ଦଣ୍ଡ ଏକ ଭୁଲର
ଦଣ୍ଡ ଏକ ଭୁଲର


ବାଲକୋନିରେ ବସି ଦୂର ଦିଗଳବୟକୁ ଚାହିଁ ଥାଏ ପ୍ରୀତି। ସୂର୍ଯ୍ୟାସ୍ତ ସମୟର ଆକାଶ, ଅତି ସୁନ୍ଦର ଦେଖା ଯାଉଥାଏ।
ସନ୍ଧ୍ୟା ବେଳେ ଦଳ ଦଳ ହୋଇ ପକ୍ଷୀ ନିଜ ନିଜର ନୀଡ଼କୁ ଫେରିଯାଉ ଥାଆନ୍ତି । ମନରେ ଅପର୍ଯ୍ୟାପ୍ତ ଆନନ୍ଦ। ଶାବକ ମାନଙ୍କ ପାଇଁ ଥଣ୍ଟରେ ଥିବ କିଛିଖାଦ୍ୟ। ଆଶଙ୍କାରେ ମନ ଉଦବେଳିତ ,କିଛି ଅଘଟଣ ଘଟିନି ତ
ଡେଣା ହଲେଇ ଜୋର ଲଗେଇ ଉଡ଼ି ଯାଉଛନ୍ତି ନୀଡ଼ ଆଡକୁ, ଆଃ ପରମ ତୃପ୍ତି ର ମୁହୂର୍ତ୍ତ, ଶାବକ ମାନଙ୍କଥଣ୍ଟ ରେ ଭରିଦେବେ କିଛି କିଛି ଦାନା ,କିଚିରି ମିଚିରି ଶବ୍ଦ ଶୁଣି ମନ ପୁରିଯିବ ମା ଟିର,ପୁରୁଷ ପକ୍ଷୀ ଟି ତନ୍ନ ତନ୍ନ କରି ନିରିଖୁ ଥିବ ବସା କୁ । ତା ଶାବକ ମାନେ ସୁରକ୍ଷିତ ରହିବା ପାଇଁ ଆଉ କଣ କରି ପାରିବ ସିଏ।
ଓଃ ଏଇ ସଞ୍ଜ ଆସିଲେ କାହିଁକି ସେ ହୋଇଯାଏ ବ୍ୟସ୍ତ ବିବ୍ରତ । ମନ ଭିତରେ କୁହୁଳି ଥାଏ ଅହରହ କିଛି ଦୁଃଖ ର ନିଆଁ ।
ପ୍ରୀତି ବି ଚାହୁଁଥିଲା ଗୋଟେ ଘର, ଯେଉଁଠି ଗଢିବ ସୁନାର ସଂସାର ଟିଏ। ହେଲେ ତାର ସ୍ବପ୍ନ ପୁରା ହେଲାନି ,କି ହବନି ଆଉ ଏ ଜନ୍ମ ରେ।
କାହା ପାଇଁ ......ସନ୍ଦୀପ୍ ଦାୟୀ... ନା ସିଏ... ନିଜେ ନିଜକୁ ଧିକ୍କାର କରୁଛି ପ୍ରୀତି ,ଗୋଟିଏ ଭୁଲ ନିଷ୍ପତି ଯୋଗୁ ଆଜି ସିଏ ଏକା, ସମ୍ପୁର୍ଣ୍ଣ ଏକା।
ତାକୁ ସାରାଜୀବନ ଏମିତି କୁହୁଳି କୁହୁଳି ଅଙ୍ଗାର ହେଇ ବଞ୍ଚିବାକୁ ପଡ଼ିବ।
ଯଦି ବାପା ବୋଉ ଙ୍କ କଥାମାନି ପାଠପଢ଼ି ନିଜକୁ ସକ୍ଷମ କରିଥାନ୍ତା ,ତେବେ ଆଜି ସନ୍ଦୀପ ପାଖରୁ ପ୍ରତାରିତ ,ଲାଞ୍ଚିତ ହେବାର ଦୁଃଖ ଆଉ ଯନ୍ତ୍ରଣାକୁ ଭୋଗିବାକୁ ପଡ଼ି ନ ଥାନ୍ତା।
