Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Minakshi Samal

Tragedy

5.0  

Minakshi Samal

Tragedy

ଦୋ ଛକିରେ ଜୀବନ

ଦୋ ଛକିରେ ଜୀବନ

5 mins
177



ଗଳ୍ପାଂଶ - 3 ଅଜୟ ମହଲାଙ୍କ ଦ୍ବାରା ପ୍ରଦତ୍ତ-


ମହାନଗରୀ କଲିକତା ଯାହାର ପରିବର୍ତ୍ତିତ ନାମ ହୋଇଛି କୋଲକାତା।ବହୁତଳ ବିଶିଷ୍ଟ ପ୍ରାସାଦ,ସପିଂ ମଲ,ହେରିଟେଜ ସାଇଟ,ବିଭିନ୍ନ ଦୋକାନ ମାନଙ୍କର ବର୍ଣ୍ଣାଳୀ,ମନୋରଞ୍ଜନର ଭିନ୍ନଭିନ୍ନ ସାଧନରେ ଭରପୁର ପ୍ରତିଷ୍ଠାନ,ବିଶ୍ବକବି ରବୀନ୍ଦ୍ରନାଥ ଠାକୁରଙ୍କ ମାନସ ସୃଷ୍ଟ ଶାନ୍ତିନିକେତନ,କଳା ସଂସ୍କୃତିର ପ୍ରଦର୍ଶନ କରିବାର ପେଣ୍ଠସ୍ଥଳୀ ରବୀନ୍ଦ୍ର ସଦନ ,ତା'ର ଅପରପାର୍ଶ୍ବରେ ଲାଇଟ ସାଉଣ୍ଡ ଶୋ ଦେଖାଉଥିବା ସିଟିଜେନ ପାର୍କ,ସୋନାଗାଛି (ରେଡ ଲାଇଟ ଏରିଆ)ଯେଉଁଠାରୁ ମାଟି ଅଣାଯାଇ ଦୁର୍ଗାପୂଜା ସମୟରେ ଘଟ ସ୍ଥାପନ କରାଯାଏ ....ଏଇସବୁ ପାଇଁ ତ ପର୍ଯ୍ୟଟନ ସ୍ଥଳୀ ହୋଇ କଲିକତା ବିଶ୍ବ ଦରବାରରେ ନିଜପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।


ଅନ୍ନ ସଂସ୍ଥାନ ଉଦ୍ଦେଶ୍ୟରେ ଭାରତର କୋଣ ଅନୁକୋଣରୁ ଅଳ୍ପ ବୟସର ପୁଅ ଝିଅ ମାନେ ସ୍ବଳ୍ପ ବହୁତ ଯୋଗ୍ୟତା ଧରି ଏଠାକୁ ଚାଲି ଆସିଥାନ୍ତି।କିଛି ଦିନର ସଂଗ୍ରାମ ପରେ ଅବଶ୍ୟ କିଛି ନା କିଛି କାମ ମିଳିଯାଏ ସେମାନଙ୍କୁ।ଚାରି ପାଞ୍ଚଜଣ ମିଶି ଭଡାଘରଟିଏ ଯୋଗାଡ କରି ରହିବାକୁ କୌଣସି ଅସୁବିଧା ହୁଏନି।ଖାଇବାର କୌଣସି ଝିନଝଟ ନାହିଁ।ସକାଳୁ ଦାନ୍ତଘଷି ବାହାରକୁ ବାହାରି ଗଲେ ଅଗଣିତ ଛୋଟ ବଡ ଦୋକାନରୁ ବିଭିନ୍ନ ଖାଇବା ଜିନିଷର ବାସ୍ନା ସେଇଆଡକୁ ଟାଣି ନେଇଯାଏ।ଖାଦ୍ୟ ଦ୍ରବ୍ୟ ସବୁର ଦାମ ଏଇଭଳି ଯେ ଯେକୌଣସି ଆର୍ଥିକ ବର୍ଗର ଲୋକ ସେଥିରେ ଚଳିଯିବେ।ଆଜିକାଲି ପିଲାମାନଙ୍କର ଚୁଲି ଜଳେଇ ରୋଷେଇକରି ବାସନ ମାଜିବାର ଚିନ୍ତା ଏଠାରେ ନଥାଏ କହିଲେ ଚଳେ।


ଦୂର ଦିଗବଳୟ ପର୍ଯ୍ୟନ୍ତ ଆଖିପାଉନଥିବା ଏକର ଏକର ସବୁଜିମା ଭରା ଚାଷଜମି ସବୁ ପରିବର୍ତ୍ତିତ ହୋଇଛି ନିଉ ଟାଉନ/ମେଗା ସିଟି ରେ।ଅଭାବୀ ଚାଷୀମାନଙ୍କୁ ଟଙ୍କାବିଡାର ଲୋଭ ଦେଖାଇ ତାଙ୍କର ପୁରୁଷାନୁକ୍ରମିକ ବୃତ୍ତିକୁ ଛଡେଇ ନେଇଛନ୍ତି ଅର୍ଥପିପାସୁ ପ୍ରମୋଟର୍ ମାନେ।ସରଳ ବିଶ୍ୱାସୀ କୃଷକମାନେ କ'ଣ ବୁଝନ୍ତି ଯେ ସେମାନେ କେତେ ଲାଭ ପାଇଲେ ବା କେତେ ଠକି ହେଲେ।


ଏଇ ମେଗା ସିଟି ଅସଂଖ୍ୟ ନାଗରିକଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେଇଛି।ଚାଷଜମି ମାନଙ୍କ ଉପରେ ଠିଆ ହୋଇଥିବା ନଭଶ୍ଚୁମ୍ଭି ଅଟ୍ଟାଳିକା ମାନଙ୍କରେ ରହିଛି କଲ ସେଣ୍ଟର,ଇଲେକ୍ଟ୍ରନିକ କମ୍ପ୍ଲେକ୍ସ,ମଲ୍ଟିପ୍ଲେକ୍ସ,ସପିଂ ସେଣ୍ଟର,ସାଇବର ସେଲ,ଓ୍ବିପ୍ରୋ/ଟି.ସି.ଏସ./ଓ୍ବେବେଲ/କଗ୍ନିଜାଣ୍ଟ ଆଦି ବଡ ବଡ ସଫ୍ଟୱେର କମ୍ପାନୀର ଶାଖା ସବୁ।ଦିନ ରାତି ଅଗଣିତ ଲୋକଙ୍କର ଆତଜାତ ଲାଗି ରହିଥାଏ ସେଠାରେ।


ମେଗାସିଟି ବନାମ ନିଉ ଟାଉନ ରେ ଭରିରହିଛି ବଡବଡିଆଙ୍କ ଆସେଟ।ଅଲଗା ଅଲଗା ଅଟ୍ଟାଳିକା ମାନଙ୍କରେ ନିଜ ନାମରେ ଥାଏ ଏକାଧିକ ଫ୍ଲାଟ।ଏଇ ଫ୍ଲାଟ ଗୁଡିକରେ ସୁବିଧାରେ ଭଡାରେ ରହିପାରନ୍ତି କର୍ମଜୀବି ପୁରୁଷ ଓ ମହିଳା ମାନେ ଯେଉଁମାନେ ସ୍ବାବଲମ୍ବୀ ହେବା ଉଦ୍ଦେଶ୍ୟରେ ନିଜର ଜନ୍ମ ମାଟି ଛାଡି ଏଇ ମହାନଗର ଆଡକୁ ଆକର୍ଷିତ ହୋଇ ଆସିଥାନ୍ତି।ବ୍ରୋକର ମାନେ ଅର୍ଥ ବିନିମୟରେ ଯୋଗାଡ କରିଦିଅନ୍ତି ଭଡାଘର ଓ ଭଡାଟିଆ ଯୋଗାଣ ପାଇଁ ଫ୍ଲାଟ ଓନରଙ୍କ ଠାରୁ ମଧ୍ୟ ବକସିସ୍ ମାଗି ନିଅନ୍ତି।


ଷୋଳ ତାଲା ବିଶିଷ୍ଟ ଫ୍ଲାଟ ଅନିମିଖା।ଦଶ ଗୋଟି ବ୍ଲକ ଅଛି ଏହାରି ଭିତରେ ଫ୍ଲାଟ୍ ଡି ର ପାଞ୍ଚ ତାଲାରେ ରହେ ମନ୍ଦିରା।ଅତ୍ୟାଧୁନିକା ଗୋରୀ ତନୁପାତଳୀ ଯୁବତୀଟି କୌଣସି ଗୋଟେ ସଫ୍ଟୱେର କମ୍ପାନୀରେ କାମ କରେ।ମୁହଁର ଗଢଣରୁ ଲାଗେ ସତେ ଯେପରି ଭାରତର ଉତ୍ତର ପୂର୍ବାଞ୍ଚଳର କେଉଁଏକ ରାଜ୍ୟର ବାସିନ୍ଦା ସେ।ଅଫିସ ଯିବା ଆସିବାର କୌଣସି ଠିକଣା ନଥାଏ ଝିଅଟିର।କେତେବେଳେ ସକାଳ ସାତଟାରେ ବାହାରେ ତ କେତେବେଳେ ଦ୍ବିପ୍ରହରରେ।ଆଉ କେତେ ବେଳେ ସନ୍ଧ୍ୟାରେ।ମୋଟାମୋଟି ଭାବେ କହିବାକୁ ଗଲେ ସିଫ୍ଟ ଡ୍ୟୁଟି ଥାଏ ତାର।ଖୁବ ସ୍ମାର୍ଟ ଲାଗେ ଝିଅଟି।


ଡି ବ୍ଲକ ର ସାମନାରେ ଥିଲା ଜି ବ୍ଲକ।ସଂଯୋଗକୁ ସେଇ ବ୍ଲକର ଛ ତାଲାରେ ରହୁଥିଲା ସମୀର।ଦିଲ୍ଲୀରୁ ଆସି ଜେମିନି ଇଣ୍ଟରନାସନାଲ ମଲ୍ଟିମେଡିଆ କମ୍ପାନୀରେ ଯୋଗ ଦେଇଥିଲା ବର୍ଷେ ତଳେ।ନୂଆ ଜାଗାରେ ତା'ର ଅନେକ ବନ୍ଧୁ ବନିଯାଇଥିଲେ।କେବେ ଏକୁଟିଆ ରହିବାକୁ ପଡେନି ତାକୁ।କାମ ଓ ଅବସର ସମୟରେ ବନ୍ଧୁ ମାନଙ୍କ ମେଳରେ ସମୟ କଟିଯାଏ ତା'ର।ସମୟ କାଟିବା ପାଇଁ ଅଜସ୍ର ମାଧ୍ୟମର ଭଣ୍ଡାର ଏଇ ମହାନଗରୀ।କଲିକତାକୁ ନିଜର ସେକେଣ୍ଡ ହୋମ ବନେଇ ଦେଇଥିଲା ସମୀର।


