Soumya Shubhadarshinee

Thriller Others

2  

Soumya Shubhadarshinee

Thriller Others

ଦୋଛକି

ଦୋଛକି

3 mins
403



 ନିର୍ଦ୍ୱନ୍ଦରେ ଜୀବନ ଗୋଟେ ଅସମାହିତ ଯାତ୍ରା । କିନ୍ତୁ ସେ ଯାତ୍ରାରେ ବିରାମ ଲାଗିପାରେ ଜଦି ସାମ୍ନାରେ ଆସେ ଦୋଛକି ।



 ଏତେ ଦ୍ରୁତ ଥିଲା ଗାଡିଟା ଯେ ଲାଗିଲା ଯେମିତି ଧକ୍କା ହେଇଗଲା । ଏକଦମ ଆଖି ଖୋସି ହେଇଗଲା ମଳୟ ର । ଓଃ ! .....


  ମୁଣ୍ଡ ତ କାମ କରୁନି ଜମା ଗାଡି ଆଉ କ'ଣ ଚଲେଇବ ସେ । ସ୍ତ୍ରୀ କଥାରେ ପଡିଲେ ଦଣ୍ଡ ଭୋଗିବାକୁ ପଡେ । ମିଛରେ ଆଉ କହିଛନ୍ତି କି ଜାଣିବା ଶୁଣିବା ଲୋକେ ।

 ସେ ମନା କରୁଥିଲା , ଛୁଟି ନେଇ ରହିବାକୁ ଜିଦ ମଧ୍ୟ କରୁଥିଲା । କିନ୍ତୁ ନା' ଆଶିକା ବେଶୀ ବୁଦ୍ଧିମତୀ , ଟିକିଏ ବି ଶୁଣିଲା ନାହିଁ । କେଡେ ବାଗରେ ବୁଝେଇ ଦେଲା ,

 '' ଡୋଣ୍ଟ ବି ସିଲ୍ଲି , ମା' ଏବେ ସୁରକ୍ଷିତ । ଆମର ରହିବା ବିଲକୁଲ ଜରୁରୀ ନୁହେଁ । "


  ଅବଶ୍ୟ ସେ ବି କୋଉ ଭାବିଲା । ବା କେହି କି ଏମିତି ଭାବିବ କି । ଆରେ ହସ୍ପିଟାଲରେ କେତେ କଟକଣା । କେତେ ଡାକ୍ତର , ନର୍ସ । ସେଠି ଏମିତି ଘଟିବ ବୋଲି କିଏ ଜାଣିଥିଲା। କେବେ ଏଭଳି ହେବାର ନଜିର ନାହିଁ ସତରେ ।


 ବୋଉ ବି ଏମିତି କରିବ ବୋଲି କିଏ ଜାଣିଥିଲା ? ଘରୁ ଗୋଡ଼ କାଢି ଏକୁଟିଆ କୁଆଡେ ଯାଉନଥିବା ବୋଉର ଏତାଦୃଶ କାଣ୍ଡ ଅବିଶ୍ୱାସନୀୟ। ହେ ପ୍ରଭୁ ବୋଉ ଯେଉଁଠି ବି ଥାଉ ଭଲରେ ଥାଉ । ଅଦୃଶ୍ୟ ଆଗରେ ହାତ ଯୋଡ଼ିଲା ମଳୟ । 


 ନିଜ ଉପରୁ ବିଶ୍ୱାସ ହଟିଗଲେ ମଣିଷ ଏମିତି ଈଶ୍ବର ନାମକ ବିକଳ୍ପ ଖୋଜେ ।


 ଆଶିକା ଜୋରରେ ଚଲ୍ଲେଇ କି କହୁଥିଲା , '' ଆରେ ଫୋନ୍ କରୁନ ବୋଉଙ୍କୁ , ଜାଣି ପାରିବ ସେ କେଉଁଠି ? ''


 ମଳୟ ର ମୁଣ୍ଡ ଗରମ ହେଇଯାଉଥିଲା , ସେ କ'ଣ ମୁର୍ଖ ଏତିକି ଜାଣିନି ! ଆରେ ବୋଉର ଫୋନ୍ ସ୍ୱିଚ୍ ଅଫ୍ ଆସୁଛି । କୁହ କ'ଣ କରିବ ମଣିଷ ଏବେ ?.....


  ଚାର୍ଜ ସାରିଯାଇଥିବ ବୋଧେ । ବିଗତ ଦୁଇଦିନ ହେଲା ଚାର୍ଜ ରେ ବସି ହିଁ ନଥିଲା ।ସେମିତି ରଖା ହେଇଥିଲା ତା' ବ୍ୟାଗ ଭିତରେ । ହେଲେ କେମିତି ବୋଉ ଚାଲିଗଲା କେହି ଦେଖିଲେ ନାହିଁ ଟିକେ ?

କୌଣସି ଉତ୍ତର ନଥିଲା । ବୁଝି ପାରୁନଥିଲା ମଳୟ କୁଆଡେ ଯିବ ? କେଉଁଠି ଖୋଜିବ ? ବୋଉ ଆଉ ମିଳିବ ଟି ?.......


 ଦୁଇଦିନ ତଳେ ଅସୁସ୍ଥତା ହେତୁ ବୋଉକୁ ସେମାନେ ହସ୍ପିଟାଲରେ ପହଞ୍ଚେଇ ଥିଲେ । ବୟସ ହେଇଗଲଣି ବୋଉର ଆଉ ଓପାସ ବ୍ରତ କରିବା ସମ୍ଭବ ହେଉନି ତେଣୁ ବେହୋସ ହେଇଗଲା ମହାଷ୍ଟମୀ ଦିନ। ହସ୍ପିଟାଲରେ ସଲାଇନ୍ ଲାଗିଲା , ଦୁଇ ଚାରିଟା ଔଷଧ ଦରକାର ହେଲା । ବୋଉ ସନ୍ଧ୍ୟା ବେଳକୁ ସୁସ୍ଥ ଅନୁଭବ କଲା । କିନ୍ତୁ ଆହୁରି ଗୋଟିଏ ଦିନ ଡାକ୍ତରଙ୍କ ଦେଖରେଖ ରେ ରଖିବାର ନିଷ୍ପତ୍ତି ନିଆଗଲା । ବେଶୀ ଦୁର୍ବଳ ଲାଗୁଥିଲା ତାକୁ । ମଳୟ ଆଉ ଆଶିକା ଘରକୁ ନେଇଯିବାର ଜିଦ କଲେ ନାହିଁ । କାରଣ ଏଠି ବୋଉର ଆହୁରି ଭଲ ଚିକିତ୍ସା ହେବାର ସୁଯୋଗ ଥିଲା ପୁଣି ଘରେ ବୋଉକୁ ଏକୁଟିଆ ଛାଡି ଯିବାକୁ ଭୟ ଲାଗୁଥିଲା । ଉଭୟଙ୍କ ଭିତରୁ ଜଣକୁ ଛୁଟି ନେଇ ଘରେ ରହିବା ଜରୁରୀ ଥିଲା । ଏଭଳି ସ୍ଥିତିରେ ବୋଉ ହସ୍ପିଟାଲରେ ହିଁ ରହିବା ଅଧିକ ସୁରକ୍ଷିତ ଥିଲା । 


କିନ୍ତୁ ମଳୟକୁ ଏବେ ଫୋନ୍ ଆସିଛି ଯେ ବୋଉ କାହାକୁ କିଛି ନ ଜଣେଇ ହସ୍ପିଟାଲରୁ କୁଆଡେ ଚାଲିଯାଇଛି । ବିଶ୍ୱାସ ଆସୁନଥିଲା କାନକୁ ବୋଉ ଚାଲିଗଲା କିନ୍ତୁ କାହିଁକି ? କୁଆଡେ ? 