ସନ୍ଦୀପ ସହିତ ପ୍ରୀତିଯେଉଁ ଦିନ ଘର ଛାଡ଼ି ଚାଲିଗଲା ସେଇ ଦିନ ଠାରୁ ବାପା ବୋଉଙ୍କ ଠାରୁ ସବୁ ସମ୍ପର୍କ କଟି ଗଲା । ସେମାନେ ମଧ୍ୟ କାହିଁକି ଖୋଜିବେ ,ସିଏ ତ ବାପାଙ୍କ କଥା ଭାବି ନ ଥିଲା ,ପରିବାର ର ସମ୍ମାନକୁ ପାଦରେ ଦଳି ଦେଇ ଥିଲା
ବାପାଙ୍କ ଭଲ ପାଇବା, ସ୍ନେହ ଶ୍ରଦ୍ଧା,ମା'ର ମମତା ସବୁ କୁ ତୁଚ୍ଛ କରି ସନ୍ଦୀପ ର ହାତଧରି ଚାଲି ଆସିଥିଲା ।
ଭାଙ୍ଗି ଯାଇଥିଲା ଦୁଇଟି ମନ। କେତେ ରାତି ଉଜାଗର ରହି ତାକୁ ମଣିଷ ପରି ମଣିଷ ଟିଏ କରିବାର ସୁନ୍ଦର ସ୍ବପ୍ନ ଦେଖିଥିଲେ,ବାପା ବୋଉ।
ସିଏ ସନ୍ଦୀପ ସହିତ ପରିଚିତ ହୋଇଥିଲା ଗୋଟିଏ ପାରିବାରିକ ବନ୍ଧୁମିଳନରେ ।
ତା ପରେ ସନ୍ଦୀପ ତାକୁ ବିଭିନ୍ନ ପ୍ରକାର କଥା କହି ପ୍ରଲୋଭିତ କରିଦିଏ ।
ପ୍ରେମ ର ନାଟକରେ ଫସିଯାଏ ପ୍ରୀତି। ସନ୍ଦୀପ ଥିଲା ଦେଖିବାକୁ ବହୁତ ସୁନ୍ଦର। ପ୍ରୀତି ର କିଶୋରୀ ମନରେ ଆଙ୍କି ହୋଇଯାଏ ତାର ସୁନ୍ଦର ରୂପ। ତା ମନରେ ଥିବା ବିଷକୁ ଜାଣିପାରି ନଥିଲା ସେ ପ୍ରୀତି ଦଶମ ଶ୍ରେଣୀପରୀକ୍ଷା ଦେଇ ଥାଏ। ବାପାଙ୍କର ଇଚ୍ଛା ଥାଏ ପ୍ରୀତି କୁ ଡାକ୍ତର କରିବାକୁ ଯେଉଁ ଦିନପ୍ରୀତିର ପରୀକ୍ଷା ଫଳ ପ୍ରକାଶ ପାଇଲା ଆଉ ଭଲ ନମ୍ବର ରଖି ପାସକରିଛି ବୋଲି ବାପା ବହୁତ ଖୁସିଥାନ୍ତି ,ସେଇ ଦିନ ସେଇଦିନ, ...ସନ୍ଦୀପ ର ପ୍ରରୋଚନା ରେ ସେମାନଙ୍କ କଥା କୁ ଭୄକ୍ଷେପ ନ କରି ତାଙ୍କ ସ୍ବପ୍ନ କୁ ଚୁରମାର କରି ପ୍ରୀତି ସନ୍ଦୀପ ସହିତ ଘର ଛାଡ଼ି ଚାଲି ଆସିଲା। ଆଉ କହି ଦେଇ ଆସିଲା, ମୋତେ ଖୋଜିବ ନାହିଁ।
ସେତେ ବେଳେ ତାର ବୟସ ମାତ୍ର ଷୋହଳ। ଅତ୍ୟନ୍ତ ସୁନ୍ଦରୀ , ଆକର୍ଷଣୀୟ ଚେହେରା ,ଦେଖିଲେ ଲାଗିବ ଅଠର ଉଣେଇଶ ବର୍ଷର ଝିଅ ଟିଏ।
ସନ୍ଦୀପ ପ୍ରୀତିକୁ ନେଇ ମନ୍ଦିରରେ ବାହା ହୋଇ ଗଲା। କିନ୍ତୁ ତା ଘରକୁ ନ ନେଇ ହୋଟେଲ ରେ ରଖିଲା।