ଫେବୃୟାରୀ ମାସର ଶେଷ ସପ୍ତାହରେ ଅଚାନକ କୋଉଠୁ ଆକାଶରେ ମାଡି ଆସିଲା କଳା ବଉଦ।ଦଶମିନିଟ ଭିତରେ ବତାସିଆ ପବନ ସାଙ୍ଗକୁ ବରକୋଳିଆ ଟୋପା ଆକାରର ବର୍ଷାବିନ୍ଦୁ ସବୁ ଝରଝର ହୋଇ ବରଷି ବାକୁ ଲାଗିଲେ।ସେତିକି ବେଳକୁ ସମୀରର ଅଫିସ ଗାଡିଟି ତାକୁ ଅନିମିଖା ର ଗେଟ ପାଖରେ ଛାଡି ଚାଲିଗଲା।ଅସମୟ ମେଘ ପାଇଁ ଅଫିସରେ କିଏବି ପ୍ରସ୍ତୁତ ହୋଇ ଛତା ଆଣିନଥିଲେ।ନଚେତ କେହିଜଣେ ବି ସାହାଯ୍ୟ କରିପାରିଥା'ନ୍ତା ଛତା ଦେଇ।ବର୍ଷାରେ ଜୁଡୁବୁଡୁ ହୋଇଯାଉଥିବା ବେଳେ ପଛରୁ କିଏ ଜଣେ ଚିଲେଇଲା,ଓ୍ବେଟ,ଓ୍ବେଟ ।ବୁଲିକି ଛତା ଧରି ଆସୁଥିବା ଝିଅଟିକୁ ଦେଖିଲା ସେ।ଛତାଟିରେ ଦୁଇଜଣଙ୍କୁ ଢାଙ୍କି ଚାଲିବାକୁ ଲାଗିଲା ଝିଅଟି।ତାପରେ ପରିଚୟ ଆଦାନ ପ୍ରଦାନର ଔପଚାରିକତା ଆରମ୍ଭ ହୋଇଗଲା।ଦୁଇଜଣ ଆଶ୍ଚର୍ଯ୍ୟ ହୋଇଗଲେ ଯେ ଏକା ଆବାସନରେ ରହୁଥିଲେ ମଧ୍ୟ ଏତେଦିନ ହେଲା ତାଙ୍କର ଦେଖା କେମିତି ହୋଇନଥିଲା ।ସମୀର କୁ ତା'ର ଜି ବ୍ଲକ ପାଖରେ ଛାଡି ନିଜର ବ୍ଲକ ଆଡକୁ ଆଗେଇଲା ମନ୍ଦିରା।


ଏ ଭିତରେ ଅନେକ ବାର ଦୁଇଜଣଙ୍କର ଦେଖା ସାକ୍ଷାତ ହୋଇଛି।କେବେ କେବେ କ୍ୟାଫେଟରିଆ ରେ ଦୁଇଜଣ ମିଶି କଫି ପିଇବାକୁ ଏକାଠି ହୁଅନ୍ତି।ସେଇଭିତରେ ପରଷ୍ପରକୁ ଜାଣିବାର ସୁଯୋଗ ଖୋଜନ୍ତି।ସମୀର କିନ୍ତୁ ମନ୍ଦିରା ଉପରେ ଖୁବ ନଜର ରଖେ।ରାତିର ଏବୋନୀ ରଙ୍ଗର କଳା ଅନ୍ଧାର ଭିତରେ ନିଜ ରୁମରୁ ମନ୍ଦିରାର ଫ୍ଲାଟ ଆଡକୁ ଲକ୍ଷ୍ୟ ରଖେ।ତା'ର ଆତଯାତ ହେବା ସବୁକିଛି ସ୍ପଷ୍ଟଭାବେ ଦେଖିପାରେ ସେ।କେବେ କେବେ ବାଲକୋନିରୁ ମନ୍ଦିରାର ଫେରିବା ପଥକୁ ଚାହିଁବସେ।ନିଜର ଅଜାଣତରେ ସେ ମନ୍ଦିରା ପ୍ରତି ଆକର୍ଷିତ ହୋଇଯାଇଥାଏ।


ମାର୍ଚ୍ଚ ମାସର ଚାରି ତାରିଖ,ବୁଧବାର ହୋଇଥାଏ।ସେଦିନ ସମୀର ର ଅଫ ଡେ ଥାଏ।ସେ ମନ୍ଦିରା ସହିତ ଡିନର ପ୍ଲାନ କରିଥାଏ।ଫୋନ କରି ମନ୍ଦିରା ସନ୍ଧ୍ୟା ସାତଟାରେ କନଫର୍ମ କରିଥିଲା ଡିନରକୁ ଯିବା ପାଇଁ ।କହିଥିଲା ଯେ ପ୍ରଥମେ ଫ୍ଲାଟ୍ କୁ ଯାଇ ଫ୍ରେଶ୍ ହୋଇ ଦୁଇଜଣ ମିଶି ସିଟି ସେଣ୍ଟର-୨ ରେ ଥିବା ଦରବାରୀ ରେଷ୍ଟୋରାଣ୍ଟ କୁ ଯିବେ।ସନ୍ଧ୍ୟା ବେଳୁ ରେଡି ହୋଇ ବାଲକୋନିରେ ବସି ଅପେକ୍ଷା କରିବାକୁ ଲାଗିଲା ସମୀର। ରାତି ଆଠଟା ବାଜିବା ପରେ ମନ୍ଦିରାକୁ ଫୋନ ଲଗାଇଲା ସେ।ହେଲେ ଫୋନ ସ୍ବିଚ୍ ଅଫ୍ ଥିଲା।ଭାବିଲା ଯେ ହୁଏତ ଫୋନ ର ଚାର୍ଜ ସରିଯାଇଥିବ।ସେଇ ବାଲକୋନିରେ ବସି ବସି କେତେବେଳେ ଯେ ତା'ର ଆଖିପତା ମୁଦି ହୋଇ ଯାଇଛି ସେ ଜାଣିପାରିନି।ହଠାତ କିଛି ଗୋଟିଏ ଶବ୍ଦରେ ତାର ନିଦ ଭାଙ୍ଗି ଗଲା।ଦେଖିଲା ଅଟୋରିକ୍ସାଟେ ତାଙ୍କର ଗେଟ ସାମନାରେ ଠିଆ ହୋଇଛି।


ସେଦିନ ମନ୍ଦିରାର ରେପ ହୋଇଥିଲା।ତା ବେହୋସ ଦେହରେ ଗୋଟିଏ ନିର୍ବାଚନ ପୋଷ୍ଟର ଗୁଡେଇ ଅଟୋରିକ୍ସା ବାଲାଟେ ତାକୁ ଗଟର କଡରୁ ଉଠାଇ ଆଣିଥିଲା। ସବୁଥର ପରି ସମୀର ତା ଆସିବା ବାଟକୁ ଚାହିଁଥିଲା।ଆଲୁଅ ଲିଭାଇ ତା'ର ଝରକାର ପର୍ଦ୍ଦା ଫାଙ୍କରୁ ତାକୁ ଦେଖିବାକୁ ଚେଷ୍ଟା କରୁଥିଲା।ଅଟୋରିକ୍ସା ମନ୍ଦିରାର ଏପରି ଅବସ୍ଥା ଦେଖି ତା ଠୁଁ ପଇସା ମାଗି ନଥିଲା।


ଅସ୍ଥିର ପଦରେ ମନ୍ଦିରା କୌଣସି ମତେ ନିଜ ଫ୍ଲାଟରେ ପଶିଗଲା।ତା'ର ଦୂରାବସ୍ଥାରେ ତା ନିକଟରେ ଠିଆ ହେବା ବହୁତ ଜରୁରୀ ଥିଲା।କିନ୍ତୁ ସମୀର ର ଗୋଡରେ ସତେ ଯେପରି କିଏ ଶିକୁଳି ଲଗାଇ ଦେଇଥିଲା।ଚେଷ୍ଟା କରି ମଧ୍ୟ ସେ ନିଜ ରୁମରୁ ବାହାରି ପାରି ନଥିଲା।ନଶୋଇ କେବଳ ମନ୍ଦିରାର ଫ୍ଲାଟ ଭିତରକୁ ତନଖି ଦେଖୁଥିଲା ସବୁଦିନ ପରି। ସେଦିନ କିନ୍ତୁ ମନ୍ଦିରାର ଫ୍ଲାଟରେ ଅନ୍ଧକାର ବିରାଜୁଥିଲା।ଭୟରେ ସମୀରର ମନଟା ଭାରାକ୍ରାନ୍ତ ହୋଇଗଲେ ମଧ୍ୟ ସେ ମନ୍ଦିରାକୁ ଜଣାଇବାକୁ ଚାହିଁନଥିଲା ଯେ ସେ ତାର ଦୁର୍ଦ୍ଦିନ ବିଷୟରେ ଅବଗତ ବୋଲି।କେବଳ ଅପେକ୍ଷା କରି ରହିଥିଲା ସୂର୍ଯ୍ୟୋଦୟର।


ସକାଳେ ଅନ୍ୟ ମନଷ୍କ ଥିବା ସମୀର ନିଜର ମୋବାଇଲ ଚେକ କରୁଥିବା ବେଳେ ମନ୍ଦିରାର ମେସେଜ ପାଇଲା।ସେଥିରେ ସେ ଡିନରକୁ ନଯାଇ ପାରିଥିବାରୁ ଦୁଃଖ ପ୍ରକାଶ କରିଥିଲା।'ଇଟସ ଓକେ'.....ଏଇ ଛୋଟ ମେସେଜ ଟି ତା ପାଖକୁ ପଠେଇ ଦେଇଥିଲା ସମୀର।ମନ କହୁଥିଲା ତାର ରୁମକୁ ଯାଇ ତାକୁ ସାନ୍ତ୍ଵନା ଦେବ।କିନ୍ତୁ ତାର ଅନ୍ତର୍ମନ ତାକୁ ବାରଣ କରୁଥିଲା।


ମାର୍ଚ୍ଚ ୮ ତାରିଖ ରବିବାର ଥାଏ।ସେଦିନ ବିଶ୍ବ ମହିଳା ଦିବସ ମଧ୍ୟ ଥାଏ।ସେଦିନ ସକାଳୁ ମନ୍ଦିରାର ଫୋନ କଲ ଆସିଲା।ଗେଟ ପାଖକୁ ଆସିବାକୁ କହୁଥିଲା ସେ।ଆସୁଛି ବୋଲି କହି ସମୀର ନିଜ ଫ୍ଲାଟକୁ ଲକ କରି ବାହାରି ଆସିଲା।


ମନ୍ଦିରା ପଚାରିଲା,ଫ୍ରି ଅଛ ଯଦି କିଛି ସମୟ ମୋ ସହିତ ବାଣ୍ଟି ପାରିବ?

ସମ୍ମତି ଦେଲା ସମୀର।


ଦୁହେଁ ଚାଲି ଚାଲି ପାଖରେ ଥିବା ଇକୋ ପାର୍କ ଆଡକୁ ଚାଲିଲେ।ପାର୍କ ଭିତରେ ଥିବା ଗୋଟିଏ ବେଞ୍ଚ ଉପରେ ବସିବାକୁ ଇଶାରା କଲା ମନ୍ଦିରା।


ନିଜର ମନକୁ ହାଲକା କରିବାକୁ ୪ ତାରିଖରେ ତା'ସହିତ ହୋଇଥିବା ଅମାନବୀୟ ଘଟଣାକୁ ଆମୂଳଚୁଳ ବର୍ଣ୍ଣନା କରୁଥିଲା ସେ।ପୋଲିସ ପାଖକୁ ଯାଇ କିଛି ଲାଭ ହେବନି ବୋଲି ମଧ୍ୟ କହୁଥିଲା। ନିଜର ଇଛା ବିରୁଦ୍ଧରେ ତାକୁ ରେପ କରିଥିବା ଆସାମୀଟି ଯେ ତାର ଅତି ପରିଚିତ ସେକଥା ମଧ୍ୟ ସ୍ବୀକାର କରିଥିଲା।କିନ୍ତୁ କୌଣସି ମତେ ପୋଲିସରେ ରିପୋର୍ଟ କରିବାର ଖିଲାଫରେ ଥିଲା ସେ।ଗତ ଚାରି ରାତି ଓ ତିନିଦିନ ନିଜକୁ ନିଜେ ଖୁବ କାଉନସେଲିଂ କରିଥିଲା ସେ ସ୍ବାଭାବିକ ଅବସ୍ଥାକୁ ଫେରି ଆସିବା ପାଇଁ।


ନିଜ ଅଫିସରେ ଆୟୋଜିତ ହୋଇଥିବା ବିଶ୍ବ ମହିଳା ଦିବସରେ ଯୋଗ ଦେବାକୁ ମନ୍ଦିରା ଆଗୋଉଥିଲା।


ତା ପଛରେ ଯିବା ସମୟରେ ସମୀର ମନେ ମନେ ଭାବୁଥିଲା....ଧନ୍ୟ ତୁ ନାରୀ।



Rate this content
Log in

More oriya story from Minakshi Samal

Similar oriya story from Tragedy