 ଆଶିକା ବି ଦୌଡ଼ି କି ଆସିଲା ତା' ଅଫିସରୁ ହସ୍ପିଟାଲ । ମଳୟ ବିଚରା ସେତେବେଳକୁ କାନ୍ଦୁରା ଦିଶିଲାଣି । କେହି କିଛି ଜାଣି ନାହାନ୍ତି । ଡ୍ୟୁଟି ନର୍ସ କହୁଛି ସେ କୁଆଡେ ଶୋଇ ଥିଲେ ଆରାମରେ । ଯିବାର ଦେଖିନି ସେ । ସିକ୍ୟୁରିଟି ଗାର୍ଡ ବି ଦେଖିନି ବୋଉକୁ । ସିସି ଟିଭି ରେ ବି ଦିଶୁନି କିଛି । ବଡ଼ ବିଚିତ୍ର ବ୍ୟାପାର । 


 କ'ଣ କରାଯିବ ଏବେ ?...........

ଗୋଟେ ବିରାଟ ପ୍ରଶ୍ନ ଆଗରେ ସର୍ବହରା ଭଳି ଠିଆ ହେଇଥିଲେ ଦୁଇଜଣ ; ମଳୟ ଆଉ ଆଶିକା ।

 ହସ୍ପିଟାଲ ମ୍ୟାନେଜମେଣ୍ଟ ଏବେ ପୋଲିସର ସହାୟତା ନେବାକୁ ଯାଉଥିଲା । ନିରୁଦ୍ଦିଷ୍ଟ ମଣିଷକୁ ଆଉ କିଏ ଖୋଜିବି ?..

 ପୋଲିସ ଅଫିସର ପଚାରି ବୁଝୁଥିଲେ ବୋଉର ହୁଲିଆ । ଫଟୋ ଖୋଜା ପଡୁଥିଲା । ନଥିଲା କୌଣସି ଫଟୋ ମଳୟରେ ମୋବାଇଲ ରେ । କି ଆଶିକା ପାଖରେ । ସେମାନେ କେବେ ବୋଉର ଫୋଟ ଟେ ଉଠେଇ ନଥିଲେ ବୋଲି ଆଜି ଜାଣିଲେ । ପୋଲିସ ଆହୁରି ହଜାରେ ପ୍ରଶ୍ନ କରୁଥିଲା । ଆଉ ସେ ଦୁହେଁ ଉତ୍ତର ଦେବାକୁ ଥତମତ ହେଉଥିଲେ ।


 ହଠାତ ମଳୟ ଆଖିରେ ଚିତ୍ର ଭଳି ଭାସି ଉଠିଲା ଗୋଟେ ପିଲାଦିନ କଥା । ମିହିର ନନା ରୁଷି କି ଲୁଚିଥିଲା ବାରିପଟ କଦଳୀ ବାଡ଼ି ଭିତରେ । ଜେଜୀଠୁ ନରେନଙ୍କ ପିଲାଦିନ ଗପ ଶୁଣି ଏମିତି କରିଥିଲା ସେ । ହଁ ବିବେକାନନ୍ଦ ହନୁମାନଙ୍କୁ ଦେଖିବାକୁ କୁଆଡେ ଲୁଚିଥିଲେ କଦଳୀ ବାଡ଼ିରେ । କେତେଥର ଜେଜୀ କହିଛି ଏଇ କଥା ।


 ନନା ହଜିଯିବା ଘଟଣା କେମିତି ପାଗଳୀ କରିଥିଲା ବୋଉକୁ । କେମିତି ସାରା ଗାଁକୁ ଏକାଠି କରିଥିଲା ବୋଉ । ସବୁଠି ତନ୍ନତନ୍ନ କରି ଖୋଜିଥିଲେ ସଭିଏଁ । କିନ୍ତୁ ଘର ବାଡି ଭିତରେ ଦେଖି ନଥିଲେ କେହି । 


 ବୋଉ ଆଉ ଘରକୁ ପଳେଇ ଯାଇନି ତ ?



 ଦ୍ରୁତ ଗତିରେ ଧାଉଁ ଥିଲା ଗାଡି ଏବେବି ଆକ୍ସିଡେଣ୍ଟ ହେଇଯିବାର ଭୟ ଥିଲା ପ୍ରଛନ୍ନ ।



 


Rate this content
Log in

Similar oriya story from Thriller