Kalandi pal

Inspirational

3.4  

Kalandi pal

Inspirational

ଅଧୁରା କାହାଣୀ

ଅଧୁରା କାହାଣୀ

2 mins
402



   

ବୟସ ପଈଁ ତିରିଶ ହେବ l ସୁଢଳ ଚେହେରା, ଅସୀମ ସାହସର ଗନ୍ତାଘର l କଷ୍ଟସାଧ୍ୟ କାର୍ଯ୍ୟକୁ ଚାଲେଞ୍ଜ ଦେଇ କରିବା, ତାଙ୍କର ଗୋଟିଏ ନିଶା l ସେଥିପାଇଁ ଓଡିଶାର ପୁର ପଲ୍ଲୀରେ ପରିଚିତ l ଆବାଳ ବୃଦ୍ଧ କିଏ ନଜାଣେ ତାଙ୍କୁ l ସତ୍ୟକୁ ଉନ୍ମୋଚନ କରି ସମାଜ ଆଗରେ ବାଢିବା ତାଙ୍କର କର୍ତ୍ତବ୍ୟ ବୋଲି ସେ ବୁଝି ଥିଲେ l ତେଣୁ ତାଙ୍କର ଏହି ଦୃଢ଼ ମନୋବଳ ତାଙ୍କୁ ଆଜି ଏହି ଶୀର୍ଷସନରେ ବସାଇଛି l ତାଙ୍କ ଜୀବନର ଅନେକ ସ୍ବପ୍ନ ଆଜି ମହାନଦୀର ଅଥଳ ଜଳରେ ଲୀନ ହୋଇଗଲା l ତାଙ୍କ ସ୍ବପ୍ନ ଆଜି ସ୍ୱପ୍ନରେ ରହିଗଲା l

  ସେ ଆଉ କେହି ନୁହନ୍ତି "ଆମ ସତ୍ୟନିଷ୍ଟ ସାମ୍ବାଦିକ ଅରିନ୍ଦମ

   ସେ କଣ ଭାବିଥିଲେ ଆଜି ତାଙ୍କ କାହାଣୀଟି ଅଧୁରା ହୋଇ ରହିଯିବ l କେତେ ଆଶା ଘରେ ଛୁଆପିଲା, ସ୍ତ୍ରୀ, ବାପା, ମାଆ, ସାହିପାଡିଶା, ସାଙ୍ଗସାଥି ଙ୍କ ସ୍ନେହ ମମତାର ଶକ୍ତ ରଜୁରେ ବନ୍ଧା ଜୀବନରେ କିଛି ଅଲୌକିକ କାର୍ଯ୍ୟ କରି ସମାଜରେ ପରିଗଣିତ  ହେବା l ହେଲେ ଭାଗ୍ୟର ବିଡମ୍ବନା ଜୀବନର ଶେଷ ଦୀପ ଲିଭିଗଲା ତାଙ୍କ ଜୀବନର କାହାଣୀକୁ ଅଧୁରା କରି l

    ଗୋଟିଏ ବଣୁଆ ଜୀବର ଜୀବନ ବଞ୍ଚାଇବାକୁ ଯାଇ ଆଜି ତିନି ତିନିଟା ଜୀବନର କାହାଣୀ ଅଧୁରା ରହିଗଲା l ଆଜି ତାଙ୍କ ପିଲାଙ୍କର ବାପା ଡାକ କିଏ ଶୁଣିବାକୁ ନାହିଁ l ତାଙ୍କ ପିତା ମାତାଙ୍କର ଧନ ଡାକ ବି ଶୁଣିବାକୁ କେହି ନାହିଁ l ଏ ପରିବାର ଜୀବନ କାହାଣୀ ବି ସେଇ ଜୀବନ କାହାଣୀ ସହ ଯୋଡି ହୋଇଗଲା l

   ଦେଶରେ କରୋନାର ପ୍ରକୋପରେ ଲକ୍ଷ ଲକ୍ଷ ଜୀବନ ଟଳିପଡିଲେ l ସେମାନଙ୍କ ଜୀବନ କାହାଣୀରେ ଡୋରି ବନ୍ଧା ହୋଇଗଲା l ଜୀବନର ଆଶା ଅନେକ l କିଏ ନ ଚାହେଁ ମୋ ପରିବାର ସୁଖରେ ରୁହନ୍ତୁ, ମୋତେ ସମାଜରେ ସମ୍ମାନ ମିଳୁ l କିନ୍ତୁ କାଳ ସହେନି l

    ପିପିଲିର ଗଣବଳାକ୍ତାରୀ ବେବିନାର କଣ ଆଶା ଅସୁମାରୀ ନ ଥିଲା l ନିର୍ବୋଧ ଶିଶୁ ପରୀର କଣ କିଛି ଆଶା ଓ ସ୍ବପ୍ନ ନ ଥିଲା l ହେଲେ ଜୀବନର କାହାଣୀକୁ ଅଧୁରା ରଖି ଦିଆଗଲା l ନା ସେମାନେ ନ୍ୟାୟ ପାଇଲେ ନା ସମ୍ମାନ l ଏହି ଭଳି କୋଟି କୋଟି ଜୀବନ କାହାଣୀ ଆଜି ଅଧୁରା ରହିଯାଉଛି l ସେ ଦୁଷ୍ଟ ମାନବ ଦାନଵ ସାଜୁ ଅବା କାଳ ଅରିନ୍ଦମ ଭାଗ୍ୟ ଭଳି ଦାଉ ସାଧୁ l ଜୀବନକୁ ବାଜି ଲଗେଇ ସୌନିକ ଗଣ ମାତୃ ଭୂମି ପାଇଁ ଜୀବନ ବଳି ଦେଇଦିଅନ୍ତି l ସେମାନଙ୍କ ଜୀବନ କାହାଣୀ ଅଧୁରା ରହିଯାଏ ସତ, ହେଲେ ଲକ୍ଷ ଲକ୍ଷ ଜବାନ ସୃଷ୍ଟି ହୁଅନ୍ତି l 

   ଶହ ଶହ ଲୋକ ମହାନଦୀ ବ୍ୟାରେଜ ଉପରେ, କିନ୍ତୁ ସେତେବେଳେ କାହାର କିଛି କରିବାର ନ ଥିଲା l କିଛିଟା ତ୍ରୁଟି ଆୟୋଜନରେ ରହିଥିବାରୁ ଆଜି ଏଭଳି ମୂଲ୍ୟବାନ ଆତ୍ମା ଦୁଇ ଦୁଇଟା ଭାସିଗଲେ l ସେମାନଙ୍କ ଜୀବନ କାହାଣୀ ଅଧୁରା ହୋଇଗଲା l


Rate this content
Log in

Similar oriya story from Inspirational