ପ୍ରୀତି ତାକୁ ଘରକୁ ଯିବା ପାଇଁ କହିଲା ତ ସେତେ ବେଳେ ସିଏ ତାକୁ ନିଜର ବଡ଼ ଭାଇ ବିବାହ କରି ନ ଥିବାରୁ ସେମାନେ କିଛି ଦିନ ବାହାରେ ରହିବେ ଏବଂ ଘରେ କହିବା ପାଇଁ ସମୟ ଲାଗିବ କହି ବୁଝାଇ ଦେଲା। ସନ୍ଦୀପ ଥିଲା ବାପା ମା ଙ୍କର ସାନ ପୁଅ। ବାପା ଙ୍କର ଅପର୍ଯ୍ୟାପ୍ତ ଧନ ପ୍ରତିପତ୍ତି ବଳରେ ଅବାଟରେ ପାଦ ଦେଇଥିବା ଗୋଟିଏ ନଷ୍ଟ ଚରିତ୍ର ।
"କଥାରେ ଅଛି ମହା କାଳ ଫଳ ବଡ଼ ସୁନ୍ଦର, ଭିତର ଟା ପୋଡା ଅଙ୍ଗାର।"
ପ୍ରକୃତ କଥା ଜାଣିଲା ବେଳକୁ ବହୁତ ଡେରି ହୋଇ ଯାଇଥିଲା। ସନ୍ଦୀପ ତାକୁ ପ୍ରେମ କରୁନଥିଲା । ସେ କେବଳ ପ୍ରୀତି ର ଭରା ଯୌଵନ କୁ ଉପଭୋଗ କରି ବାକୁଚାହୁଁ ଥିଲା ।
ଅପରିପକ୍ଵ ମନର ପହିଲି ଯୌବନ ର ଆକର୍ଷଣ କୁ ପ୍ରେମ କୁହାଯାଏନା । ପ୍ରେମ ର ପବିତ୍ରତା ମନର ଆଦିମପବୃତ୍ତି ଆଗରେ ହାରିଯାଏ।
ପ୍ରୀତି କିନ୍ତୁ ମନପ୍ରାଣ ଦେଇ ସନ୍ଦୀପକୁ ଭଲ ପାଉଥିଲା। ସ୍ୱାମୀ ସ୍ତ୍ରୀ ର ପବିତ୍ର ସମ୍ପର୍କ କୁ ବୁଝିବା ବୟସ ହେଇ ନ ଥିଲା ତାର । ତଥାପି ତନମନ ଆଉ ହୃଦୟ ,ସବୁକିଛି ସମର୍ପି ଦେଇ ଥିଲା ଗୋଟେ ବିଶ୍ୱାସରେ । ଯାହାର ହାତ ଧରିଘର ଲୋକଙ୍କୁ ପର କରିଦେଲା ତାକୁ କେମିତି ବିଶ୍ୱାସ କରିବନି ।
ସନ୍ଦୀପ ବେଳେ ବେଳେ ଘରକୁ ଯାଏ ପ୍ରୀତିକୁ ସେଇ ହୋଟେଲରୁମ ରେ ହିଁ ରହି ବାକୁ ପଡେ।
ପ୍ରୀତି କୁ ମିଠା ମିଠା କଥାରେ ବାନ୍ଧି ରଖିବା ର କଳା ତାକୁ ବେସ୍ ଜଣାଥିଲା।"ଦେଖ ପ୍ରୀତି ତୁମେ ବାହାରକୁ ଗଲେ ଆମ ବିବାହ ବିଷୟରେ ସମସ୍ତେ ଜାଣି ଯିବେ। ମୁଁ ଘରେ କହି ତୁମକୁ ଅଳ୍ପ ଦିନ ପରେ ଘରକୁ ନେଇ ଯିବି। ଯଦି ତୁମ ବାପା ଦେଖି ଦେବେ ତା ହେଲେ ସେ ତୁମକୁ ନେଇଯିବେ ତ ଆମେ ଅଲଗା ହୋଇ ଯିବା ମୁଁ ତୁମକୁ ବହୁତ ଭଲପାଏ ପ୍ରୀତି
ତୁମକୁ ଛାଡ଼ି ଗୋଟେମୁହୂର୍ତ୍ତ ମଧ୍ୟ ରହି ପାରିବିନି ।"
