STORYMIRROR

Kalandi pal

Inspirational

3  

Kalandi pal

Inspirational

ଦିଗନ୍ତର ଚଲା ପଥେ

ଦିଗନ୍ତର ଚଲା ପଥେ

2 mins
128


ପିତା ସ୍ୱର୍ଗ ପିତା ଧର୍ମ ପିତରି ଚ ପରଂବ୍ରହ୍ମ.


  ପିତାମାତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପ୍ରତ୍ୟେକ ସନ୍ତାନଙ୍କ କର୍ତ୍ତବ୍ୟ । ପିତା ମାତାଙ୍କୁ ଈଶ୍ୱରଙ୍କ ସ୍ଥାନ ଦେଇ ସେମାନଙ୍କର ପ୍ରତ୍ୟେକ କଥାକୁ ଗ୍ରହଣ କରିବା ବିଧେୟ । କିନ୍ତୁ ଏମିତି କିଛି କଥା ଅଛି ଯାହାକୁ ଗ୍ରହଣ କଲେ ସମାଜରେ ନିନ୍ଦିତ ହେବାଜକୁ ପଡୁଥାଏ । ସେହି ଭକି ଏକ ଉଦାହରଣ ଗଳ୍ପ ମାଧ୍ୟମରେ ପ୍ରତିପାଦନ କରୁଛି ।


   ଶଙ୍କର ବାବୁ ହଠାତ କୌଣସି ସୂତ୍ରରୁ ଖବର ପାଇଲେ ଯେ ତାଙ୍କର ବନ୍ଧୁ ଦୈତାରୀ ବାବୁ ଓ ପତ୍ନୀ କମଳା ଦେବୀ ଜରାଶ୍ରମରେ ଅଛନ୍ତି । କଥାଟା ଆଦୌ ହଜମ ହେଲାନି । ସେ ସଙ୍ଗେ ସଙ୍ଗେ ବନ୍ଧୁଙ୍କ ଘରକୁ ବାହାରି ପଡିଲେ ।ବନ୍ଧୁଙ୍କ ଘରେ ପହଂଚି କଥାଟି ସତ୍ୟ ବୋଲି ଜାଣିବାକୁ ପାଇଲେ ।ସେ ବନ୍ଧୁଙ୍କ ପୁତ୍ର ଶାନ୍ତନୁକୁ ଧୀର ସ୍ଥିର ଭାବେ ପଚାରିଲେ ""ବାବା ଏ ଗୁଡାକ କଣ ସବୁ ଭଲ ଲାଗୁଛି " ବାପା ବୋଉ କାହାନ୍ତି ମୁଁ ଜାଣିବାକୁ ପାଇଲି ସେମାନେ ଜରାଶ୍ରମରେ ରହୁଛନ୍ତି  ।ଏହା କଣ ସତ୍ୟ  ?


   ସ୍ପଷ୍ଟ ସ୍ୱରରେ ଶାନ୍ତନୁ ଉତ୍ତର ଦେଲା ହଁ ମଉସା, ବାବା ଓ ମାମାଙ୍କୁ ମୁଁ ଜରାଶ୍ରମରେ ଛାଡି ଦେଇ ଆସିଛି । ପୁଅର କର୍ତ୍ତବ୍ୟ ପିତାମାତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା, ମୁଁ ତ କିଛି ଭୁଲ କରିନି । ମୋର ହେତୁ ପାଇବାଠାରୁ ମୁଁ ବାବାଙ୍କ ଆଦର୍ଶକୁ ଅନୁସରଣ କରିଥାଏ । କାହିଁକିନା ବିଦ୍ୟାଳୟରେ ଗୁରୁଜୀ ଆମ୍ଭମାନଙ୍କୁ ଏହାହିଁ ଶିକ୍ଷା ଦେଇଥିଲେ ।ପିତାମାତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଯୋଗ୍ୟ ସନ୍ତାନର କର୍ତ୍ତବ୍ୟ ।ମୁଁ ତାହାହିଁ କରିଛି । ବାବା ଉଚ୍ଚ ଶିକ୍ଷିତ ମୁଁ ମଧ୍ୟ ଉଚ୍ଚ ଶିକ୍ଷିତ  । ବାବା ଚାକିରୀ କରିଥିଲେ ମୁଁ ମଧ୍ୟ ଚାକିରୀ କରିଛି । ବାବା ତାଙ୍କ ବାବା ମାମାଙ୍କୁ ଜରାଶ୍ରମରେ ରଖି ନିଜେ ଘରେ ଅଏସ କରିଥିଲେ ।ମୁଁ ମଧ୍ୟ ତାଙ୍କ ଠାରୁ ଏହାହିଁ ଶିଖିଛି, ମୁଁ ତାଙ୍କୁ ଜରାଶ୍ରମରେ ରଖି ଘରେ ଅଛି ।


  ଏଭଳି କଥା ଶୁଣି ଶଙ୍କର ବାବୁଙ୍କ ମୁଣ୍ଡଟା ଘୁରି ଗଲା । କଅଁଳ କଣ୍ଠରେ ଶଙ୍କର ବାବୁ କହିଲେ ବାବୁରେ ପିତା ମାତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଠିକ ହେଲେ ଅନ୍ଧ ଭଳି ପିତା ମାତାଙ୍କର ସବୁ ବିଚାରକୁ ମାନିନେବା ଉଚିତ ନୁହେଁ, ତୁମର ବି ବିଚାର ଶକ୍ତି ଅଛି, ସବୁକୁ ବିଚାର କରି ବାବା ମାମାଙ୍କୁ ଭଲ ବାଟ ଦେଖେଇ ପାରିଥାନ୍ତୁ ।ସେ ନିଶ୍ଚିତ ଭାବରେ ପରିବର୍ତ୍ତନ ହୋଇ ପାରି ଥାଆନ୍ତେ । ତୁମେ ଆଜି ଯାହା କରୁଛ ତୁମ ପୁଅ ମଧ୍ୟ ଏହା ଶିକ୍ଷା କରୁଛି । ସେ କଣ ତୁମକୁ ଦିନେ ତୁମକୁ ନେଇ ଜାରାଶ୍ରମରେ ଛାଡିବନି ।ଶାନ୍ତନୁର ଆଖିରୁ ଟପ ଟପ ତତଲା ଲୁହ ଝରି ପଡୁଥାଏ । ଏତିକି କେବଳ କହୁଥାଏ ମୁଁ ଏକ ଦିଗନ୍ତର ଯାତ୍ରା ପଥରେ ଚାଲୁଛି, ନଚେତ ଭୁଲର ପ୍ରାୟଶ୍ଚିତ ହେବ ବା କେମିତି  ?


    ଶଙ୍କର ବାବୁଙ୍କ ଓଠରେ ଆଉ ଭାଷା ନାହିଁ । ସେ ଗୁମ ତଳକୁ ଚାହିଁ ବସିଥାଆନ୍ତି କିଛି ନୂଆ ପଥର ନିଦର୍ଶନରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational