତମେ ପାଠରେ ଏକ ନମ୍ବର ସତ କିନ୍ତୁ ତଳ ଆଡୁ।

ତମ ମନକୁ କଷ୍ଟ ନ ହେଉ ବୋଲି ମୁଁ ଚୁପ୍ ଥିଲି କିନ୍ତୁ ତମର ଏ ପ୍ରକାର ନିଚ ଆଚରଣ ମୋତେ ବାଧ୍ୟ କରିଛି ସତ କହିବାକୁ।

 

ତେଣୁ ଦୟା କରି ଆଜି ପରଠୁଁ ମୋତେ କଲ୍ କରିବନି କି ମେସେଜ କରିବନି। ପ୍ରେମ କହିଲେ ତ ଲଜ୍ଜ୍ୟା ଲାଗିବ କିନ୍ତୁ ଏ ବନ୍ଧୁତା ସମ୍ପର୍କ ମଧ୍ୟ ଆମ ଭିତରେ ଆଉ ରହିବନି। 

ମନେ ରଖିବ ପ୍ରେମକୁ ବାଟ କରି ସ୍ୱାର୍ଥ ହାସଲ କରି ହୁଏନି। ତମେ ଯଦି କାହା ପାଇଁ ଗାତ ଖୋଲିବ ସେ ଗାତରେ ତମେ ହିଁ ପଡ଼ିବ। 

ଗୁଡ ବାଏ।


ଦେବାଶିଷ ସେଠୁ ଚାଲି ଯାଇ ଦୂରରେ ଠିଆ ହୋଈ ଅପେକ୍ଷା କଲା ଅନାମିକା ଅଟୋରେ ବସି ଯିବା ପର୍ଯ୍ୟନ୍ତ । କାରଣ ସେ ତା ସଂସ୍କାର, ତା ଦାଇତ୍ୱ ଭୁଲି ନଥିଲା। 

ମାସେ ଯାଏଁ ଅନାମିକାର ଅନେଗୁଡ଼ିଏ କଲ୍, ମେସେଜକୁ ସେ ଇଗ୍ନୋର କରି ଚାଲିଲା ଶେଷରେ ବ୍ୟସ୍ତ ହୋଇ ବ୍ଲକ କରି ଦେଲା ।

"ନିଜ ଉପରେ କେନ୍ଦ୍ରିତ ରହିଲେ ନିଜେ ବଢିବ ଆଉ ବିଷ୍ଠା ଉପରେ କେନ୍ଦ୍ରିତ ରହିଲେ ଅପରିଷ୍କାରତା ବୃଦ୍ଧି ହବ"


ତା ପରଠୁଁ ଦେବାଶିଷ ତା ଜୀବନରେ କୌଣସି ଏମିତି ସ୍ୱାର୍ଥ ଲୋଭୀ ମଣିଷକୁ ଆଶ୍ରୟ ଦେଇନି । ସେ ସର୍ବସମତା ହିନ, ଅଯୋଗ୍ୟ ଝିଅ ସାରା ଜୀବନ ତା ପାଇଁ ପାଲଟିଛି ଅନାମିକା। ଏତେ ବର୍ଷ ପରେ ସେ ଝିଅ ସାମ୍ନାକୁ ଆସିଲେ ମଧ୍ୟ ଦେବାଶିଷ ତା ନାମ ମନେ ପକେଇ ପାରିବନି। କାରଣ ତାର ଦୁଇଟା ମୁହଁ ସେ ପାଟି ଆଉ ପିଚା, କୋଉ ସମୟରେ କୋଉ ପଟେ ଖାଇବ କୋଉ ପଟେ ବାହାର କରିବ ତାହା ଅନ୍ଦାଜ କରିବା କଷ୍ଟ।


ତେବେ ଅନେକ ଜାଗାରେ ଏମିତି ହଉଛି, ଅନେକ ଚୁପ୍ ରୁହନ୍ତି, ଅନେକ ଦୃଢ଼ ମନରେ ଠିଆ ହୁଅନ୍ତି । ଏହା ଘଟେ ଉଭୟ ପୁଅ ଓ ଝିଅ ସାଙ୍ଗରେ । କହିବାକୁ ଗଲେ ଏବେ ଦୁଇଟି ମୁହଁ ଆମ ସମାଜର । ଦୋମୁହାଁ ସାଜି ସେ ଗ୍ରାସି ଚାଲିଛି ସାହିତ୍ୟ, କଳା, ସଂସ୍କାର, ସଣ୍ଠଣା । କଳିଯୁଗକୁ ହାତ ଖୋଲି କୁଣ୍ଢେଇ ଧରିଛି । ଶେଷ ନିଶ୍ଚିତ କିନ୍ତୁ କାହାର ????

ଏ ଯୁଗର ନା ଏ ସମାଜର ?????



Rate this content
Log in

Similar oriya story from Tragedy