"ତୁମପାଇଁ ମୁଁ ସବୁ କରି ପାରିବି, ଯଦି ବାପା ରାଜି ହୋଇଗଲେ ତ ମୁଁ ଘରକୁ ନେଇ ଯିବି। ତୁମକୁ ରାଣୀ କରି ରଖିବି । ଆଉ ଯଦି ବାପାରାଜି ନ ହେଲେ ତେବେ ମୁଁ ତୁମକୁ ନେଇ ଏ ସହର ଛାଡ଼ି ଚାଲି ଯିବି ,ବହୁତ ଦୂରକୁ ଯେଉଁଠି ଆମକୁ କେହି ଚିହ୍ନି ନ ଥିବେ। ମୁଁ କାମ କରି ଟଙ୍କା ରୋଜଗାର କରିବି ସେଠି ଆମେ ଦୁହେଁ ଖୁସିରେ ରହିବା।
ସନ୍ଦୀପ କଥାରେ ଖୁସି ହୋଇ ଯାଏ ପ୍ରୀତି, ତା ଆଖିରେ ସୁନ୍ଦର ଏକ ସ୍ୱପ୍ନର ଦୁନିଆଁ ନାଚି ଯାଏ। ତନ୍ମୟ ହୋଇ ଭାବିବସେ ଏକ ସୁନାରସଂସାର ଯେଉଁଠି ସିଏ ବିତାଇବ ତା ମଧୁର ଦାମ୍ପତ୍ୟ ଜୀବନ। ସେଠି କେବଳ ଥିବେ ସନ୍ଦୀପ ଆଉ ପ୍ରୀତି।
ୟା ଭିତରେ ଆଠ ଦିନ କଟି ଗଲାଣି ପ୍ରତିଦିନ ସନ୍ଦୀପ ବାହାରୁ ଆସେ, ମନ ଦୁଃଖ ର ବାହାନା କରେ ପ୍ରୀତି କୁ ବୁଝାଏ। ବୋଉ କୁ
କହିଛି ଆଉ କିଛି ଦିନ ଅପେକ୍ଷା କରିବାକୁ ଘରେ କହୁଛନ୍ତି, ତା ପରେ ଭାଇ ବାହା ହୋଇ ଯିବ ଆଉ ଆମେ ଘରକୁ ଫେରିବା ..
ଧୀରେ ଧୀରେ ପ୍ରୀତି କୁ ଏଇ ବନ୍ଦୀ ହୋଇ ରହିବାଟା ବିରକ୍ତିକର ଲାଗିଲାଣି। ବେଳେ ବେଳେ ଭାବେ ବାହାରି ଯିବ ୟାଭିତରୁ, ମନ ଭରି ଦେଖିବ ସୁନ୍ଦର ଦୁନିଆଁ କୁ । ସନ୍ଦୀପ ଆଗରେ କହେ ଭଲ ଲାଗୁନି ଆଉ ଏଠି ରହିବାକୁ କିଛି ଗୋଟେ କର। କେତେ ଦିନ ଏମିତି ରୁମ ଭିତରେ ବସିଥିଵି।
ସନ୍ଦୀପ କହେ ବ୍ୟସ୍ତହୁଅନି, ମୋ ଉପରେ ବିଶ୍ୱାସ ରଖ, ମୁଁ ଚେଷ୍ଟା କରୁଛି। ଏମିତି ଅନେକ କଥା କହି ତାକୁ ମିଛ ପ୍ରେମଳାପ ରେ ଅଭିଭୂତ କରି ଦିଏ, ଆଉ ପ୍ରତ୍ୟେକ ଦିନ ତାର ଶରୀର କୁ ଉପଭୋଗ କରେ।
ହଟାତ ଦିନେ ଆସି ପ୍ରୀତି କୁ କହିଲା। ଚାଲ ଆମେ ଏବେ ସହର ଛାଡ଼ି ଚାଲି ଯିବା। ଘରେ ମୋତେ ମନା କରି ଦେଲେ ଯେ ତୁ ଘରେ ଆସି ରହି ପାରିବୁ ନାହିଁ। ଯଦି ଆସିବୁ ତ ଏକା।
ଯେଉଁ ଘରକୁ ତୁମେ ଯାଇ ପାରିବ ନାହିଁ ସେଠାରେ ମୁଁ ଵି ରହି ପାରିବିନି। ଆମେ ଦୁହେଁ ବହୁତ ଦୂର କୁ ଚାଲିଯିବା ।
ତା ପରେ ସେମାନେ ମୁମ୍ବାଇ ଚାଲି ଗଲେ।
ସେଠାରେ ପହଞ୍ଚିବା ପରେ ସନ୍ଦୀପ ଜଣେ ଯୁବକ ସହିତ ତାକୁ ପରିଚିତ କରାଇ ଦେଲା " ପ୍ରୀତି ଏଇ ହେଉଛି ମୋ ସାଙ୍ଗ ବିନୟ। ୟାଙ୍କରି ଘରେ ଆମେ କିଛି ଦିନ ରହିବା।" ସେଠାରେ ରହିବା ପରେ ସନ୍ଦୀପ ତାକୁ କହେ ବିନୟ ର ଅଫିସ ରେ ତାକୁ କାମ ମିଳିଯିବ ତା ପରେ ସେମାନେ ଗୋଟେ ଅଲଗା ଘର ନେଇ ରହିବେ। କିଛି ଦିନ ବିନୟ ସହିତ ଆଡଜଷ୍ଟ କରିଚଳିବାକୁ ପଡ଼ିବ।
ଗୋଟେ ଦିନ ସନ୍ଦୀପ ତାକୁ କୋଲ୍ଡ଼ଡ୍ରିକ୍ସ୍ ପିଇବାକୁ ଦେଲା। ଦୁଇଜଣ ପିଇବାପରେ ଖାଇ ସାରି ଶୋଇବାକୁ ଗଲେ ସକାଳୁ ଉଠି ଠିଆହେବା ପାଇଁ ଚେଷ୍ଟା କଲା ବେଳକୁ ମୁଣ୍ଡ ତାର ବୁଲେଇ ହୋଇ ଗଲା। ତାକୁ ଲାଗିଲା ସିଏ ଆଉ ଗୋଟେ କେଉଁଅଲଗା ଯାଗାରେ ଅଛି। ପୁଣି ଥରେ ଶେଯ ରେ ବସି ପଡ଼ିଲା ପ୍ରୀତି ଏମିତି କଣ ଲାଗୁଛି ....ଭାବୁଛି ସିଏ ,ଏଇ ସମୟରେ ସନ୍ଦୀପ ଆସି କହିଲା
ପ୍ରୀତି ଦେହ ଭଲ ଲାଗୁଛି,??
ପ୍ରୀତି କହିଲା ମୋର କଣ ହେଇ ଥିଲା କି
ମୁଁ ଶୋଇ ଥିଲି ଉଠିଲି।
ସନ୍ଦୀପ କହିଲା ନାଇଁ ତମେ ଯେଉଁ ଦିନ ଥଣ୍ଡା ପିଇ ଶୋଇଗଲ ସେ ଦିନ ରାତିରେ ତୁମଦେହ ବହୁତ ଖରାପହୋଇ ଗଲା। ତୁମକୁ ଆମେ ହସ୍ପିଟାଲ ନେଲୁ ,ସେମାନେ କହିଲେ ତୁମର Apendicsitie ଅପରେସନ କରିବାକୁପଡ଼ିବ ,ସେଇ ଦିନ ରାତିରେ ତୁମକୁ ଅର୍ଜେନ୍ଟ ଅପରେସନ କରାଗଲା । ଏବେ ତୁମେ ଠିକ୍ ଅଛ। ଡକ୍ଟର କହିଛନ୍ତି ଆଉ ଦୁଇ ଦିନ ପରେ ତୁମେ ଘରକୁ ଯାଇ ପାରିବ।
ଆଶ୍ଚର୍ଯ୍ୟ ଲାଗିଲା ତାକୁ ,କିଛି ତ ସେମିତି ପେନ୍ ହେଉ ନଥିଲା, ତା ହେଲେ ଅପରେସନ କାହିଁକି ?? ପୁଣି ସିଏ କେମିତି ଜାଣି ପାରିଲା ନାହିଁ କି ତା ସହିତ କଣ ହେଇଗଲା ଘରକୁ ଫେରିବାର ମାସେ ହେଇ ଗଲାଣି। ବେଳେ ବେଳେ ଅସ୍ୱସ୍ତି ଲାଗୁଛି ।
ସେଦିନ ଚେକ୍ଅପ୍ କରିବାକୁ ଯାଇ ଥିଲା ଡାକ୍ତର ତାକୁ କିଛି ନ କହି ସନ୍ଦୀପକୁ କିଛି କହୁଥିଲେ ,ଦୁରରେ ଥିବାରୁ କିଛି ଶୁଣି ପାରୁ ନ ଥାଏ।
ସନ୍ଦୀପ ଉପରେ ରାଗ ଆସୁଛି। ତାକୁ କାହିଁକି ତାକୁ ନ ଜଣେଇ ଏତେ କଥା କରିଦେଲା । ପ୍ରଥମ ଥର ପାଇଁ ତାକୁ ସନ୍ଦୀପ ଉପରେ ଅବିଶ୍ୱାସ ହେଲା।
ଦିନେ ସନ୍ଦୀପ କହିଲା ପ୍ରୀତି ମୁଁ ଟିକେ ବାହାର କୁ ଯାଉଛି । ବିନୟ ତ ରାତିରେ ଫେରିବ ।
ତୁମେ ରହିବାରେ କିଛି ଅସୁବିଧା ନାହିଁ। ମୁଁ ସକାଳୁ ଆସିବି।
ସେଦିନ ରାତି ତା ପାଇଁ କାଳ ରାତି ଥିଲା। ବିନୟ ଫେରିଲା ମାତାଲ ହୋଇ। ଜୋର କରି ତାକୁ ଉପଭୋଗ କଲା ,ବହୁତ ଅନୁନୟ ହୋଇ ପ୍ରୀତି ତାକୁ ଛାଡ଼ି ଦେବା ପାଇଁ କହିଥିଲା,"ଵିନୟ ମୁଁ ତୁମ ଭାଉଜ। ଭାଉଜ ମା ସଙ୍ଗେ ସମାନ । ତୁମେ କିଛି ଠିକ୍ କରୁନ ।"
" ସନ୍ଦୀପ ଆସିଲେ ଏହାର ପରିଣାମ କଣ ହେବ ଭାବିଛ??"
ଅଥଚ ସିଏ ଯାହା କହିଲା ତା ପାଦ ତଳୁ ମାଟି ଖସି ଗଲା।
"" ତାତ୍ସଲ୍ୟ କରି ତା ଆଡକୁ ଚାହିଁ କହିଲା,
କି ଭାଉଜ!!ସେ ଶଳା ପରା ମତେ ବିକି ଦେଇ ଗଲା ତୁ ଏଣିକି ମୋର। ଆଉ ମୁଁ ତତେ ମୋଟା ରକମ ଦେଇ କିଣିଚି। ""
ଏବେ ମୁଁ ଯାହା କହିବି ତୁ ସେଇଆ କରିବୁ।
କିଛି ହୁସିଆରି କରିବୁ ତ ,ମୋ ପାଖରେ ଗଦ
ଅଛି ,ଶୁଙ୍ଘେଇ ଦେବି ସାପ ପରି ପେଡି ଭିତରେ ଶୋଇ ଥିବୁ।
ମୁଣ୍ଡ କୁ ଧରି ବସି ପଡ଼ିଲା ପ୍ରୀତି,ଦେହ ଥରି ଉଠୁଥିଲା।କାନ ରେ ପ୍ରତିଧ୍ୱନୀ ହେଉଥାଏ ଵିନୟ ର କଥା ବାରମ୍ବାର।
ସକାଳ ଯାଇ ସନ୍ଧ୍ୟା, ପୁଣି ସକାଳଆଉ ସନ୍ଧ୍ୟା...... ସନ୍ଦୀପ ଆଉ ଫେରିଲାନି।କାନ୍ଦି କାନ୍ଦି ବସିଥାଏ ସିଏ।......
କଣ କରିବ ଏଠି ତ ସେ କାହାକୁ ଚିହ୍ନିନି।.......କେବଳ ଵିନୟ ଛଡ଼ା ,ଯିଏ ସବୁ ଦିନ ତାକୁ ଡାହଳକୁକୁର ଭଳି ଝୁଣୁଛି।
ସିଏ ତ ତାକୁ ବନ୍ଦୀ କରି ରଖିଛି।
ଘରକୁ ଫେରିବା ବାଟ ବନ୍ଦ।......
ଧର୍ଯ୍ୟହରା ହେଇ ଯାଉଛି ସେ।କିଛିଉପାୟ ଚିନ୍ତା କରି ପାରୁନି। ଏତିକି ବେଳେ ଵିନୟ ଆସିଲା,
ଶୁଣ ଆଜିଠାରୁ ସବୁଦିନ ତୋ ପାଖକୁ ଜଣେ ଜଣେ ଲୋକ ଆସିବେ ଆଉ ତୁ ସେମାନଙ୍କୁ ଖୁସି କରିବୁ , ଯଦି ତୁ ମୋ କଥା ମାନିବୁ ତେବେ ତୋ ପାଇଁ ମୁଁ ଯେତିକି ଖର୍ଚ୍ଚ କରିଛି ସେତିକି ପାଇ ଗଲେ ମୁଁ ତତେ ଛାଡ଼ି ଦେବି।
ପ୍ରୀତି କାନ୍ଦି କାନ୍ଦି କହିଲା ,ତମେ ମୋ ପାଇଁ କାହିଁକି ଖର୍ଚ୍ଚ କରିଲ ମୁଁ କାହିଁକି ତୁମ କଥା ମାନିବି। ମୁଁ ତୁମକୁ ପୋଲିସରେ ଦେବି। ପୋଲିସ ରେ
ଵିନୟ ଅତି ଜୋରରେ ହସିବାକୁ ଲାଗିଲା।
ତୁ କିଛି ଜାଣିନୁ ବୋଧେ ।
ଶୁଣ ତୁ ଯାହା ହାତ ଧରି ଆସିଥିଲୁ,ସିଏ ମୋ ଠାରୁ ଆଗରୁ ମୋଟା ଟଙ୍କା ନେଇ ତୋତେ ବିକିଥିଲା ,ପୁଣି ତୋତେ ଅପରେସନ କରି
ସବୁ ଦିନ ପାଇଁ ଵାଞ୍ଝ କରିଦେଲା। କାରଣ। ସିଏଚାହୁଁ ନ ଥିଲା ତୁ ଭବିଷ୍ୟତ ରେ ପିଲା ଜନ୍ମ କରି ତାକୁ ବାପବୋଲି କହି ଅଧିକାର ମାଗେ।
ଆଉ ସେ ସବୁ ଟଙ୍କା ମୋ ଠାରୁ ନେଇଛି। ଆଉ ରହିଲା ପୋଲିସ ର କଥା, ସେ ଭୟ ମୋତେ ଦେଖାନା।
ଆଉ କେତେ ଦିନ ପରେ ଦେଖିବୁ କେତେ ବଡ଼ ବଡ଼ ଲୋକ ତୋ ପାଖକୁ ଆସିବେ ।ସେମାନଙ୍କ ଭିତରେ କେତେ ପୋଲିସ ଥିବେ ତୁ ଗଣି ମୋତେ କହିବୁ।କହି ହେ ହେଃ ହେ ହସି ଵିନୟ ତା ହାତ କୁ ମୋଡି ଦେଲା।
ଝିମ୍ ଝିମ୍ ହେଇଗଲା ପ୍ରୀତି ର ସାରା ଶରୀର। ଆଉ ସମ୍ଭାଳି ପାରିଲାନି।ଖଟରେ ଦୁମ୍ କରି ପଡ଼ିଗଲା।
ଭୋ ଭୋ ହୋଇ କାନ୍ଦୁ ଥାଏ।ଆଖି ଆଗରେ ବାପା ବୋଉ ଙ୍କ ମୁହଁ ଝାପସା ଝାପସା ଦେଖା ଯାଉଥିଲା।
ବାରମ୍ବାର ପ୍ରୀତି କହୁଥାଏମୋତେ କ୍ଷମା କରିଦିଅ ବାପା । ମୋତେ କ୍ଷମା କରିଦିଅ.
ସେଇ ଦିନ କୁ ଅପେକ୍ଷା କରିଛି ,କେବେ ତାର କୃତ କର୍ମର ଫଳ ସ୍ୱରୂପ ମିଳିଥିବା ଏଇଦଣ୍ଡ ତାର ଶେଷ ହେବ। ଆଉ ସେତେବେଳ ଯାଏ ସିଏ ବଞ୍ଚି ଥିବ ତ